ପିଲାଙ୍କ ବ୍ରେନ୍‌ ପାୱାର

ଡା. ସମ୍ରାଟ କର

କରୋନା ପ୍ରକୋପ ପାଇଁ ପାଖାପାଖି ଦୁଇବର୍ଷ ପିଲାମାନେ ଘରେ ରହି ଅନ୍‌ଲାଇନରେ ପରୀକ୍ଷା ଦେଲେ। ତେବେ ଚଳିତ ବର୍ଷଠାରୁ ଅଫ୍‌ଲାଇନ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। ଏହିପରି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ପିଲାମାନଙ୍କ ବ୍ରେନ ପାୱାର ବଢ଼ିବା ସହ ସେମାନଙ୍କୁ ପ୍ରେରଣା, ସହଯୋଗ ଓ ପ୍ରୋତ୍ସାହନ ଦେବା ପାଇଁ ଘରେ ମା’ବାପାଙ୍କଠାରୁ ପରିବାର ଲୋକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବର୍ଷ ତମାମ ପାଠ ପଢ଼ିଥିବା ପିଲାଟି କିପରି ଚାପମୁକ୍ତ ହୋଇ ପଢ଼ିବ, ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା। ଆସନ୍ତୁ ଏହାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା। ପରୀକ୍ଷାରେ କେତେ ମାର୍କ ରଖୁଛି, ତାହା ତ ଗୁରୁତ୍ୱପୂର୍ଣ୍ଣ କଥା ନିଶ୍ଚୟ; କିନ୍ତୁ ଚାପ ଭିତରେ ରହି ପରୀକ୍ଷାକୁ ସାମ୍ନା କରିବା କଷ୍ଟକର ଏବଂ ଏହା ପିଲାପାଇଁ ଆଦୌ ଭଲ ନୁହେଁ।
ପିଲାଙ୍କ ସ୍ମରଣ ଶକ୍ତି ହ୍ରାସ ପଛରେ ଅଭିଭାବକ ବହୁ ପରିମାଣରେ ଦାୟୀ ଥାଆନ୍ତି। କ୍ୟାରିୟର ବିଶେଷଜ୍ଞଙ୍କ କହିବାନୁସାରେ, କେତେକ ଅଭିଭାବକ ପିଲାଙ୍କ ଉପରେ ଚାପ ପକାଇଥା’ନ୍ତି ଯେ ସେମାନଙ୍କୁ ଅଧିକ ପ୍ରତିଶତ ମାର୍କ ଆଣିବା ଦରକାର। ତେଣୁ ସେମାନେ ପାଠ ମନେରଖିବା ଅପେକ୍ଷା ଅଧିକ ପ୍ରତିଶତ ମାର୍କ ଉପରେ ବେଶି ଧ୍ୟାନ ଦେଇଥା’ନ୍ତି। ଏଥିପାଇଁ ଦିନସାରା ପରିଶ୍ରମ ବି କରିଥା’ନ୍ତି। ଏପରି କରିବା ପରିବର୍ତ୍ତେ ସେମାନେ ରିଭିଜନ ପ୍ରଣାଳୀରେ ପରିବର୍ତ୍ତନ ଆଣନ୍ତୁ। କୌଣସି ବିଷୟରେ ପଢ଼ିବା ସମୟରେ ତାକୁ ଲେଖିବାକୁ କୁହନ୍ତୁ। ଫଳରେ ଉକ୍ତ ବିଷୟଟି ତା’ର ଦୀର୍ଘ ଦିନଯାଏ ମନେ ରହିଯିବ।
ପିଲାମାନେ ଲଗାତର ପଢ଼ିଲେ ପୂର୍ବ ପାଠକୁ ଭୁଲିଯାଇଥାନ୍ତି। ଷ୍ଟଡି ଟେବଲ୍‌ରେ ଅଧିକ ସମୟ ବସିବା ପରିବର୍ତ୍ତେ ଏକ ସୁସ୍ଥ ପରିବେଶରେ ପଢ଼ିବାକୁ ମା’ମାନେ ପିଲାଙ୍କ ପାଇଁ ଏକ ଟାଇମ୍‌ ଟେବୁଲ ପ୍ରସ୍ତୁତ କରିବା ଦରକାର। ପଢ଼ା ମଝିରେ ବ୍ରେକ୍‌ ରହିବା ନିହାତି ଦରକାର। ଅବସର ସମୟରେ ପିଲାର ପସନ୍ଦ ଅନୁଯାୟୀ କାମ କରିବାକୁ ଦିଅନ୍ତୁ ।
ଫଳରେ ସେ ଖୁସିରେ ରହିବା ସହ ପାଠ ପ୍ରତି ଉଚିତ୍‌ ଧ୍ୟାନ ଦେଇପାରିବ। ଦିନସାରା କେବଳ ପାଠ ପଢ଼ିବାକୁ ପିଲାକୁ କୁହନ୍ତୁ ନାହିଁ ବରଂ କେତେବେଳେ ଗପ ଶୁଣାନ୍ତୁ, ଆଉ କେତେବେଳେ ଗୀତ ବା କାର୍ଟୁନ୍‌ ଆଦି ବିଭିନ୍ନ ଜିନିଷ ସହ ଜଡ଼ିତ କରାନ୍ତୁ। ପିଲା ଗୋଟିଏ ଜିନିଷରେ ବାନ୍ଧି ହୋଇ ରହିଲେ ବୋର୍‌ ହୋଇଯିବାର ଆଶଙ୍କା ରହିଛି। ତେଣୁ ତାକୁ ତା’ ନିଜ ପସନ୍ଦର ଜିନିଷ ସହ ସାମିଲ କରାନ୍ତୁ।
ପରୀକ୍ଷା ପାଖେଇ ଆସିଲାଣି। ହେଲେ ପିଲାର କିଛି ମନେରହୁନି। ତେବେ ତା’ ରିଭିଜନ୍‌ରେ ପରିବର୍ତ୍ତନ ଆଣନ୍ତୁ। କୌଣସି ବିଷୟରେ ମନେରଖିଲାବେଳେ ତାକୁ ଲେଖିବାକୁ କୁହନ୍ତୁ। ବହୁ ସମୟରେ ଦେଖିବାକୁ ମିଳେ, ପିଲାମାନେ ଶର୍ଟକଟ୍‌ ବାଟ ଆପଣେଇବାକୁ ଯାଇ ନୋଟ୍‌ ପ୍ରସ୍ତୁତ କରି ନଥା’ନ୍ତି। ତେଣୁ ବର୍ଷ ଆରମ୍ଭରୁ ପିଲାଙ୍କ ପଢ଼ା ଉପରେ ମା’ମାନେ ଅଧିକ ଧ୍ୟାନ ଦେବା ଦରକାର। ସେମାନେ କିପରି ଦାୟିତ୍ୱବାନ୍‌ ହୋଇଗଲେ ନିଜେ ସବୁକିଛି ଠିକ୍‌ ଭାବେ କରିପାରିବେ। ପରୀକ୍ଷା ସମୟ ଆସିଲେ ପିଲାଙ୍କୁ ଏକ ସୁସ୍ଥ ଓ ଶାନ୍ତ ପରିବେଶ ଭିତରେ ରଖିବା ଦରକାର। ଅଭିଭାବକମାନେ ଜାଣିବା ଦରକାର ଯେ, ଏହି ସମୟରେ ପିଲାର କ୍ଷତି ହେଲା ଭଳି କୌଣସି କାମ ନ କରିବା ଉଚିତ, ଯେଭଳିକି ଟିଭି ଦେଖିବା ବା ଗୀତ ଶୁଣିବା ଆଦିଠାରୁ ସେମାନେ ନିଜକୁ ଦୂରେଇ ରଖିବା ନିହାତି ଦରକାର। ଏପରି ନ କଲେ ପିଲା ପାଠ ଉପରେ ଧ୍ୟାନ ଦେଇପାରେ ନାହିଁ। ବହୁତ ପିଲା ଶୁଆ ଭଳି ଘୋଷି ଘୋଷି ମନେ ରଖିବାକୁ ଭଲପାଆନ୍ତି। ତାଙ୍କୁ ବୁଝାନ୍ତୁ ଯେ ଏପରି କରିବା ପରିବର୍ତ୍ତେ କୌଣସି ଜିନିଷକୁ ଭଲରେ ବୁଝିଗଲେ, ତାହା କମ୍‌ ସମୟରେ ଓ ଅଧିକ ଦିନଯାଏ ମନେରହିବ।
ଏପରି କରିବାରେ ଆପଣ ତାକୁ ସାହାଯ୍ୟ କରନ୍ତୁ। କ୍ୟାରିୟର ବିଶେଷଜ୍ଞଙ୍କ କହିବାନୁସାରେ, ପିଲାମାନେ ପଢ଼ିଲା ପରେ ଅଭିଭାବକମାନେ ତାଙ୍କୁ ସେହି ବିଷୟରେ ବିଭିନ୍ନ ପ୍ରଶ୍ନ ପଚାରିବା ଦ୍ୱାରା ସେମାନେ ଅଧିକ ମନେ ରଖିପାରିବେ। ଆଉ ଯଦି ପିଲାମାନେ ସେହି ବିଷୟକୁ ମନେ ରଖିପାରି ନଥା’ନ୍ତି, ତେବେ ତା’ ବିଷୟରେ ଆଲୋଚନା କରନ୍ତୁ। ବାରମ୍ବାର ଏପରି କରିବା ଦ୍ୱାରା ତା’ର ମନେ ରହିଯିବ।
ପିଲାର ସ୍ମରଣ ଶକ୍ତି ବଢ଼ାଇବାକୁ ହେଲେ ତାକୁ ଏକ ଚିନ୍ତାଶୂନ୍ୟ ଓ ଶାନ୍ତ ପରିବେଶ ଦେବାକୁ ଚେଷ୍ଟା କରନ୍ତୁ। ଏପରି ଏକ ସକାରାତ୍ମକ ପରିବେଶ ପାଇଲେ ସବୁବେଳେ ଖୁସି ରହିବା ସହ ପାଠ ପ୍ରତି ଅଧିକ ଧ୍ୟାନ ଦେବାରେ ସକ୍ଷମ ହୋଇପାରିବ। ପରୀକ୍ଷା ପାଖେଇ ଆସିଲେ ବି ତାକୁ ଲଗାତର ପଢ଼ିବାକୁ ବାଧ୍ୟ କରନ୍ତୁ ନାହିଁ। ମଝିରେ ମଝିରେ ତାକୁ ତା’ ପସନ୍ଦର ଜିନିଷ କରିବାକୁ ଦିଅନ୍ତୁ, ଯେପରିକି ପାଠ ତା’ ପାଇଁ ବୋଝ ନ ହୋଇଯିବ।
ଏକ୍ସରସାଇଜ୍‌ କେବଳ ଶରୀରକୁ ସୁସ୍ଥତା ପ୍ରଦାନ କରି ନଥାଏ। ତା’ ସହିତ ମସ୍ତିଷ୍କକୁ ବି ସତେଜ ଓ ସନ୍ତୁଳିତ ରଖିଥାଏ। ୨୪ ଘଣ୍ଟା କେବଳ ପାଠ ପ୍ରତି ଧ୍ୟାନ ଦେବା ପରିବର୍ତ୍ତେ ପାଠ ସହିତ ପ୍ରତିଦିନ ସକାଳେ ମାଆମାନେ ନିଜେ ବ୍ୟାୟାମ ବା ଏକ୍ସରସାଇଜ୍‌ କରିବା ବେଳେ ପିଲାଙ୍କୁ ଏଥିରେ ସାମିଲ କରିବା ଦରକାର। ନଚେତ୍‌ ସକାଳୁ ପିଲାଙ୍କୁ ଘରଠାରୁ ବାହାରକୁ ନେଇ ଖୋଲା ପରିବେଶରେ ବୁଲାଇ ଆଣିବା ସହ ଯୋଗ ବା ବ୍ୟାୟାମ ଶିଖାଇବା ଉଚିତ୍‌।
ମାନସିକ ରୋଗ ବିଶେଷଜ୍ଞ, ଦି ବ୍ରେନ୍‌, ପୁରୀଘାଟ ରୋଡ଼, କଟକ,
ମୋ: ୯୧୩୨୪୩୩୩୩୩


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri