ଦାରିଙ୍ଗବାଡ଼ି,୨୨ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ତିଲୋରୀ ପଞ୍ଚାୟତ ଦୁର୍ଗମ ଗଣ୍ଡିଗୁଡ଼ା ଗ୍ରାମରେ ଶିଶୁମାନଙ୍କର ଏକ ଦିବସୀୟ ପ୍ରକୃତି ପାଠଶାଳା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରରିପ୍ରେକ୍ଷୀରେ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଶିଶୁମାନଙ୍କୁ ପ୍ରକୃତି ସୁରକ୍ଷା, ବିଭିନ୍ନ ପ୍ରକାର ଗଛ ଚିହ୍ନିବା ଓ ତା’ର ଉପକାରିତା ସମ୍ପର୍କରେ ପାଠଶାଳାରେ କୁହାଯାଇଥିଲା। ସେହିପରି ଜଙ୍ଗଲକୁ କିଭଳି ସୁରକ୍ଷା ପ୍ରଦାନ କରାଯିବା ଆବଶ୍ୟକ ପୋଡୁ ଚାଷରୁ ନିବୃତ୍ତ ହୋଇ ଅଧିକ ବୃକ୍ଷରୋପଣ ଦିଗରେ ଆଗ୍ରହ ସୃଷ୍ଟି କରାଯାଇଥିଲା।
କାର୍ଯ୍ୟକ୍ରମକୁ ଦାରିଙ୍ଗବାଡ଼ି ଜାଗୃତି ଅନୁଷ୍ଠାନ ପକ୍ଷରୁ ଆୟୋଜନ କରାଯାଇଥିଲା ଏହାକୁ ଅଜିମ ପ୍ରେମଜୀ ଫାଉଣ୍ଡେଶନ ପକ୍ଷରୁ ସହାୟତା ପ୍ରଦାନ କରାଯାଇଥିଲା। ଏହାର ମୂଳ ଲକ୍ଷ ‘ଆସ ଆମ ଜଙ୍ଗଲକୁ ଜାଣିବା’ ଜଙ୍ଗଲକୁ ବୃଦ୍ଧି କରିବାରେ କାର୍ଯ୍ୟକାରିବାକୁ ଶିଶୁମାନଙ୍କୁ ସଚେତନ କରାଯାଇଥିଲା। ଏଭଳି କାର୍ଯ୍ୟକ୍ରମ ଉକ୍ତ ଅଞ୍ଚଳରେ ପ୍ରଥମଥର ପାଇଁ ହୋଇଥିବାରୁ ଶିଶୁଙ୍କ ସହ ଅଭିଭାବକମାନେ ମଧ୍ୟ ସଚେତନ ହୋଇଥିବା ଉକ୍ତ ଅଞ୍ଚଳର ପୂର୍ବତନ ସମିତିସଭ୍ୟ ଇନ୍ଦ୍ରମଣି ପ୍ରଧାନ କହିଛନ୍ତି।

