୫ରୁ ୧୧ ବର୍ଷର ପିଲା ନେବେ ଫାଇଜର ଟିକା

ଓ୍ବାଶିଂଟନ, ୩୧।୧୦: ଆମେରିକାର ଖାଦ୍ୟ ଓ ଔଷଧ ପ୍ରଶାସନ (ଏଫ୍‌ଡିଏ) ଫାଇଜର-ବାୟୋଏନ୍‌ଟେକ୍‌ ପ୍ରସ୍ତୁତ କୋଭିଡ୍‌ ଟିକାକୁ ୫ରୁ ୧୧ ବର୍ଷ ବୟସ ବର୍ଗର ପିଲାମାନଙ୍କ ନିମନ୍ତେ ଜରୁରୀ ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ବୟସବର୍ଗର ପିଲାଙ୍କୁ କୋଭିଡ୍‌ ସଂକ୍ରମଣରୁ ସୁରକ୍ଷା ଦେବା ନିମନ୍ତେ ମଞ୍ଜୁରୀ ପାଇବାରେ ଫାଇଜର ପ୍ରଥମ ଟିକା। କମ୍ପାନୀର ସମସ୍ତ ତଥ୍ୟ ଅନୁଧ୍ୟାନ କରିବା ସହ ନିରପେକ୍ଷ ଉପଦେଷ୍ଟା କମିଟି ବିଶେଷଜ୍ଞମାନଙ୍କ ବିବରଣୀକୁ ତର୍ଜମା କରିବା ପରେ ଏଫ୍‌ଡିଏ ପିଲାମାନଙ୍କୁ ପାଇଁ ଉକ୍ତ ଟିକାକୁ ମଞ୍ଜୁରୀ ଦେବା ନିମନ୍ତେ ଭୋଟ ମାଧ୍ୟମରେ ନିଷ୍ପତ୍ତି ନେଇଥିଲା। ଦୁଇ ଡୋଜ୍‌ ବିଶିଷ୍ଟ ଏହି ଟିକା ୩ ସପ୍ତାହ ଅନ୍ତରରେ ପ୍ରଦାନ କରାଯିବ। ୧୨ ବର୍ଷ ଓ ତଦୂର୍ଦ୍ଧ୍ୱଙ୍କୁ ପ୍ରତି ଡୋଜ୍‌ରେ ୩୦ ମିଲିଗ୍ରାମ ଦିଆଯାଉଥିବାବେଳେ ୫ରୁ ୧୧ ବର୍ଷ ବୟସର ପିଲାଙ୍କୁ ୧୦ ମିଲିଗ୍ରାମ ଦିଆଯିବ। କ୍ଲିନିକାଲ ପରୀକ୍ଷାରୁ ଫାଇଜର ଟିକା କୋଭିଡ୍‌ ସଂକ୍ରମଣ ରୋକିବାରେ ୯୦.୭ ପ୍ରତିଶତ ଫଳପ୍ରଦ ସାବ୍ୟସ୍ତ ହୋଇଥିଲା। ଏହାର ନିରାପତ୍ତାକୁ ନେଇ ପ୍ରାୟ ୩,୧୦୦ ପିଲାଙ୍କ ଉପରେ ପରୀକ୍ଷା କରାଯାଇଥିଲା। ତେବେ କୌଣସି ପିଲାଙ୍କଠାରେ ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇ ନ ଥିଲା ବୋଲି ଏଫ୍‌ଡିଏ ପକ୍ଷରୁ କୁହାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଆତଙ୍କବାଦ-ଆର୍ଥିକ ସଙ୍କଟ ଯୋଗୁ ଇମ୍ରାନଙ୍କ ପ୍ରତି ଜନ ସମର୍ଥନ ବଢ଼ିଲା…

ଇସଲାମାବାଦ,୧୮।୨ : ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପାକିସ୍ତାନ ସରକାରଙ୍କ ସଙ୍କଟକୁ ବୃଦ୍ଧି କରିଛନ୍ତି। ଏକ ସମୟରେ ଯେତେବେଳେ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ସରକାର ଅନ୍ତର୍ଜାତୀୟ...

ଚାକିରି ଛାଡିଥିବା ମଡେଲ୍‌ଙ୍କ ଦାବି: ବ୍ରିଟେନ୍‌ ପ୍ରଧାନମନ୍ତ୍ରୀଙ୍କଠାରୁ କରିବି ଅଧିକ ରୋଜଗାର, ଜାଣନ୍ତୁ କିପରି

ବ୍ରିଟେନ୍‌ର ୨୪ ବର୍ଷୀୟ ମଡେଲ ଆଲିଆ ମର୍ସିଡିଜ ଦାବି କରିଛନ୍ତି, ସେ ଚଳିତ ବର୍ଷ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କଠାରୁ ଅଧିକ ରୋଜଗାର କରିବାକୁ ଯାଉଛନ୍ତି।...

କରୋନା ଟିକାକରଣ: ବ୍ରିଟେନ, ଆମେରିକାକୁ ପଛରେ ପକାଇଲା ଭାରତ

ନୂଆଦିଲ୍ଲୀ,୪ ।୨: ସାରା ଦେଶରେ ଜାନୁୟାରୀ ୧୬ରେ କରୋନା ଭାଇରସ ବିରୋଧରେ ଲଢିବାକୁ ଆରମ୍ଭ କରାଗଲା ଟିକାକରଣ କାର୍ଯ୍ୟକ୍ରମ । ଏବେ ମିଳିଥିବା ସୂଚନା ଅନୁଯାୟୀ...

ଦ୍ୱିତୀୟ ଲହରରେ ବୟସ୍କ ଅଧିକ ଅସୁରକ୍ଷିତ

ନୂଆଦିଲ୍ଲୀ, ୨୦।୪(ପି.ଟି.): କରୋନାର ପ୍ରଥମ ଲହର ଭଳି ଦ୍ୱିତୀୟ ଲହର ମଧ୍ୟ ବୟସ୍କଙ୍କ ପାଇଁ ଅଧିକ ବିପଜ୍ଜନକ ସାବ୍ୟସ୍ତ ହୋଇଛି। କାରଣ ୭୦ ପ୍ରତିଶତରୁ ଉର୍ଦ୍ଧ୍ୱ...

ଗ୍ରାଣ୍ଟ ଶାପ୍ସ ବ୍ରିଟେନର ନୂଆ ପ୍ରତିରକ୍ଷା ସଚିବ, ବେନ ଓ୍ବାଲେସଙ୍କ ସ୍ଥାନରେ ସମ୍ଭାଳିବେ ଦାୟିତ୍ୱ

ଲଣ୍ଡନ,୩୧।୮: ବ୍ରିଟିଶ ସରକାର ପୂର୍ବତନ ଶକ୍ତି ସଚିବ ଗ୍ରାଣ୍ଟ ଶାପ୍ସଙ୍କୁ ଦେଶର ନୂତନ ପ୍ରତିରକ୍ଷା ସଚିବ ଭାବେ ନାମିତ କରିଛନ୍ତି। ବାସ୍ତବରେ, ଶାପ୍ସ ବର୍ତ୍ତମାନ ବେନ...

ବିଆର୍‌ଆଇ ଫୋରମ୍‌ରେ ଯୋଗଦେଲାନି ଭାରତ

ବେଜିଂ,୨୭ା୪(ଆଇଏଏନ୍‌ଏସ୍‌): ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି)କୁ ବିରୋଧ କରି ଭାରତ ଦ୍ୱିତୀୟ ଥର ଲାଗି ବେଜିଂର ବେଲ୍ଟ ଆଣ୍ଡ ରୋଡ୍‌ ଇନିସିଏଟିଭ୍‌ (ବିଆର୍‌ଆଇ) ଫୋରମ୍‌ରୁ ନିଜକୁ...

ରୁଗ୍ଣ ହାତୀକୁ ଚଲାଇ ମାରିଦେଲେ

କଲମ୍ବୋ, ୧୭ା୮: ହାଡ଼ କଙ୍କାଳ ଦେଖାଯାଉଥିବା ଏକ ୭୦ ବର୍ଷୀୟ ରୁଗ୍ଣ ହାତୀକୁ ଶ୍ରୀଲଙ୍କାରେ ଚଲାଇ ଚଲାଇ ମାରିଦେଇଥିବା ଜଣାପଡ଼ିଛି। ଏକ ବଡ ବୌଦ୍ଧ ମହୋତ୍ସବରେ ହାତୀଟିକୁ...

ବଢିଲା ଇମ୍ରାନଙ୍କ ଅଡୁଆ, ମେ ୯ ହିଂସା ମାମଲାରେ ପୁଣି ହେବେ ଗିରଫ

ଇସଲାମାବାଦ,୨୫।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଆଉ ଏକ ଝଟକା ଲାଗିଛି। ପାକିସ୍ତାନର ଏକ କୋର୍ଟ ମେ ୯ରେ ଲାହୋର କୋର କମାଣ୍ଡରଙ୍କ ଘରେ(ଜିନ୍ନା...

Advertisement
Archives

Model This Week