ପିଲାଙ୍କୁ ଜାଳି ଦିଆଯାଉଛି, ମହିଳାଙ୍କ ସହ ବଳାତ୍କାର: ହମାସର ଆତଙ୍କରାଜକୁ ନେଇ ପୋପଙ୍କୁ ଚିଠି ଲେଖିଲେ ପ୍ରଧାନମନ୍ତ୍ରୀଙ୍କ ସ୍ତ୍ରୀ

ଜେରୁଜେଲମ,୨୫।୧୨: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ୍‌jସ୍ତ୍ରୀ ସାରା ନେତାନ୍ୟାହୁ ପୋପ ଫ୍ରାନ୍ସିସଙ୍କୁ ଇସ୍ରାଏଲ-ହମାସ ଯୁଦ୍ଧରେ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି। ସେ ବନ୍ଧକମାନଙ୍କୁ ବିନା ସର୍ତ୍ତରେ ମୁକ୍ତ କରିବା ସଂପର୍କରେ ପୋପଙ୍କୁ ହସ୍ତକ୍ଷେପ କରିବାକୁ କହିଛନ୍ତି। ସାରା ନେତାନ୍ୟାହୁ ପୋପ ଫ୍ରାନ୍ସିସଙ୍କୁ ଏକ ଚିଠି ଲେଖିଛନ୍ତି। ଏଥିରେ ହମାସର ଆତଙ୍କରାଜ ବିଷୟରେ ଉଲ୍ଲେଖ କରାଯାଇଛି। ହମାସ ଯୋଦ୍ଧାମାନେ ନିରୀହ ସାଧାରଣ ନାଗରିକଙ୍କୁ ହତ୍ୟା କରିଛି ଏବଂ ନବଜାତ ଶିଶୁମାନଙ୍କୁ ଜାଳି ଦିଆଯାଉଛି। ଏହା ବ୍ୟତୀତ ସେ ଚିଠିରେ ମହିଳାଙ୍କ ବଳାତ୍କାର ବିଷୟରେ ମଧ୍ୟ ଚିଠିରେ ଉଲ୍ଲେଖ କରିଛନ୍ତି।
ସାରା ଲେଖିଛନ୍ତି, ଅତ୍ୟାଚାରର ୭୮ ଦିନ ପରେ ହମାସ ୧୨୯ ପୁରୁଷ, ମହିଳା ଏବଂ ଶିଶୁଙ୍କୁ ବନ୍ଧକ ରଖିଛି। ସେମାନଙ୍କ ମଧ୍ୟରୁ ଅନେକ ଆହତ ଏବଂ ଅସୁସ୍ଥ ଅଛନ୍ତି। ସେମାନେ ଭୋକରେ ପୀଡିତ ଅଛନ୍ତି ଏବଂ ବଞ୍ଚିବା ପାଇଁ ଆବଶ୍ୟକ ମୌଳିକ ଔଷଧରୁ ବଞ୍ଚିତ ହୋଇଛନ୍ତି। ଏହା ସବୁଠାରୁ ବର୍ବର ଘଟଣା।
ସାରା ନେହା ଅରଗାମେନି ନାମକ ଜଣେ ବନ୍ଧକ ବିଷୟରେ ଉଲ୍ଲେଖ କରିଥିଲେ। ଅକ୍ଟୋବର ୭ରେ ହମାସ ଆକ୍ରମଣ ସମୟରେ ତାଙ୍କୁ ଅପହରଣ କରାଯାଇଥିଲା। ନେହାଙ୍କ ମା’ ଷ୍ଟେଜ ୪ ମସ୍ତିଷ୍କ କର୍କଟ ସହିତ ଲଢୁଛନ୍ତି ଏବଂ ପ୍ରକୃତରେ ସେ ତାଙ୍କ ଝିଅକୁ ଭେଟିବାକୁ ଚାହୁଁଛନ୍ତି। ସାରା କହିଛନ୍ତି, ମୁଁ ପୋପ ଫ୍ରାନ୍ସିସଙ୍କୁ ବ୍ୟକ୍ତିଗତ ଭାବରେ ଏହି ଘଟଣାରେ ହସ୍ତକ୍ଷେପ କରିବାକୁ ଏବଂ ବନ୍ଧକମାନଙ୍କୁ ମୁକ୍ତ କରିବା ପାଇଁ ସେ ହସ୍ତକ୍ଷେପ କରିବାକୁ କହୁଛି।
ସୂଚନାଯୋଗ୍ୟ, ଗତ ଅକ୍ଟୋବର ୭ରେ ହମାସ୍‌ ଆତଙ୍କବାଦୀ ଇସ୍ରାଏଲ୍‌ ଉପରେ ଆକ୍ରମଣ କରିବାରୁ ଏହାର ୧,୨୦୦ ଲୋକଙ୍କ ମୃତ୍ୟୁ ଘଟିବା ସହ ଆତଙ୍କବାଦୀମାନେ ୨୪୦ ଜଣଙ୍କୁ ପଣବନ୍ଦୀ କରିନେଇଥିଲେ। ଏହା ପରେ ଇସ୍ରାଏଲ୍‌ର କ୍ରମାଗତ ଆକ୍ରମଣରେ ଗାଜା ଷ୍ଟ୍ରିପ୍‌ର ୨୦,୪୦୦ରୁ ଅଧିକ ଲୋକେ ପ୍ରାଣ ହରାଇଲେଣି। ୨୩ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଗାଜାର ୮୫ ପ୍ରତିଶତ ଲୋକ ଘରଦ୍ୱାର ଛାଡ଼ି ପଳାଇଗଲେଣି। ଦିନକ ପୂର୍ବରୁ ସେଠାରେ ୧୬୬ ଜଣଙ୍କ ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri