ପିଲାଙ୍କୁ ଦିଆଯିବ ଗଞ୍ଜା ରକ୍ତ ଇଞ୍ଜେକଶନ, ପ୍ରଖର ହେବ ସ୍ମୃତିଶକ୍ତି…

ବେଜିଂ,୧୫।୯:

କରୋନା ମହାମାରୀ ମଧ୍ୟରେ ଚାଇନା ପିଲାମାନଙ୍କଠାରେ ଏକ ଅଦ୍ଭୁତ ପରୀକ୍ଷଣ କରିବାକୁ ପ୍ରସ୍ତୁତ ହେଉଛି। ସରକାର କହିଛନ୍ତି, ମାତାପିତା ଯେଉଁମାନେ ନିଜ ପିଲାମାନଙ୍କୁ ସୁପର ପିଲା କରିବାକୁ ଚାହୁଁଛନ୍ତି। ଯଦି ପିଲା ପ୍ରତ୍ୟେକ କ୍ଷେତ୍ରରେ ଆଗରେ ରୁହନ୍ତୁବୋଲି ସେମାନେ ଚାହାଁନ୍ତି, ତେବେ ସେମାନଙ୍କୁ ଚିକେନ ପ୍ୟାରେଣ୍ଟିଂ ଗ୍ରହଣ କରିବାକୁ ପଡ଼ିବ ।
ଚାଇନାର ଚିକେନ ପ୍ୟାରେଣ୍ଟିଂ ସ୍କିମ ଅନୁଯାୟୀ ପିଲାମାନଙ୍କୁ ଗଞ୍ଜା ରକ୍ତର ଇଞ୍ଜେଶନ ଦିଆଯିବ। ସେମାନଙ୍କର ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର ହେବ ବୋଲି ସରକାରଙ୍କ ପକ୍ଷରୁ ଦାବି କରାଯାଇଛି। ଏହାଦ୍ୱାରା ବନ୍ଧ୍ୟା ଅବା ନପୁସଂକତା ସମସ୍ୟା, କର୍କଟ ଏବଂ ଚନ୍ଦାପଣ ଆଦି ସମସ୍ୟାରୁ ଦୂରେଇ ରହିହେବ। ଗଣମାଧ୍ୟମ ସଂସ୍ଥା ସିଙ୍ଗାପୁର ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ, ଗଞ୍ଜା ରକ୍ତରେ ଷ୍ଟେରଏଡ ଥାଏ ଯାହା ପିଲାମାନଙ୍କୁ କ୍ରୀଡା ତଥା ଅଧ୍ୟୟନ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବାରେ ସାହାଯ୍ୟ କରିବ। ଏହା ଯୋଗୁ ସ୍ମୃତିଶକ୍ତି ମଧ୍ୟ ପ୍ରଖର ହେବ।

ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ବେଜିଂ, ସାଂଘାଇ ଏବଂ ଗୁଆଙ୍ଗଜୋରେ ଗଞ୍ଜା ରକ୍ତ ନେଉଥିବା ଶିଶୁଙ୍କର ଏକ ସ୍ବତନ୍ତ୍ର ପରିଚୟ ରହିଛି। ଚିକେନ ପ୍ୟାରେଣ୍ଟିଙ୍ଗ ଆମେରିକାରେ ହେଲିକପ୍ଟର ପ୍ୟାରେଣ୍ଟିଙ୍ଗ ସହିତ ସମାନ। ହେଲିକପ୍ଟର ପ୍ୟାରେଣ୍ଟିଙ୍ଗରେ ପିଲାମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଉନ୍ନତି ପାଇଁ ସ୍ବତନ୍ତ୍ର ତାଲିମ ଦିଆଯାଇଥାଏ। ଯେଉଁ ପିଲାମାନେ ଅଧ୍ୟୟନ ପଛୁଆ ସେମାନଙ୍ପକ ପାଇଁ ହେଲିକପ୍ଟର ପ୍ୟାରେଣ୍ଟିଙ୍ଗ ବ୍ୟବସ୍ଥା କରାଯାଇଥାଏ।

ଜାତୀୟ ମାନସିକ ସ୍ବାସ୍ଥ୍ୟ ବିକାଶ ଅନୁଯାୟୀ, ୨୦୧୯-୨୦ରେ ଚାଇନାର ୨୫ ପ୍ରତିଶତ ଯୁବକ ଅବସାଦର ଶିକାର ହୋଇଥିଲେ। ୭.୪ ପ୍ରତିଶତ କିଶୋର ଅବସାଦର ଶିକାର ହୋଇଛନ୍ତି। ଅପର ପକ୍ଷରେ ଚାଇନା ପିଲାଙ୍କର ସାଧାରଣତଃ ଦୃଷ୍ଟି ଶକ୍ତି ଦୁର୍ବଳହୋଇଥାଏ। ମାଧ୍ୟମିକ ବିଦ୍ୟାଳୟରେ ୭୧ ପ୍ରତିଶତ ଏବଂ ହାଇ ସ୍କୁଲ୍‌ରେ ୮୧ ପ୍ରତିଶତ ପିଲାଙ୍କର ଦୃଷ୍ଟି ଶକ୍ତି ଖରାପ ରହିଥାଏ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମାଷ୍ଟମୀରେ ମହାସଂଯୋଗ କରିବ ମନି ମେକର୍‌, ୯ଟି ରାଶି ହେବ ଧନବାନ!

ଚଳିତ ବର୍ଷ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପର୍ୱ କେବଳ ଧାର୍ମିକ ଦୃଷ୍ଟିକୋଣରୁ ନୁହେଁ, ବରଂ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମଧ୍ୟ ଅତ୍ୟନ୍ତ ବିରଳ ଏବଂ ଶୁଭଙ୍କର। ୪ ସେପ୍ଟେମ୍ୱର…

କାହିଁକି ସ୍ବୟଂବର କରିଥିଲେ ରାଖୀ ସାୱନ୍ତ? ଖୋଲିଦେଲେ ଅସଲ କାରଣ, କହିଲେ-ବିବାହ ପାଇଁ ନୁହେଁ ବରଂ…

ମୁମ୍ବାଇ: ବଲିଉଡର ‘ଡ୍ରାମା କ୍ୱିନ’ ଭାବେ ପରିଚିତ ରାଖୀ ସାୱନ୍ତ ପୁଣିଥରେ ଚର୍ଚ୍ଚାରେ। ୨୦୦୯ରେ ତାଙ୍କ ସ୍ବୟଂବର ରିଆଲିଟି ଶୋ’ ଟେଲିଭିଜନରେ ଖୁବ ଚର୍ଚ୍ଚିତ ହୋଇଥିଲା। ସେତେବେଳେ…

କୋରାପୁଟ ଜିଲାର ୮୮,୨୮୯ ଚାଷୀଙ୍କୁ ୧୭.୮୮ କୋଟିର ସିଏମ୍‌-କିଷାନ ସହାୟତା

କୋରାପୁଟ, ୪।୯ (ଅମିତାଭ ବେହେରା): ରବି ଋତୁରେ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ଲକ୍ଷ୍ୟରେ ସିଏମ୍‌-କିଷାନ ଯୋଜନାର ୫ମ କିସ୍ତି ଶୁକ୍ରବାର ପ୍ରଦାନ କରାଯାଇଛି। ଭୁବନେଶ୍ୱରସ୍ଥିତ ଓୟୁଏଟିର…

ବଡ଼ ଘୋଷଣା କଲା BCCI, ଟିମ ଇଣ୍ଡିଆ ପ୍ରଥମ ଥର ପାଇଁ…

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଶୁକ୍ରବାର ବଡ଼ ଘୋଷଣା କରିଛି। ଏସିଆନ ଗେମ୍ସରେ ନିଜ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଭାରତୀୟ ପୁରୁଷ କ୍ରିକେଟ…

ଶ୍ରୀ ରାଧାକୃଷ୍ଣ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ଦିଗପହଣ୍ଡି,୪ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପାଇକ ସାହି ନିକଟ ଶ୍ରୀକୃଷ୍ଣ ଚୈତନ୍ୟ ଆଶ୍ରମ ପରିସରରେ ଥିବା ଶ୍ରୀ ରାଧା ବିନୋଦ ବିହାରୀଜୀଉ(ରାଧାକୃଷ୍ଣ) ମନ୍ଦିରରେ ଭାଦ୍ରବ…

ନବପଞ୍ଚମ ଯୋଗରେ ମାଲାମାଲ ହେବେ ସିଂହ ସମେତ ଏସବୁ ରାଶି: ଖୋଲିବ ଆୟର ଦ୍ୱାର, ଶନିବାରଠୁ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆସନ୍ତା ୫ ସେପ୍ଟେମ୍ବର ସକାଳେ ଶୁକ୍ର ଓ ଚନ୍ଦ୍ରଙ୍କ ମଧ୍ୟରେ ଏକ ଶୁଭ ନବପଞ୍ଚମ ଯୋଗ ଗଠନ ହେବ। ଚନ୍ଦ୍ରମା ୫ ସେପ୍ଟେମ୍ବର…

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ, ଶ୍ରୀକୃଷ୍ଣ ମେଳା

ଛତ୍ରପୁର, ୪।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ଓ ଶ୍ରୀକୃଷ୍ଣ ମେଳା ବର୍ଣ୍ଣାଢ଼୍ୟ ପରିବେଶରେ ପାଳିତ…

ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏମିତି କହିଲେ ମିଥୁନ ଚକ୍ରବର୍ତ୍ତୀ, ସଭିଏଁ ଆଶ୍ଚର୍ଯ୍ୟ

କୋଲକାତା,୪।୯: ବରିଷ୍ଠ ଅଭିନେତା, ପଦ୍ମଭୂଷଣ ପୁରସ୍କାରପ୍ରାପ୍ତ ଏବଂ ପୂର୍ବତନ ଭାଜପା ରାଜ୍ୟ ସଭା ସାଂସଦ ମିଥୁନ ଚକ୍ରବର୍ତ୍ତୀ ଶୁକ୍ରବାର ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri