ସମ୍ବଲପୁରରେ ଶିଶୁ ବିକ୍ରି:ମାସକର ଝିଅକୁ ଉଦ୍ଧାର କଲା ଶିଶୁ କଲ୍ୟାଣ ସମିତି

ସମ୍ବଲପୁର/ରେଢ଼ାଖୋଲ,୨୯ା୧୦(ବ୍ୟୁରୋ/ଡି.ଏନ୍‌.ଏ.):ସମ୍ବଲପୁର ଜିଲା ରେଢାଖୋଲ ଉପଖଣ୍ଡ ଚାରମାଲ ଥାନା ଅଞ୍ଚଳରେ ଏକ ମାସର ଶିଶୁକନ୍ୟାକୁ ୧୫ହଜାର ଟଙ୍କାରେ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। ହେଲେ ବିକ୍ରି ନୁହେଁ, ଆର୍ଥତ୍କ ଅନଟନ ଯୋଗୁ ଖାଇବାକୁ ଦେଇ ନ ପାରି ସେ ନିଜର ଶିଶୁକନ୍ୟାକୁ ଅନ୍ୟଜଣେ ମହିଳାଙ୍କୁ ଦାନ କରିଦେଇଥିବା ଶିଶୁଟିର ମା’ କହିଛନ୍ତି। ଏ ସଂକ୍ରାନ୍ତରେ ଚାଇଲ୍ଡ ଲାଇନ ପାଖରେ ଖବର ପହଞ୍ଚିବା ପରେ ଚାରମାଲ ଥାନାରେ ଅଭିଯୋଗ ହୋଇଥିଲା। ମଙ୍ଗଳବାର ବିଳମ୍ବିତ ରାତିରେ ପୋଲିସ ଶିଶୁକନ୍ୟାକୁ ଉଦ୍ଧାର କରିଛି। ବୁଧବାର ଶିଶୁ କଲ୍ୟାଣ ସମିତିରେ ଶିଶୁକନ୍ୟାକୁ ହାଜର କରାଯାଇଥିଲା। ଶିଶୁ କନ୍ୟାର ମା’ ଓ ତାକୁ ଗ୍ରହଣ ଥିବା ଦମ୍ପତି ଉପସ୍ଥିତ ଥିଲେ। ଶିଶୁ କନ୍ୟା ବିକ୍ରି ହୋଇ ନ ଥିବା ମା’ ବୟାନ ଦେଇଛନ୍ତି। ଅନ୍ୟପଟେ ସେ ଶିଶୁକନ୍ୟାକୁ ସାଙ୍ଗରେ ନେଇ ଯିବାକୁ ଅନୁରୋଧ କରିଥିଲେ। ହେଲେ ଶିଶୁଟିକୁ ଦେବାକୁ ଶିଶୁ କଲ୍ୟାଣ ସମିତି କର୍ତ୍ତୃପକ୍ଷ ମନା କରିଦେଇଛନ୍ତି। ଏଥିପାଇଁ ଆଇନଗତ ପ୍ରକ୍ରିୟା ରହିଛି। ତାହା ପାଳନ କରାଯିବ। ମହିଳା ଜଣକ ଶିଶୁକନ୍ୟାର ମା’ ବୋଲି ପ୍ରମାଣ ଦେଲେ ତାଙ୍କୁ ପ୍ରଦାନ କରାଯିବ ବୋଲି ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷ ବ୍ରଜେନ୍ଦ୍ର ପଣ୍ଡା କହିଛନ୍ତି। ଶିଶୁକନ୍ୟାକୁ ବରଗଁାସ୍ଥିତ ଆଶା ହୋମରେ ରଖାଯାଇ ଲାଳନପାଳନ କରାଯାଉଛି ବୋଲି ସେ କହିଛନ୍ତି।
ଅନ୍ୟପଟେ ଶିଶୁକନ୍ୟା ଦାନ କରିଥିବା ମହିଳା ଜଣଙ୍କ ସମସ୍ତ ସରକାରୀ ସୁବିଧାରୁ ବଞ୍ଚତ୍ତ ହୋଇଛନ୍ତି। ଆଧାର କାର୍ଡ, ଖାଦ୍ୟ ସୁରକ୍ଷା ଯୋଜନା ଓ ଆବାସ ଯୋଜନା ଭଳି ସୁବିଧା ସେ ପାଇ ନ ଥିବା କହିଛନ୍ତି। ସେହିପରି ଶିଶୁକନ୍ୟାକୁ ନେଇଥିବା ଦମ୍ପତି କହିଛନ୍ତି, ଉଭୟ ପରିବାର ମଧ୍ୟରେ ପୂର୍ବରୁ ସମ୍ପର୍କ ରହିଥିଲା। ତେଣୁ ରେଢାଖୋଲ ନୋଟାରୀ ପାଖରେ ସତ୍ୟପାଠ କରି ଶିଶୁକନ୍ୟାକୁ ନେଇଥିଲେ। ଶିଶୁକନ୍ୟାକୁ ଗ୍ରହଣ କରିଥିବା ଦମ୍ପତିଙ୍କ ପୂର୍ବରୁ କୌଣସି ସନ୍ତାନ ନ ଥିବା ଜଣାପଡିଛି।
ସୂଚନାଯୋଗ୍ୟ, ଚାରମାଳ ଥାନା ଅଞ୍ଚଳରେ ସ୍ବାମୀ ପରିତ୍ୟକ୍ତା ସମ୍ପୃକ୍ତା ମହିଳା ଜଣଙ୍କ ଚାରମାଲ ଡାକ୍ତରଖାନାରେ ସେପ୍ଟେମ୍ବର ୧୯ରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। କିଛି ଦିନ ଘରେ ରହିଥିଲେ। ହେଲେ ଦିନ ମଜୁରି କରି ପେଟ ପୋଷୁ ଥିବା ମହିଳା ଜଣକୁ ଏଥପାଇଁ ସମସ୍ୟା ହୋଇଥିଲା। ପୂର୍ବରୁ ପରିଚିତ ଥିବା ରେଢାଖୋଲ ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ସେ ନିଜ ଶିଶୁ କନ୍ୟାକୁ ଦାନ କରିଥିଲେ। ଘଟଣା ସମ୍ପର୍କରେ ଚାଇଲ୍ଡ ଲାଇନ ନମ୍ବରେ ଅଭିଯୋଗ ଆସିଥିଲା। ଚାଇଲ୍ଡ ଲାଇନ ପକ୍ଷରୁ ଚାରମାଲ ଥାନାରେ ୧୫ ହଜାର ଟଙ୍କାରେ ଶିଶୁ ବିକ୍ରି କରାଯାଇଥିବା ଭଳି ସାଂଘାତିକ ଅଭିଯୋଗ ହୋଇଥିଲା। ପୋଲିସ,ଚାଇଲ୍ଡ ଲାଇନ ସଦସ୍ୟ,ସ୍ଥାନୀୟ ଜନ ପ୍ରତିନିଧି ପହଞ୍ଚି ଶିଶୁକନ୍ୟାକୁ ଉଦ୍ଧାର କରିଥିଲେ। ଏହି ଘଟଣା ଜିଲାରେ ଆଲୋଡନ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ ଯୋଗୁ ହଠାତ୍‌ ସ୍ଥଗିତ ରହିଲା ୨ଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌

ଢାକା,୩୦।୧୨: ଆଜି ସକାଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ ଯୋଗୁ ବାଂଲାଦେଶ କ୍ରିକେଟ ବୋର୍ଡ ମଙ୍ଗଳବାର, ଡିସେମ୍ବର ୩୦, ୨୦୨୫ରେ ହେବାକୁ ଥିବା ଉଭୟ...

ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ଖାଲେଦା ଜିଆ କରିଥିଲେ ନାମାଙ୍କନ, ଏବେ ଆଲୋଚନା ପୁଅଙ୍କୁ ମିଳିବକି ସହାନୁଭୁତି? ଜାଣନ୍ତୁ ବାଂଲାଦେଶ ରାଜନୀତିର…

ଢାକା,୩୦।୧୨: ଆସନ୍ତା ବର୍ଷ ଫେବୃଆରୀରେ ବାଂଲାଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ପୂର୍ବତନ ବାଂଲାଦେଶୀ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ମୃତ୍ୟୁକୁ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)...

ଯୁବବର୍ଗଙ୍କୁ ନୂଆବର୍ଷର ଉପହାର ଦେଲେ ସରକାର: ମିଳିବ ୧୫ ହଜାର ଟଙ୍କା, ଜାଣନ୍ତୁ କିପରି…

ନୂଆଦିଲ୍ଲୀ,୩୦।୧୨: ନୂଆବର୍ଷ ପୂର୍ବରୁ ସରକାର ଯୁବପିଢ଼ିଙ୍କୁ ଏକ ନୂତନ ବର୍ଷର ଉପହାର ଦେଇଛନ୍ତି। ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ X ରେ ଟୁଇଟ୍‌ କରିଛି, ଯେଉଁଥିରେ...

ବୈତରଣୀ ନଦୀ ପାର୍‌ ହୋଇଆସିଲା ହାତୀ: ଲୋକେ ଭୟଭୀତ

ହାଟଡ଼ିହୀ,୩୦।୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ଦେଖାଦେଇଛି। ହାତୀଟି ବ୍ଲକ ଅଧୀନ ବିଭିନ୍ନ ଗାଁ ଏବଂ ଛକ ବଜାରରେ ବୁଲୁଥିବାବେଳେ...

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ହୁକିଟୋଲାର ସୌନ୍ଦର୍ଯ୍ୟ

ମହାକାଳପଡ଼ା,୩୦ା୧୨ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଙ୍ଗୋପସାଗର ନୀଳ ଜଳରାଶି ସହ ବିଶାଳ ବାଲୁକା ଶଯ୍ୟା ଆଇଲାଣ୍ଡ ହୁକିଟୋଲା ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଖୁବ୍‌...

ଭୟଙ୍କର ଦୁର୍ଘଟଣା: ନିୟନ୍ତ୍ରଣ ହରାଇ ଘାଇକୁ ଖସିଲା ବସ୍, ୭ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୩୦।୧୨: ଉତ୍ତରାଖଣ୍ଡରୁ ବଡ଼ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଅଲମୋରା ଜିଲାରେ ଏକ ଯାତ୍ରୀବାହୀ ବସ ନିୟନ୍ତ୍ରଣ ହରାଇ ଘାଇକୁ ଖସି ଯାଇଥିଲା ।...

ଏହି ଦେଶଗୁଡ଼ିକରେ ନାଗରିକତା ପାଇବା ବହୁତ କଷ୍ଟକର, ଅପେକ୍ଷା କରିବାକୁ ପଡେ ୨୦ରୁ ୨୫ ବର୍ଷ

ନୂଆଦିଲ୍ଲୀ,୩୦।୧୨: ପ୍ରତିବର୍ଷ, ଭାରତରୁ ଲକ୍ଷ ଲକ୍ଷ ଲୋକ ସେମାନଙ୍କର ନାଗରିକତା ପରିତ୍ୟାଗ କରି ବିଦେଶରେ ବସବାସ କରନ୍ତି। ସରକାର ନିକଟରେ ଏହି ବିଷୟରେ ତଥ୍ୟ ପ୍ରକାଶ...

ୟାମିଙ୍କ ଇଚ୍ଛା

ମୁମ୍ବାଇ: ଆଦିତ୍ୟ ଧରଙ୍କ ଫିଲ୍ମ ‘ଧୁରନ୍ଧର’ ୨୦୨୫ର ସବୁଠାରୁ ବଡ଼ ଫିଲ୍ମ ହୋଇଛି। ଏହି ଫିଲ୍ମଟି ସାରା ବିଶ୍ୱରେ ୧୦୦୦ କୋଟିରୁ ଅଧିକ ଆୟ କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri