ନୟାଗଡ଼ରେ ପୁଣି ଶିଶୁ ନିଖୋଜ

ଖଣ୍ଡପଡ଼ା,୧୩ା୧(ସ୍ବ.ପ୍ର): ନୟାଗଡ଼ ଜିଲା ଖଣ୍ଡପଡା ବ୍ଲ୍ଳକ ଅଧୀନ କିଆଝର ପଞ୍ଚାୟତର କିଆଝରପାଟଣା ଗ୍ରାମର ଜଣେ ୬ ବର୍ଷର ଶିଶୁ ମଙ୍ଗଳବାର ଅପରାହ୍ନରୁ ନିଖୋଜ ହୋଇଯାଇଛନ୍ତି। ଏ ସଂକ୍ରାନ୍ତରେ ଖଣ୍ଡପଡା ଥାନାରେ ଅଭିଯୋଗ ହେବା ପରେ ପୋଲିସ ତନାଘନା ଆରମ୍ଭ କରିଛି । ମିଳିଥିବା ସୂଚନା ଅନୁଯାୟୀ, କିଆଝର ପାଟଣା ଗ୍ରାମର ଲକ୍ଷ୍ମଣ ଲେଙ୍କାଙ୍କ ପୁଅ ଲୁଡୁ(୬) ମଙ୍ଗଳବାର ଅପରାହ୍ନ ପ୍ରାୟ ୩ଟାରେ ଘରୁ ପଦାକୁ ଆସିଥିଲେ । ଗାଁ ଦାଣ୍ଡରେ ସେ ଖେଳୁଥିବା ପରିବାର ଲୋକେ ଭାବିଥିଲେ । ହେଲେ ସେ ଆଉ ଘରକୁ ଫେରି ନ ଥିଲେ । ପରିବାର ଲୋକେ ଲୁଡୁଙ୍କୁ ବହୁ ଖୋଜିଥିଲେ ମଧ୍ୟ ତାଙ୍କ ପତ୍ତା ମିଳି ନ ଥିଲା । ଏ ସଂକ୍ରାନ୍ତରେ ସ୍ଥାନୀୟ ଲୋକେ ଜାଣିବା ପରେ ସେମାନେ ମଧ୍ୟ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ଶେଷରେ ରାତି ପ୍ରାୟ ୮ଟାରେ ଏ ନେଇ ଖଣ୍ଡପଡା ଥାନାରେ ଲକ୍ଷ୍ମଣ ଲିଖିତ ଅଭିଯୋଗ କରିଥିଲେ । ଆଇଆଇସି ବିଶ୍ୱଜିତ୍‌ ରାଉତରାୟ ସଦଳବଳ ଘଟଣାସ୍ଥଳ ପରିଦର୍ଶନ କରି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ଲୁଡୁ ଭଲ ଭାବେ ଶୁଣି ପାରନ୍ତି ନାହିଁ କି ସ୍ପଷ୍ଟ ଭାବେ କଥା କହି ପାରନ୍ତି ନାହିଁ ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିକୁ ଦାନ

ଭଦ୍ରକ ଅଫିସ,୧୯।୪: ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠି କୁ ଭଦ୍ରକ ଡିଷ୍ଟ୍ରିକ୍ଟ ଫ୍ଲlଇଆସ ବ୍ରିକ୍ସ ଓନର୍‌ ଆସୋସିଏଶନ ପକ୍ଷରୁ ୧ ଲକ୍ଷ ୧୦ ହଜାର ଟଙ୍କା ପ୍ରଦାନ...

ଉଦଳା ନିର୍ବାଚନମଣ୍ଡଳୀରେ ବିଜେଡି ଆଗୁଆ

ବାରିପଦା ଅଫିସ,୨୩ା୫: ମୟୂରଭଞ୍ଜ ଜିଲା ଉଦଳା ନିର୍ବାଚନମଣ୍ଡଳୀରେ ବିଜେଡି ଆଗୁଆ ରହିଛି। ବିଜେଡିର ଶ୍ରୀନାଥ ସୋରେନ ୨୭୮୪ ଖଣ୍ଡ ଭୋଟରେ ଆଗୁଆ ଥିବାବେଳେ ଭାଜପାର ଭାସ୍କର...

ସଚେତନ ଉପଭୋକ୍ତାଙ୍କୁ ଗୋଲାପ, ଥ୍ୟାଙ୍କ ୟୁ କାର୍ଡ

ଢେଙ୍କାନାଳ ଅଫିସ, ୨୦।୨ – ଢେଙ୍କାନାଳ ସହରରେ ସମ୍ପୂର୍ଣ୍ଣ ଦେୟ ପ୍ରଦାନ କରିଥିବା ସଚେତନ ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ପ୍ରଦାନ କରାଯାଇଛି ଗୋଲାପ, ଥ୍ୟାଙ୍କ ୟୁ କାର୍ଡ...

ହାଇକୋର୍ଟରେ ଏଏସ୍‌ଆଇ ଡିଜିଙ୍କ ବ୍ୟକ୍ତିଗତ ହାଜିରା: ୪ମାସ ମଧ୍ୟରେ ଶ୍ରୀମନ୍ଦିର, ସୂର୍ଯ୍ୟମନ୍ଦିର ମରାମତି ଶେଷ ହେବ

କଟକ ଅଫିସ,୨୪ା୧୨- ପୁରୀ ଶ୍ରୀମନ୍ଦିର ଓ କୋଣାର୍କ ସୂର୍ଯ୍ୟମନ୍ଦିର ମରାମତି ମାମଲାରେ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ)ର ଡିଜି ଉଷା ଶର୍ମା ସୋମବାର ହାଇକୋର୍ଟରେ ବ୍ୟକ୍ତିଗତ...

୪୮ ଘଣ୍ଟା ପୂରିଲା, ଫେରାର କଏଦୀଙ୍କ ପତ୍ତା ମିଳୁନି: କର୍ମଚାରୀଙ୍କୁ ଦୋଷଦେଲେ କର୍ତ୍ତୃପକ୍ଷ

ଢେଙ୍କାନାଳ ଅଫିସ, ୧୬।୧୨: ଢିଲା ସୁରକ୍ଷା ବ୍ୟବସ୍ଥାକୁ ନେଇ ଚର୍ଚ୍ଚାକୁ ଆସିଛି ୧୦୦ ବର୍ଷ ପୁରୁଣା ଢେଙ୍କାନାଳ ଜିଲା କାରଗାର। ନାବାଳିକା ବଳାତ୍କାର ଭଳି ସଙ୍ଗିନ ମାମଲାର...

ପ୍ରଶାସନ ମିଳିତ ଟିମ୍‌ର ଚଢ଼ାଉ, କାଗଜପତ୍ର ଜବତ

ବ୍ରହ୍ମପୁର ଅଫିସ, ୨୦ା୨ – ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ନୂଆ ବସ୍‌ଷ୍ଟାଣ୍ଡ ନିକଟରେ ଥିବା ଗୁରୁଦେବ ହସ୍‌ପିଟାଲରେ ସୋମବାର ରାତିରେ ଚିକିତ୍ସା ଅବହେଳାରୁ ଜଣେ...

ଉର୍ବଶୀକଁର ଘରେ ପୁହୁଁଚିଲା ଡାକ୍‌ତରୀ ଦଲ

  ପର୍ଲା, ୨୪।୧୨ (ଡି.ଏନ୍‌.ଏ.)- ସୋମବାର ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ଚିକିଛା ଲାଗି ଟଁକା ଅଭାବ, ଅଜନା ରୋଗ୍‌ରେ ପୀଡ଼ିତ ଉର୍ବଶୀ’ ଶୀରଷକ୍‌ରେ ଖବର ବାହାରିଥିଲା।...

ବାଡ଼ିରୁ ମୁଣ୍ଡ ବିହୀନ ଶିଶୁର ମୃତଦେହ ଜବତ

ଯାଜପୁର ଅଫିସ,୧।୨: ଯାଜପୁର ଜିଲା ଅଧିନସ୍ଥ ଚଇନପୁର ଗ୍ରାମପଞ୍ଚାୟତ ବିଦ୍ୟାଧରପୁର ଗ୍ରାମର ଅଶୋକ ତ୍ରିପାଠୀଙ୍କ ବାଡ଼ିରୁ ସୋମବାର ପୂର୍ବାହ୍ନରେ ମୁଣ୍ଡ ବିହୀନ ଶିଶୁର ମୃତଦେହ ଜବତ...

Advertisement
Archives

Model This Week