ନୟାଗଡ଼ରେ ରୋକି ହେଉନି ବାଲ୍ୟବିବାହ

ନୟାଗଡ଼,୯।୧୧(ଲୋକନାଥ ମିଶ୍ର) ନୟାଗଡ଼ ଜିଲାରେ ବାଲ୍ୟ ବିବାହ ବଢ଼ୁଥିବାବେଳେ ଶିଶୁକନ୍ୟା ଜନ୍ମ ହାର ହ୍ରାସ ହେବା ଚିନ୍ତାର କାରଣ ପାଲଟିଛି । ଜିଲାରେ ୩୬ ପ୍ରତିଶତ ନାବାଳିକା ବିବାହ କରୁଛନ୍ତି। ଜିଲାରେ ୧ ହଜାର ପୁଅରେ ୯୧୬ ଝିଅ ଜନ୍ମ ହେଉଛନ୍ତି । ଏଭଳିସ୍ଥଳେ ବୁଧବାର ବାଲ୍ୟ ବିବାହ ବିରୋଧରେ ସ୍ଲୋଗାନ ଦେଇ ମହିଳାମାନଙ୍କ ଏକ ଶୋଭାଯାତ୍ରା ନୟାଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟଠାରୁ ବାହାରି ସ୍ବୟଂ ଶାସିତ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ମହିଳାମାନେ ହାତରେ ପ୍ଲାକାର୍ଡ ଓ ବ୍ୟାନର ଧରି ସହର ପରିକ୍ରମା କରି ସଚେତନତା ସୃଷ୍ଟି କରାଇଥିଲେ । ପରେ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଏକ ସଭା ହୋଇଥିଲା । ଏଥିରେ ଜିଲାପାଳ ରବୀନ୍ଦ୍ର ନାଥ ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କହିଥିଲେ ବାଲ୍ୟ ବିବାହ ବଢ଼ୁଥିବାବେଳେ ଶିଶୁକନ୍ୟା ଜନ୍ମ ହାର ହ୍ରାସ ହେବା ଚିନ୍ତାର କାରଣ । ଦୁଇ ଗମ୍ଭୀର ସମସ୍ୟାରୁ ନୟାଗଡ଼କୁ ମୁକ୍ତ କରିବାକୁ ହେଲେ ମିଳିମିଶି କାମ କରିବାକୁ ପଡିବ । ଏଥିପାଇଁ ସମସ୍ତେ ସଚେତନ ହେବାକୁ ପଡିବ । ସମ୍ମାନିତ ଅତିଥି ଭାବେ ଜିଲା ଆଇନ ସେବା ପ୍ରାଧିକରଣ ସଚିବ ବିଶେଷ କୁମାର ସାହୁ ବାଲ୍ୟ ବିବାହ ନିରୋଧ ଆଇନ ଉପରେ ଟିପ୍ପଣୀ ଦେଇଥିଲେ। ନୟାଗଡ଼ ଅତିରିକ୍ତ ଏସ୍‌ପି ସୁବାସ ପଣ୍ଡା, ଜିଲା ସମାଜ ମଙ୍ଗଳ ଅଧିକାରୀ ଅର୍ଚ୍ଚନା କଅଁର, ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶ୍ୱିନୀ ନାୟକ, ଜିଲା ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷ କିଶୋର ଚନ୍ଦ୍ର ମହାପାତ୍ର, ଜିଲା ଶିଶୁ ସୁରକ୍ଷା ଅଧିକାରୀ ଶିବ୍ୟାନ ପ୍ରଧାନ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ଯୋଗ ଦେଇ ବାଲ୍ୟ ବିବାହ ପରି ଘୃଣିତ ସମାଜିକ ପ୍ରଥାର ବିଲୋପ ପାଇଁ ଟିପ୍ପଣୀ ରଖିଥିଲେ । ଅନ୍ୟପକ୍ଷେ ୨୦୦୬ରୁ ବାଲ୍ୟ ବିବାହ ନିରୋଧ ଅଧିନିୟମ କାର୍ଯ୍ୟ କରୁଥିଲେ ମଧ୍ୟ ୨୦୨୦ ପର୍ଯ୍ୟନ୍ତ ମାତ୍ର ୭୩୮ ମାମଲା ହେବା ପରେ ବକ୍ତାମାନେ ଚିନ୍ତାବ୍ୟକ୍ତ କରିଥିଲେ। ଅନ୍ୟପକ୍ଷେ ଭାରତ ବର୍ଷରେ ୨୩ ପ୍ରତିଶତ ଝିଅ ଓ ଓଡ଼ିଶାରେ ୨୦ ପ୍ରତିଶତ ଝିଅ ବାଳିକା ବଧୂ ସାଜି ଶାଶୁ ଘରକୁ ଯାଉଛନ୍ତି। ସେଠାରେ ଶାରିରୀକ ଓ ମାନସିକ ଯନ୍ତ୍ରଣା ଭୋଗି ଛଟପଟ ହେଉଛନ୍ତି । ଅନ୍ୟପକ୍ଷେ ଅଧାରୁ ପାଠ ଛାଡି ଅଳ୍ପ ବୟସରେ ବିବାହ କରିଥିବା ଝିଅମାନେ ଗର୍ଭବତୀ ହୋଇ ନିଜ ସହ ଶିଶୁର ଜୀବନ ବାଜିରେ ଲଗାଉଛନ୍ତି । ଏଥିରେ ଯେପରି ପରିବର୍ତ୍ତନ ଆସିବ, ନାବାଳିକା ଆଉ ବିବାହ ନ କରିବେ ସେଥିପ୍ରତି ସମସ୍ତେ ସଜାଗ ହୋଇ କାମ କରିବାକୁ ବକ୍ତାମାନେ ପରାମର୍ଶ ଦେଇଥିଲେ । ରୁଚିକା ସମାଜ ମଙ୍ଗଳ ସଙ୍ଗଠନର ମୁଖ୍ୟ କାର୍ଯ୍ୟ ନିର୍ବାହୀ ବେଣୁଧର ସେନାପତି ଅତିଥିଙ୍କୁ ସ୍ବାଗତ କରିଥିବାବେଳେ ସୁରକ୍ଷା ଅଧିକାରୀ ସତ୍ୟ ରଞ୍ଜନ ଦାସ ଧନ୍ୟବାଦ ଦେଇଥିଲେ । ପ୍ରକାଶଥାଉକି ବାଲ୍ୟ ବିବାହକୁ ବନ୍ଦ କରିବା ଉଦ୍ଦେଶ୍ୟେରେ ଏକ ରଥ ୭ଦିନ ସଚେତନତା ସୃଷ୍ଟି ପାଇଁ ବାହାରିଛି । ଏହି ରଥକୁ ଜିଲାପାଳ ପତାକା ଦେଖାଇ ଶୁୂଭାରମ୍ଭ କରିଛନ୍ତି । ଏହି ଅବସରରେ ପ୍ରଜାମଣ୍ଡଳ ମହିଳା ମହାବଦ୍ୟାଳୟର ଛାତ୍ରୀମାନେ ବାଲ୍ୟ ବିବାହ ଉପରେ ଏକ ନାଟକ ମଞ୍ଚସ୍ଥ କରି ସଚେତନତା ସୃଷ୍ଟି କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri