ନଗଡ଼ାରେ ବାଲ୍ୟବିବାହ, ଜନସଂଖ୍ୟା ବଢୁଛି

ଯାଜପୁର ଅଫିସ,୯ା୫: ଆଉ ମାସକ ପରେ ଯାଜପୁର ଜିଲା ନଗଡ଼ାରେ ଶିଶୁ ମୃତ୍ୟୁ ଘଟଣାର ପର୍ଦ୍ଦାଫାସକୁ ୬ ବର୍ଷ ପୂରିବ। ଇତିମଧ୍ୟରେ ରାଜ୍ୟ ସରକାରଙ୍କ ତତ୍ପରତା ଅନୁପାତରେ ବିଭିନ୍ନ ଲୋକହିତକର ଯୋଜନା ସହିତ ନଗଡ଼ାକୁ ରାସ୍ତା ଫିଟିଛି। ତଥାପି ନଗଡ଼ାର ସାମାଜିକ ଏବଂ ଅର୍ଥନୈତିକ ବିକାଶ ଯେଭଳି ହେବା କଥା ତାହା ହୋଇ ପାରିନାହିଁ। ସ୍ବାସ୍ଥ୍ୟ ସମେତ ମା ଓ ଶିଶୁଙ୍କ ବିକାଶ ପାଇଁ କାମ କରୁଥିବା ସରକାରୀ ବିଭାଗର ଅଧିକାରୀ ତଥା କର୍ମଚାରୀମାନେ କାଗଜ ଚାଷରେ ସୀମିତ ରହିଛନ୍ତି। ଫଳରେ ଏଯାଏ ନଗଡ଼ାର ଜୁଆଙ୍ଗ ଆଦିବାସୀଙ୍କ ସାମାଜିକ ଚଳଣିରେ ପରିବର୍ତ୍ତନ ଆସି ନ ଥିବା ଦେଖିବାକୁ ମିଳିଛି। ଆଜି ବି ବାଲ୍ୟବିବାହ ଚାଲିଛି। ପରିବାର ନିୟନ୍ତ୍ରଣ ହୋଇପାରୁନାହିଁ ଏବଂ ଅପପୁଷ୍ଟି ଅପବାଦରୁ ନଗଡ଼ା ମୁକୁଳି ପାରିନାହିଁ।
ଯାଜପୁର ଜିଲା ସୁକିନ୍ଦା ବ୍ଲକ ଚିଙ୍ଗୁଡିପାଳ ପଞ୍ଚାୟତର ନଗଡ଼ାରେ ଅପପୁଷ୍ଟି କାରଣରୁ ଶିଶୁ ମୃତ୍ୟୁ ଘଟଣା ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ହୋଇଥିଲା। ୨୦୧୬ ଏପ୍ରିଲରେ କ୍ରମାଗତ ଭାବେ ୨୦ରୁ ଊର୍ଦ୍ଧ୍ୱ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଗଣମାଧ୍ୟମରେ ପ୍ରଥମେ ଜୁନ ଶେଷ ସପ୍ତାହରେ ଖବର ପ୍ରକାଶ ପାଇବା ପରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉଚ୍ଚପଦସ୍ଥ ଅଧିକାରୀମାନେ ନଗଡ଼ା ଗସ୍ତକୁ ଯାଇ ଏକାଧିକ ରିପୋର୍ଟ ପ୍ରସ୍ତୁତ କରିଥିଲେ। ପ୍ରଥମ କରି ୧୩ା୭ା୨୦୧୬ରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ତତ୍କାଳୀନ ସଚିବ ଆରତି ଆହୁଜା ନଗଡ଼ା ଗସ୍ତକରି ଏକ ସ୍ବଳ୍ପ ଓ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ କରିଥିଲେ। ଅଧିକାଂଶ ସ୍ବଳ୍ପ ମିଆଦୀ ଏଠାରେ କାର୍ଯ୍ୟକାରୀ ହୋଇଥିବାବେଳେ ଦୀର୍ଘମିଆଦି ଯୋଜନା ଉପରେ ଅବହେଳା କରାଯାଇଛି। ଦୀର୍ଘମିଆଦୀ ପ୍ରସ୍ତାବରେ ନଗଡ଼ାକୁ ନିଶ୍ଚିତ ଭାବରେ ରାସ୍ତା, ପାନୀୟଜଳ, ଗୃହ, ବିଦ୍ୟୁତ୍‌, ଶିକ୍ଷା ବ୍ୟବସ୍ଥା ଯୋଗାଇବା। ଏହାବାଦ୍‌ ମମତା ଯୋଜନା, ଆଇସିଡିଏସ୍‌, ସ୍ବାସ୍ଥ୍ୟସେବା, ମହାମତ୍ା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌), ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା, କୃଷି ଯୋଜନାରେ ଲୋକଙ୍କୁ ସାମିଲ କରିବା ସହ ତାହାକୁ ଏକ ଫୋକସ ଗ୍ରାମ ରୂପେ ଗ୍ରହଣ କରିବାକୁ କୁହାଯାଇଥିଲା। ହେଲେ ସ୍ବାସ୍ଥ୍ୟ, କୃଷି ଏବଂ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌କୁ ବାଦ ଦେଲେ ଅନ୍ୟ ସମସ୍ତ ଯୋଜନା କେତେକାଂଶରେ କାର୍ଯ୍ୟକାରୀ ହୋଇଛି। ଅନ୍ୟପକ୍ଷେ ପାନୀୟ ଜଳ ଯୋଗାଣ ଓ ରାସ୍ତା ନିର୍ମାଣରେ ବହୁ ଅନିୟମିତତା ହୋଇଥିବା ଲୋକାୟୁକ୍ତରେ ମାମଲା ତଦନ୍ତାଧୀନ ରହିଛି। ଏହି ଆଦିବାସୀ ଗଁାର ଉନ୍ନୟନ ଉପରେ ସରକାରୀ ସ୍ତରରେ କେତେକାଂଶରେ ଗୁରୁତ୍ୱ ଦିଆଯାଇଥିଲେ ମଧ୍ୟ ସଚେତନତା କ୍ଷେତ୍ରରେ ଅଧିକାରୀମାନେ ହାତ ଟେକି ଦେଇଛନ୍ତି। ଫଳରେ ଏହି ଅଞ୍ଚଳରେ ଗତ ୨ ମାସ ମଧ୍ୟରେ ୧୬ ଜଣ ନାବାଳିକାଙ୍କ ବିବାହ ହୋଇଛି। ସେହିପରି ନଗଡ଼ାର ଜନସଂଖ୍ୟା ନିୟନ୍ତ୍ରଣ ବାହାରେ ରହିଛି। ୨୦୧୬ ଜୁନ ସୁଦ୍ଧା ଏଠାରେ ୫୪୩ ଜନସଂଖ୍ୟା ରହିଥିଲାବେଳେ ଏବେ ତାହା ୭୬୦ରେ ପହଞ୍ଚିଛି। ଗୋଟିଏ ଗୋଟିଏ ପରିବାରରେ ୫ରୁ ଊର୍ଦ୍ଧ୍ୱ ଶିଶୁ ଜନ୍ମ ନେଉଛନ୍ତି। ସଚେତନତାର ଘୋର ଅଭାବ ଯୋଗୁ ବାଲ୍ୟ ବିବାହ ସହ ଜନସଂଖ୍ୟା ନିୟନ୍ତ୍ରଣରେ ଅଙ୍କୁଶ ଲାଗିପାରୁନାହିଁ ବୋଲି କୁହାଯାଉଛି।
ଶିଶୁ ମୃତ୍ୟୁ ଘଟଣା ପରେ ସେଠାରେ ଛତୁ, ପନିପରିବା ଇତ୍ୟାଦି ଚାଷକୁ ଗୁରୁତ୍ୱ ଦିଆଯାଇଥିଲା। କିନ୍ତୁ ଏବେ ସେଠାରେ ପୁଣି ପୂର୍ବ ସ୍ଥିତି ଫେରି ଆସିଛି। ଜୁଆଙ୍ଗ ଆଦିବାସୀମାନେ ପୋଡୁଚାଷ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ତେଣୁ ବିଭିନ୍ନ ସମୟରେ ଜଙ୍ଗଲ ବିଭାଗ ପକ୍ଷରୁ ଚଢାଉ କରି ସମ୍ପୃକ୍ତ ପୋଡୁଚାଷୀଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଖାଦ୍ୟ ଭାବେ ସେମାନେ ଭାତ ଏବଂ ଜଙ୍ଗଳରୁ ମିଳୁଥିବା ବିଭିନ୍ନ କନ୍ଦା ଉପରେ ନିର୍ଭର କରୁଛନ୍ତି। ପନିପରିବା ଖାଦ୍ୟ ଖାଉ ନ ଥିବାରୁ ମା ଓ ଶିଶୁ ଅପପୁଷ୍ଟିର ଶିକାର ହେଉଛନ୍ତି। କହିବାବାହୁଲ୍ୟ ଯେ, ନଗଡ଼ାରେ ସରକାରଙ୍କ ପକ୍ଷରୁ ଖାଦ୍ୟ ସୁରକ୍ଷା, ଆଶ୍ରମ ସ୍କୁଲରେ ଆବାସିକ ଶିକ୍ଷା, ଅଙ୍ଗନଓ୍ବାଡି କେନ୍ଦ୍ର, ବିଜୁ ପକ୍କା ଘର, ମାଗଣା ବିହନ, ମଞ୍ଜି ଓ କୃଷି ସାମଗ୍ରୀ ବଣ୍ଟନ, ମୋ ଉପକାରୀ ବଗିଚା, ସହଜ ବ୍ୟାଙ୍କ ଋଣ ଆଦି ଯୋଜନା ଘରକୁ ଘର ପହଞ୍ଚିଛି। ତଥାପି ସଚେତନତା ଅଭାବ ଜୁଆଙ୍ଗ ଆଦିବାସୀଙ୍କ ଚଳଣିରେ ପରିବର୍ତ୍ତନ ହେଉ ନଥିବାରୁ ତାହା ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ପାଇଁ ବିକଳ୍ପ ଚାଷ କରାଯାଉ: ଘୋଡା ନାଚ ମାଧ୍ୟମରେ ହାତୀ ସୁରକ୍ଷା ସଚେତନତା

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ, ଟାଟା ପାୱାର ଏବଂ ସ୍ନେହା ସ୍ବେଚ୍ଛାସେବୀ ଅନୁଷ୍ଠାନର ମିଳିତ ସହଯୋଗରେ ଚାଲିଥିବା ହାତୀ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ…

କାହାକୁ ଡରୁଥିଲା ପାକିସ୍ତାନ, କେମିତି ନଇଁଲା ଆଉ କିଏ ବୁଝାଇଲା? ଜାଣନ୍ତୁ ଭାରତ-ପାକିସ୍ତାନ ମ୍ୟାଚର ଇନସାଇଡ ଷ୍ଟୋରୀ

ନୂଆଦିଲ୍ଲୀ,୧୦।୨: ପାକିସ୍ତାନ ସରକାର ମ୍ୟାଚ ବର୍ଜନ କରିବାର ନିଷ୍ପତ୍ତି ପ୍ରତ୍ୟାହାର କରିନେଇଛି। ପାକିସ୍ତାନର ଏହି ନିଷ୍ପତ୍ତି ଟୁର୍ଣ୍ଣାମେଣ୍ଟରେ ଚାଲିଥିବା ଅଚଳାବସ୍ଥାର ଅନ୍ତ ଘଟାଇଛି। ୨୦୨୬ ଟି-୨୦ ବିଶ୍ୱକପର…

କୁମ୍ଭ ରାଶିରେ ବୁଧଙ୍କ ଉଦୟ, ଚମକିବ ୩ ରାଶିର ଭାଗ୍ୟ

ଫେବୃଆରୀ ୯ ତାରିଖରେ ବୁଧ କୁମ୍ଭ ରାଶିରେ ଉଦିତ ହୋଇଛନ୍ତି। ବୁଧଙ୍କ ଏହି ଉଦିତ ଫେବୃଆରୀ ମାସରେ କିଛି ରାଶି ପାଇଁ ଅତ୍ୟନ୍ତ ଶୁଭ ଫଳ ଆଣିପାରେ।…

ଅଷ୍ଟ୍ରେଲିଆରେ ଇସ୍ରାଏଲ ରାଷ୍ଟ୍ରପତିଙ୍କୁ ବିରୋଧ, ହେଲେ କାହିଁକି ହେଲା ପ୍ରଦର୍ଶନ? ଜାଣନ୍ତୁ…

ସିଡନୀ,୧୦।୨: ଇସ୍ରାଏଲର ରାଷ୍ଟ୍ରପତି ଆଇଜାକ ହର୍ଜୋଗ ଅଷ୍ଟ୍ରେଲିଆ ଗସ୍ତରେ ଆସୁଛନ୍ତି। ସେ ସୋମବାର ଚାରି ଦିନିଆ ଗସ୍ତ ପାଇଁ ସିଡନୀରେ ପହଞ୍ଚିଥିଲେ। ଗତ ଡିସେମ୍ବରରେ ବଣ୍ଡି ବିଚ…

ICCର ବଡ଼ ଘୋଷଣା: ଏହି ଦଳରେ ସାମିଲ ହେଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୧୦।୨: ଆଇସିସି ପୁରୁଷ ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ଐତିହାସିକ ବିଜୟର ନାୟକ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଆଉ ଏକ ଗୁରୁତ୍ୱପୂର୍ଣ୍ଣ…

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ମା’ବାପାଙ୍କ ଗାଳିକୁ ସହିପାରିଲେନି, ଏକାଥରେ ବିଷ ପିଇ ୪ ନାବାଳିକାଙ୍କ ଆତ୍ମହତ୍ୟା

ଔରଙ୍ଗାବାଦ,୧୦।୨: ପୁଅମାନଙ୍କ ସହ ମିଳାମିଶା କରୁଥିବାରୁ ଝିଅଙ୍କୁ ସେମାନଙ୍କ ମା’ବାପା ଗାଳିଦେଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ୫ ନାବାଳିକା ଏକାଠି ବିଷ ପିଇଦେଲେ । ସେମାନଙ୍କ ମଧ୍ୟରୁ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri