ହଜିଯାଉଛି ଶୈଶବ

ଖୋର୍ଦ୍ଧା ଅଫିସ,୧୦ା୧୦: ଶିଶୁଙ୍କ ବିକାଶରେ ଶିଶୁ ଶ୍ରମିକ ପ୍ରଥା ଏକ ବଡ ବାଧକ। ଯଦି ଶିଶୁ ଶିକ୍ଷାଲାଭ ସମୟରେ କୌଣସି କାର୍ଯ୍ୟରେ ନିଯୁକ୍ତ ରହିଥାଏ, ତାହାକୁ ଏକ ଅପରାଧ ଭାବେ ଧରି ନିଆଯିବ। ତେଣୁ ଶିଶୁ ଶ୍ରମିକ ପ୍ରଥାକୁ ବିଲୋପ ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି। ଏକ ଆକଳନ ଅନୁସାରେ ଦେଶରେ ଶିଶୁ ଶ୍ରମକଙ୍କ ସଂଖ୍ୟା ୫ କୋଟିରୁ ଊର୍ଦ୍ଧ୍ୱ ରହିଥିବା ବେଳେ ଓଡ଼ିଶାରେ ଏହାର ସଂଖ୍ୟା ପ୍ରାୟ ୮ଲକ୍ଷ ହେବ। ସେଥିରୁ ଖୋର୍ଦ୍ଧା ଜିଲା(ବିଏମ୍‌ସିକୁ ବାଦ୍‌ ଦେଇ)ରେ ପ୍ରାୟ ୧ହଜାରରୁ ଊର୍ଦ୍ଧ୍ୱ ଶିଶୁ ଶ୍ରମିକ ବିପଦସଙ୍କୁଳ ସ୍ଥିତିରେ କାର୍ଯ୍ୟ କରୁଥିବା ବିଭିନ୍ନ ସଂସ୍ଥା ପକ୍ଷରୁ ସଂଗୃହୀତ ତଥ୍ୟରୁ ଜଣାପଡ଼ିଛି। ଏମାନେ ବିଭିନ୍ନ ଘରୋଇ ବ୍ୟବସାୟିକ ପ୍ରତିଷ୍ଠାନ, କ୍ରଶର ଶିଳ୍ପ, ହୋଟେଲ, ରେଷ୍ଟୁରାଣ୍ଟ, ଢାବା ଖାଦ୍ୟ ପ୍ରସ୍ତୁତିକରଣ କମ୍ପାନୀ, ଶିଳ୍ପାନୁଷ୍ଠାନ, ଇଟାଭାଟି ଆଦି ସ୍ଥାନରେ ଶ୍ରମିକଭାବେ କାର୍ଯ୍ୟ କରୁଛନ୍ତି। ପଢିବା ଓ ଖେଳିବା ବୟସରେ ଏମାନେ ବିଭିନ୍ନ କାରଣରୁ ବାହାରେ କାମ କରିବାରେ ନିୟୋଜିତ ହେଉଥିବାରୁ ଏମାନଙ୍କ ଶୈଶବ ହଜିଯାଉଛି। ପ୍ରଶାସନ ଏବଂ ଏ ଦିଗରେ କାର୍ଯ୍ୟ କରୁଥିବା ଅନୁଷ୍ଠାନଗୁଡ଼ିକ ମଧ୍ୟରେ ସମନ୍ବୟ ଅଭାବରୁ ଶିଶୁ ଶ୍ରମିକ ଉଚ୍ଛେଦ ପ୍ରହସନ ପାଲଟିଛି।
ଶିଳ୍ପାଞ୍ଚଳ ସମେତ ବିଭିନ୍ନ ସ୍ଥାନରେ ଅନେକ ଶିିଶୁ ପେଟ ପାଇଁ ମୂଲ ମଜୁରି ଲାଗିବା ସହ ଛୋଟ ବଡ କମ୍ପାନୀରେ କାମ କରୁଛନ୍ତି। ଦାରିଦ୍ର୍ୟତା, ମା ଓ ବାପାଙ୍କ ମୃତ୍ୟୁ ପରେ ବେସାହାରା ହୋଇଯିବା ପ୍ରଭୃତି ବିଭିନ୍ନ କାରଣରୁ ପିଲାମାନେ ପର ଦୁଆରେ କାମ କରିବାକୁ ବାଧ୍ୟ ହେଉଛନ୍ତି। ତେବେ ଏମାନଙ୍କ ପ୍ରତି ଜିଲା ପ୍ରଶାସନ, ଜିଲା ଶ୍ରମ ବିଭାଗ ଏବଂ ଶିଶୁଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ବିଭିନ୍ନ ଅନୁଷ୍ଠାନର ବିଶେଷ ନଜର ପଡୁନାହିଁ। ଫଳରେ ଖୋର୍ଦ୍ଧା ଜିଲାରେ ଶିଶୁ ଶ୍ରମିକ ଉଚ୍ଛେଦ ପ୍ରହସନରେ ପରିଣତ ହୋଇଛି। କୌଣସି ସ୍ଥାନରେ ଶିଶୁ ଦୟନୀୟ ଭାବେ କାର୍ଯ୍ୟ କରୁଥିବା ଅଭିଯୋଗ ଆସିଲେ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହି ଜଣେ ଅନ୍ୟ ଜଣକଙ୍କ ଉପରେ ଦୋଷ ଲଦି ଖସି ଯାଉଛନ୍ତି ଅଧିକାରୀ। ସୂଚନା ଅନୁଯାୟୀ, ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ବିଭିନ୍ନ ରୁଟି ଫାକ୍ଟ୍ରି, ଇଟାଭାଟି ଏପରକି କ୍ରଶର ୟୁନିଟ ଏବଂ ପଥର ବାଡିଆ କାର୍ଯ୍ୟରେ ଶିଶୁ ମାନେ ନିୟୋଜିତ ହେଉଛନ୍ତି। ଶିଶୁଙ୍କ ଶୈକ୍ଷିକ ବିକାଶ, ଯତ୍ନ, ସ୍ବାସ୍ଥ୍ୟ ପାଇଁ ସରକାର ଗୁରୁତ୍ୱାରୋପ କରୁଛନ୍ତି। ଏନେଇ ରାଜ୍ୟ ଠାରୁ ପଞ୍ଚାୟତ ସ୍ତର ପଯ୍ୟନ୍ତ ସଚେତନତା ଉଦ୍ଦେଶ୍ୟରେ ଟଙ୍କା ଖର୍ଚ୍ଚ କରାଯାଉଛି। ଶିଶୁ ଶ୍ରମିକ ପ୍ରଥା ଉଚ୍ଛେଦ ଦିଗରେ ଜିଲା ପ୍ରଶାସନର ପଦକ୍ଷେପ କେବଳ ବୈଠକ, ଆଲୋଚନା ଏବଂ ସଭାସମିିତିରେ ସୀମିତ ରହିଯାଉଛି। ପ୍ରତିବର୍ଷ ପ୍ରଶାସନ ପକ୍ଷରୁ ‘ଶିଶୁଙ୍କ ପାଇଁ ଦିନଟିଏ’ କାର୍ଯ୍ୟକ୍ରମ କେବଳ ସରକାରୀ ନାଲି ଫିତା ତଳେ ଚାପି ହୋଇ ରହିଯାଉଛି। ଜିଲା ପ୍ରଶାସନର ଆନ୍ତରିକତା ଅଭାବରୁ ଜିଲାରେ ଶିଶୁ ଶ୍ରମିକ ଏବଂ ଶିଶୁ ଭିକ୍ଷାବୃତ୍ତି ବଢିଚାଲିଛି ବୋଲି ସାଧାରଣରେ ଅଭିଯୋଗ ହେଉଛି। ଶିଶୁ ସୁରକ୍ଷା କେବଳ ବୈଠକରେ ସୀମିତ ନ ରଖି ବ୍ୟାପକ ପଦକ୍ଷେପ ନେବାକୁ ବୁଦ୍ଧୀଜୀବୀ ମହଲରେ ମତ ପ୍ରକାଶ ପାଉଛି। କଂଗ୍ରେସ ନେତା ଶିଶିର ପରିଡ଼ା କହିଛନ୍ତି, ଜିଲା ପ୍ରଶାସନ ଏବଂ ଶିଶୁ ସୁରକ୍ଷା ୟୁନିଟର ଅବହେଳା ଏଥିପାଇଁ ଉତ୍ତରଦାୟୀ। ଅନ୍ୟପକ୍ଷରେ ଏସବୁ ଅଭିଯୋଗକୁ ଜିଲା ଶ୍ରମ ଅଧିକାରୀ ପ୍ରଣବ ପାତ୍ର ଖଣ୍ଡନ କରି କହିଛନ୍ତି, ଶିଶୁ ଶ୍ରମିକ ପ୍ରଥା ଉଚ୍ଛେଦ ଲାଗି ଜିଲାସ୍ତରରେ ଏକ ଟାସ୍କ ଫୋର୍ସ ରହିଛି। ଏହି ଟାସ୍କଫୋର୍ସ ନିୟମିତ ବ୍ୟବଧାନରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି। ଏତଦ୍‌ବ୍ୟତୀତ ପ୍ରତିବର୍ଷ ଜିଲା ପ୍ରଶାସନ ସହଯୋଗରେ ବିଭିନ୍ନ ଶିଳ୍ପାନୁଷ୍ଠାନ, ଘରୋଇ ଉଦ୍ୟୋଗ ସଂସ୍ଥା ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଶିକ୍ଷାନୁଷ୍ଠାନ, ସ୍ବେଚ୍ଛସେବୀ ଅନୁଷ୍ଠାନଗୁଡ଼ିକୁ ମଧ୍ୟ ସଚେତନତା କାର୍ଯ୍ୟକ୍ରମରେ ସାମିଲ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri