ଶିଶୁ ଅନୁକୂଳ ପାଠାଗାର

ଜାତୀୟ ଶିକ୍ଷାନୀତିି ୨୦୨୦ରେ ଏବଂ ଜାତୀୟ ପାଠ୍ୟ ଖସଡ଼ା ୨୦୨୨ରେ ପ୍ରାକ୍‌-ପ୍ରାଥମିକ ଶିକ୍ଷାରେ ଇମରଜେଣ୍ଟ ଲିଟେରାସି ବା ଅଙ୍କୁରିତ ସାକ୍ଷରତା, ଇମରଜେଣ୍ଟ ରିଡିଂ ବା ଅଙ୍କୁରିତ ପଠନ ବା ପ୍ରାକ୍‌-ପଠନ, ପ୍ରାକ୍‌-ଲିଖନ ଆଦି ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ଜାତୀୟ ଶିକ୍ଷାନୀତିରେ ଶିଶୁଟି ୩+ ବେଳକୁ ପୁସ୍ତକ କିପରି ଖୋଲିବ, ପୁସ୍ତକ କିପରି ଓଲଟାଇବ, ବାଆଁରୁ ଡାହାଣକୁ ପଠନ ଆଦି ସମ୍ପର୍କରେ ଶିଶୁଟି ୩+ ବେଳକୁ ଜାଣିବ ଏବଂ ପୁସ୍ତକ ଦେଖି ପ୍ରି-ଟେଣ୍ଡ ରିଡିଂ ବା ଅନୁଭୂତି ଆଧାରିତ ପଠନ କରିବ, ପ୍ରାକ୍‌ ଲିଖନ କରିବ ସେ ସମ୍ପର୍କରେ ବର୍ଣ୍ଣନା ରହିଛି । ଏ ସବୁ ମୂଳରେ ରହିଛି ଶିଶୁବାଟିକାରେ କିମ୍ବା ଶିଶୁଙ୍କ ଅଙ୍ଗନଓ୍ବାଡି ହେଉ କିମ୍ବା ପ୍ରାଥମିକ ବିଦ୍ୟାଳୟରେ କେତେଦୂର ପୁସ୍ତକ ହାତପାଆନ୍ତାରେ ମିଳୁଛି ଏବଂ ଶିକ୍ଷକ ବା ଅଙ୍ଗନଓ୍ବାଡି ଦିଦି କେତେଦୂର ଶିଶୁଙ୍କୁ ପୁସ୍ତକ ସହ ପରିଚିତ କରାଉଛନ୍ତି!
ବିଦ୍ୟାଳୟର ପାଠାଗାର କିମ୍ବା ଗାଁ ପାଠାଗାର ହେଉ, ଯଦି ଏହା ସକ୍ର୍‌ିୟ ଥାଏ ତେବେ ନିଶ୍ଚିତ ଭାବରେ ପିଲାଟି ଦିନରୁ ବହି ପ୍ରତି ଆକୃଷ୍ଟ କରିବା ତଥା ବହି ମାଧ୍ୟମରେ ଭାଷାର ବିକାଶ ହୋଇଥାଏ।ପୁସ୍ତକଗୁଡ଼ିକ ଯଦି ସୁନ୍ଦର ପରିପାଟୀ ହୋଇଥାଏ, ତେବେ ତାହା ପିଲାମାନଙ୍କୁ ଆକର୍ଷିତ କରିଥାଏ।ନିକଟରେ ମୁଁ ବିଷମକଟକ ବ୍ଳକ୍‌ର କିଛି ପ୍ରାଥମିକ ବିଦ୍ୟାଳୟ ବୁଲି ଦେଖୁଥିଲି, ଯେଉଁଠି ଶିଶୁଙ୍କ ପାଇଁ ପୁସ୍ତକ ଥିଲା, ପୁସ୍ତକଗୁଡ଼ିକ ମୁଖ୍ୟତଃ ଚିତ୍ରମୟ ଏବଂ କେତୋଟି ପୁସ୍ତକରେ କିଛି କିଛି ଲେଖା ଥିଲା । ଅବସର ସମୟରେ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀର ଶିଶୁମାନେ ପୁସ୍ତକରୁ ଚିତ୍ର ଦେଖୁଥିଲେ ଏବଂ ଚିତ୍ର ଦେଖି ନିଜେ ଚିତ୍ରକୁ ଆଧାରକରି ବାକ୍ୟ କିଏ ଶବ୍ଦ କିଏ କହୁଥିଲେ। ବେଳେ ବେଳେ ପୁସ୍ତକକୁ ଆଧାରକରି ଚିତ୍ର ମଧ୍ୟ କରୁଥିଲେ।
ବିଷମକଟକ ବ୍ଳକ୍‌ର କିରିବିରି ପ୍ରାଥମିକ ବିଦ୍ୟାଳୟକୁ ଦେଖୁଥିଲି।ସରକାରଙ୍କ ତରଫରୁ ବିଦ୍ୟାଳୟଗୁଡ଼ିକରେ କବିତା ପୋଷ୍ଟର ଆଦି ଦିଆଯାଇଛି, ଯାହାକି ଶିଶୁଙ୍କୁ ପାଠ୍ୟପୁସ୍ତକ ସହ ଚିତ୍ର ସାଙ୍ଗକୁ କାହାଣୀ ପୁସ୍ତକ ବ୍ୟବହାର ସମ୍ପର୍କରେ ଆଗ୍ରହ ସୃଷ୍ଟି ହୋଇପାରିବ।ବିଦ୍ୟାଳୟଗୁଡ଼ିକରେ ବିଭିନ୍ନ କର୍ଣ୍ଣର ତିଆରି ହୋଇଛି। ସେଥିମଧ୍ୟରେ ଲାଇବ୍ରେରି କର୍ନର ରହିଛି। ବିଦ୍ୟାଳୟରେ ପୁସ୍ତକଗୁଡ଼ିକ ଏକ ଝୋଟ ବ୍ୟାଗ୍‌ରେ ରଖାଯାଇଥିଲା, ଶିଶୁମାନେ ଯେତେବେଳେ ଚାହିଁବେ ବା ଶିକ୍ଷାଦାନ ଚାଲି ନ ଥିବା ବେଳେ ପୁସ୍ତକ ନେଇ ପଢ଼ିପାରିବେ ବା ବ୍ୟବହାର କରିପାରିବେ। ସେଠାକାର ପିଲାଙ୍କ ସହ କଥାବାର୍ତ୍ତା ହେଉଥିଲି, ଶିଶୁମାନେ ପୁସ୍ତକ ନେଇ ପଢ଼ୁଛନ୍ତି ବୋଲି କହୁଥିଲେ, ପୁସ୍ତକଗୁଡ଼ିକର ନାମ ମଧ୍ୟ କହିପାରୁଥିଲେ।ବିଦ୍ୟାଳୟ ତରଫରୁ ପାଠାଗାରରୁ ପ୍ରତି ମାସରେ ଅଧିକ ପୁସ୍ତକ ପଢ଼ୁଥିବା ଶିଶୁଙ୍କୁ ପ୍ରାର୍ଥନା ସଭାରେ ସମ୍ମାନିତ କରାଯିବା ବିଷୟ ମଧ୍ୟ ସୂଚନା ଦେଉଥିଲେ।ବିଦ୍ୟାଳୟର ଶିଶୁମାନଙ୍କର ଶିକ୍ଷଣ ସ୍ତର ମଧ୍ୟ ଅଧିକ ଥିଲା। ବଡ଼କଥା ହେଲା ଶିଶୁମାନେ ବେଶ୍‌ ସକ୍ରିୟ ଓ ଖୁସି ପରିବେଶରେ ଥିଲେ।ବିଦ୍ୟାଳୟର ଶିକ୍ଷକମାନଙ୍କ ନିଷ୍ଠାପର ଉଦ୍ୟମକୁ ପ୍ରଶଂସାକରି ରହିପାରୁ ନ ଥିଲି। କଥା ହେଉଛି ବିଦ୍ୟାଳୟକୁ ଯୋଗାଉଥିବା ପୁସ୍ତକଗୁଡ଼ିକ ଶିଶୁଙ୍କୁ ଅନୁକୂଳ ହେବା ଭଳି ଓ ପିଲାଙ୍କୁ ଆକର୍ଷଣ ହେବା ଭଳି ଥିଲା। ସିନି-ଟାଟା ଟ୍ରଷ୍ଟ ତରଫରୁ ବିଷମକଟକ ବ୍ଳକ୍‌ର ହାଟ ମୁନିଗୁଡ଼ା, ବଡ଼ଧାଣ୍ଡରା, ଚାଟିକଣା, ଜୋଡ଼, କାଙ୍କୁବାଡ଼ି ଆଦି ପ୍ରାଥମିକ ବିଦ୍ୟାଳୟରେ ଲାଇବ୍ରେରିର ପଠନ ନିମନ୍ତେ ଏକ ଶିଶୁ କୈନ୍ଦ୍ରିକ ପାଠାଗାରର ବ୍ୟବସ୍ଥା ହୋଇଛି ଏବଂ ଶିଶୁମାନେ ଏହାକୁ ଉପଯୋଗ କରୁଛନ୍ତି। ପ୍ରତି ମାସରେ ଯିଏ ପାଠାଗାରରୁ ପୁସ୍ତକ ନେଇ ଅଧିକ ବହି ପଢ଼ିଛି, ତାକୁ ସମ୍ମାନିତ କରିବା ଆଦି ବିଷୟରେ ଆଲୋଚନା ପ୍ରସଙ୍ଗରେ ଜାଣିବାକୁ ପାଉଥିଲି। କିଛି ବିଦ୍ୟାଳୟରେ ଦେଖୁଥିଲି, ଶିଶୁମାନେ ମଧ୍ୟ ଲାଇବ୍ରେରି ପୁସ୍ତକ ପରିଚାଳନା କରୁଛନ୍ତି, କିଏ ବହି ନେଉଛନ୍ତି, କିଏ କେଉଁ ବହି ରଖିଛନ୍ତି, ତାହାର ଏକ ତାଲିକା ରଖୁଛନ୍ତି। ବହି ସମ୍ପର୍କରେ ଆଲୋଚନା ମଧ୍ୟ କରୁଛନ୍ତି।
ପାଠାଗାର ହେଉଛି ଶିଶୁଙ୍କ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବାରେ ପ୍ରକୃଷ୍ଟ ମାଧ୍ୟମ। ବିଦ୍ୟାଳୟଗୁଡ଼ିକରେ ଯଦି ଅଙ୍ଗନଓ୍ବାଡି ସମୟରୁ ଶିଶୁଙ୍କୁ ବହି ପ୍ରତି ଆଗ୍ରହ ସୃଷ୍ଟି ହେବା ଭଳି କିଛି ଗତିବିଧି କରାଯାଏ, ଶିଶୁର ହାତପାଆନ୍ତାରେ ବହି ରହେ, ତେବେ ନିଶ୍ଚିତ ଭାବରେ ଶିଶୁମାନଙ୍କର ଶିକ୍ଷା ପ୍ରତି ଆଗ୍ରହ ବଢ଼ିଥାଏ ଓ ପରବର୍ତ୍ତୀ ସମୟରେ ମାଆବାପାଙ୍କୁ ଅବା ଶିକ୍ଷକଙ୍କୁ ଶିଶୁଟିର ପାଠପଢ଼ା ପ୍ରତି ବିଶେଷ ଚିନ୍ତା କରିବାକୁ ପଡ଼ି ନ ଥାଏ। ଅନେକ ସମୟରେ ଅଭିଭାବକଙ୍କ ଧାରଣା ଥାଏ ଯେ, ଲାଇବ୍ରେରି ପୁସ୍ତକ କିମ୍ବା ପାଠ୍ୟପୁସ୍ତକ ଛଡ଼ା ଅନ୍ୟ ପୁସ୍ତକ ବାଟବଣା କରିଦେଇଥାଏ। ଏହିଭଳି ଭ୍ରାନ୍ତ ଧାରଣାରୁ ଅଭିଭାବକ ବାହାରକୁ ଆସିବା ଦରକାର। ଏପରିକି ଅନେକ ସମୟରେ ଶିକ୍ଷକ ମଧ୍ୟ ଲାଇବ୍ରେରି ପୁସ୍ତକ ପ୍ରତି ବିଶେଷ ଗୁରୁତ୍ୱ ଦେଇ ନ ଥାନ୍ତି।
ବିଦ୍ୟାଳୟକୁ ସରକାରଙ୍କ ତରଫରୁ ହେଉ କିମ୍ବା ବିଭିନ୍ନ ଅନୁଷ୍ଠାନ ତରଫରୁ ଶିଶୁ ଉପଯୋଗୀ ପୁସ୍ତକ ନିରନ୍ତର ଭାବରେ ଯୋଗାଇ ଦିଆଯାଉଛି।ବିଦ୍ୟାଳୟର ପାଠାଗାରକୁ ଶିଶୁ ଉପଯୋଗୀ କରିବା ସମସ୍ତଙ୍କର ଦାୟିତ୍ୱ। କେବଳ ଶିକ୍ଷକ ନୁହନ୍ତି, ଗୋଷ୍ଠୀ ଅଭିଭାବକ ମଧ୍ୟ ବିଦ୍ୟାଳୟରେ ହେଉ ଘରେ ଛୋଟ ଛୋଟ ପାଠାଗାରଟିଏ ବିକାଶ କରିବା ଦରକାର। ଯଦି ଘରେ କିମ୍ବା ଗାଁରେ ପାଠାଗାରଟିଏ ଥାଏ, ତେବେ ଶିଶୁମାନଙ୍କର ପାଠପଢ଼ାରେ କେବଳ ନୁହେଁ, ଗ୍ରାମବାସୀଙ୍କ ଉପରେ ମଧ୍ୟ ଏହାର ପଭାବ ପଡ଼ିବ। ଗ୍ରାମବାସୀଙ୍କର ପଠନ ଦିଗ ପ୍ରତି ଆଗ୍ରହ ବଢ଼ିବ।ଅନେକ ସମୟରେ ଦେଖାଯାଏ, ଚା’ ଦୋକାନୀ, ଜଳଖିଆ ଦୋକାନୀ, ପାନଦୋକାନୀ, ସେଲୁନ ଆଦିରେ ଖବରକାଗଜଟିଏ ରଖାଯାଇଥାଏ।
ଏହାର ପ୍ରଭାବ ମଧ୍ୟ ସେମାନଙ୍କର ବ୍ୟବସାୟରେ ଅନେକ ମାତ୍ରାରେ ପଡ଼ିଥାଏ। ପଠନ ପ୍ରତି ଲୋକଙ୍କର ଆଗ୍ରହ ଏଥିରୁ ଅନୁମାନ କରିହୁଏ।
ଗାଁ ଗହଳିରେ ହେଉ, ସହରରେ ହେଉ ପୂର୍ବରୁ ପାଠାଗାରଟିଏ ଥିଲା। ପାଠାଗାରରେ ପୁସ୍ତକ ରହୁଥିବା ସହ ଅନେକ ପତ୍ରିକା (ବିଭିନ୍ନ ଭାଷାଭାଷୀ) ସହିତ ଖବରକାଗଜ ଆସୁଥିଲା।ବାପା, ମାଆ ଖବରକାଗଜ ପଠନକୁ ଆଧାରକରି ପିଲାଏ ମଧ୍ୟ ଖବରକାଗଜ ପଠନର ଅଭ୍ୟାସରେ ପଡ଼ିଯାଉଥିଲେ। ଅନେକ ବ୍ୟକ୍ତିବିଶେଷ ନିଜର ବ୍ୟକ୍ତିଗତ ପାଠାଗାର କରିଥିଲେ, ତାହାର ପ୍ରଭାବ ମଧ୍ୟ ନିଜ ଉପରେ ଏବଂ ଅନ୍ୟ ଉପରେ ପଡ଼ୁଥିଲା ।
ପୂର୍ବରୁ ସରକାରଙ୍କର ଜନ ସାକ୍ଷରତା ଓ ନିରନ୍ତର ଶିକ୍ଷା କାର୍ଯ୍ୟକ୍ରମ ଚାଲୁଥିଲା।ପଞ୍ଚାୟତ ସ୍ତରରେ ଲାଇବ୍ରେରି ଘର, ଗୋଷ୍ଠୀ ଘରରେ ଲାଇବ୍ରେରି ପୁସ୍ତକ ରଖିବା ପାଇଁ ଉତ୍ସାହିତ କରାଯାଉଥିଲା। ଗାଁରେ ଗୋଷ୍ଠୀ ଲାଇବ୍ରେରିଟିଏ ଥିଲା। କିନ୍ତୁ ବର୍ତ୍ତମାନ ତାହା ବନ୍ଦ ହୋଇଗଲାଣି କହିଲେ ଚଳେ!
ନିକଟରେ ଜଣେ ଅବସରପ୍ରାପ୍ତ ଇଞ୍ଜିିନିୟର ଫୋନ୍‌ ମାଧ୍ୟମରେ ପ୍ରାୟ ଅଧାଘଣ୍ଟାରୁ ଅଧିକ ପାଠାଗାର ସମ୍ବନ୍ଧରେ ଆଲୋଚନା କରିଥିଲେ। ସେ ତାଙ୍କର ଅନୁଭୂତିରୁ କହିଲେ, ସେ ଆଜି ଯାହା ହୋଇଛନ୍ତି କେବଳ ପିଲାଟି ଦିନରୁ ପାଠାଗାରର ସୁଯୋଗ ପାଇଥିବାରୁ ଏବଂ ପିଲାଟି ଦିନରୁ ପାଠାଗାରର ବ୍ୟବହାର କରିଥିବାରୁ। ସେ ନିଜର ଅନୁଭୂତିରୁ କହିଥିଲେ, ନିଜର ଲାଇବ୍ରେରିଟିଏ କରିଛନ୍ତି। ଲାଇବ୍ରେରି ଯୋଗୁ ତାଙ୍କର ଜୀବନରେ ଅନେକ ପରିବର୍ତ୍ତନ ଆସିଛି।ବ୍ୟକ୍ତି ଜଣକ ୮୬ ବୟସରେ ବେଶ୍‌ କର୍ମଚଞ୍ଚଳ ଅଛନ୍ତି। ବେଦ, ଉପନିଷଦ ତଥା ଅନେକ ପୁସ୍ତକ ସମ୍ପର୍କରେ ଅନର୍ଗଳ କହିପାରୁଛନ୍ତି ଏବଂ ବର୍ତ୍ତମାନ ଅନେକ ଅନୁଷ୍ଠାନର କର୍ମକର୍ତ୍ତା ମଧ୍ୟ ଅଛନ୍ତି।
ବିଦ୍ୟାଳୟକୁ କେବଳ ପୁସ୍ତକ ଦେଇଦେଲେ କିମ୍ବା କିଣିଦେଲେ ହେବନାହିଁ, ଏଥିପାଇଁ ଯଦି ଶିଶୁ ଅନୁକୂଳ ପାଠାଗାରଟିଏ ବିକାଶହେବ, ଶିଶୁ ମନଲାଖି ପୁସ୍ତକ ରହିବ,ଶିଶୁମାନେ ଯଦି ପ୍ରାଥମିକସ୍ତରରେ ପୁସ୍ତକକୁ ନେଇ ଅନେକ ସୁଯୋଗ ପାଇବେ, ତେବେ ନିଶ୍ଚିତଭାବରେ ଶିକ୍ଷଣସ୍ତର, ସେମାନଙ୍କର କଳ୍ପନାର ବିକାଶ, ସୃଜନଶକ୍ତିର ବିକାଶ ଘଟିବ।ପୁସ୍ତକକୁ ନେଇ ବିଭିନ୍ନ ଗତିବିଧି ମଧ୍ୟ ହେବ। ଆମେ ଯଦି ଶିଶୁ ଉପଯୋଗୀ ଏବଂ ସେମାନଙ୍କର ଆଗ୍ରହ ହେବାଭଳି ସଚିତ୍ର ପୁସ୍ତକ ଯୋଗାଇଦେବା, ପୁସ୍ତକ ସମ୍ପର୍କରେ ନିୟମିତ ଅନ୍ତରରେ ଶିଶୁଙ୍କ ସହ ଆଲୋଚନାକରିବା, ପୁସ୍ତକକୁ ନେଇ ଶିଶୁଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟିକରିବା, ତେବେ ନିଶ୍ଚିତଭାବରେ ଶିଶୁର ଶିକ୍ଷଣସ୍ତର ବଢ଼ିବା ସହ ଶିଶୁଟି ମଧ୍ୟ ବିଦ୍ୟାଳୟକୁ ଭଲପାଇବ। ବିଦ୍ୟାଳୟରେ ଯେପରି ଭଲ ବଗିଚାଟିଏ ଥିଲେ ଶିଶୁଙ୍କୁ ଆକର୍ଷିତ କରିଥାଏ, ସେହିଭଳି ଶିଶୁଙ୍କ ଅନୁକୂଳ ପାଠାଗାର ମଧ୍ୟ ଶିଶୁଙ୍କୁ ପାଠପଢ଼ିବା ପାଇଁ ଉତ୍ସାହିତକରିବାରେ ସହାୟକ ହେବ।

 

ଲୋକନାଥ ପଣ୍ଡା

ରାଣୀଗୁଡ଼ା, ରାୟଗଡ଼ା
ମୋ:୯୪୩୮୦୮୧୪୩୦


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?