ପିଲାଙ୍କ ଫିଟ୍‌ନେସ୍‌

ଅନେକ ଅଭିଭାବକଙ୍କୁ ନିଜ ପିଲା ମୋଟୋ ହେଲେ ଭାରି ଖୁସି ଲାଗେ। ପିଲାଟି କେଡେ ଗୁଲୁଗୁଲିଆ ହୋଇଛି ବୋଲି କେହି କହିଲେ ଆନନ୍ଦର ସୀମା ରହେନି। ଆଉ ଯଦି କେହି ପିଲାର ଓଜନ କମାନ୍ତୁ କୁହନ୍ତି, ତେବେ ରାଗରେ ନିଆଁ ହୋଇଯିବା ସହ ଘରକୁ ଆଣି ପିଲାର ନଜର ଉତାରିବାକୁ ବି ପଛାନ୍ତି ନାହିଁ। ହେଲେ ପିଲା ସୁସ୍ଥ ରହିବା ଲାଗି ଯେ, ମେଦବହୁଳତା ନୁହେଁ ବରଂ ସ୍ଲିମ୍‌ ଫିଟ୍‌ ରହିବା ଅଧିକ ଗୁରୁତ୍ୱପୂର୍ଣ୍ଣ- ଏଦିଗରେ
ଅଭିଭାବକ ସଚେତନ ହେବା ଆବଶ୍ୟକ….

ସନ୍ତୁଳିତ ଖାଦ୍ୟାଭ୍ୟାସ କରାନ୍ତୁ: ପିଲାଙ୍କୁ ଫିଟ୍‌ ରଖିବା ଲାଗି ସେମାନଙ୍କୁ ସନ୍ତୁଳିତ ଖାଦ୍ୟାଭ୍ୟାସ କରାନ୍ତୁ। କାରଣ ବର୍ତ୍ତମାନ ଅନେକ ପିଲାଙ୍କଠାରେ ମେଦବହୁଳତା ଦେଖାଦେବାର ସବୁଠାରୁ ବଡ଼ କାରଣ ହେଉଛି ସେମାନଙ୍କର ଅସନ୍ତୁଳିତ ଖାଦ୍ୟାଭ୍ୟାସ। ସେମାନେ ଘରୋଇ ଖାଦ୍ୟ ବଦଳରେ ମାର୍କେଟ୍‌ରେ ମିଳୁଥିବା ଫାଷ୍ଟଫୁଡ୍‌, ଫ୍ରୋଜେନ୍‌ ଫୁଡ୍‌, ରେଡି ଟୁ ଇଟ୍‌ ଜାତୀୟ ଖାଦ୍ୟ ପ୍ରତି ଆଗ୍ରହୀ ହେଉଛନ୍ତି। ତା’ଛଡ଼ା ଅନେକ ଅଭିଭାବକ ପିଲା ଖୁସି ହେଉଥିବାରୁ ହେଉ ଅବା ସହଜରେ ଉପଲବ୍ଧ ହେଉଥିବାରୁ ଏଭଳି ଖାଦ୍ୟ ପିଲାଙ୍କୁ ସବୁବେଳେ ଦେଉଛନ୍ତି। ହେଲେ ଏଥିରେ ଥିବା ତେଲ, ମସଲା, ରଙ୍ଗ, ମଇଦା ଇତ୍ୟାଦି ଯୋଗୁ ସେମାନଙ୍କ ଶରୀରରେ ଚର୍ବି ପରିମାଣ ବଢୁଛି। ଫଳରେ ଅଳ୍ପ ବୟସରୁ ମେଦବହୁଳତା ପାଇଁ କେତେକଙ୍କଠାରେ ଡାଇବେଟିସ୍‌ ଏବଂ ହୃଦ୍‌ରୋଗ ଭଳି ସମସ୍ୟା ସୃଷ୍ଟି କରୁଛି। ତେଣୁ ପିଲାଙ୍କୁ ଏଭଳି ଖାଦ୍ୟ ଯଥା ସମ୍ଭବ କମ୍‌ ଦିଅନ୍ତୁ।
ନିୟନ୍ତ୍ରଣରେ ରଖନ୍ତୁ ମିଠା: ମିଠା ଜାତୀୟ ଖାଦ୍ୟ ବିଶେଷକରି ଚକ୍‌ଲେଟ୍‌, ଆଇସ୍‌କ୍ରିମ୍‌, କେକ୍‌ ଏବଂ ବିଭିନ୍ନ ମିଠା ପିଲାଙ୍କୁ ଖୁବ୍‌ ଭଲ ଲାଗିଥାଏ। ଏମିତିକି ଜଳଖିଆରେ ସୁଜି, ସିମେଇ ଏବଂ ଗାଜର ହାଲୁଆ ଭଳି ମିଠା ଖାଦ୍ୟ ପିଲା ଖୁସିରେ ଖାଉଥିବାରୁ ଅଧିକାଂଶ ଅଭିଭାବକ ପିଲାଙ୍କୁ ଏଭଳି ଖାଦ୍ୟ ଦେଇଥାନ୍ତି। ହେଲେ ଆପଣ ଜାଣନ୍ତିକି, ପ୍ରତିଦିନ ଏଭଳି ଖାଦ୍ୟ ଖାଇଲେ ଏହା ଧୀରେ ଧୀରେ ପିଲାଙ୍କଠାରେ ମେଦବହୁଳତାର କାରଣ ସାଜିଥାଏ। ବିଶେଷକରି ମୋଟା ବା ଅଧିକ ଓଜନ ଥିବା ପିଲାଙ୍କୁ ଏଭଳି ଖାଦ୍ୟ କମ୍‌ ଦେବା ଭଲ।
ଠିକ୍‌ ରଖନ୍ତୁ ମର୍ନିଂ ରୁଟିନ୍‌: ପିଲାଙ୍କୁ ସକାଳୁ ଉଠାଇ ନିତ୍ୟକର୍ମ ଯଥା ସମୟରେ ସାରି ଖାଇବାର ଅଭ୍ୟାସ କରାନ୍ତୁ। କାରଣ ସକାଳେ ଅଧିକ ସମୟ ଶୋଇବା ଏବଂ ଜଳଖିଆ ନ ଖାଇବାର ବଦଭ୍ୟାସ ମଧ୍ୟ ଅନେକ ପିଲାଙ୍କର ରହିଛି। ହେଲେ ସକାଳର ଜଳଖିଆ ମିସ୍‌ କଲେ ସାରା ଦିନ ଶରୀରକୁ ଏନର୍ଜେଟିକ୍‌ ଲାଗି ନ ଥାଏ। କେବଳ ଏତିକି ନୁହେଁ , ଏହାଦ୍ୱାରା ଭୋକ ଅଧିକ ହେବା କାରଣରୁ ମଧ୍ୟାହ୍ନଭୋଜନରେ ଆବଶ୍ୟକରୁ ଅଧିକ ଖାଇବା କାରଣରୁ ମଧ୍ୟ ପରବର୍ତ୍ତୀ ସମୟରେ ମେଦବହୁଳତାର କାରଣ ପାଲଟେ। ତେଣୁ ଫିଟ୍‌ ରହିବା ଲାଗି ପିଲାଙ୍କୁ ସକାଳ ଜଳଖିଆ ଖାଇବାକୁ ଦିଅନ୍ତୁ।
ଦେଖାନ୍ତୁନି ଟିଭି, ମୋବାଇଲ: ଖାଇବା ସମୟରେ ଟିଭି, ମୋବାଇଲ ଆଦି ଦେଖିବା ଅନେକ ପିଲାଙ୍କର ଏକ ନିଶା। ହେଲେ ଏହାଦ୍ୱାରା ଅଜାଣତରେ ଆବଶ୍ୟକରୁ ଖାଇ ହୋଇଯାଏ। କେହି କେହି ଟିଭି ଦେଖିବା ବେଳେ ଚିପ୍ସ, କୁର୍‌କୁରେ ଭଳି ବିଭିନ୍ନ ଚଟ୍‌ପଟା ଖାଦ୍ୟ ମଧ୍ୟ ଖାଇବାକୁ ପସନ୍ଦ କରନ୍ତି। ତେବେ ଏସବୁ ଅଭ୍ୟାସ ଯୋଗୁ ଶରୀରକୁ ଅଧିକ ପରିମାଣରେ କ୍ୟାଲୋରି ଚାଲିଯାଏ, ଯାହାକି ସ୍ବାସ୍ଥ୍ୟ ପକ୍ଷେ ହାନିକାରକ। ତେଣୁ ଏଥିପ୍ରତି ଅଭିଭାବକମାନେ ବିଶେଷ ଭାବେ ଧ୍ୟାନଦେବା ଆବଶ୍ୟକ।
କରାନ୍ତୁ ଯୋଗ, ବ୍ୟାୟାମ: ଯେହେତୁ ବର୍ତ୍ତମାନ ସମୟରେ ଅଧିକାଂଶ ପିଲାଙ୍କୁ ଆଉଟଡୋର ଖେଳିବାର ସୁଯୋଗ ମିଳୁନି, ତେଣୁ ସେମାନଙ୍କ ଠାରେ ଶାରୀରକ ବ୍ୟାୟାମ ଖୁବ୍‌ କମ୍‌ ହେଉଛି। ଫଳ ସ୍ବରୂପ ମେଦବହୁଳତା ଏବଂ ଅନ୍ୟାନ୍ୟ ସମସ୍ୟା ଉପୁଜୁଛି। ଏସବୁ ଠାରୁ ଦୂରେଇ ରହି ପିଲା ଫିଟ୍‌ ରହିବା ଲାଗି ତାଙ୍କୁ ପ୍ରତିଦିନ ଯୋଗ, ବ୍ୟାୟାମ ଆଦି କରିବାକୁ ପରାମର୍ଶ ଦିଅନ୍ତୁ।

କ’ଣ କୁହନ୍ତି ଏମାନେ…

ହରପ୍ରିୟା ପାତ୍ର( ପୁରୀ)-
ପିଲାଙ୍କ ପାଇଁ ମେଦବହୁଳତା କ୍ଷତିକାରକ ହୋଇଥାଏ। ଓଜନ ବଢ଼ିଯିବା ଦ୍ୱାରା ସେମାନେ ଅଳ୍ପ ବୟସରୁ ନାନା ପ୍ରକାର ରୋଗର ଶିକାର ହୋଇଥାନ୍ତି। ତେଣୁ ମୁଁ ଝିଅକୁ ତେଲଛଣା ଖାଦ୍ୟ ଖାଇବା ପାଇଁ ମନା କରିଥାଏ। ସ୍କୁଲରେ ଘରୁ ପ୍ୟାକ୍‌କରି ଦେଉଥିବା ଟିଫିନ୍‌ ଖାଇବାକୁ କୁହେ। କିଛି ବି ବାହାରୁ କିଣି ଖାଇବାକୁ ବାରଣ କରେ। ଏଥିସହ ସା ସମୟରେ ତାକୁ ଯୋଗ କ୍ଲାସ୍‌ ନିଏ। ଖେଳ କସରତ ଓ ସୁଷମ ଖାଦ୍ୟ ଖାଇବା ଦ୍ୱାରା ତା’ର ଓଜନ ଏବେ ନିୟନ୍ତ୍ରଣରେ ଅଛି।
ସାରାଣୀ ଜେନା( ବାଲେଶ୍ୱର)-
ପିଲାମାନେ ମୋଟା ହୋଇଯିବାର ଟେନ୍‌ସନ ସବୁବେଳେ ରହୁଛି। ଏଥିପାଇଁ ତାଙ୍କୁ ସକାଳୁ ବ୍ୟାୟାମ କରାଉଛି। ତା’ସହ ସେମାନଙ୍କ ଖାଇବା ପିଇବାକୁ ମଧ୍ୟ ସବୁବେଳେ ଜଗିବାକୁ ପଡୁଛି। କିଛିଦିନ ପୂର୍ବରୁ ପୁଅ ଅଧିକ ମୋଟା ହୋଇଯିବା ଯୋଗୁ ଟିକେ ଚଲାବୁଲା କରିଦେଲେ ଥକି ପଡୁଥିଲା। ଏବେ ସେ ପ୍ରତିଦିଦ ବ୍ୟାୟାମ କରୁଛି। ସେଥିପାଇଁ ସବୁ କାମ କରିବାକୁ ଫୁର୍ତ୍ତି ରହିବା ସହ ଫିଟ୍‌ ମଧ୍ୟ ରହୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?