ପିଲାଙ୍କ ଫିଟ୍‌ନେସ୍‌

ଅନେକ ଅଭିଭାବକଙ୍କୁ ନିଜ ପିଲା ମୋଟୋ ହେଲେ ଭାରି ଖୁସି ଲାଗେ। ପିଲାଟି କେଡେ ଗୁଲୁଗୁଲିଆ ହୋଇଛି ବୋଲି କେହି କହିଲେ ଆନନ୍ଦର ସୀମା ରହେନି। ଆଉ ଯଦି କେହି ପିଲାର ଓଜନ କମାନ୍ତୁ କୁହନ୍ତି, ତେବେ ରାଗରେ ନିଆଁ ହୋଇଯିବା ସହ ଘରକୁ ଆଣି ପିଲାର ନଜର ଉତାରିବାକୁ ବି ପଛାନ୍ତି ନାହିଁ। ହେଲେ ପିଲା ସୁସ୍ଥ ରହିବା ଲାଗି ଯେ, ମେଦବହୁଳତା ନୁହେଁ ବରଂ ସ୍ଲିମ୍‌ ଫିଟ୍‌ ରହିବା ଅଧିକ ଗୁରୁତ୍ୱପୂର୍ଣ୍ଣ- ଏଦିଗରେ
ଅଭିଭାବକ ସଚେତନ ହେବା ଆବଶ୍ୟକ….

ସନ୍ତୁଳିତ ଖାଦ୍ୟାଭ୍ୟାସ କରାନ୍ତୁ: ପିଲାଙ୍କୁ ଫିଟ୍‌ ରଖିବା ଲାଗି ସେମାନଙ୍କୁ ସନ୍ତୁଳିତ ଖାଦ୍ୟାଭ୍ୟାସ କରାନ୍ତୁ। କାରଣ ବର୍ତ୍ତମାନ ଅନେକ ପିଲାଙ୍କଠାରେ ମେଦବହୁଳତା ଦେଖାଦେବାର ସବୁଠାରୁ ବଡ଼ କାରଣ ହେଉଛି ସେମାନଙ୍କର ଅସନ୍ତୁଳିତ ଖାଦ୍ୟାଭ୍ୟାସ। ସେମାନେ ଘରୋଇ ଖାଦ୍ୟ ବଦଳରେ ମାର୍କେଟ୍‌ରେ ମିଳୁଥିବା ଫାଷ୍ଟଫୁଡ୍‌, ଫ୍ରୋଜେନ୍‌ ଫୁଡ୍‌, ରେଡି ଟୁ ଇଟ୍‌ ଜାତୀୟ ଖାଦ୍ୟ ପ୍ରତି ଆଗ୍ରହୀ ହେଉଛନ୍ତି। ତା’ଛଡ଼ା ଅନେକ ଅଭିଭାବକ ପିଲା ଖୁସି ହେଉଥିବାରୁ ହେଉ ଅବା ସହଜରେ ଉପଲବ୍ଧ ହେଉଥିବାରୁ ଏଭଳି ଖାଦ୍ୟ ପିଲାଙ୍କୁ ସବୁବେଳେ ଦେଉଛନ୍ତି। ହେଲେ ଏଥିରେ ଥିବା ତେଲ, ମସଲା, ରଙ୍ଗ, ମଇଦା ଇତ୍ୟାଦି ଯୋଗୁ ସେମାନଙ୍କ ଶରୀରରେ ଚର୍ବି ପରିମାଣ ବଢୁଛି। ଫଳରେ ଅଳ୍ପ ବୟସରୁ ମେଦବହୁଳତା ପାଇଁ କେତେକଙ୍କଠାରେ ଡାଇବେଟିସ୍‌ ଏବଂ ହୃଦ୍‌ରୋଗ ଭଳି ସମସ୍ୟା ସୃଷ୍ଟି କରୁଛି। ତେଣୁ ପିଲାଙ୍କୁ ଏଭଳି ଖାଦ୍ୟ ଯଥା ସମ୍ଭବ କମ୍‌ ଦିଅନ୍ତୁ।
ନିୟନ୍ତ୍ରଣରେ ରଖନ୍ତୁ ମିଠା: ମିଠା ଜାତୀୟ ଖାଦ୍ୟ ବିଶେଷକରି ଚକ୍‌ଲେଟ୍‌, ଆଇସ୍‌କ୍ରିମ୍‌, କେକ୍‌ ଏବଂ ବିଭିନ୍ନ ମିଠା ପିଲାଙ୍କୁ ଖୁବ୍‌ ଭଲ ଲାଗିଥାଏ। ଏମିତିକି ଜଳଖିଆରେ ସୁଜି, ସିମେଇ ଏବଂ ଗାଜର ହାଲୁଆ ଭଳି ମିଠା ଖାଦ୍ୟ ପିଲା ଖୁସିରେ ଖାଉଥିବାରୁ ଅଧିକାଂଶ ଅଭିଭାବକ ପିଲାଙ୍କୁ ଏଭଳି ଖାଦ୍ୟ ଦେଇଥାନ୍ତି। ହେଲେ ଆପଣ ଜାଣନ୍ତିକି, ପ୍ରତିଦିନ ଏଭଳି ଖାଦ୍ୟ ଖାଇଲେ ଏହା ଧୀରେ ଧୀରେ ପିଲାଙ୍କଠାରେ ମେଦବହୁଳତାର କାରଣ ସାଜିଥାଏ। ବିଶେଷକରି ମୋଟା ବା ଅଧିକ ଓଜନ ଥିବା ପିଲାଙ୍କୁ ଏଭଳି ଖାଦ୍ୟ କମ୍‌ ଦେବା ଭଲ।
ଠିକ୍‌ ରଖନ୍ତୁ ମର୍ନିଂ ରୁଟିନ୍‌: ପିଲାଙ୍କୁ ସକାଳୁ ଉଠାଇ ନିତ୍ୟକର୍ମ ଯଥା ସମୟରେ ସାରି ଖାଇବାର ଅଭ୍ୟାସ କରାନ୍ତୁ। କାରଣ ସକାଳେ ଅଧିକ ସମୟ ଶୋଇବା ଏବଂ ଜଳଖିଆ ନ ଖାଇବାର ବଦଭ୍ୟାସ ମଧ୍ୟ ଅନେକ ପିଲାଙ୍କର ରହିଛି। ହେଲେ ସକାଳର ଜଳଖିଆ ମିସ୍‌ କଲେ ସାରା ଦିନ ଶରୀରକୁ ଏନର୍ଜେଟିକ୍‌ ଲାଗି ନ ଥାଏ। କେବଳ ଏତିକି ନୁହେଁ , ଏହାଦ୍ୱାରା ଭୋକ ଅଧିକ ହେବା କାରଣରୁ ମଧ୍ୟାହ୍ନଭୋଜନରେ ଆବଶ୍ୟକରୁ ଅଧିକ ଖାଇବା କାରଣରୁ ମଧ୍ୟ ପରବର୍ତ୍ତୀ ସମୟରେ ମେଦବହୁଳତାର କାରଣ ପାଲଟେ। ତେଣୁ ଫିଟ୍‌ ରହିବା ଲାଗି ପିଲାଙ୍କୁ ସକାଳ ଜଳଖିଆ ଖାଇବାକୁ ଦିଅନ୍ତୁ।
ଦେଖାନ୍ତୁନି ଟିଭି, ମୋବାଇଲ: ଖାଇବା ସମୟରେ ଟିଭି, ମୋବାଇଲ ଆଦି ଦେଖିବା ଅନେକ ପିଲାଙ୍କର ଏକ ନିଶା। ହେଲେ ଏହାଦ୍ୱାରା ଅଜାଣତରେ ଆବଶ୍ୟକରୁ ଖାଇ ହୋଇଯାଏ। କେହି କେହି ଟିଭି ଦେଖିବା ବେଳେ ଚିପ୍ସ, କୁର୍‌କୁରେ ଭଳି ବିଭିନ୍ନ ଚଟ୍‌ପଟା ଖାଦ୍ୟ ମଧ୍ୟ ଖାଇବାକୁ ପସନ୍ଦ କରନ୍ତି। ତେବେ ଏସବୁ ଅଭ୍ୟାସ ଯୋଗୁ ଶରୀରକୁ ଅଧିକ ପରିମାଣରେ କ୍ୟାଲୋରି ଚାଲିଯାଏ, ଯାହାକି ସ୍ବାସ୍ଥ୍ୟ ପକ୍ଷେ ହାନିକାରକ। ତେଣୁ ଏଥିପ୍ରତି ଅଭିଭାବକମାନେ ବିଶେଷ ଭାବେ ଧ୍ୟାନଦେବା ଆବଶ୍ୟକ।
କରାନ୍ତୁ ଯୋଗ, ବ୍ୟାୟାମ: ଯେହେତୁ ବର୍ତ୍ତମାନ ସମୟରେ ଅଧିକାଂଶ ପିଲାଙ୍କୁ ଆଉଟଡୋର ଖେଳିବାର ସୁଯୋଗ ମିଳୁନି, ତେଣୁ ସେମାନଙ୍କ ଠାରେ ଶାରୀରକ ବ୍ୟାୟାମ ଖୁବ୍‌ କମ୍‌ ହେଉଛି। ଫଳ ସ୍ବରୂପ ମେଦବହୁଳତା ଏବଂ ଅନ୍ୟାନ୍ୟ ସମସ୍ୟା ଉପୁଜୁଛି। ଏସବୁ ଠାରୁ ଦୂରେଇ ରହି ପିଲା ଫିଟ୍‌ ରହିବା ଲାଗି ତାଙ୍କୁ ପ୍ରତିଦିନ ଯୋଗ, ବ୍ୟାୟାମ ଆଦି କରିବାକୁ ପରାମର୍ଶ ଦିଅନ୍ତୁ।

କ’ଣ କୁହନ୍ତି ଏମାନେ…

ହରପ୍ରିୟା ପାତ୍ର( ପୁରୀ)-
ପିଲାଙ୍କ ପାଇଁ ମେଦବହୁଳତା କ୍ଷତିକାରକ ହୋଇଥାଏ। ଓଜନ ବଢ଼ିଯିବା ଦ୍ୱାରା ସେମାନେ ଅଳ୍ପ ବୟସରୁ ନାନା ପ୍ରକାର ରୋଗର ଶିକାର ହୋଇଥାନ୍ତି। ତେଣୁ ମୁଁ ଝିଅକୁ ତେଲଛଣା ଖାଦ୍ୟ ଖାଇବା ପାଇଁ ମନା କରିଥାଏ। ସ୍କୁଲରେ ଘରୁ ପ୍ୟାକ୍‌କରି ଦେଉଥିବା ଟିଫିନ୍‌ ଖାଇବାକୁ କୁହେ। କିଛି ବି ବାହାରୁ କିଣି ଖାଇବାକୁ ବାରଣ କରେ। ଏଥିସହ ସା ସମୟରେ ତାକୁ ଯୋଗ କ୍ଲାସ୍‌ ନିଏ। ଖେଳ କସରତ ଓ ସୁଷମ ଖାଦ୍ୟ ଖାଇବା ଦ୍ୱାରା ତା’ର ଓଜନ ଏବେ ନିୟନ୍ତ୍ରଣରେ ଅଛି।
ସାରାଣୀ ଜେନା( ବାଲେଶ୍ୱର)-
ପିଲାମାନେ ମୋଟା ହୋଇଯିବାର ଟେନ୍‌ସନ ସବୁବେଳେ ରହୁଛି। ଏଥିପାଇଁ ତାଙ୍କୁ ସକାଳୁ ବ୍ୟାୟାମ କରାଉଛି। ତା’ସହ ସେମାନଙ୍କ ଖାଇବା ପିଇବାକୁ ମଧ୍ୟ ସବୁବେଳେ ଜଗିବାକୁ ପଡୁଛି। କିଛିଦିନ ପୂର୍ବରୁ ପୁଅ ଅଧିକ ମୋଟା ହୋଇଯିବା ଯୋଗୁ ଟିକେ ଚଲାବୁଲା କରିଦେଲେ ଥକି ପଡୁଥିଲା। ଏବେ ସେ ପ୍ରତିଦିଦ ବ୍ୟାୟାମ କରୁଛି। ସେଥିପାଇଁ ସବୁ କାମ କରିବାକୁ ଫୁର୍ତ୍ତି ରହିବା ସହ ଫିଟ୍‌ ମଧ୍ୟ ରହୁଛି।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri