ଆଖି ସାମ୍ନାରେ ଜଳିଗଲେ ପିଲା, ଶିକ୍ଷକ ବଖାଣିଲେ ବିମାନ ଦୁର୍ଘଟଣାର ଛାତିଥରା କାହାଣୀ

ଢାକା,୨୨।୭: ସୋମବାର (୨୧ ଜୁଲାଇ, ୨୦୨୫) ଅପରାହ୍ନରେ ବାଂଲାଦେଶର ଢାକାରେ ଏକ ବାୟୁସେନା ତାଲିମ ବିମାନ ଉଡ଼ାଣ ଭରିବାର କିଛି ସମୟ ପରେ ମାଇଲଷ୍ଟୋନ ସ୍କୁଲ ଏବଂ କଲେଜ କୋଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣା ପରେ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଦୁର୍ଘଟଣା ପରେ ମାଇଲଷ୍ଟୋନ କଲେଜରେ ପଢୁଥିବା ୧୯ ବର୍ଷୀୟ ଛାତ୍ର ମାହିନ ତାଙ୍କ ଦୁଃଖଦ ଘଟଣା ବର୍ଣ୍ଣନା କରିଥିଲେ। ସେ କହିଥିଲେ ଯେ ଆମେ ୭ମ ମହଲାରେ ଥିବା ଆମର ଶ୍ରେଣୀରୁ ତଳକୁ ଦୌଡ଼ି ଆସି ଉଦ୍ଧାର କାର୍ଯ୍ୟରେ ଯୋଗ ଦେଇଥିଲୁ। ଆମେ କେତେଜଣ ପିଲାଙ୍କୁ ସ୍କୁଲରୁ ଗୁରୁତର ଭାବରେ ଜଳି ବାହାରୁଥିବାର ଦେଖିଲୁ। ଆମେ ଲୋକମାନଙ୍କୁ ବହୁତ ସାହାଯ୍ୟ କରିଥିଲୁ। ତଥାପି, ଉଦ୍ଧାର କାର୍ଯ୍ୟ ସମୟରେ ମାହିନ ମଧ୍ୟ ଚେତାଶୂନ୍ୟ ହୋଇଯାଇଥିଲେ ଏବଂ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ଘଟଣା ପରେ ତୁରନ୍ତ ଆହତମାନଙ୍କୁ ଉତ୍ତରା ମଡର୍ଣ୍ଣ ହସ୍ପିଟାଲକୁ ନେବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ହସ୍ପିଟାଲର ଉପନିର୍ଦ୍ଦେଶକ ଡାକ୍ତର ମହମ୍ମଦ ବଜଲୁର ରହମାନ କହିଛନ୍ତି ଯେ ଆହତମାନେ ଅପରାହ୍ନ ୧ଟା୫୦ରୁ ଆସିବା ଆରମ୍ଭ କରିଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ୧୨ ରୁ ୧୬ ବର୍ଷ ବୟସର ଛାତ୍ର ଥିଲେ। ସେ କହିଛନ୍ତି, ପିଲାମାନଙ୍କ ମୁହଁ ଏବଂ ଶରୀରରେ ଅଧିକ ପୋଡ଼ି ଯାଇଥିଲା। ଆମେ ତୁରନ୍ତ ସେମାନଙ୍କୁ ବର୍ନ ୟୁନିଟ ପଠାଇବା ପୂର୍ବରୁ ପ୍ରାଥମିକ ଚିକିତ୍ସା ଦେବା ଆରମ୍ଭ କରିଥିଲୁ। ଆହତ ଏବଂ ଅଚେତ ପିଲାମାନଙ୍କୁ ଦେଖିବା ପାଇଁ ବାପାମାଆ, ଭାଇଭଉଣୀ ଏବଂ ପଡ଼ୋଶୀମାନେ ଡାକ୍ତରଖାନାକୁ ଧାଇଁ ଆସିଥିଲେ। ହସ୍ପିଟାଲ ବାହାରେ ଚିତ୍କାର ଏବଂ କାନ୍ଦଣା ଶୁଣିବାକୁ ମିଳିଥିଲା।
ଡାକ୍ତରୀ ଛାତ୍ର ଫୈସଲ ଅହମ୍ମଦ ସରକାର କହିଛନ୍ତି, ଆମେ ଖବର ପାଇବା ମାତ୍ରେ, ଆମେ ସମସ୍ତେ ଏଠାକୁ ଆସିଥିଲୁ। ରକ୍ତଦାନ ଆବଶ୍ୟକ ହେଲେ ଆମେ ପ୍ରସ୍ତୁତ ଥିଲୁ। ଘଟଣାରେ ସର୍ବାଧିକ ପୋଡ଼ିଯାଇଥିବା ପ୍ରାୟ ୬୦ପୀଡିତଙ୍କୁ ଢାକା ମେଡିକାଲ କଲେଜ ଏବଂ ନ୍ୟାସନାଲ ବର୍ନ ପ୍ଲାଷ୍ଟିକ ସର୍ଜରୀ ଇନଷ୍ଟିଚ୍ୟୁଟ ପଠାଯାଇଥିଲା। ହସ୍ପିଟାଲ ଅଧିକାରୀଙ୍କ ଅନୁଯାୟୀ, ରକ୍ତର ଆବଶ୍ୟକତା ନଥିଲା କାରଣ ସେମାନଙ୍କୁ ପୂର୍ବରୁ ଉନ୍ନତ ସୁବିଧା ଥିବା ପ୍ରତିଷ୍ଠାନଗୁଡ଼ିକୁ ସ୍ଥାନାନ୍ତର କରାଯାଇଥିଲା।
ବିସ୍ଫୋରଣ ପରଠାରୁ ରଫିକୁଲ ଇସଲାମଙ୍କ ଭଣଜା ଆଫିୟା ନିଖୋଜ ଥିଲେ। କାନ୍ଦି କାନ୍ଦି ସେ କହିଥିଲେ, ‘ତାଙ୍କୁ ଏପର୍ଯ୍ୟନ୍ତ ମିଳିନାହିଁ। ଆମେ ସବୁଠି ଖୋଜୁଛୁ, ଆଶା କରୁଛି ସେ ସୁରକ୍ଷିତ ଅଛନ୍ତି।’ ଏହି ଯନ୍ତ୍ରଣାଦାୟକ ଦୁଃଖଦ ଘଟଣା ପରେ, ରାଜଧାନୀ ଢାକାରେ ଶୋକ ଏବଂ ନୀରବତା ବ୍ୟାପିଗଲା। ଅଧିକାରୀମାନେ କହିଛନ୍ତି ଯେ ବାୟୁସେନା ଅଧିକାରୀ ଏବଂ ଜରୁରୀକାଳୀନ ସେବାଗୁଡ଼ିକ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛନ୍ତି। ପୂର୍ଣ୍ଣିମା ଦାସଙ୍କ ଅନୁସାରେ, ‘ଯେତେବେଳେ ମୁଁ ୫ ମିନିଟ ପରେ ଫେରିଲି, ସବୁଠି ପୋଡ଼ିଯାଇଥିବା ମୃତଦେହ ପଡ଼ିଥିଲା। ମୁଁ ଜାଣିନାହିଁ କାହିଁକି ମୋର କୌଣସି ଆଘାତ ଲାଗିଲା ନାହିଁ। ମୁଁ କିଛି ସମୟ ପୂର୍ବରୁ ସେହି ଶ୍ରେଣୀରୁ ବାହାରକୁ ଆସିଥିଲି। ମୋ ଆଖି ଆଗରେ ସେହି ନିଷ୍ପାପ ପିଲାମାନଙ୍କ ମୁହଁ ଝଲସି ଉଠୁଛି।’


Enter your email to get our daily news in your inbox.

All Right Reserved By Dharitri.Com

ହାରିଲା ପାକିସ୍ତାନ, ତଥାପି ଇସଲାମାବାଦରେ କାହିଁକି ଉତ୍ସବର ମାହୋଲ! ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ଇସଲାମାବାଦ,୧୫।୯: ଇଂଲଣ୍ଡ ଗସ୍ତରେ ପରାଜିତ ହୋଇ ଫେରିଥିବା ପାକିସ୍ତାନ ଦଳକୁ ଚାରିଆଡୁ କଡ଼ା ସମାଲୋଚନା କରାଯାଉଛି। କିନ୍ତୁ ଏହି ନିରାଶାଜନକ ପ୍ରଦର୍ଶନ ମଧ୍ୟରେ ଦଳର ୨୧ ବର୍ଷୀୟ…

ଶନିଙ୍କ ନଜରରେ ୬ ରାଶି! ୨୦୨୭ ପୂର୍ବରୁ ବଦଳିବ ଭାଗ୍ୟ, ଧନଲାଭ ଯୋଗକୁ ମିଳିବ ବଡ଼ ଚାକିରିର ସୁଯୋଗ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନର ଏକ ବିଶେଷ ମହତ୍ତ୍ୱ ରହିଛି। ଶନି ସମସ୍ତ ଗ୍ରହଙ୍କ ମଧ୍ୟରେ ସବୁଠାରୁ ମନ୍ଥର ଗତିରେ ଚଳନ କରୁଥିବା ଗ୍ରହ ଏବଂ ସେ…

ସନ୍ଧ୍ୟା ହେଲେ ଗାଁରେ ପଶୁଛନ୍ତି, ନଷ୍ଟ କରୁଛନ୍ତି ଧାନ ଫସଲ: କଲ୍ୟାଣସିଂହପୁରରେ ୧୩ ଟିକିଆ ହାତୀପଲଙ୍କ ଉପଦ୍ରବ, ଭୟରେ…

କଲ୍ୟାଣସିଂହପୁର,୧୫।୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତରେ ପୁଣି ଥରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏକ ୧୩ ଟିକିଆ ହାତୀପଲ…

ଏଣିକି ପେଟ୍ରୋଲ ଓ ବିଜୁଳି ବିଲ ପେମେଣ୍ଟ କଲେ ଲାଗିବ ୫ଟଙ୍କା ଏକ୍ସଟ୍ରା ଚାର୍ଜ; ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୯: ବଢ଼ୁଥିବା ମହଙ୍ଗା ମାଡ଼ ମଧ୍ୟରେ ଏବେ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ଚାର୍ଜ। ଅର୍ଥାତ ଆପଣଙ୍କର UPI ଆଉ ମାଗଣା ରହିଲା ନାହିଁ। ଏହି…

UPI ପେମେଣ୍ଟ ଉପରେ ନୂଆ ଚାର୍ଜ: ୫୦୦୦ରେ ୨୦ ଓ ୧୦,୦୦୦ରେ କଟିବ ୪୦ ଟଙ୍କା, ଜାଣନ୍ତୁ…

ନୂଆଦିଲ୍‌ଲୀ,୧୫।୯: ଡିଜିଟାଲ କାରବାର ଉପରେ ଶୁଳ୍କ ଲାଗୁ ନେଇ ବିରୋଧ ମଧ୍ୟରେ ସରକାର UPI ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ (MDR)କୁ ନେଇ ଏକ ନୂଆ ନିଷ୍ପତ୍ତି…

ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ…

ଆଇସିସି ମହିଳା ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ: ପ୍ରଥମ, ଦ୍ୱିତୀୟ ସ୍ଥାନରେ ଭାରତୀୟ ଖେଳାଳି, ଜାଣନ୍ତୁ…

ତାଲିକାରେ ଦୁବାଇ, ୧୫ା୯: ଭାରତ ସ୍ପିନର ଶ୍ରୀ ଚରଣୀ କ୍ୟାରିୟର ଶ୍ରେଷ୍ଠ ରେଟିଂ ପଏଣ୍ଟ ସହ ସଦ୍ୟ ପ୍ରକାଶିତ ଆଇସିସି ମହିଳା ଅନ୍ତର୍ଜାତୀୟ ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ…

ସେପ୍ଟେମ୍ୱର ୧୬ ସକାଳ ୯ଟାରେ ୫ ରାଶିଙ୍କ ଖୋଲିବ ଭାଗ୍ୟ; ପାଇବେ ପ୍ରଚୁର ଧନ, ଚାକିରିରେ ବଡ଼ ଅଫର୍‌

୧୬ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ ଶୁକ୍ଳ ପକ୍ଷର ପଞ୍ଚମୀ ତିଥି ଏବଂ ବୁଧବାର। ଏହା ସହିତ ଏହା ଦ୍ୱିତୀୟ ଚାତୁର୍ମାସ୍ୟର ୨୪ତମ ଦିନ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?