ଚିକିତ୍ସା ସେବା ବଡ଼ ଚ୍ୟାଲେଞ୍ଜ: ତୃତୀୟ ଲହରରେ ଶିଶୁ ଚିନ୍ତା

ଭୁବନେଶ୍ୱର,୨୧।୫(ବ୍ୟୁରୋ): ସାରା ଦେଶରେ ଏବେ ଦ୍ୱିତୀୟ ଲହର କାୟା ବିସ୍ତାର କରୁଥିବାବେଳେ ତୃତୀୟ ଲହରକୁ ନେଇ ଚିନ୍ତା ବଢ଼ିଲାଣି। ତୃତୀୟ ଲହରରେ ପିଲାମାନେ ଅଧିକ ସଂକ୍ରମିତ ହେବେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ଆକଳନ କରୁଛନ୍ତି। ବର୍ତ୍ତମାନ ସ୍ଥିତିରେ ଲୋକଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବାରେ କେନ୍ଦ୍ର ସରକାର ବିଫଳ ହୋଇଥିବାବେଳେ ଆଗକୁ ଏହାକୁ କିପରି ମୁକାବିଲା କରିବେ ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନିକଟରେ ଜାତୀୟ ଗଣମାଧ୍ୟମ ‘ଇକୋନୋମିକ୍‌ ଟାଇମ୍ସ’ ରେ ପ୍ରକାଶିତ ଖବର ଅନୁସାରେ, ଦେଶରେ ଏବେ ୧୬.୫୦ କୋଟି ହେଉଛନ୍ତି ୧୨ବର୍ଷରୁ କମ୍‌ ବୟସର ପିଲା। ଏମାନଙ୍କ ମଧ୍ୟରୁ ଯଦି ୨୦ପ୍ରତିଶତ ସଂକ୍ରମିତ ହେବେ ଓ ୫ପ୍ରତିଶତ ଗୁରୁତର ହେବେ, ତେବେ ଆମକୁ ସର୍ବନିମ୍ନ ୧.୬୫ ଲକ୍ଷ ପେଡିଆଟ୍ରିକ୍‌ ଆଇସିୟୁ ବେଡ୍‌ର ଆବଶ୍ୟକ ପଡ଼ିବ। କିନ୍ତୁ ବର୍ତ୍ତମାନ ଆମ ନିକଟରେ ବୟସ୍କଙ୍କ ପାଇଁ ୯୦ହଜାର ଆଇସିୟୁ ବେଡ୍‌ ଏବଂ ପିଲାଙ୍କ ପାଇଁ ୨ହଜାରରୁ କମ୍‌ ବେଡ୍‌ ରହିଛି। ତେଣୁ ଆଗକୁ ସଂକ୍ରମିତ ସଂଖ୍ୟା ବଢ଼ିଲେ ଭୟଙ୍କର ସ୍ଥିତି ଉପୁଜିବ ବୋଲି ଏଥିରୁ ସ୍ପଷ୍ଟ ବାରି ହୋଇପଡ଼ୁଛି। ପ୍ରଥମ ଲହର ପରେ ଦ୍ୱିତୀୟ ଲହରକୁ ଗୁରୁତ୍ୱ ଦିଆ ନ ଯିବାରୁ ଦେଶରେ ସଂକ୍ରମଣ ହୁ ହୁ ବଢ଼ିଗଲା। ସେହିଭଳି ତୃତୀୟ ଲହରକୁ ଯଦି ଠିକ୍‌ ଭାବେ ସମୟ ପୂର୍ବରୁ ଗୁରୁତ୍ୱ ଦିଆ ନ ଯିବ, ତେବେ ସାଙ୍ଘାତିକ ପରିସ୍ଥିତି ହେବ। ତେଣୁ ଏବେଠାରୁ ଏଥିପାଇଁ ପଦକ୍ଷେପ ନେଇଯିବା ଜରୁରୀ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି।

ବିଶେଷଜ୍ଞଙ୍କ ମତରେ…

ଭାରତରେ ସ୍ବାସ୍ଥ୍ୟ ଭିତ୍ତିଭୂମି ଅପେକ୍ଷାକୃତ ଦୁର୍ବଳ। ସେଥିପାଇଁ ଦ୍ୱିତୀୟ ଲହରରେ ସଂକ୍ରମଣ ସଂଖ୍ୟା ବଢ଼ିଗଲା। ତେବେ ତୃତୀୟ ଲହର କେବେ ଆସିବ ଜଣାପଡ଼ି ନାହିଁ। ପିଲାଙ୍କ ପାଇଁ ଟିକା ଆସିବାରେ ଅତି କମ୍‌ରେ ୪ମାସ ଲାଗିଯିବ। ତେଣୁ ଏହି ସମୟରେ ଯଦି ତୃତୀୟ ଲହର ଆସିଯାଏ, ତେବେ ଶିଶୁମାନେ ଅଧିକ ସଂକ୍ରମିତ ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ସରକାର ୧୮ବର୍ଷ ତଳକୁ କେତେ ପିଲା ଅଛନ୍ତି ତାହା ବାହାର କରିବା ଉଚିତ୍‌। ସେଥିରୁ କେତେ ସଂକ୍ରମିତ ହୋଇସାରିଲେଣି ଓ କେତେ ଜଣଙ୍କୁ ହେବାର ସମ୍ଭାବନା ରହିଛି ତା’ର ତଥ୍ୟ ମିଳିଯିବ। ଯଦି ଓଡ଼ିଶାରେ ୪୦% ପିଲାଙ୍କୁ ଟିକାକରଣ କରାଯାଏ, ତେବେ ତୃତୀୟ ଲହରକୁ ମୁକାବିଲା କରିହେବ। ଏବେଠାରୁ ଯେଉଁଠି ଭେଣ୍ଟିଲେଟର ରହିଛି, ସେଠାରେ ପିଲାଙ୍କ ପାଇଁ ଅତି କମ୍‌ରେ ୧୦% ବେଡ୍‌ ସଂରକ୍ଷିତ କରି ରଖିବା ଉଚିତ୍‌।
– ଡା. ରଶ୍ମି ରଞ୍ଜନ ଦାସ, ଆଡିସିନାଲ ପ୍ରଫେସର, ଶିଶୁରୋଗ ବିଭାଗ, ଏମ୍ସ
ପ୍ରଥମ ଲହରରେ ୨ରୁ ୩% ପିଲା ସଂକ୍ରମିତ ହୋଇଥିବାବେଳେ ୨ୟ ଲହରରେ ୧୨ରୁ ୧୫% ସଂକ୍ରମିତ ହେଉଛନ୍ତି। ତେବେ ଗୁରୁତର ଅଧିକ ହେଉ ନାହାନ୍ତି। ପ୍ରାୟ ୯୫% ଭଲ ହୋଇଯାଉଛନ୍ତି। ପିଲାଙ୍କ ମୃତ୍ୟୁହାର ମଧ୍ୟ କମ୍‌ ରହିଛି। ଏବେ ଯେଉଁ ହାରରେ ସଂକ୍ରମିତ ବଢ଼ୁଛି ତାହା ଯଦି ଜାରି ରହିବ, ତା’ହେଲେ ଆଗକୁ ନିଶ୍ଚିତ ଭାବେ ସଂଖ୍ୟା ବଢ଼ିବ। ତୃତୀୟ ଲହରରେ ପିଲାଙ୍କଠାରେ କେଉଁଭଳି ଲକ୍ଷଣ ଦେଖାଯିବ ତାହା ମଧ୍ୟ ଗୁରୁତ୍ୱ ବହନ କରେ। ବର୍ତ୍ତମାନ ପାଇଁ ଆମର ଆବଶ୍ୟକ ମୁତାବକ ବ୍ୟବସ୍ଥା ରହିଛି। କିନ୍ତୁ ସଂଖ୍ୟା ବଢ଼ିଲେ କିମ୍ବା ଗୁରୁତର ରୋଗୀ ହେଲେ ନିଶ୍ଚିତ ଭାବେ ଅଧିକ ପ୍ରସ୍ତୁତ ହେବାକୁ ପଡ଼ିବ।
– ଡା. ସୁରେନ୍ଦ୍ର ନାଥ ମିଶ୍ର, ସିନିୟର କନ୍‌ସଲଟାଣ୍ଟ, ଶିଶୁବିଭାଗ, କ୍ୟାପିଟାଲ ହସ୍ପିଟାଲ

ଆମ ରାଜ୍ୟରେ ପ୍ରସ୍ତୁତି ଭଲ ରହିଛି। କିନ୍ତୁ ଶିଶୁମାନଙ୍କ ଚିକିତ୍ସା ପାଇଁ ଭିତ୍ତିଭୂମି ସଜାଡ଼ିବାକୁ ପଡ଼ିବ। ବୟସ୍କଙ୍କ ପାଇଁ ଉଦ୍ଦିଷ୍ଟ ଆଇସିୟୁକୁ ଯେପରି ଆବଶ୍ୟକ ପଡ଼ିଲେ ପିଲାଙ୍କ କ୍ଷେତ୍ରରେ ବ୍ୟବହାର କରାଯାଇପାରିବ, ସେନେଇ ପ୍ରସ୍ତୁତ ରହିବା ଆବଶ୍ୟକ। ତେଣୁ ଯେଉଁଠି ଆଇସିୟୁ ରହିଛି, ସେଠାରେ ପାଖାପାଖି ୧୦ରୁ ୨୦% ବେଡ୍‌ ପିଲାଙ୍କ ପାଇଁ ମହଜୁଦ ରଖିବା ଆବଶ୍ୟକ। ତୃତୀୟ ଲହରରେ ୩୦% ପିଲା ସଂକ୍ରମିତ ହେବେ ବୋଲି ଆକଳନ କରାଯାଉଛି।
– ଡା. ଅରଜିତ ମହାପାତ୍ର, ନବଜନ୍ମିତ ଶିଶୁରୋଗ ବିଶେଷଜ୍ଞ, ଜଗନ୍ନାଥ ହସ୍ପିଟାଲ

ଆଇସିଏମ୍‌ଆର୍‌ର ତଥ୍ୟାନୁସାରେ, ଦେଶରେ ୦ରୁ ୧୦ବର୍ଷ ମଧ୍ୟରେ ୩.୩% ଓ ୧୦ରୁ ୨୦ ବର୍ଷ ମଧ୍ୟରେ ୮.୩% ପିଲା କରୋନାରେ ଆକ୍ରାନ୍ତ ହୋଇଛନ୍ତି। କହିବାକୁ ଗଲେ ଏଯାବତ୍‌ ମୋଟ ସଂକ୍ରମିତଙ୍କ ମଧ୍ୟରେ ୧୧ରୁ ୧୨% ହେଉଛନ୍ତି ପିଲା। ତୃତୀୟ ଲହରରେ ଏହା ୩୦ରୁ ୪୦% ହେବ ବୋଲି ଆଶା କରାଯାଉଛି। ତେଣୁ ଏବେଠାରୁୁ ସବୁ ପ୍ରକାର ବ୍ୟବସ୍ଥା କରିଦେବା ଉଚିତ୍‌। ଆକ୍ରାନ୍ତ ପିଲା ପାଖରେ ଜଣେ ପ୍ରଶିକ୍ଷିତ ନର୍ସ ରହିବା ଜରୁରୀ। ଏକ ସଫ୍ଟୱେର ଇନ୍‌ଷ୍ଟଲ କରିଦେଲେ ବଡ଼ମାନଙ୍କ ପାଇଁ ଯେଉଁ ଭେଣ୍ଟିଲେଟର ଅଛି ତାକୁ ପିଲାଙ୍କ ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ। ସେହିପରି ନେଫ୍ରୋଟିକ୍‌ ସିଣ୍ଡ୍ରୋମ, ସିକିଲ୍‌ ସେଲ୍‌, ଥାଲାସେମିଆ, ହିମୋଫିଲିଆ ଭଳି ରୋଗୀ କିମ୍ବା କୌଣସି କ୍ୟାନ୍‌ସର ରୋଗୀ ଯିଏ ଚିକିତ୍ସିତ ହୋଇ ସୁସ୍ଥ ହେବା ଷ୍ଟେଜ୍‌ରେ ରହିଥିବ, ସେମାନେ ସଂକ୍ରମିତ ହେଲେ ଗୁରୁତର ହୋଇଯିବେ। ତେଣୁ ସେମାନଙ୍କ ଉପରେ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ।
– ପ୍ରଫେସର ଡା. ମୃତ୍ୟୁଞ୍ଜୟ ଦାସ, ଶିଶୁରୋଗ ବିଭାଗ, ସମ୍‌ ହସ୍ପିଟାଲ

କରୋନାର ମ୍ୟୁଟାଣ୍ଟ ଭାରିଆଣ୍ଟ କରୁଥିବାରୁ ସ୍ଥିତି ଭୟଙ୍କର ହେଉଛି। ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହରରେ ଷ୍ଟ୍ରେନ୍‌ ଅଧିକ ମାରାତ୍ମକ ରହିଛି। ତେଣୁ ତୃତୀୟ ଲହରରେ ଯେଉଁ ଷ୍ଟ୍ରେନ୍‌ ଆସିବ ସିଏ ଆହୁରି ବିପଜ୍ଜନକ ରହିବ ବୋଲି ଆକଳନ କରାଯାଉଛି। ଏଥିରେ ଯଦି ଅଧିକ ପିଲା ସଂକ୍ରମିତ ହେବେ, ସେତିକି ପରିମାଣର ବ୍ୟବସ୍ଥା ବର୍ତ୍ତମାନ ସୁଦ୍ଧା କରାଯାଇଥିବା ଜଣାପଡ଼ୁ ନାହିଁ। ଭୁବନେଶ୍ୱର, କଟକ କିମ୍ବା ରାଜ୍ୟର ସବୁ ମେଡିକାଲ କଲେଜରେ ପିଲାଙ୍କୁ ଡିଲ୍‌ କରିବା ପାଇଁ ଭେଣ୍ଟିଲେସନରେ ଡାକ୍ତରମାନେ ଯେଉଁ ଜ୍ଞାନ ଆହରଣ କରିଛନ୍ତି, ତାହା ଆଉ କେଉଁଠି ହୋଇନାହିଁ। ପ୍ରତି ସଦର ମହକୁମାରେ ଡାକ୍ତରଙ୍କୁ ସେହିଭଳି ଟ୍ରେନିଂ ଦିଆଯିବା ସହିତ ଆଇସିୟୁ ସେଟ୍‌ ଅପ୍‌ କରାଯିବା ଉଚିତ।
– ପ୍ରଫେସର ଡା. ନିର୍ମଳ କୁମାର ମହାକୁଡ଼, ଶିଶୁରୋଗ ବିଭାଗ, କିମ୍ସ ହସ୍ପିଟାଲ

ଭାରତରେ ଜନ୍ମରୁ ୧୮ବର୍ଷ ମଧ୍ୟରେ ଜନସଂଖ୍ୟା ଅଧିକ। ଆଗକୁ ଯଦି ସଂକ୍ରମିତଙ୍କ ସଂଖ୍ୟା ବଢ଼େ ତେବେ ସମ୍ଭାଳିବା କଷ୍ଟ ହୋଇପଡ଼ିବ। ଆମ ରାଜ୍ୟରେ ପିଲାଙ୍କ ପାଇଁ ବହୁତ କମ୍‌ ଆଇସିୟୁ ବେଡ୍‌ ରହିଛି। କେବଳ ମେଡିକାଲ କଲେଜ ସହିତ କିଛି ଘରୋଇ ହସ୍ପିଟାଲରେ ପିଲାଙ୍କ ପାଇଁ ସୁବିଧା ରହିଛି। ନବଜନ୍ମିତ ଶିଶୁମାନଙ୍କ ପାଇଁ ଏନ୍‌ଆଇସିୟୁ ରହିଛି। କିନ୍ତୁ ରାଜ୍ୟରେ ପେଡିଆଟ୍ରିକ୍‌ ଆଇସିୟୁ ପାଇଁ ଏ ପର୍ଯ୍ୟନ୍ତ କେହି ପ୍ରସ୍ତୁତ ହୋଇନାହାନ୍ତି। ଯଦି ସଂକ୍ରମିତ ସଂଖ୍ୟା ବଢ଼ିବ ତେବେ ତାହା ଆମ ପାଇଁ ବହୁତ ବଡ଼ ଚ୍ୟାଲେଞ୍ଜ ହେବ। ଏବେଠାରୁ ଭେଣ୍ଟିଲେଟର ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ। ସେହିପରି କରୋନା ଚାଲିଛି ବୋଲି ପିଲାକୁ ଅନ୍ୟ ଟିକା ଦେବାରେ ଅବହେଳା କରିବା ଉଚିତ ନୁହେଁ।
– ଡା. ଜାନକୀ ବଲ୍ଲଭ ପ୍ରଧାନ, ସିନିୟର କନ୍‌ସଲଟାଣ୍ଟ, ଶିଶୁରୋଗ ବିଭାଗ, ଆମ୍ରି ହସ୍ପିଟାଲ

ଦ୍ୱିତୀୟ ଲହର ପ୍ରାୟ ଜୁନ୍‌ ଶେଷରେ ସରିବ। ତୃତୀୟ ଲହର ଡିସେମ୍ବର ଆଡ଼କୁ ଆସିପାରେ। ତେଣୁ ଆମ ପଖରେ ସମୟ ରହିଛି। ପିଲାଙ୍କ ପାଇଁ ଟିକା ଆସନ୍ତା ୨ରୁ ୩ମାସ ଭିତରେ ଆସିଯାଇପାରେ। ଟିକା ଆସିବା ମାତ୍ରେ ଶୀଘ୍ର ପିଲାଙ୍କୁ ଟିକାକରଣ କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ହେବା ଦରକାର। ସେଥିପାଇଁ ଏବେଠାରୁ ଟିକା କମ୍ପାନୀ ସହିତ ଯୋଗାଯୋଗ କରିବା ଉଚିତ୍‌। ବର୍ତ୍ତମାନ ଯେଉଁ ହାରରେ ଟିକାକରଣ ହେଉଛି ସେପରି ଚାଲିଲେ ୨ବର୍ଷ ଲାଗିବ। ଟିକାକରଣକୁ ଆହୁରି ତ୍ୱରାନ୍ବିତ କରିବା ଦରକାର।
– ଡା. ବିଶ୍ୱଜିତ ମିଶ୍ର, ଶିଶୁରୋଗ ବିଶେଷଜ୍ଞ, ଜଗନ୍ନାଥ ହସ୍ପିଟାଲ

ତୃତୀୟ ଲହରରେ ପିଲାଙ୍କୁ ଅଧିକ ସଂକ୍ରମିତ ହେବ ବୋଲି ଯେଉଁ ଆକଳନ କରାଯାଉଛି ଆମେ ତାକୁ ମୁକାବିଲା କରିବା ପାଇଁ ପଦକ୍ଷେପ ନେଉଛୁ। ଯେହେତୁ ପିଲାଙ୍କ ପାଇଁ ଏ ପର୍ଯ୍ୟନ୍ତ ଟିକାର ବ୍ୟବସ୍ଥା ହୋଇନାହିଁ, ସେଥିପାଇଁ ଏହାକୁ କିପରି ଉଚିତ ଢଙ୍ଗରେ ମୁକାବିଲା କରାଯାଇପାରିବ ସେନେଇ ଚେଷ୍ଟା ଜାରି ରହିଛି। ଏଥିପାଇଁ ଏକ କମିଟି ଗଠନ ହୋଇଛି। ସେଥିରେ ଥିବା ଶିଶୁରୋଗ ବିଷେଜ୍ଞମାନେ ପରାମର୍ଶ ଦେବା ପରେ ଏକ ଏସ୍‌ଓପି ଜାରି ହେବ। ତେବେ ଓଡ଼ିଶାରେ ଆମର ଯେଉଁଠି କୋଭିଡ୍‌ ହସ୍ପିଟାଲ ରହିଛି ସେଠାରେ ପିଲାଙ୍କ ଚିକିତ୍ସା ପାଇଁ ଆଉ କିଛି ବ୍ୟବସ୍ଥା କରିବାକୁ ପଡ଼ିବ।
– ଡା. ବିଜୟ କୁମାର ପାଣିଗ୍ରାହୀ, ନିର୍ଦ୍ଦେଶକ,
ପରିବାର କଲ୍ୟାଣ, ରାଜ୍ୟ ସ୍ବାସ୍ଥ୍ୟ ବିଭାଗ


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri