ଭୁବନେଶ୍ବର,୧୮।୫: ରାଜ୍ୟରେ ତେଲ ସଂକଟ ଭିତରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ବୟାନ ସାମ୍ନାକୁ ଆସିଛି । ତୈଳ ସ୍ଥିତିକୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିବା ବେଳେ ରାଜ୍ୟରେ ତେଲ ସଂକଟ ନାହିଁ ବୋଲି ସେ କହିଛନ୍ତି । ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ପେଟ୍ରୋଲ ପମ୍ପରେ ଭିଡ଼ ଦେଖାଯାଉଥିବା ବେଳେ ଏଭଳି କରନ୍ତୁ ନାହିଁ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ଯଦି କେହି ବେଆଇନ ମହଜୁଦ କରନ୍ତି କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି । ସେମାନଙ୍କ ବିରୋଧରେ ଜିଲାପାଳ ଆକ୍ସନ ନେବେ ବୋଲି ଅନୁ ଗର୍ଗ ବୟାନ ଦେଇଛନ୍ତି ।
ଅନ୍ୟପଟେ IOCL ସିଜିଏମ୍ ମଧ୍ୟ ତୈଳ ସ୍ଥିତିକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ପେଟ୍ରୋଲ, ଡିଜେଲ୍ ଓ ଏଲ୍ପିଜି ପର୍ଯ୍ୟାପ୍ତ ରହିଛି । ରାଜ୍ୟରେ ତୈଳ ସ୍ଥିତି ସ୍ବାଭାବିକ ଅଛି, ନିୟମିତ ସପ୍ଲାଏ ହେଉଛି । ଗୁଜବରେ ଆଦୌ ବିଶ୍ବାସ କରନ୍ତୁ ନାହିଁ ବୋଲି ସେ କହିଛନ୍ତି ।