ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ଏପାଖସେପାଖ

ବାଲେଶ୍ୱର ଅଫିସ, ୨୭।୧୧:

ସ୍କୁଲ ଛାତ୍ରୀଛାତ୍ର ହଟହଟା
ଛାତ୍ରୀଛାତ୍ର ସ୍କୁଲ ଯିବା ପାଇଁ ଅସୁବିଧା ସମ୍ମୁଖୀନ ହୋଇଥିଲେ। ନବମ ଶ୍ରେଣୀ ପରୀକ୍ଷା ଥିବାରୁ ଛାତ୍ରୀଛାତ୍ର ତଥା ଅଭିଭାବକ ଗାଡ଼ି ଚଳାଚଳ ବନ୍ଦର ପ୍ରତିବାଦ କରିଥିଲେ। ସ୍କୁଲ ପ୍ରଧାନଶିକ୍ଷକ ଏ ସମ୍ପର୍କରେ ଜିଲା ଶିକ୍ଷାଧିକାରୀଙ୍କୁ ଜଣାଇଥିଲେ। ବିଳମ୍ବରେ ହେଲେ ମଧ୍ୟ ଜିଲା ଶିକ୍ଷାଧିକାରୀ ବିଷ୍ଣୁଚରଣ ସୂତାର ଜିଲା ପ୍ରଶାସନ ସହ ଆଲୋଚନା କରି ଛାତ୍ରୀଛାତ୍ରଙ୍କୁ ସ୍କୁଲ ଯିବା ପାଇଁ ସହାୟତା କରିଥିଲେ।

କଳାପ୍ୟାଣ୍ଟକୁ ଛାଡ଼, ଭ୍ୟାନିଟି ବ୍ୟାଗ୍‌ ଜବତ
ମୁଖ୍ୟମନ୍ତ୍ରୀ ଆସୁଥିବା କାରଣରୁ ନେତାମାନେ କର୍ମୀ ତଥା ଭୋଟରଙ୍କୁ ନିମନ୍ତ୍ରଣ କରିଥିଲେ। ସେମାନେ ସଭାସ୍ଥଳକୁ ଯିବା ପାଇଁ ପାସ୍‌ ପାଇଥିଲେ। ସୁରକ୍ଷା ଦୃଷ୍ଟିରୁ ଉଭୟ ମହିଳା ପୁରୁଷଙ୍କୁ ଯାଞ୍ଚ କରାଯାଉଥିଲା। ପୁରୁଷ ଲୋକେ କଳା ପ୍ୟାଣ୍ଟ ପିନ୍ଧି ଯାଇପାରୁଥିବା ବେଳେ ମହିଳାଙ୍କ କଳାରଙ୍ଗର ଭ୍ୟାନିଟିକୁ ପୋଲିସ ଜବତ କରୁଥିବା ମହିଳାମାନେ ଅଭିଯୋଗ କରିଛନ୍ତି।

ନୂଆ ସାର୍ଟ କିଣି ସଭାସ୍ଥଳକୁ ପଶିଲେ ଯୁବକ
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ଼ ପାଇଁ ନିମନ୍ତ୍ରଣ ପାଇ ସ୍ତ୍ରୀଙ୍କୁ ଧରି ଆସିଥିବା ଜଣେ ଯୁବକ କଳାସାର୍ଟ ପିନ୍ଧିଥିବାରୁ ପୋଲିସ ତାକୁ ଭିତରକୁ ଛାଡ଼ି ନ ଥିଲା। ତେଣୁ ସେ ରାସ୍ତାରେ ସ୍ତ୍ରୀଙ୍କୁ ଛିଡ଼ା କରାଇ ଧଳା ରଙ୍ଗର ନୂଆ ଶାର୍ଟ କିଣି ପିନ୍ଧି ଭିତରକୁ ଯାଇଥିବା ଦେଖିବାକୁ ମିଳିଥିଲା।

ମୁଖ୍ୟମନ୍ତ୍ରୀ ଗୋବ୍ୟାକ୍‌
ମମିତା ମେହେର ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବହିଷ୍କାର ନ କରି ସାଥିରେ ଧରି ବୈଠକ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ଭାଜପା ପକ୍ଷରୁ ବିରୋଧ କରାଯାଇଥିଲା। ଷ୍ଟେଶନ ଛକ, ଆଇଜି ଅଫିସ୍‌ ଛକରେ ଦଳ ଦଳ ଭାଜପା କର୍ମୀ ପହଞ୍ଚତ୍ ମୁଖ୍ୟମନ୍ତ୍ରୀ ‘ଗୋ ବ୍ୟାକ୍‌’ ନାରା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ସିପ୍ରା ବାଜପେୟୀ, ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ମାନସ ଦତ୍ତ ପ୍ରମୁଖ ନେତା ବିକ୍ଷୋଭ ଓ କଳା ପତାକା ପ୍ରଦର୍ଶନ କରିଥିବାରୁ ପୋଲିସ ଗିରଫ କରିଥିଲା।

ରାତି ଅଧିଆ ଉଠାଇନେଲା ପୋଲିସ
ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସଫଳ କରିବା ଲାଗି ଜିଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ରାସ୍ତା ବ୍ଲକିଂ ସହ ବିରୋଧୀଙ୍କୁ ପୂର୍ବ ରାତିରୁ ଗିରଫ କରି ଅଟକ ରଖାଯାଇଥିଲା। ପୋଲିସ ଭାଜପା ଜିଲା ସଭାପତି ଉମାକାନ୍ତ ମହାପାତ୍ର, ରେମୁଣାର ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ସମେତ କଂଗ୍ରେସର ଜିଲା ସଭାପତି ସଞ୍ଜୀବ ଗିରି ଓ ଅନ୍ୟମାନଙ୍କୁ ଗିରଫ କରି ବିଭିନ୍ନ ଥାନାରେ ଅଟକ ରଖିଥିଲା। ଏହାକୁ ନେଇ ପ୍ରମୁଖ ଦୁଇ ଦଳ କର୍ମୀମାନଙ୍କ ମଧ୍ୟରେ ଅସନ୍ତାଷ ଦେଖାଦେଇଛି।

ଏମିତି କହିଲେ ନବଜ୍ୟୋତି
ପ୍ରତ୍ୟେକ ଗଣତନ୍ତ୍ରରେ ସାଧାରଣ ନାଗରିକଙ୍କର ଶାନ୍ତିପୂର୍ଣ୍ଣ ପ୍ରତିବାଦ ରାସ୍ତା କଡରେ ଛିଡା ରହି ପ୍ଲାକାର୍ଡ଼ ଦେଖାଇବା, କଳା ପତାକା ଦେଖାଇବା ବା ସ୍ଲୋଗାନ ଦେବାର ଅଧିକାର ଅଛି । ପୋଲିସକୁ ବ୍ୟବହାର କରି ବିରୋଧୀଙ୍କୁ ରାତିଅଧିଆ ଗିରଫ କରିବା ସମ୍ବିଧାନ ଓ ଗଣତନ୍ତ୍ରର ପରିପନ୍ଥୀ। ସରକାର ଶାନ୍ତିପୂର୍ଣ୍ଣ ପ୍ରତିବାଦକୁ ଦମନ କଲେ ଜନଆକ୍ରୋଶ ଅନ୍ୟ ରୂପ ନେବ ଓ ଏଥିପାଇଁ ସରକାର ଦାୟୀ ରହିବେ। ଏଭଳି ଗିରଫଦାରୀ ଓ ସରକାରଙ୍କ ଅଗଣତାନ୍ତ୍ରିକ ତଥା ଦମନମୂଳକ ମାନସିକତା ବୋଲି କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ କହିବା ସହ ଦୃଢ଼ ନିନ୍ଦା କରିଥିଲେ। ସରକାର ବ୍ରାଉନସୁଗାର ଓ ଗାଁ ଗାଁରେ ଚୋରା ମଦ ବେପାରୀଙ୍କୁ ଏଭଳି ଦମନ କରାଇପାରିଲେ ସମାଜର ଅନେକ ମଙ୍ଗଳ ହୁଅନ୍ତା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?