ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ଏପାଖସେପାଖ

ବାଲେଶ୍ୱର ଅଫିସ, ୨୭।୧୧:

ସ୍କୁଲ ଛାତ୍ରୀଛାତ୍ର ହଟହଟା
ଛାତ୍ରୀଛାତ୍ର ସ୍କୁଲ ଯିବା ପାଇଁ ଅସୁବିଧା ସମ୍ମୁଖୀନ ହୋଇଥିଲେ। ନବମ ଶ୍ରେଣୀ ପରୀକ୍ଷା ଥିବାରୁ ଛାତ୍ରୀଛାତ୍ର ତଥା ଅଭିଭାବକ ଗାଡ଼ି ଚଳାଚଳ ବନ୍ଦର ପ୍ରତିବାଦ କରିଥିଲେ। ସ୍କୁଲ ପ୍ରଧାନଶିକ୍ଷକ ଏ ସମ୍ପର୍କରେ ଜିଲା ଶିକ୍ଷାଧିକାରୀଙ୍କୁ ଜଣାଇଥିଲେ। ବିଳମ୍ବରେ ହେଲେ ମଧ୍ୟ ଜିଲା ଶିକ୍ଷାଧିକାରୀ ବିଷ୍ଣୁଚରଣ ସୂତାର ଜିଲା ପ୍ରଶାସନ ସହ ଆଲୋଚନା କରି ଛାତ୍ରୀଛାତ୍ରଙ୍କୁ ସ୍କୁଲ ଯିବା ପାଇଁ ସହାୟତା କରିଥିଲେ।

କଳାପ୍ୟାଣ୍ଟକୁ ଛାଡ଼, ଭ୍ୟାନିଟି ବ୍ୟାଗ୍‌ ଜବତ
ମୁଖ୍ୟମନ୍ତ୍ରୀ ଆସୁଥିବା କାରଣରୁ ନେତାମାନେ କର୍ମୀ ତଥା ଭୋଟରଙ୍କୁ ନିମନ୍ତ୍ରଣ କରିଥିଲେ। ସେମାନେ ସଭାସ୍ଥଳକୁ ଯିବା ପାଇଁ ପାସ୍‌ ପାଇଥିଲେ। ସୁରକ୍ଷା ଦୃଷ୍ଟିରୁ ଉଭୟ ମହିଳା ପୁରୁଷଙ୍କୁ ଯାଞ୍ଚ କରାଯାଉଥିଲା। ପୁରୁଷ ଲୋକେ କଳା ପ୍ୟାଣ୍ଟ ପିନ୍ଧି ଯାଇପାରୁଥିବା ବେଳେ ମହିଳାଙ୍କ କଳାରଙ୍ଗର ଭ୍ୟାନିଟିକୁ ପୋଲିସ ଜବତ କରୁଥିବା ମହିଳାମାନେ ଅଭିଯୋଗ କରିଛନ୍ତି।

ନୂଆ ସାର୍ଟ କିଣି ସଭାସ୍ଥଳକୁ ପଶିଲେ ଯୁବକ
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ଼ ପାଇଁ ନିମନ୍ତ୍ରଣ ପାଇ ସ୍ତ୍ରୀଙ୍କୁ ଧରି ଆସିଥିବା ଜଣେ ଯୁବକ କଳାସାର୍ଟ ପିନ୍ଧିଥିବାରୁ ପୋଲିସ ତାକୁ ଭିତରକୁ ଛାଡ଼ି ନ ଥିଲା। ତେଣୁ ସେ ରାସ୍ତାରେ ସ୍ତ୍ରୀଙ୍କୁ ଛିଡ଼ା କରାଇ ଧଳା ରଙ୍ଗର ନୂଆ ଶାର୍ଟ କିଣି ପିନ୍ଧି ଭିତରକୁ ଯାଇଥିବା ଦେଖିବାକୁ ମିଳିଥିଲା।

ମୁଖ୍ୟମନ୍ତ୍ରୀ ଗୋବ୍ୟାକ୍‌
ମମିତା ମେହେର ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବହିଷ୍କାର ନ କରି ସାଥିରେ ଧରି ବୈଠକ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ଭାଜପା ପକ୍ଷରୁ ବିରୋଧ କରାଯାଇଥିଲା। ଷ୍ଟେଶନ ଛକ, ଆଇଜି ଅଫିସ୍‌ ଛକରେ ଦଳ ଦଳ ଭାଜପା କର୍ମୀ ପହଞ୍ଚତ୍ ମୁଖ୍ୟମନ୍ତ୍ରୀ ‘ଗୋ ବ୍ୟାକ୍‌’ ନାରା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ସିପ୍ରା ବାଜପେୟୀ, ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ମାନସ ଦତ୍ତ ପ୍ରମୁଖ ନେତା ବିକ୍ଷୋଭ ଓ କଳା ପତାକା ପ୍ରଦର୍ଶନ କରିଥିବାରୁ ପୋଲିସ ଗିରଫ କରିଥିଲା।

ରାତି ଅଧିଆ ଉଠାଇନେଲା ପୋଲିସ
ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସଫଳ କରିବା ଲାଗି ଜିଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ରାସ୍ତା ବ୍ଲକିଂ ସହ ବିରୋଧୀଙ୍କୁ ପୂର୍ବ ରାତିରୁ ଗିରଫ କରି ଅଟକ ରଖାଯାଇଥିଲା। ପୋଲିସ ଭାଜପା ଜିଲା ସଭାପତି ଉମାକାନ୍ତ ମହାପାତ୍ର, ରେମୁଣାର ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ସମେତ କଂଗ୍ରେସର ଜିଲା ସଭାପତି ସଞ୍ଜୀବ ଗିରି ଓ ଅନ୍ୟମାନଙ୍କୁ ଗିରଫ କରି ବିଭିନ୍ନ ଥାନାରେ ଅଟକ ରଖିଥିଲା। ଏହାକୁ ନେଇ ପ୍ରମୁଖ ଦୁଇ ଦଳ କର୍ମୀମାନଙ୍କ ମଧ୍ୟରେ ଅସନ୍ତାଷ ଦେଖାଦେଇଛି।

ଏମିତି କହିଲେ ନବଜ୍ୟୋତି
ପ୍ରତ୍ୟେକ ଗଣତନ୍ତ୍ରରେ ସାଧାରଣ ନାଗରିକଙ୍କର ଶାନ୍ତିପୂର୍ଣ୍ଣ ପ୍ରତିବାଦ ରାସ୍ତା କଡରେ ଛିଡା ରହି ପ୍ଲାକାର୍ଡ଼ ଦେଖାଇବା, କଳା ପତାକା ଦେଖାଇବା ବା ସ୍ଲୋଗାନ ଦେବାର ଅଧିକାର ଅଛି । ପୋଲିସକୁ ବ୍ୟବହାର କରି ବିରୋଧୀଙ୍କୁ ରାତିଅଧିଆ ଗିରଫ କରିବା ସମ୍ବିଧାନ ଓ ଗଣତନ୍ତ୍ରର ପରିପନ୍ଥୀ। ସରକାର ଶାନ୍ତିପୂର୍ଣ୍ଣ ପ୍ରତିବାଦକୁ ଦମନ କଲେ ଜନଆକ୍ରୋଶ ଅନ୍ୟ ରୂପ ନେବ ଓ ଏଥିପାଇଁ ସରକାର ଦାୟୀ ରହିବେ। ଏଭଳି ଗିରଫଦାରୀ ଓ ସରକାରଙ୍କ ଅଗଣତାନ୍ତ୍ରିକ ତଥା ଦମନମୂଳକ ମାନସିକତା ବୋଲି କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ କହିବା ସହ ଦୃଢ଼ ନିନ୍ଦା କରିଥିଲେ। ସରକାର ବ୍ରାଉନସୁଗାର ଓ ଗାଁ ଗାଁରେ ଚୋରା ମଦ ବେପାରୀଙ୍କୁ ଏଭଳି ଦମନ କରାଇପାରିଲେ ସମାଜର ଅନେକ ମଙ୍ଗଳ ହୁଅନ୍ତା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ସରପଞ୍ଚରୁ ବିଧାୟିକା ପ୍ରାର୍ଥୀ

ବାଲେଶ୍ୱର,୨୧।୪(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲାର ଦୁଇଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଘୋଷଣା କରିଛି। ରେମୁଣା ବିଧାନସଭା କ୍ଷେତ୍ରରୁ ବିଦ୍ୟାସ୍ମିତା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri