ବରଗଡ଼ରେ ଆରମ୍ଭ ହେବ ଚିଫ୍‌ ମିନିଷ୍ଟର କପ୍‌ ଫୁଟ୍‌ବଲ ମ୍ୟାଚ୍‌: ଭାଗ ନେବେ ୮ ଟିମ୍‌

ବରଗଡ଼,୬ା୪(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଏବଂ ଫୁଟ୍‌ବଲ୍‌ ଆସୋସିଏଶନ ଅଫ୍‌ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଆସନ୍ତା ସୋମବାରରୁ ବରଗଡ଼ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ୧୫ ବର୍ଷରୁ କମ୍‌ ବୟସ ବର୍ଗର ଚିଫ୍‌ ମିନିଷ୍ଟର କପ୍‌ ଫୁଟବଲ ମ୍ୟାଚ୍‌ ଆରମ୍ଭ ହେବାକୁ ଯାଉଛି। ଏ ନେଇ ରବିବାର ସ୍ଥାନୀୟ ଲେଙ୍ଗୁ ମିଶ୍ର ଷ୍ଟାଡିୟମରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଜିଲା କ୍ରୀଡ଼ା ସଂସଦର କର୍ମକର୍ତ୍ତାମାନେ ସୂଚନା ଦେଇ କହିଥିଲେ, ଏହି ପ୍ରତିଯୋଗିତାର ପ୍ରଥମ ପର୍ଯ୍ୟାୟରେ ୧୫ଜିଲାରେ ପ୍ରତିଯୋଗିତା ଆୟୋଜିତ ହୋଇ ସାରିଥିବା ବେଳେ ସୋମବାରରୁ ବରଗଡ଼ ସମେତ ଅନ୍ୟ ଜିଲାଗୁଡ଼ିକରେ ଏହା ଆରମ୍ଭ ହେବ। ରାଜ୍ୟ ସରକାର ଓ ଫୁଟବଲ ଆସୋସିଏଶନ୍‌ ଅଫ ଓଡ଼ିଶା ତୃଣମୂଳସ୍ତରରେ ଯୁବ ଫୁଟବଲ ପ୍ରତିଭା ଚୟନ ପାଇଁ ଆୟୋଜିତ ହେଉଥିବା ଏହି ପ୍ରତିଯୋଗିତାର ଚୟନକର୍ତ୍ତାମାନଙ୍କ ଦାରା ଚୟନ ହୋଇଥିବା ଖେଳାଳିମାନେ ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶାର ଏକାଡେମୀ ତଥା ବିଭିନ୍ନ ଜିଲାରେ ଥିବା କ୍ରୀଡ଼ା ହଷ୍ଟେଲଗୁଡ଼ିକରେ ରହି ଫୁଟବଲ ଖେଳରେ ପ୍ରଶିକ୍ଷଣ ପାଇପାରିବେ। ଏହି ପ୍ରତିଯୋଗିତାରୁ ଚୟନ ହୋଇଥିବା ଖେଳାଳିମାନେ ମଧ୍ୟ ଆନ୍ତଃରାଜ୍ୟ ଫୁଟବଲ ପ୍ରତିଯୋଗିତାଗୁଡ଼ିକରେ ଫୁଟବଲ ଆସୋସିଏଶନ୍‌ ଅଫ୍‌ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇ ପାରିବେ। ସୋମବାରରୁ ବରଗଡ଼ରେ ଏହି ପ୍ରତିଯୋଗିତା ଆରମ୍ଭ ହେବାକୁ ଥିବାବେଳେ ଏଥିରେ ୮ଦଳ ଅଂଶଗ୍ରହଣ କରିବା। ସେହି ଦଳଗୁଡିକ ମଧ୍ୟରେ ବରଗଡ଼ ଜିଲାର ୟୁନାଇଟେଡ୍‌ ସ୍ପୋର୍ଟସ କ୍ଲବ, ବ୍ଲୁ ଡାଇମଣ୍ଡ କ୍ଲବ, ସୁପର ଜିମ୍ନାସିୟମ କ୍ଲବ, ବାବା ଆମ୍ବେଦକର କ୍ଲବ , ଏସ୍‌ଏସ୍‌ଓ୍ବାଇଏସ୍‌ ଗୋବିନ୍ଦ ପାଲି, ବିର୍ସା ମୁଣ୍ଡା କ୍ଲବ ଖଲିଆପାଲି , ଗୋପବନ୍ଧୁ କ୍ଲବ କଦଳୀପାଲି ଓ ଖରମୁଣ୍ଡା ୟୁଥ୍‌ ଆଥ୍‌ଲେଟିକ୍‌ ଆସୋସିଏଶନ୍‌ ରହିଛନ୍ତି। ସୋମବାର ଅପରାହ୍ନ ୩ଟା ୩୦ ମିନିଟ୍‌ରେ ପ୍ରତିଯୋଗିତାକୁ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିବେ ବୋଲି କ୍ରୀଡା ସଂସଦ ପକ୍ଷରୁ ସୂଚନା ଦିଆଯାଇଛି। ଜିଲା କ୍ରୀଡ଼ା ସଂସଦ ସଭାପତି ତଥା ବରଗଡ଼ ଜିଲାପାଳ ଆଦିତ୍ୟ ଗୋୟଲଙ୍କ ଉପସ୍ଥିତିରେ ଉଦ୍‌ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଆସନ୍ତା ୧୫ ତାରିଖରେ ଫାଇନାଲ ମ୍ୟାଚ ସହିତ ପ୍ରତିଯୋଗିତା ଉଦ୍‌ଯାପିତ ହେବ। ଏହି ପ୍ରତିଯୋଗିତାକୁ ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶାର ୧୨ ଜଣ ରେଫରୀ ପରିଚାଳନା କରିବାକୁ ଥିବାବେଳେ ସୁରେଶ ଦାଶଙ୍କୁ ମ୍ୟାଚ୍‌ କମିଶନର ଦାୟିତ୍ୱ ପ୍ରଦାନ କରାଯାଇଛି। ଖବରଦାତା ସମ୍ମିଳନୀରେ ଜିଲା କ୍ରୀଡ଼ା ସଂସଦ ଉପସଭାପତି ଯୁଗଳ ପ୍ରସାଦ ସିଂ, ସାଧାରଣ ସମ୍ପାଦକ କିଶୋର କୁମାର ମିଶ୍ର, ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶାର ଉପସଭାପତି ରବି ପଣ୍ଡା, ଜିଲା କ୍ରୀଡ଼ା ଅଧିକାରୀ ଅଜୟ ପଟ୍ଟନାୟକ, କୋଷାଧ୍ୟକ୍ଷ ଡଃ ଶୁଭ୍ରାଂଶୁ ଶେଖର ମହାପାତ୍ର, ଫୁଟବଲ ସମ୍ପାଦକ ଶେକ୍‌ ସବଦର, ଆଉଟଡୋର ଗେମ୍ସ ସମ୍ପାଦକ ସୁରେଶ ଦାଶ, କାଉନସିଲ ସଦସ୍ୟ ମହେନ୍ଦ୍ର ଦାଶ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri