ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, କନିଷ୍ଠ ଶିକ୍ଷକଙ୍କ ବଢିଲା ଦରମା

Featured Video Play Icon

ଭୁବନେଶ୍ୱର,୧୨।୨: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା। କନିଷ୍ଠ ଶିକ୍ଷକଙ୍କ ଦରମା ବଢାଇଲେ ରାଜ୍ୟ ସରକାର। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି।

ମାସିକ ୫ହଜାର ଦରମା ବୃଦ୍ଧି କଲେ ସରକାର। ଏଣିକି ୧୧ ହଜାରରୁ ବଢ଼ି ୧୬ ହଜାର ହେଲା ଶିକ୍ଷକଙ୍କ ଦରମା। ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲର ଶିକ୍ଷକଙ୍କୁ ମିଳିବ ଏହି ବର୍ଦ୍ଧିତ ଦରମା। ମାସିକ ୧୧ ହଜାର ଟଙ୍କା ବଦଳରେ ୧୬ ହଜାର ପାଇବେ। ଏହାସହିତ ଏହି ବର୍ଗର ଶିକ୍ଷକ ମାନଙ୍କ ଇପିଏଫ ପରିମାଣ ମଧ୍ୟ ବୃଦ୍ଧି ପାଇପାରେ। ସମଗ୍ର ଶିକ୍ଷା କାର୍ଯ୍ୟକ୍ରମରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରରେ କନିଷ୍ଠ ଶିକ୍ଷକମାନେ ନିୟୋଜିତ ହୋଇଛନ୍ତି। ସେମାନଙ୍କୁ ମାସିକ ୧୧,୧୦୦ ଟଙ୍କା ପାରିଶ୍ରମିକ ଦିଆଯାଉଥିଲା।  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବର୍ଗର ଶିକ୍ଷକ ମାନଙ୍କର ମାସିକ ପାରିଶ୍ରମିକକୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇ ଏ ସଂପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାନସଭା ଦିନିକିଆ ଅଧିବେଶନ ପାଇଁ ସୁରକ୍ଷା କଡାକଡି: ଲୋୟର ପିଏମ୍‌ଜିରେ ୧୪୪ ଧାରା

ଭୁବନେଶ୍ୱର,୨୯।୪: ବିଧାନସଭାର ଦିନିକିଆ ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏ ନେଇ ବିଧାନସଭା ଜଗିବେ ୭୦ପ୍ଲାଟୁନ ପୋଲିସ ଫୋର୍ସ। ତ୍ରିସ୍ତରୀୟ ବଳୟରେ ରହିବ ବିଧାନସଭା।…

ଜିତୁ ମୁଣ୍ଡାଙ୍କୁ ମିଳୁ ନ୍ୟାୟ: ବିଚାର ବିଭାଗୀୟ ତଦନ୍ତ ଦାବି କଲା ବିଜେଡିି

ପାଟଣା,୨୯।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ଡିଆନାଳି ଗ୍ରାମ ଚତୁରୀ ସାହିର ଜିତୁ ମୁଣ୍ଡା ଗତ ସୋମବାର ମୃତ ଭଉଣୀ କାଲାରା…

ବୁଲିବାକୁ ଯାଉଥିବା ସମୟରେ ଭିନ୍ନକ୍ଷମ ଯୁବତୀଙ୍କୁ ବଳାତ୍କାର

ଜୟପୁର,୨୯।୪ (ପବନ ପାଣିଗ୍ରାହୀ): ଜୟପୁର ସଦର ଥାନା ଅଞ୍ଚଳରେ ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଗତ ୨୩ ତାରିଖ ସକାଳେ ଯୁବତୀ ନିକଟସ୍ଥ…

କଙ୍କାଳ ନେଇ ବ୍ୟାଙ୍କ ଆଗରେ ରଖିବା ଘଟଣା: ରିପୋର୍ଟ ମାଗିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୯।୪(ସୁନିତ୍‌ ମିଶ୍ର):କେନ୍ଦୁଝର ପାଟଣା ବ୍ୟାଙ୍କକୁ ଜଣେ ଭାଇ ତାଙ୍କ ଭଉଣୀଙ୍କ ଶବ ନେବା ଘଟଣାକୁ ନେଇ ସବୁଆଡ଼େ ଚର୍ଚ୍ଚା ହୋଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ…

ଦିଦିଙ୍କୁ ଘାରିଲାଣି ‘ଭାଜପା’ ଭୟ: ବୁଲି ବୁଲି ଜଗୁଛନ୍ତି ବୁଥ୍‌, ଆଣିଲେ ସାଂଘାତିକ ଅଭିଯୋଗ

କୋଲକାତା,୨୯।୪: ପଶ୍ଚିମବଙ୍ଗରେ ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ବୁଧବାର ଭୋଟିଂ ଚାଲିଛି। ୨୯୪ ବିଧାନସଭା ଆସନ ମଧ୍ୟରୁ ୧୪୨ଟିରେ ସକାଳ ୭ଟାରେ ମତଦାନ ଆରମ୍ଭ ହୋଇଛି।…

ଥାନାରେ ଆତ୍ମହତ୍ୟା କଲେ ବଳାତ୍କାର ଅଭିଯୁକ୍ତ: ପୋଲିସର କାର୍ଯ୍ୟଦକ୍ଷତା ଉପରେ ଉଠିଲା ପ୍ରଶ୍ନ

ନବରଙ୍ଗପୁର,୨୯।୪(ସଦାଶିବ ପ୍ରହରାଜ)- ନବରଙ୍ଗପୁର ଜିଲା ଡାବୁଗାଁ ଥାନାରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ବଳାତ୍କାର ଅଭିଯୁକ୍ତଙ୍କୁ ପୋଲିସ ହେପାଜତରେ ରଖିଥିବା ସମୟରେ ଥାନା ଭିତରେ ହିଁ…

ଭାଜପା କର୍ମୀଙ୍କୁ ଆକ୍ରମଣ: ନିର୍ବାଚନ ଚାଲିଥିବାବେଳେ ବୁଥ୍‌ରେ ମାରପିଟ୍‌

କୋଲକାତା,୨୯।୪: ପଶ୍ଚିମବଙ୍ଗରେ ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ବୁଧବାର ଭୋଟିଂ ଚାଲିଛି। ୨୯୪ ବିଧାନସଭା ଆସନ ମଧ୍ୟରୁ ୧୪୨ଟିରେ ସକାଳ ୭ଟାରେ ମତଦାନ ଆରମ୍ଭ ହୋଇଛି।…

ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିଲେ ଶଙ୍କର: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ

ଦାରିଙ୍ଗବାଡି, ୨୯/୪(ଅରୁଣ ସାହୁ):କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଲୋହରା ସାହିର ଶଙ୍କର ବିଶୋଇ (୪୦)ଙ୍କ ମୃତଦେହ ଦାରିଙ୍ଗବାଡିରେ ପହଞ୍ଚିଛି। ବୁଧବାର ସକାଳ ୮ଟା ସମୟରେ ମୃତଦେହ ତାଙ୍କ ଲୋହରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri