ମୁଖ୍ୟମନ୍ତ୍ରୀଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ

ଭୁବନେଶ୍ବର,୫ା୯(ବ୍ୟୁରୋ):ସଫଳ ନେତୃତ୍ୱ ଯୋଗୁ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଓଡ଼ିଶାବାସୀଙ୍କ ସେବା କରିଆସୁଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରବିବାର ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ କରାଯାଇଛି। ନୂଆଦିଲ୍ଲୀସ୍ଥିତ କ୍ୟାପିଟାଲ ଫାଉଣ୍ଡେଶନ ସୋସାଇଟି ତରଫରୁ ନବୀନଙ୍କୁ ଏହି ସମ୍ମାନ ଦିଆଯାଇଛି। ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାଶନାଲ୍‌ ସେଣ୍ଟରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଏନ୍‌.ଭି ରମନାଙ୍କ ହାତରୁ ସେ ଏହି ସମ୍ମାନ ଗ୍ରହଣ କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବର୍ଷ ବର୍ଷ ଧରି କ୍ୟାପିଟାଲ୍‌ ଫାଉଣ୍ଡେଶନ୍‌ ବିକଶିତ ହୋଇଛି। ଖୋଲା ବିତର୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଭାବେ ଏହି ଫାଉଣ୍ଡେସନ ପ୍ରତିଷ୍ଠିତ ହୋଇପାରିଛି। ଏହା ସାଧାରଣ ନୀତିର ବିଭିନ୍ନ ଦିଗ, ଗଣତାନ୍ତ୍ରିକ ଶାସନ ଏବଂ ବିଭିନ୍ନ କ୍ଷେତ୍ରରେ ସଂସ୍କାର ଉପରେ ଆଲୋଚନା କରିଥାଏ, ଯାହା ନୀତି ନିର୍ଦ୍ଧାରକଙ୍କୁ ପ୍ରଭାବିତ କରିଥାଏ। ୩ ଦଶନ୍ଧିରୁ ଅଧିକ ସମୟ ଧରି ଫାଉଣ୍ଡେଶନ ବିଭିନ୍ନ ନୀତି ପ୍ରଣୟନକାରୀଙ୍କୁ ଏକ ପ୍ଲାଟଫର୍ମ ପ୍ରଦାନ କରିଛି, ଯଦ୍ଦ୍ବାରା ସେମାନଙ୍କ ମତାମତକୁ ସ୍ବାଧୀନ ଭାବେ ଉପସ୍ଥାପନ କରାଯାଉଛି। ସାମଗ୍ରିକ ଶାସନରେ ଏହାର ଅବଦାନ ରହିଛି। କ୍ୟାପିଟାଲ୍‌ ଫାଉଣ୍ଡେଶନ୍‌ ଦ୍ୱାରା ଜୀବନବ୍ୟାପୀ ସାଧନା ସମ୍ମାନ ପାଇଁ ମନୋନୀତ ହୋଇଥିବାରୁ ନିଜକୁ ଗର୍ବିତ ଅନୁଭବ କରୁଛି। ଏହି ସମ୍ମାନକୁ ଓଡ଼ିଶାର ସାଢ଼େ ୪ କୋଟି ଲୋକଙ୍କୁ ଉତ୍ସର୍ଗ କରୁଛି, ଯେଉଁମାନେ ଗତ ୨୨ ବର୍ଷ ଧରି ସେମାନଙ୍କୁ ସେବା କରିବା ପାଇଁ କ୍ରମାଗତ ଭାବେ ଆଶୀର୍ବାଦ କରିଆସୁଛନ୍ତି। ମୋ ଉପରେ ରାଜ୍ୟବାସୀଙ୍କର ଥିବା ବିଶ୍ୱାସ ହେଉଛି ସଶକ୍ତ ଓଡ଼ିଶା ଗଠନ ଦିଗରେ କାର୍ଯ୍ୟ କରିବା ପାଇଁ ସବୁଠାରୁ ବଡ଼ ପ୍ରେରଣା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଗତ ୨୨ ବର୍ଷରେ ଓଡ଼ିଶା ଏକ ଦୀର୍ଘପଥ ଅତିକ୍ରମ କରିଛି। ୧୯୯୯ର ମହାବାତ୍ୟା ପରେ କିଏ ଭାବିଥିଲା ଯେ ଓଡ଼ିଶା ବିପର୍ଯ୍ୟୟ ପରିଚାଳନାରେ ବିଶ୍ୱ ମାନଦଣ୍ଡ ସ୍ଥିର କରିବ ଏବଂ ମିଳିତ ଜାତିସଂଘ ଦ୍ୱାରା ପୁରସ୍କୃତ ହେବ। ଦିନେ ଦାରିଦ୍ର୍ୟ ପାଇଁ ପରିଚିତ ଓଡ଼ିଶା ବର୍ତ୍ତମାନ ଦେଶରେ ଦ୍ରୁତତମ ଦାରିଦ୍ର୍ୟ ହ୍ରାସ ପାଇଁ ଜଣାଶୁଣା। ମହିଳାଙ୍କ ସଶକ୍ତୀକରଣରେ ନିହିତ ପ୍ରଶାସନିକ ମଡେଲ୍‌ ହେଉଛି ଆମର ‘ମିଶନ୍‌ ଶକ୍ତି’, ଯେଉଁଥିପାଇଁ ଆମେ ପ୍ରକୃତରେ ଗର୍ବିତ। ଅନୁରୂପ ଭାବେ ଆଦିବାସୀ ସମ୍ପ୍ରଦାୟର ସଶକ୍ତୀକରଣ ସର୍ବଦା ମୋ ହୃଦୟରେ ରହିଛି ଏବଂ ଜଙ୍ଗଲ ନିବାସୀ ଅଧିନିୟମ ଅନୁଯାୟୀ ଜମି ଅଧିକାର ପ୍ରଦାନ କରିବାରେ ଓଡ଼ିଶା ଦେଶର ନେତୃତ୍ୱ ନେଇଛି। କୃଷକମାନେ ସର୍ବଦା ଆମ ରାଜ୍ୟର ମେରୁଦଣ୍ଡ ଏବଂ ସେମାନଙ୍କର ପରିଶ୍ରମ ଯୋଗୁ ଓଡ଼ିଶା ଚାରି ଥର କୃଷି କର୍ମଣ ପୁରସ୍କାର ପାଇଛି। ଚାଷୀଙ୍କ ଆୟ ଦ୍ୱିଗୁଣ କରିବାରେ ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ। ଓଡ଼ିଶା ଦେଶ ପାଇଁ ସର୍ବାଧିକ ଇସ୍ପାତ ଏବଂ ଆଲୁମିନିୟମ ଉତ୍ପାଦନ କରିଥାଏ। ଗତ ୨ ଦଶନ୍ଧି ମଧ୍ୟରେ ଓଡ଼ିଶା ତା’ର ଇସ୍ପାତ ଉତ୍ପାଦନକୁ ପ୍ରାୟ ୧୦ ଗୁଣ ବୃଦ୍ଧି କରି କୋଭିଡ୍‌ ସଙ୍କଟ ସମୟରେ ଦେଶକୁ ସାହାଯ୍ୟ କରିଛି। କୋଭିଡ ମହାମାରୀ ସମୟରେ ଓଡ଼ିଶା ୧୭ ରାଜ୍ୟକୁ ଜୀବନ ରକ୍ଷାକାରୀ ଅମ୍ଳଜାନ ଯୋଗାଉଥିଲା। ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଦେଶରେ ସର୍ବାଧିକ ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିଥାଏ। ଓଡ଼ିଶା କ୍ରମାଗତ ୨ ଥର ହକି ବିଶ୍ୱକପ୍‌ ଆୟୋଜନ କରିବାକୁ ଯାଉଛି ଏବଂ ବିଭିନ୍ନ କ୍ରୀଡ଼ାରେ ଉଚ୍ଚ ପ୍ରଦର୍ଶନ କେନ୍ଦ୍ର ପ୍ରତିଷ୍ଠା କରିଛି। ଭାରତର କ୍ରୀଡ଼ା ରାଜଧାନୀ ପାଲଟିଥିବା ଓଡ଼ିଶା ଅନ୍ୟ ରାଜ୍ୟଗୁଡିକ ପାଇଁ ମାନଦଣ୍ଡ ସ୍ଥିର କରିଛି। ସହରାଞ୍ଚଳ ବସ୍ତିବାସିନ୍ଦାଙ୍କ ପାଇଁ ଜମି ଅଧିକାର ବିଶ୍ୱର ସହରୀ ଯୋଜନାକାରୀଙ୍କୁ ପୁନର୍ବିଚାର କରିବା ସହିତ ବସ୍ତିବାସିନ୍ଦାଙ୍କୁ ସଶକ୍ତ କରିବାର ଆମର ମଡେଲ୍‌ ଉପରେ ଏକ ଗମ୍ଭୀର ଦୃଷ୍ଟି ରଖିବାକୁ ବାଧ୍ୟ କରିଛି। ଆମର ଅଗ୍ରଣୀ ସ୍ବାସ୍ଥ୍ୟସେବା ପଦକ୍ଷେପ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଓଡ଼ିଶାର ୮୦% ରୁ ଅଧିକ ଲୋକଙ୍କୁ ସର୍ବଭାରତୀୟ ସ୍ବାସ୍ଥ୍ୟ ନିଶ୍ଚିତତା ପ୍ରଦାନ କରିଥାଏ। ଆମର ୫ଟି ନୀତି ଏବଂ ମୋ ସରକାର ପଦକ୍ଷେପ ବୃତ୍ତିଗତ ଶାସନ ଉପରେ ଲୋକଙ୍କ ବିଶ୍ୱାସକୁ ଦୃଢ କରିଛି। ନମ୍ରତାର ସହିତ ଏହି ଜୀବନବ୍ୟାପୀ ସାଧନା ସମ୍ମାନ ଗ୍ରହଣ କରୁଛି। ଓଡ଼ିଶା ଏବଂ ତା’ର ଲୋକଙ୍କୁ ଏହି ମହାନ ସମ୍ମାନ ପ୍ରଦାନ କରିଥିବାରୁ କ୍ୟାପିଟାଲ୍‌ ଫାଉଣ୍ଡେଶନକୁ ଧନ୍ୟବାଦ ଜଣାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସମ୍ମାନ ପ୍ରଦାନ କରିଥିବାରୁ ଜଷ୍ଟିସ ରମନାଙ୍କୁ ଏବଂ ଏହି ଫୋରମର ଅଭିବୃଦ୍ଧିରେ ସକ୍ରିୟ ଯୋଗଦାନ ଦେଇଥିବାରୁ ବିଚାରପତି ଜଷ୍ଟିସ ଏ. କେ. ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି।
ଫାଉଣ୍ଡେଶନ ପକ୍ଷରୁ ଆଉ କେତେଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରେ ଜଷ୍ଟିସ୍‌ ରମ୍‌ନା, ପ୍ରଫେସର କେ.କେ. ଅଗ୍ରଓ୍ବାଲ, ଭି. ସୁଧିଶ ପାଏ, ରୋହନ୍‌ ଜେଟ୍‌ଲୀ, ଡ. ଜେ.ସି. ଦାସ, ଜଷ୍ଟିସ୍‌ ଗୋବିନ୍ଦ ମାଥୁର, ଏୟାର ମାର୍ଶଲ ପ୍ରଶାନ୍ତ ଭରଦ୍ୱାଜ, ଜିଆ ଜେ. ମୁଡି, ନିଖିଲ ପଓ୍ବନ କଲ୍ୟାଣ, ଡ. ରାଜେଶ ମାଲହୋତ୍ରା, ଓ.ପି. ଯାଦବ, ଡ. ଜି. ସତୀଶ ରେଡ୍ଡୀ, ମେଜର ଜେନେରାଲ ରୀନା ଭରଦ୍ୱାଜ, ରାଜଦୀପ ଶରଦେଶାଇ, ପ୍ରଫେସର ଏସ୍‌. ସନ୍ଥକୁମାର ଓ ପ୍ରଜ୍ଞାସେନୀ ପ୍ରଧାନ। ଜଷ୍ଟିସ୍‌ ଏ.କେ. ପଟ୍ଟନାୟକ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିବାବେଳେ ଜଷ୍ଟିସ ଏ.କେ. ସିକ୍ରି ମଞ୍ଚାସୀନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏ କି ସଙ୍କେତ! ରାତାରାତି ରକ୍ତ ପରି ନାଲି ହୋଇଗଲା ସମୁଦ୍ର; ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୭ା୧୨: ଇରାନର ହରମୁଜ୍ ଦ୍ୱୀପର ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ ଅଦ୍ଭୁତ ଏବଂ ଚମତ୍କାର ପରିବର୍ତ୍ତନ ଦେଖିବାକୁ ମିଳିଛି। ସାମ୍ପ୍ରତିକ ପ୍ରବଳ ବର୍ଷା ପରେ ଦ୍ୱୀପର ବେଳାଭୂମି...

ସାରା ଦେଶରେ ‘ନକଲି ପନିର’ ବିପଦ; ୮୩% ନମୁନା ବିଫଳ ହେବା ପରେ FSSAI’ର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୭ା୧୨: ଦେଶରେ କ୍ଷୀର ଏବଂ କ୍ଷୀରଜାତ ଦ୍ରବ୍ୟରେ ବଢୁଥିବା ଭେଜାଲ ଓ ମିସ୍‌ବ୍ରାଣ୍ଡିଂ ସମସ୍ୟାର ସମାଧାନ ପାଇଁ ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ...

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri