ରାସନକାର୍ଡଧାରୀଙ୍କ ପାଇଁ ବଡ ଘୋଷଣା

ଭୁବନେଶ୍ୱର,୨୧।୧୨(ବ୍ୟୁରୋ): ରାସନକାର୍ଡଧାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ ଘୋଷଣା କରିଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ପ୍ରତ୍ୟେକ ହିତାଧିକାରୀଙ୍କୁ ୧ ହଜାର ଟଙ୍କା ଲେଖାଏ କୋଭିଡ ସହାୟତା ମିଳିବ । ଏଥିପାଇଁ ରାଜ୍ୟ ସରକାର ୩୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ରାଜ୍ୟର ୩ କୋଟି ୫୦ ଲକ୍ଷ ହିତାଧିକାରୀ ଉପକୃତ ହେବେ। କୋଭିଡ ସହାୟତା ନେଇ ରାଜ୍ୟ ସରକାର ଏହି ଘୋଷଣା କରିଛନ୍ତି । ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଦେବାକୁ ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।  ଏକ ସପ୍ତାହ ମଧ୍ୟରେ ସହାୟତା ରାଶି ଯୋଗାଇବାକୁ ନିର୍ଦ୍ଦେଶ ହୋଇଛି ।