ହଠାତ୍‌ ନୂଆପଡାରେ ହେଲା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିମାନ ଯାଞ୍ଚ, ଜାଣନ୍ତୁ କାହିଁକି…

ନୂଆପଡା,୭।୧୧: ନୂଆପଡାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିମାନ ଯାଞ୍ଚ କରାଯାଇଛି। ଉପନିର୍ବାଚନ ସୁରକ୍ଷା ଦୃଷ୍ଟିରୁ  ମୁଖ୍ୟମନ୍ତ୍ରୀ ଯାଇଥିବା ଏୟାରକ୍ରାଫ୍ଟ ଏବଂ ହେଲିକପ୍ଟର ଯାଞ୍ଚ ହୋଇଛି। ଫ୍ଲାଇଂ ସ୍କ୍ବାର୍ଡ ଏବଂ ଭିଡିଓ ସର୍ଭେଲାନ୍ସ ଟିମ୍‌ ତରଫରୁ ଯାଞ୍ଚ କରାଯାଇଛି। ଏନେଇ ନୂଆପଡା ଜିଲା ପ୍ରଶାସନ ସୂଚନା ଦେଇଛି। ଗତକାଲି ନୂଆପଡା ଗସ୍ତରେ ଯାଇଥିଲେ ସିଏମ୍‌ ମୋହନ ମାଝୀ।

ଗୁରୁବାର ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋମନା ଉଦ୍ୟାନବନ୍ଧରେ ରୋଡ ଶୋ’ କରିଥିଲେ। ଏହି ସମୟରେ ବିରାଟ ଜନସଭାକୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ କରି କହିଥିଲେ, ନୂଆପଡ଼ାର ବିକାଶ ପାଇଁ ମୋତେ ଏଠାକୁ ଆସିବାକୁ ପଡ଼ିଛି। ପୂର୍ବରୁ କେବେ ଏତେ ଜନସମାଗମ କେହି ଦେଖି ନ ଥିଲେ। ନୂଆପଡ଼ାର ବିକାଶ ପାଇଁ ୧ ହଜାର ୪ ଶହ କୋଟିର ପ୍ରତିଶ୍ରୁତି ଦେଇ ସାରିଛି। ଜୟ ଢୋଲକିଆ ନିର୍ବାଚିତ ହେଲେ ଆପଣଙ୍କ ଦାବି ଉପସ୍ଥାପନ କରିପାରିବେ। କିଛି ଦିନ ତଳେ ବିରୋଧୀଦଳ ନେତା ଜୟଙ୍କୁ ବେଇମାନ କହିଥିଲେ। ପୂର୍ବରୁ କେବେ ତାଙ୍କ ମୁହଁରୁ ଏପରି ଶବ୍ଦ ବାହାରେ ନାହିଁ। କେହି ତାଙ୍କୁ ସ୍କ୍ରିପ୍ଟ ଲେଖି ଦେଇଥିଲେ, ତାହା ସେ ପଢ଼ିଦେଲେ। ‘ବେଇମାନ’ ଶବ୍ଦର ଅର୍ଥ ବୋଧେ ସିଏ ବୁଝି ପାରି ନ ଥିବେ। ବିଜେପୁର, କାକଟପୁର ଓ ନର୍ଲାରେ ବିଜେଡି କରିଥିବା କାର୍ଯ୍ୟକୁ ମନେ ପକାଇବାକୁ କହି ସେ ପ୍ରଶ୍ନ କରିଛନ୍ତି, ଏହା ବେଇମାନୀ ନ ଥିଲା କି? ବେଇମାନ କିଏ ଓ କେତେ ଥର ବେଇମାନୀ କରିଛନ୍ତି ସମସ୍ତେ ଜାଣିଛନ୍ତି। ଯେଉଁମାନେ ଦଳକୁ ଆଣିଥିଲେ, ସେମାନଙ୍କୁ ତଡ଼ି ଦେଇ ବେଇମାନୀ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ଏମ୍‌ଏମ୍‌ଡିଆର୍‌ ବିଲ୍‌ ପ୍ରତ୍ୟାହାର ପ୍ରସ୍ତାବ ନେଇ ଲୋଡ଼ିଲେ..

ଭୁବନେଶ୍ୱର,୨୧ା୯(ରବିନାରାୟଣ ଜେନା): ଖଣି, ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ (ଏମ୍‌ଏମ୍‌ଡିଆର୍‌) ଆକ୍ଟ ପ୍ରତ୍ୟାହାର ଲାଗି ଗୃହରେ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ପାରିତ କରିବା ଲାଗି…

ଧାନ ଫସଲରେ ବ୍ୟାପୁଛି ନଳିପୋକ, ଚକଡ଼ା ରୋଗ, ଚିନ୍ତାରେ ଚାଷୀ

ବରଗଡ଼,୨୧।୯(ପ୍ରେମାନନ୍ଦ ଖମାରୀ): ବର୍ଷା କମିଛି। ଗୁଳୁଗୁଳି ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଧାନ ଫସଲରେ ନଲିପୋକ (ପତ୍ରପୋଡ଼ା), ଚକଡ଼ା…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ଆଜି ଅବପାତ ରୂପ ନେବ ଲଘୁଚାପ, ପାଣିପାଗ ବିଭାଗ କହିଲା ବୁଧବାର ସକାଳ ସୁଦ୍ଧା…

ଭୁବନେଶ୍ୱର,୨୧ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ରବିବାର ସକାଳେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରକୁ…

ଟେନସନ ବଢାଇଲେଣି ଅଭିଜିତ ଦୀପକେ, ଜାଣନ୍ତୁ ଏଥର କାହାର ଇସ୍ତଫା ଦାବି କରୁଛନ୍ତି

ନୂଆଦିଲ୍ଲୀ,୨୧।୯: ‘କକରୋଚ ଜନତା ପାର୍ଟି’(CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ, ଛାତ୍ରୀଛାତ୍ରଙ୍କ ବିକ୍ଷୋଭ ପରେ ମହାରାଷ୍ଟ୍ର ପବ୍ଲିକ ସର୍ଭିସ କମିଶନ (MPSC) ଅଧିକାରୀଙ୍କ ଇସ୍ତଫା ଦାବି କରିଛନ୍ତି। ଯଦି…

ସକାଳୁ ସକାଳୁ ଦୁର୍ଘଟଣା: ରାସ୍ତାରେ ଚାଲିଚାଲି ଯାଉଥିବାବେଳେ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଅକ୍ଷୟଙ୍କ ଜୀବନ

ପରଜଙ୍ଗ,୨୧ା୯(ନିଗମାନନ୍ଦ ଦଳବେହେରା): ସକାଳୁ ସକାଳୁ ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା। ଆଦର୍ଶ ବିଦ୍ୟାଳୟଠାରୁ ଅଳ୍ପ ଦୂରରେ ସୋମବାର…

ଇତିହାସ ପାଲଟିବ ବକିଂହାମ୍‌ ପ୍ରାସାଦର ଭାଲୁଛାଲ ଟୋପି

ବକିଂହାମ୍‌, ୨୧।୯: ଲଣ୍ଡନ ବକିଂହାମ୍‌ ପ୍ରାସାଦ ବାହାରେ ଉଜ୍ଜ୍ୱଳ ନାଲି ପୋଷାକ ଏବଂ ଉଚ୍ଚ, କଳା ଲୋମଶ ଟୋପି ପିନ୍ଧିଥିବା ସୈନିକଙ୍କ ଏକ ସ୍ବତନ୍ତ୍ର ପରିଚୟ ରହିଛି।…

ବିଦ୍ୟାଳୟରେ ବୁର୍ଖା ଉପରେ ଲାଗୁ ହେବ କଟକଣା! ସୀମିତ ହେବ ବିଦେଶୀ ଛାତ୍ରଙ୍କ ସଂଖ୍ୟା

ରୋମ୍‌,୨୦।୯: ଇଟାଲୀର ସ୍କୁଲଗୁଡ଼ିକରେ ବୁର୍ଖା ଭଳି ମୁହଁ ସମ୍ପୂର୍ଣ୍ଣ ଢାଙ୍କୁଥିବା ପୋଷାକ ଉପରେ ପ୍ରତିବନ୍ଧ ଲଗାଇବା ସହ ପ୍ରତି କ୍ଲାସରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ସୀମିତ କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?