ଭୁବନେଶ୍ୱର,୩୦।୫: ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତିକୁ ଅନୁସରଣ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୁନର୍ବାର କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ଭୁବନେଶ୍ୱରର ପୂର୍ବତନ ଅତିରିକ୍ତ ତହସିଲଦାର ଚିତ୍ତରଞ୍ଜନ ପିଲ୍ଲାଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି।
ସୂଚନା ଅନୁଯାୟୀ, ସେ ଭୁବନେଶ୍ୱରରେ କାର୍ଯ୍ୟରତ ଥିବା ସମୟରେ ତାଙ୍କ ନାମରେ ବିଭିନ୍ନ ଅନିୟମିତତା ଓ ଦୁର୍ନୀତି ସମ୍ପର୍କିତ ଅଭିଯୋଗ ଆସିଥିଲା। ଏହା ପରେ ଘଟଣାର ତଦନ୍ତ କରାଯାଇଥିଲା।ତଦନ୍ତରେ ଅଭିଯୋଗ ସତ୍ୟ ପ୍ରମାଣିତ ହେବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ଚିତ୍ତରଞ୍ଜନ ପିଲ୍ଲାଙ୍କୁ ସରକାରୀ ଚାକିରିରୁ ବରଖାସ୍ତ କରିଦେଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପ ରାଜ୍ୟରେ ଦୁର୍ନୀତି ବିରୋଧରେ ସରକାରଙ୍କ କଠୋର ମନୋଭାବକୁ ପ୍ରକାଶ କରୁଛି। ଆଗାମୀ ଦିନରେ ମଧ୍ୟ ଏପରି ଅନିୟମିତତା ଓ ଦୁର୍ନୀତି ବିରୋଧରେ କଠୋର ଅଭିଯାନ ଜାରି ରହିବ ବୋଲି ସରକାର ପକ୍ଷରୁ ସୂଚିତ କରାଯାଇଛି।