ଛାତ୍ରନେତ୍ରୀରୁ ମୁଖ୍ୟମନ୍ତ୍ରୀ

ତ୍ର ଜୀବନରେ ରାଜନୀତି କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ କମ୍‌ ବାସ୍ତବ ରାଜନୀତିର ଶୀର୍ଷରେ ପହଞ୍ଚତ୍ଥାଆନ୍ତି। ପୁଣି ଯିଏ କ୍ଷମତା ରାଜନୀତିରେ ତିଷ୍ଠି ଯାଆନ୍ତି ଓ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରନ୍ତି, ସେମାନେ ଅନ୍ୟମାନଙ୍କ ସକାଶେ ଉଦାହରଣ ପାଲଟିବା ସହ କେତେକଙ୍କ ଲାଗି ଈର୍ଷଣୀୟ ସ୍ତରରେ ପହଞ୍ଚତ୍ବାର ଗୌରବ ଅର୍ଜନ କରନ୍ତି। ଭାରତୀୟ ରାଜନୀତିରେ ଦେଶର ରାଜଧାନୀ ଦିଲ୍ଲୀ ଯେଭଳି କେନ୍ଦ୍ରବିନ୍ଦୁ ରହିଆସିଛି, ସମଭାବରେ ଦେଖିଲେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ର ରାଜନୀତିରେ ନିଜକୁ ସାମିଲ କରିଥିବା ସଫଳ ଶିକ୍ଷାର୍ଥୀଙ୍କ ପ୍ରଭାବ ସର୍ବଭାରତୀୟ ଆକର୍ଷଣର ଅପେକ୍ଷା ରଖିଥାଏ। ପ୍ରଥମ ଥର ପାଇଁ ଦିଲ୍ଲୀ ବିଧାନସଭାକୁ ନିର୍ବାଚିତ ହୋଇଥିବା ରେଖା ଗୁପ୍ତାଙ୍କ ନାମ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ୧୯ ଫେବୃଆରୀରେ ଘୋଷଣା ହେବା ପରେ ଭାରତୀୟ ଜନତା ପାର୍ଟି(ଭାଜପା) ପୁଣି ପ୍ରମାଣ କରିଦେଲା ଯେ, ଚର୍ଚ୍ଚା ହେଉଥିବା ନାମଠାରୁ ବହୁ ଊର୍ଦ୍ଧ୍ୱକୁ ଚିନ୍ତା କରିବାରେ ଦଳ ସ୍ବାତନ୍ତ୍ର୍ୟ ବଜାୟ ରଖେ। ୨୭ ବର୍ଷ ପରେ ଭାଜପା ଦିଲ୍ଲୀରେ କ୍ଷମତାକୁ ଆସିବା ପରେ ରେଖା ୨୦ ଫେବୃଆରୀରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଛନ୍ତି। ଭାଜପାର ସୁଷମା ସ୍ବରାଜ, କଂଗ୍ରେସର ଶୀଲା ଦୀକ୍ଷିତ୍‌ ଓ ଆପ୍‌ର ଆତିଶୀଙ୍କ ପରେ ରେଖା ଚତୁର୍ଥ ମହିଳା ଭାବେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଛନ୍ତି। ଅନେକ ବରିଷ୍ଠ ନେତା ଥିବା ସତ୍ତ୍ୱେ ଏକଦା ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ (ଡିୟୁଏସ୍‌ୟୁ)ର ସଭାପତି ହୋଇଥିବା ରେଖା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବା ଦଳ ଭିତରେ ଓ ବାହାରେ ଅନେକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ସାହିବ ସିଂ ବର୍ମାଙ୍କ ପୁତ୍ର ପରଭେଶ ବର୍ମା ଆପ୍‌ର ଜାତୀୟ ଆବାହକ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ପରାସ୍ତ କରିବା ଓ ଭାଜପାର ଅନ୍ୟତମ ସୁସଙ୍ଗଠକ ହୋଇଥିବାରୁ ତାଙ୍କ ନାମ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ସର୍ବାଗ୍ରେ ଥିବା ଆଲୋଚନା ହେଉଥିଲା। ହେଲେ ପରିବାରବାଦ ରାଜନୀତିକୁ ପ୍ରୋତ୍ସାହନ ନ ଦେବା ଲକ୍ଷ୍ୟରେ ଭାଜପା ଶୀର୍ଷ ନେତୃତ୍ୱ ରେଖାଙ୍କୁ ବାଛିଥିବା କୁହାଯାଉଛି। ଏହା ମଧ୍ୟ ଚର୍ଚ୍ଚା ହେଉଛି ଯେ ଦିଲ୍ଲୀ ନିର୍ବାଚନରେ ମହିଳାଙ୍କ ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ରହିଥିବାରୁ ରେଖାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ଭାଜପା ନାରୀ ସଶକ୍ତୀକରଣର ବାର୍ତ୍ତା ଦେବାକୁ ଚାହିଁଛି। ଦିଲ୍ଲୀର ପୂର୍ବତନ କାଉନସିଲର ତଥା ପ୍ରଥମ ଥର ପାଇଁ ବିଧାନସଭା ଯାଇଥିବା ରେଖାଙ୍କୁ ମୁଖ୍ୟମନ୍ତ୍ରୀ ଭଳି ମର୍ଯାଦାଜନକ ପଦବୀରେ ଆସୀନ କରାଯାଇଥିବାରୁ ତାଙ୍କ ବ୍ୟକ୍ତିତ୍ୱ ଜବରଦସ୍ତ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି।
ରେଖା ୧୯ ଜୁଲାଇ ୧୯୭୪ରେ ହରିୟାଣାର ଜୁଲାନାଠାରେ ଏକ ହିନ୍ଦୁ ବୈଶ୍ୟ ପରିବାରରେ ଜନ୍ମଗ୍ରହଣ କରିଥିଲେ। ପିତା ଜୟ ଭଗବାନ ଜିନ୍ଦଲ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ପିତାମ୍‌ପୁର ଶାଖାର ପ୍ରବନ୍ଧକ ଥିଲେ ଓ ମାତା ଊର୍ମିଳା ଜିନ୍ଦଲ ଗୃହିଣୀ। ରେଖା ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧୀନ ଦୌଲତ ରାମ କଲେଜରୁ ବାଣିଜ୍ୟରେ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ। ପରେ ମିରଟ୍‌ର ଚୌଧୁରୀ ଚରଣ ସିଂ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ଡିଗ୍ରୀ କରିବା ପରେ ଆଇନ ବ୍ୟବସାୟ ମଧ୍ୟ କରିଛନ୍ତି। ଛାତ୍ରାବସ୍ଥାରୁ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆର୍‌ଏସ୍‌ଏସ୍‌) ଓ ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ସହ ସେ ଗଭୀର ଭାବେ ଜଡ଼ିତ ଥିଲେ। ଛାତ୍ର ରାଜନୀତିରେ ପ୍ରବେଶ କରି ସେ ୧୯୯୫ରେ ଡିୟୁଏସ୍‌ୟୁର ସାଧାରଣ ସମ୍ପାଦକ ଓ ୧୯୯୬ରେ ସଭାପତି ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ସକ୍ରିୟ ରାଜନୀତିକୁ ଆସି ଦିଲ୍ଲୀରେ ତିନିଥର କାଉନ୍‌ସିଲର ହୋଇଥିଲେ। ରେଖା ଭାଜପା ମହିଳା ମୋର୍ଚ୍ଚାର ଜାତୀୟ ଉପାଧ୍ୟକ୍ଷା ମଧ୍ୟ ଥିଲେ। ତା’ ପୂର୍ବରୁ ଦିଲ୍ଲୀ ଭାଜପାର ସାଧାରଣ ସମ୍ପାଦକ ରହିଥିଲେ। ୨୦୧୫ ଓ ୨୦୨୦ ବିଧାନସଭା ନିର୍ବାଚନରେ ଶାଲିମାରବାଗ୍‌ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ପରାସ୍ତ ହୋଇଥିଲେ। ହେଲେ ୨୦୨୫ ନିର୍ବାଚନ ତାଙ୍କୁ ପ୍ରଥମ ବିଧାୟକ ହେବାର ସୁଯୋଗ ଦେବା ସହିତ ଏକାଥରକେ ମୁଖ୍ୟମନ୍ତ୍ରୀ ଆସନରେ ବସାଇଦେଇଛି। ଏହାକୁ ହିଁ କୁହାଯାଏ ସମୟ ଓ ଭାଗ୍ୟର ସଂଯୋଗ। ଅବଶ୍ୟ ଏଥିପାଇଁ ସେ ତୃଣମୂଳସ୍ତରରୁ ନିଜକୁ ସଶକ୍ତ କରିଆସିଛନ୍ତି। କାରଣ ତାଙ୍କ ରାଜନୀତିର ଆଦ୍ୟବିନ୍ଦୁ ଆର୍‌ଏସ୍‌ଏସ୍‌ର ସଦସ୍ୟରୁ ଆରମ୍ଭ ହୋଇ ଏବିଭିପି ଦେଇ ସକ୍ରିୟ ରାଜନୈତିକ ଯାତ୍ରା ଆଡ଼କୁ ଯାଇଥିଲା।
ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ଶାସନାଧୀନ ରାଜ୍ୟଗୁଡ଼ିକ ମଧ୍ୟରେ ରେଖା ଏବେ ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ଅଛନ୍ତି। ରାଜନୈତିକ ପରିବାରରୁ ଆସି ନ ଥିବା ପ୍ରଥମ ପିଢ଼ିର ରାଜନେତା ଭାବେ ସେ ମଧ୍ୟବିତ୍ତ ବର୍ଗର। ଭାରତର ୧୮ତମ ମହିଳା ମୁଖ୍ୟମନ୍ତ୍ରୀ ଓ ଭାଜପାର ୫ମ ମହିଳା ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ ଏବେ ତାଙ୍କ ନାମରେ ରହିଲା। ବରିଷ୍ଠ ତଥା ତାଙ୍କଠାରୁ ରାଜନୀତିରେ ଅଭିଜ୍ଞତା ଅର୍ଜନ କରିଥିବା ନେତାଙ୍କୁ ପଛରେ ପକାଇ ରେଖା ମୁଖ୍ୟମନ୍ତ୍ରୀ ହୋଇଥିବାରୁ ସେ ଦିଲ୍ଲୀବାସୀଙ୍କୁ କିଭଳି ସେବା ଯୋଗାଇବେ ତାହା ଉପରେ ସମସ୍ତଙ୍କ ନଜର ରହିଛି। ତେବେ ଦାୟିତ୍ୱ ଗ୍ରହଣ କରିବା ପରେ ସେ କହିଛନ୍ତି, ଜନମଙ୍ଗଳ ବିଶେଷକରି ମହିଳା ସଶକ୍ତୀକରଣ ଓ ପ୍ରତ୍ୟେକ ଦିଲ୍ଲୀବାସୀଙ୍କ ବିକାଶ କରିବା ଲାଗି ସେ ପ୍ରତିଶ୍ରୁତିବଦ୍ଧ।
ସ୍ବାମୀ ମନୀଷ ଗୁପ୍ତା ଓ ଦୁଇ ପିଲାଙ୍କୁ ନେଇ ରେଖାଙ୍କ ସଂସାର। ୧୯୯୮ରେ ସେ ଶିଳ୍ପପତି ମନୀଷଙ୍କୁ ବିବାହ କରିଥିଲେ ଓ ତାଙ୍କର ବ୍ରାସ୍‌ ପାଟର୍‌ସ ବ୍ୟବସାୟ ରହିଛି। ଝିଅ ଏବେ ପାରିବାରିକ ବ୍ୟବସାୟରେ ସାମିଲ ହୋଇଥିବା ବେଳେ ପୁଅ କଲେଜ ଛାତ୍ର।

-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri