ଚିକଲେନ ବୁଡି କ୍ରିକେଟ ଟୁର୍ନାମେଣ୍ଟ: ମତୁଆଲଗୁଡା ଚାମ୍ପିୟନ

ଜୁନାଗଡ,୬।୧୨(ଡି.ଏନ୍‌.ଏ) କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଗୌଡଛେଣ୍ଡିଆ ପଞ୍ଚାୟତ ଅନ୍ତର୍ଗତ ଚିକିଲି ଗଁାରେ ଗତ ନଭେମ୍ବର ୨୫ତାରିଖଠାରୁ ଚାଲିଥିବା ମା’ ଚିକଲେନ ବୁଡି କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ ମତୁଆଲଗୁଡା ଓ ଚିକିଲି ମଧ୍ୟରେ ହୋଇଥିଲା। ମତୁଆଲଗୁଡା ପ୍ରଥମେ ଟସ୍‌ ଜିଣି ବ୍ୟାଟିଂ ନିଷ୍ପତ୍ତି ନେଇ ନିର୍ଦ୍ଧାରିତ ୧୨ଓଭରରେ ୭ ଉଇକେଟ ହରାଇ ୧୮୧ ରନ୍‌ ସଂଗ୍ରହ କରିଥିଲା। ଜବାବ୍‌ରେ ଚିକିଲି ଦଳ ୧୨ ଓଭରରେ ୯ ଉଇକେଟ ହରାଇ ୧୭୮ ରନ୍‌ କରି ପରାଜିତ ହୋଇଥିଲା। ମ୍ୟାନ ଅଫ୍‌ ଦ ମ୍ୟାଚ ମତୁଆଲଗୁଡା ଦଳର ଆଦର୍ଶ ପ୍ରହରାଜ ଓ ମ୍ୟାନ ଅଫ୍‌ ଦ ସିରିଜଭାବେ ଚିକଲି ଦଳର ପବିତ୍ର ନାଗ ବିବେଚିତ ହୋଇଥିଲେ। ଫାଇନାଲ ଖେଳକୁ ରାଜୁ ନିଆଲ ଓ ସଞ୍ଜୟ ନାଗ ପରିଚାଳନା କରିଥିଲେ। ସ୍କୋରର ଦାୟିତ୍ୱ ନିର୍ବାହ କରିଥିଲେ ସରୋଜ କୁମାର ନିଆଲ। ଟୁର୍ନାମେଣ୍ଟ ଆୟୋଜନ କମିଟି ଆବାହକ ଦେବେନ୍ଦ୍ର ଦୁର୍ଗାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥିଭାବେ ଜୁନାଗଡ ବିଧାୟକ ତଥା ମନ୍ତ୍ରୀ କ୍ୟାପ୍‌ଟେନ ଦିବ୍ୟଶଙ୍କର ମିଶ୍ର ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନୀତ ଅତିଥିଭାବେ ପୂର୍ବତନ ଭବାନୀପାଟଣା ପୌରାଧ୍ୟକ୍ଷ ଆଦିତ୍ୟ ପ୍ରସାଦ ନନ୍ଦ, ଶକ୍ତିମନ୍ତ୍ରୀଙ୍କ ରାଜନୈତିକ ସଚିବ ଦିନେଶ କୁମାର ବଗର୍ତ୍ତୀ, ସ୍ଥାନୀୟ ସରପଞ୍ଚ ମଞ୍ଜୁଲା ହାତୀ, ପୂର୍ବତନ ସରପଞ୍ଚ ମନିଷା ସାହୁ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ପ୍ରମୋଦ ବେହେରା, ବିଶ୍ୱନାଥ କର, ଚିତ୍ତରଞ୍ଜନ ନିଆଲ, ସନ୍ତୋଷ କୁମାର ମୁଣ୍ଡ, କାର୍ତ୍ତିକେଶ୍ୱର ଭଞ୍ଜ, ଲକ୍ଷ୍ମୀକାନ୍ତ ବେହେରା, ଗୋପୀନାଥ ନାଗ, ଟିକଚନ୍ଦ ନାଗ ପ୍ରମୁଖ ଉପସ୍ଥିତ ଥିଲେ। ପଦ୍ମ କିଶୋର ଦୁର୍ଗା ଧନ୍ୟବାଦ ଅର୍ପଣ କରିଥିଲେ।