କୁକୁଡ଼ା ମାଂସ ଓ ବିଘ୍ନଜ ପ୍ରତିରୋଧ

ଆମିଷ ଖାଦ୍ୟ ମଧ୍ୟରେ ଏବେ କୁକୁଡ଼ା ମାଂସ ଏକ ପ୍ରମୁଖ ସ୍ଥାନ ଅଧିକାର କରିଛି। ଅନ୍ୟାନ୍ୟ ମାଂସ ତୁଳନାରେ ଏହା କେବଳ ଯେ ପୁଷ୍ଟିକର ତା’ ନୁହେଁ ନିରାପଦ ମଧ୍ୟ। ଏଥିରେ ଶ୍ୱେତସାର ପ୍ରାୟତଃ ନ ଥିଲାବେଳେ ଥାଏ ହାରାହାରି ୧୦୦ ଗ୍ରାମ୍‌ ପ୍ରତି ୨୪.୬୮ ଗ୍ରାମ୍‌ ପ୍ରୋଟିନ୍‌। ୧୨ ଗ୍ରାମ୍‌ ସ୍ନେହସାର, ୬୩.୯୩ ଗ୍ରାମ୍‌ ଜଳ ଏବଂ ଯଥେଷ୍ଟ ପରିମାଣରେ ଭିଟାମିନ୍‌ ଏ, ବି-୬ ଓ ବି-୫ ତଥା ଲୌହ, ୨୧୯ କିଲୋ କ୍ୟାଲୋରି। ଏହା ବ୍ୟତୀତ ଏହାର ୧୨ ଗ୍ରାମ୍‌ ସ୍ନେହସାର ମଧ୍ୟରେ କେବଳ ୩.୫ ଗ୍ରାମ୍‌ ପରିପୃକ୍ତ (ସାଚୁରେଟେଡ୍‌) ଏବଂ ୪.୯୩ ଗ୍ରାମ୍‌ ଏକକ-ଅପରିପୃକ୍ତ (ମନୋ-ଅନ୍‌ସାଚୁରେଟେଡ୍‌) ତଥା ୨.୭୪ ଗ୍ରାମ୍‌ ବହୁଳ ଅପରିପୃକ୍ତ (ପଲି-ଅନ୍‌ସାଚୁରେଟେଡ୍‌)। ଅତଏବ ହୃଦ୍‌ରୋଗୀ ଏବଂ ପୃଥୁଳକାୟଙ୍କ ପାଇଁ ଏହା ଅପେକ୍ଷାକୃତ ନିରାପଦ। ସେହିପରି ଏହାର ପ୍ରୋଟିନ୍‌ରେ ଥାଏ ୯ ପ୍ରକାର ଅତ୍ୟାବଶ୍ୟକ ଆମିନୋଅମ୍ଳ। ସେଗୁଡିକ ମଧ୍ୟରେ ପ୍ରମୁଖ ହେଲା ଲାଇସିନ୍‌, ଥ୍ରେଓନିନ୍‌, ଲାଗୁରିନ୍‌, ଆଇସୋ- ଲିଉସିନ୍‌ ଇତ୍ୟାଦି।
ପୃଥିବୀରେ କୁକୁଡ଼ା ମାଂସର ଚାହିଦା ବାର୍ଷିକ ୯୦ ହଜାର ନିୟୁତ (ବିଲିୟନ୍‌) ଟନ୍‌ ଅତିକ୍ରମ କରିଗଲାଣି। ତଥାପି ବିଗତ କେତେ ଦଶନ୍ଧି ଧରି ଏହା ବାର୍ଷିକ ୫/୭ ଶତାଂଶ କୁକୁଡ଼ା ପାଳନ କେନ୍ଦ୍ର ବା ଫାର୍ମଗୁଡ଼ିକ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏଣୁ ଏହା ଏକ ଦ୍ରୁତ ବର୍ଦ୍ଧିଷ୍ଣୁ ବ୍ୟବସାୟରେ ପରିଣତ ହୋଇଛି। ପରିଣାମ ରୂପେ ସମସ୍ତ ସଘନ କୃଷି ବା ପଶୁପାଳନ ଭଳି ଏହା ମଧ୍ୟ ଆଣୁଛି ନାନାଦି ଉତ୍କଟ ସ୍ବାସ୍ଥ୍ୟ ଏବଂ ପରିବେଶଜନିତ ସମସ୍ୟା। ବାର୍ଡ ଫ୍ଲୁକୁ ଏହାର ଅନ୍ୟତମ ଦୃଷ୍ଟାନ୍ତ ରୂପେ ଗ୍ରହଣ କରାଯାଇପାରେ। ତେବେ ଉତ୍ପାଦନ ଆହୁରି ବଢ଼ାଇବା ପାଇଁ ଏବଂ ତାହାକୁ ଅଧିକ ଲାଭଜନକ କରିବା ଲାଗି ଉତ୍କୁଣ୍ଠିତ ଫାର୍ମ ମାଲିକମାନେ ଆଶ୍ରୟ ନେଇଛନ୍ତି। କୃତ୍ରିମ ତଥା ବିଜ୍ଞାନସମ୍ମତ ହୋଇ ନ ଥିବା ପଦ୍ଧତିମାନଙ୍କର। ତନ୍ମଧ୍ୟରୁ ଅନ୍ୟତମ ହେଲା ବିଘ୍ନଜ ବା ଆଣ୍ଟି-ବାଇଓଟିକ୍‌ସର ଅପରିଣାମଦର୍ଶୀ ବିନିଯୋଗ। ଏହାକୁ କେବଳ କୁକୁଡ଼ାଙ୍କ ରୋଗ ନିରାକରଣ ଲାଗି ବ୍ୟବହାର କରାଯାଉନାହିଁ ବରଂ ତାଙ୍କୁ ରୋଗ ନ ହେବା ପାଇଁ ପ୍ରତିଶୋଧନ ରୂପେ ଏବଂ ସେଗୁଡିକର ଦ୍ରୁତ ଶାରୀରିକ ବୃଦ୍ଧିରେ ସହାୟକ ହେବା ପାଇଁ ମଧ୍ୟ ବହୁଳ ଭାବେ ଏହା କରାଯାଉଛି। ଫଳରେ ଯେଉଁ ଭୟଙ୍କର ପରିଣାମଗୁଡିକର ଉଦ୍ଭବ ଘଟୁଛି ତହିଁରୁ ଅଗ୍ରଗଣ୍ୟ ବିଘ୍ନଜ ପ୍ରତିରୋଧ ବା ଆଣ୍ଟି ବାଇଓଟିକ୍‌ ରେଜିଷ୍ଟାନ୍ସ।
ଏବେ ଭାରତ ସମେତ ପୃଥିବୀର ଅନେକ ଦେଶରେ ସଘନ ପଶୁପାଳନ କେନ୍ଦ୍ର ଏବଂ ବିଶେଷକରି କୁକୁଡ଼ା ପାଳନ କେନ୍ଦ୍ରରେ ବ୍ୟବହାର ହେଉଛି ପ୍ରଚୁର ବିଘ୍ନଜ। ଫଳରେ ସୃଷ୍ଟି ହେଉଛନ୍ତି ବିଘ୍ନଜ ପ୍ରତିରୋଧ ଶକ୍ତିସମ୍ପନ୍ନ ବୀଜାଣୁ, କବକ ଇତ୍ୟାଦି। ଅତଏବ ସେମାନେ ମଣିଷଠାରେ ସୃଷ୍ଟି କରୁଥିବା ରୋଗଗୁଡିକର ଚିକିତ୍ସା ସମ୍ଭବ ହୋଇପାରୁନାହିଁ। କ୍ରମଶଃ ଏ ସମସ୍ୟା ବିଶ୍ୱବ୍ୟାପୀ ଏବଂ ବିଶେଷକରି ବିକାଶଶୀଳ ଦେଶଗୁଡ଼ିକରେ ଅଧିକ ଗୁରୁତର ହେବାକୁ ଆରମ୍ଭ କରିଛି ବୋଲି ସଚେତନ କରାଇଦେଇଛି, ପ୍ରୋସିଡିଙ୍ଗସ୍‌ ଅଫ୍‌ ଦ ନ୍ୟାଶନାଲ ଏକାଡେମୀ ଅଫ୍‌ ସାଇନ୍‌ସେସ୍‌ରେ ପ୍ରକାଶିତ ଏକ ନିବନ୍ଧ (ମାର୍ଚ୍ଚ, ୨୦୧୬)।
ଏହା ରଚନା କରିଥିବା ଗବେଷକମାନେ ସୂଚିତ କରିଛନ୍ତି ଯେ, ବର୍ତ୍ତମାନ କେବଳ ବିତ୍ତଶାଳୀ ଦେଶ ସମୂହରେ ନୁହେଁ ନିମ୍ନ ତଥା ମଧ୍ୟମ ଆୟକାରୀ ଦେଶଗୁଡ଼ିକରେ ମଧ୍ୟ ପ୍ରାଣୀଜ ପ୍ରୋଟିନ୍‌ର ଚାହିଦା ବେଶ୍‌ ବଢ଼ି ଚାଲିଛି। ଏହି ଧାରା ଅବ୍ୟାହତ ରହିଲେ ଆଗାମୀ ଦୁଇ ଦଶକ ମଧ୍ୟରେ କୁକୁଡା ସମେତ ଅନ୍ୟ ସବୁ ପଶୁପାଳନ କ୍ଷେତ୍ରରେ ବିଘ୍ନଜର ବ୍ୟବହାର ପ୍ରାୟ ୬୭ ପ୍ରତିଶତ ବୃଦ୍ଧି ପାଇବ। ବ୍ରାଜିଲ୍‌, ରୁଷିଆ, ଭାରତ, ଚାଇନା ଏବଂ ଦକ୍ଷିଣ ଆଫ୍ରିକା ଅର୍ଥାତ୍‌ ‘ବ୍ରିକସ’ ଦେଶ ସମୂହରେ ଏହା ଆହୁରି ଅଧିକ, ଅର୍ଥାତ୍‌ ୯୦ରୁ ୯୯ ପ୍ରତିଶତ ହେବାର ସମ୍ଭାବନା ରହିଛି। ପ୍ରିନ୍‌ସେଟ୍‌ସ ବିଶ୍ୱବିଦ୍ୟାଳୟର ଗବେଷକ ଥୋମାସ ପି. ଭାନ୍‌ ବୋଏକେଲଙ୍କ ମତରେ ୨୦୩୦ ମସିହା ସୁଦ୍ଧା ଭାରତ ଭଳି କେତେକ ଦେଶରେ ବିଘ୍ନଜର ଏପରି ଅପବ୍ୟବହାର ହେଉଥିବା ପ୍ରାଣୀଙ୍କ ମାଂସର ଚାହିଦା ୨୦୧୦ ମସିହା ତୁଳନାରେ ଦ୍ୱିଗୁଣିତ ହୋଇଯାଇପାରେ। (ବାର୍ଷିକ ପ୍ରାୟ ୫ ଶତାଂଶ ହାରରେ ବୃଦ୍ଧି)।
ଅନ୍ୟପକ୍ଷରେ ଜନସଂଖ୍ୟା ବୃଦ୍ଧି ଏହା ତୁଳନାରେ ଯଥେଷ୍ଟ କମ୍‌ ହେଉଥିବା ଦୃଷ୍ଟିରୁ ମୁଣ୍ଡପିଛା ବିଘ୍ନଜ ବ୍ୟବହାର ଖୁବ୍‌ ଅଧିକ ହୋଇଯିବ। ବିଶେଷ କରି କୁକୁଡ଼ା ପାଳନ କ୍ଷେତ୍ରରେ ଏହା ୪୭୭ ଶତାଂଶ ବୃଦ୍ଧି ପାଇଲାବେଳେ ଘୁଷୁରି କ୍ଷେତ୍ରରେ ତାହା ହେବ ୧୬୪ ପ୍ରତିଶତ। ତହିଁରୁ ବହୁ ମାତ୍ରାରେ ପରିବେଶକୁ ନିର୍ଗତ ହେଲାବେଳେ, ଏହାର କିଛି ଗୁରୁତ୍ୱପୂର୍ଣ୍ଣ ଭାଗ ଖାଦ୍ୟ ଆଦି ମାଧ୍ୟମରେ ଶରୀର ମଧ୍ୟକୁ ପ୍ରବେଶ କରିବ।
କେତେକେ ପ୍ରଶ୍ନ କରିପାରନ୍ତି ଯେ, କୁକୁଡ଼ା ସମେତ ଅନ୍ୟାନ୍ୟ ପଶୁଙ୍କ ମାଂସ ଥିବା ବଳକା ବିଘ୍ନଜ ଏବଂ ବିଘ୍ନଜ ପ୍ରତିରୋଧ ଶକ୍ତିସମ୍ପନ୍ନ ଜୀବାଣୁ ରନ୍ଧନ ସମୟରେ ନଷ୍ଟ ହେଉ ନାହାନ୍ତି କାହିଁକି? ପ୍ରକୃତରେ ତାହା ଅନେକ ମାତ୍ରାରେ ହୁଏ। ଅଧିକାଂଶ ବିଘ୍ନଜ ଅଣୁ ଏବଂ ଜୀବାଣୁ ଏଥିରେ ନଷ୍ଟ ହୋଇଯାଆନ୍ତି। କିନ୍ତୁ କୁକୁଡ଼ାର ପେଟ ଭିତର ଏକ ଉଷ୍ଣ, ଅତିଥି ପରାୟଣ ରିଆକ୍ଟର କିମ୍ବା ଜୀବାଣୁ ଭଳି ସୂକ୍ଷ୍ମ ଜୀବମାନଙ୍କ ପାଇଁ ଏକ ଦ୍ୱିତୀୟ କ୍ରୀଡ଼ା ଭୂମି ରୂପେ କାର୍ଯ୍ୟକୁ ଏଠାରେ କେବଳ ସାଧାରଣ ନୁହେଁ, ଧ୍ରୁବୀକରଣ ହୋଇଥିବା (ମ୍ୟୁଟାଣ୍ଟ) ଜାତିଗୁଡ଼ିକର ମଧ୍ୟ ବୃଦ୍ଧି ଘଟିପାରେ। ଏମାନଙ୍କ ମଧ୍ୟରୁ କେତେକ ତାପପ୍ରତିରୋଧ ଶକ୍ତି ସମ୍ପନ୍ନ ହେଲାବେଳେ ଆଉ କେତେକଙ୍କଠାରେ ବହୁ ଔଷଧ ପ୍ରତିରୋଧ ଗୁଣ ପ୍ରକଟିତ ହୁଏ। ପୁନଶ୍ଚ କୁକୁଡ଼ାର ଖାଦ୍ୟ ରୂପେ ବ୍ୟବହୃତ ହେଉ ନ ଥିବା ଅଂଶଗୁଡ଼ିକୁ ଫିଙ୍ଗି ଦିଆଯାଏ। ତାହା ଜଳ ଓ ମାଟିରେ ମିଶି ସେଥିରେ ଥିବା ଜୀବମାନଙ୍କୁ ପ୍ରଭାବିତ କରନ୍ତି। ଅନେକ ସମୟରେ ଏ ପ୍ରକାର ଜୀବାଣୁ ପଶୁମାନଙ୍କୁ ଏବଂ ପଶୁମାନଙ୍କଠାରୁ ମନୁଷ୍ୟମାନଙ୍କୁ ସଂକ୍ରମିତ କରିଥାନ୍ତି। ସାର୍‌ ଜୀବାଣୁ, ଏଚ୍‌-୧ ଏନ୍‌-୧ ଏବଂ ଏଚ୍‌ଆଇଭି ଭୂତାଣୁ ଇତ୍ୟାଦି ଏହାର ଉଦାହରଣ। ଏଣୁ ସାଧାରଣ ଭାବେ ପଶୁପାଳନ ଏବଂ ବିଶେଷ ଭାବେ କୁକୁଡ଼ା ପାଳନ କେନ୍ଦ୍ରରେ ବିଘ୍ନଜ ଉଚିତ ମାତ୍ରାରେ ବ୍ୟବହାର ଲାଗି କଟକଣା ହେବା ଦରକାର। ଫାର୍ମ ମାଲିକମାନେ ମଧ୍ୟ ଜନସାଧାରଣଙ୍କ ସ୍ବାର୍ଥ ଦୃଷ୍ଟିରୁ ଏହାକୁ ଏକ ସାମାଜିକ ଦାୟିତ୍ୱ ରୂପେ ତୁଲାଇବା ଉଚିତ।

ପ୍ର. ରମେଶ ଚନ୍ଦ୍ର ପରିଡ଼ା
-ଉଷାନିବାସ, ୧୨୪/୨୪୪୫, ଖଣ୍ଡଗିରି ବିହାର, ଭୁବନେଶ୍ୱର
ମୋ: ୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri