Posted inଖେଳ

ଛେତ୍ରୀଙ୍କ ହ୍ୟାଟ୍ରିକ: ପାକିସ୍ତାନକୁ ହରାଇଲା ଭାରତ

ବେଙ୍ଗାଲୁରୁ, ୨୨।୬: ଶ୍ରୀ କାନ୍ତିରଭା ଷ୍ଟାଡିୟମରେ ପାକିସ୍ତାନ ବିପକ୍ଷରେ ବିଜୟ ସହ ଭାରତ ଏହାର ସାଫ୍‌ ଫୁଟବଲ ଚାମ୍ପିୟନଶିପ୍‌ ଅଭିଯାନ ଆରମ୍ଭ କରିଛି। ଘଟଣା ବହୁଳ ଏହି ମ୍ୟାଚରେ ଅଧିନାୟକ ସୁନୀଲ ଛେତ୍ରୀଙ୍କ ହ୍ୟାଟ୍ରିକ ବଳରେ ଭାରତ ୪-୦ ଗୋଲରେ ପାକିସ୍ତାନକୁ ପରାସ୍ତ କରିଛି। ସମ୍ପୂର୍ଣ୍ଣ ମ୍ୟାଚରେ ଭାରତ ଆଧିପତ୍ୟ ବିସ୍ତାର କରି ଖେଳିଥିଲା। ଖେଳର ୧୦ମ, ୧୬ତମ (ପେନାଲ୍ଟି) ଓ ୭୪ତମ (ପେନାଲ୍ଟି) ମ୍ୟାଚରେ ଛେତ୍ରୀ ଗୋଲ ତିନୋଟି ସ୍କୋର କରିଥିଲେ। ଉଦ୍ଦାନ୍ତ ସିଂ ୮୧ତମ ମିନିଟରେ ଅନ୍ୟ ଗୋଲଟି ଦେଇଥିଲେ।

୯୦ତମ ଗୋଲ

ଅନ୍ତର୍ଜାତୀୟ ଫୁଟବଲରେ ଏହାଥିଲା ଛେତ୍ରୀଙ୍କ ୯୦ତମ ଗୋଲ। ଏଥିସହ ସେ ମାଲେସିଆର ମୋଖତାର ଦହାରି (୯ ଗୋଲ)ଙ୍କୁ ଅତିକ୍ରମ କରିଛନ୍ତି। ଏବେ ଛେତ୍ରୀ ସର୍ବକାଳୀନ ସର୍ବାଧିକ ଗୋଲ ସ୍କୋର ତାଲିକାରେ ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ (୧୨୩), ଇରାନର ଅଲୀ ଦାଏଇ (୧୦୯) ଓ ଆର୍ଜେଣ୍ଟିନାର ଲିଓନେଲ ମେସି (୧୦୩)ଙ୍କ ପଛକୁ ୪ର୍ଥ ସ୍ଥାନ ଅଧିକାର କରିଛନ୍ତି। ଅଲୀ ଦାଏଇ ଅବସର ନେଇଯାଇଥିବାରୁ ଅନ୍ତର୍ଜାତୀୟ କ୍ରିକେଟରେ ସକ୍ରିୟ ଥିବା ଖେଳାଳିଙ୍କ ମଧ୍ୟରେ ସେ ତୃତୀୟ ସ୍ଥାନରେ ରହିଛନ୍ତି।

କୋଚ୍‌ ଷ୍ଟିମାକଙ୍କୁ ରେଡ୍‌ କାର୍ଡ

ଭାରତୀୟ ଜାତୀୟ ଫୁଟବଲ ଦଳର ମୁଖ୍ୟ କୋଚ୍‌ ଇଗର୍‌ ଷ୍ଟିମାକଙ୍କୁ ମିଳିଛି ରେଡ୍‌ କାର୍ଡ। ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳା ଯାଇଥିବା ସାଫ୍‌ କପ୍‌ର ପ୍ରଥମାର୍ଦ୍ଧରେ ଏମିତି ଘଟଣା ଘଟିଥିଲା। ୪୫ ତମ ମିନିଟରେ ପାକିସ୍ତାନକୁ ଏକ ଥ୍ରୋ ମିଳିଥିଲା। ପ୍ରୀତମ କୋଟାଲଙ୍କ ଠାରୁ ପାକିସ୍ତାନୀ ଖେଳାଳି ବଲ୍‌ ଛଡାଇବାକୁ ପ୍ରୟାସ କରୁଥିଲେ। ରେଫରି ପାକିସ୍ତାନ ସପକ୍ଷରେ ନିଷ୍ପତ୍ତି ଦେବା ପରେ ଅସନ୍ତୋଷ ପ୍ରକାଶ କରିଥିଲେ ଷ୍ଟିମାକ୍‌। ପାକିସ୍ତାନୀ ଖେଳାଳି ଅବଦୁଲ୍ଲା ଇକ୍‌ବାଲ ସାଇଡ୍‌ରୁ ବଲ୍‌ ଥ୍ରୋ କରିବାକୁ ଯାଉଥିବା ବେଳେ ପଛଆଡୁ ଆସି ଷ୍ଟିମାକ୍‌ ବଲ୍‌କୁ ହାତରେ ଠେଲି ଦେଇଥିଲେ। ଏହାକୁ ନେଇ ଏକାଧିକ ପାକିସ୍ତାନୀ ଖେଳାଳି ଓ ଷ୍ଟିମାକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ରେଫରି ଷ୍ଟିମାକଙ୍କୁ ରେଡ୍‌ କାର୍ଡ ଦେଇଥିଲେ। ସମାନ ଘଟଣାରେ ଭାରତର ସନ୍ଦେଶ ଝିଙ୍ଗାନ ଓ ପାକିସ୍ତାନର ନବିଙ୍କୁ ମଧ୍ୟ ୟେଲୋ କାର୍ଡ ମିଳିଥିଲା। ଷ୍ଟିମାକ ପଡିଆ ଛାଡିବା ପରେ ସହକାରୀ କୋଚ୍‌ ମହେଶ ଗାଓ୍ବଲି ମୁଖ୍ୟ କୋଚ୍‌ ଦାୟିତ୍ୱ ନିର୍ବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକକୁ ପଛରୁ ପିଟିଲା DJ ଗାଡ଼ି

ଜମନକିରା,୨୨।୯(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ୫୩ ନମ୍ବର ଜାତୀୟ ରାଜପଥ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତା କଡ଼ରେ ଠିଆ ହୋଇଥିବା…

UPI Charges: ୟୁପିଆଇକୁ ନେଇ ବଡ଼ କଥା କହିଲେ ଅର୍ଥମନ୍ତ୍ରୀ ସୀତାରାମଣ

ନୂଆଦିଲ୍ଲୀ,୨୨।୯: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ UPI ପାଇଁ ଲାଗୁ ହେବାକୁ ଥିବା ନୂତନ ‘ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ’ (MDR) ସମ୍ବନ୍ଧୀୟ ସ୍ଥିତିକୁ ସ୍ପଷ୍ଟ କରିଛନ୍ତି। ସେ…

ଆଜି ସୁପ୍ରିମକୋର୍ଟରେ ଡିଜିପି ଚୟନ ଶୁଣାଣି

ଭୁବନେଶ୍ୱର, ୨୨।୯(ସୁନିତ୍‌ ମିଶ୍ର): ଓଡ଼ିଶାର ଡିଜିପି ଚୟନ ନେଇ ସୁପ୍ରିମକୋର୍ଟରେ ମଙ୍ଗଳବାର ଶୁଣାଣି ହେବ। ଏନେଇ ସୁପ୍ରିମକୋର୍ଟଙ୍କ ଲିଷ୍ଟିଂରେ ଓଡ଼ିଶା ଡିଜିପି ଚୟନ ପ୍ରସଙ୍ଗକୁ ସାମିଲ କରାଯାଇଛି।…

ONGCର ବଡ଼ ସଫଳତା, ଓଡ଼ିଶା ଉପକୂଳରେ ଗ୍ୟାସ୍‌ର ସନ୍ଧାନ

ନୂଆଦିଲ୍ଲୀ,୨୨।୯: ଓଡ଼ିଶା ଉପକୂଳରେ କୋଣାର୍କଠାରୁ ପ୍ରାୟ ୪୩ କି.ମି. ଦୂରରେ ଭାରତୀୟ ରାଷ୍ଟ୍ରାୟତ୍ତ କମ୍ପାନୀ ଅଏଲ୍‌ ଆଣ୍ଡ୍‌ ନ୍ୟାଚୁରାଲ ଗ୍ୟାସ୍‌ କର୍ପୋରେଶନ ଲିଃ (ଓଏନ୍‌ଜିସି) ଗ୍ୟାସ୍‌ର ସନ୍ଧାନ…

ବିଶିଷ୍ଟ ଅଭିନେତ୍ରୀ ମିଠୁ ମୁଖାର୍ଜୀଙ୍କ ଦେହାନ୍ତ

ମୁମ୍ବାଇ, ୨୨।୯: ୧୯୭୦ ଓ ୧୯୮୦ ଦଶକର ବଙ୍ଗଳା ଏବଂ ହିନ୍ଦୀ ସିନେମାକୁ ନିଜର ଦୀପ୍ତିମୟ ଅଭିନୟରେ ସମୃଦ୍ଧ କରିଥିବା ବିଶିଷ୍ଟ ଅଭିନେତ୍ରୀ ମିଠୁ ମୁଖାର୍ଜୀ ଆଉ…

ବିହାର ଅସଦାଚରଣ ମାମଲା: ୩ ଗିରଫ

ପାଟନା, ୨୨।୯: ବିହାରର ଜାମୁଇ ଜିଲାରେ ୧୦ମ ଶ୍ରେଣୀର ୨ଜଣ ଛାତ୍ରୀଛାତ୍ରଙ୍କୁ ଅସଦାଚରଣ ଏବଂ ମାଡ଼ ମାରିବା ଘଟଣାରେ ପୋଲିସ ୩ ଜଣ ନାବାଳକଙ୍କୁ ଗିରଫ କରିଛି।…

ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ, ଆଗତ ହୋଇପାରେ ୬ ବିଲ୍‌

ଭୁବନେଶ୍ୱର,୨୨।୯(ସୁନିତ୍‌ ମିଶ୍ର): ଓଡ଼ିଶା ସରକାରଙ୍କ ସପ୍ତଦଶ ବିଧାନସଭାର ୭ମ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହୋଇ ଆସନ୍ତା ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ଦିନ…

୨୪ ଯାଏ ଏହି ଜିଲାରେ ସ୍କୁଲ୍‌ ଛୁଟି ଘୋଷଣା, ବନ୍ଦ ରହିବ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର,୨୨।୯(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଗଞ୍ଜାମ ଜିଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ବିଦ୍ୟାଳୟ ଆଜି ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ବନ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?