Categories: ଖେଳ

ବେଙ୍ଗାଲୁରୁ ଏଫ୍‌ସି ପାଇଁ ଆଉ ୨ ବର୍ଷ ଖେଳିବେ ଛେତ୍ରୀ

ବେଙ୍ଗାଲୁରୁ, ୨୨ା୬ (ପି.ଟି.)- ଭାରତୀୟ ଫୁଟ୍‌ବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ ବେଙ୍ଗାଲୁରୁ ଏଫ୍‌ସି ସହିତ ତାଙ୍କ ଚୁକ୍ତି ମିଆଦକୁ ଆହୁରି ୨ ବର୍ଷ ବୃଦ୍ଧି କରିଛନ୍ତି। ଫଳରେ ସେ ଏହି ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଦଳ ସହ ୨୦୨୩ ପର୍ଯ୍ୟନ୍ତ ରହିବେ। ୩୬ ବର୍ଷୀୟ ଛେତ୍ରୀ ୨୦୧୩ରେ ବେଙ୍ଗାଲୁରୁ ଏଫ୍‌ସିରେ ଯୋଗ ଦେଇଥିଲେ। କ୍ଲବ ତରଫରୁ ୮ ସିଜନରେ ସେ ୨୦୩ ମ୍ୟାଚ ଖେଳି ୧୦୧ ଗୋଲ ସ୍କୋର କରିଛନ୍ତି। ଏହି ସମୟ ମଧ୍ୟରେ ସେ ଗୋଲ ସ୍କୋରଂ ତାଲିକାରେ ଶୀର୍ଷ ସ୍ଥାନରେ ରହି ଆସିଛନ୍ତି। ୬ଥର ଏଆଇଏଫ୍‌ଏଫ୍‌ ପ୍ଲେୟର ଅଫ୍‌ ଦି ଇୟର ବିବେଚିତ ଛେତ୍ରୀ ତାଙ୍କ କ୍ଲବ ସହ ୨୦୧୩ରେ ଆଇ-ଲିଗ୍‌ ଟାଇଟଲ ଜିତିଥିଲେ। ପୁନଶ୍ଚ ସେ ଫେଡେରେଶନ କପ୍‌ (୨୦୧୫, ୨୦୧୭), ଇଣ୍ଡିଆନ ସୁପର ଲିଗ୍‌ (୨୦୧୮-୧୯) ଏବଂ ସୁପର କପ୍‌ (୨୦୧୮) ସମେତ ୫ ଅଧିକ ଟ୍ରଫି ହାସଲ କରିଛନ୍ତି।

Share