୫ବର୍ଷ ତଳେ ମହାନଦୀରୁ ଉଦ୍ଧାର ସୋନୀ ବୋହୂ ହୋଇଯିବେ ଛତିଶଗଡ଼

ଝାରସୁଗୁଡ଼ା ଅଫିସ,୧୪ା୪: ଦୀର୍ଘ ୫ବର୍ଷ ତଳେ ମହାନଦୀରୁ ଉଦ୍ଧାର ହୋଇଥିବା ଯୁବତୀ ସୋନୀ ଯାଦବଙ୍କ ଆସନ୍ତା ୨୧ ତାରିଖରେ ସାହାନାଈ ବାଜିବ। ଏଥିପାଇଁ କୁଶମେଲ୍‌ ଗ୍ରାମର ପାଳିତ ମାଆ, ବାପା, ବନ୍ଧୁବାନ୍ଧବ ଓ ଗ୍ରାମବାସୀ ସମସ୍ତେ ଲାଗିପଡିଛନ୍ତି। ଏ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ଛତିଶଗଡ ରାୟଗଡ ଜିଲା ଧରମଗଡ ଗ୍ରାମର ପ୍ରେମ ସିଂହ ଯାଦବଙ୍କ ପୁତ୍ର ପୁରୁଷୋତ୍ତମଙ୍କ ସହିତ ସୋନୀ (ଦୌପତୀ)ଙ୍କ ବୈଦିକ ରୀତିରେ ବିବାହ ହେବାକୁ ଯାଉଛି ା ସୋନୀ ବୋହୂହୋଇ ପୁଣି ଛତିଶଗଡ ଚାଲିଯିବେ।
ସୂଚନା ଅନୁଯାୟୀ ୨୦୧୬ ସେପ୍ଟେମ୍ବର ୧୪ତାରିଖରେ କୁଶମେଲ୍‌ ଗ୍ରାମର ସନ୍ନ୍ୟାସୀ କାଲୋ ନାମକ ମତ୍ସ୍ୟଜୀବୀ ମହାନଦୀକୁ ଡଙ୍ଗା ନେଇ ମାଛ ମାରିବା ପାଇଁ ଯାଇଥିଲେ। ଏହି ସମୟରେ ମହାନଦୀରେ କ’ଣ ଗୋଟେ ଭାସୁଥିବା ଦେଖି ସେଠାରେ ପହଞ୍ଚତ୍ଥିଲେ। ଜଣେ ଯୁବତୀ ମୁମୁର୍ଷୂ ଅବସ୍ଥାରେ ଭାସୁଥିବା ଦେଖି ସେ ତାଙ୍କୁ ଘରକୁ ନେଇଆସିଥିଲେ। ଚିକିତ୍ସା ପରେ ଯୁବତୀ ଜଣଙ୍କ ସୁସ୍ଥ ହୋଇ ସବୁକିଛି କହିଥିଲେ। ମାଆ ବାପାଙ୍କୁ ହରାଇବା ପରେ ଛୋଟବେଳୁ ସୋନୀ ସାରଙ୍ଗଗଡ ଥାନା ଜେବରା ଗ୍ରାମରେ ମାଉସୀ ଘରେ ରହୁଥିଲେ। ସେ ଚନ୍ଦ୍ରାହାସିନୀ ମନ୍ଦିରକୁ ବୁଲିବାକୁ ଆସି ମହାନଦୀରେ ଗୋଡ ଧୋଉଥିବା ବେଳେ ଖସିଯିବାରୁ ବନ୍ୟାଜଳରେ ଭାସିଯାଇଥିଲେ। ୫୦କିଲୋମିଟର ଭାସି ଆସି ଓଡିଶାର କୁଶମେଲ୍‌ ଗ୍ରାମ ନିକଟରେ ଲାଗିଥିଲେ। ତାଙ୍କୁ ମତ୍ସ୍ୟଜୀବୀ ସନ୍ନ୍ୟାସୀ ଉଦ୍ଧାର କରି ଝିଅ ଭାବେ ଘରେ ରଖିଥିଲେ ସେ ନିଜ ଘରକୁ ଯିବା ପାଇଁ ଇଚ୍ଛା ପ୍ରକାଶ କରି ନ ଥିଲେ। ଏଭଳି ସ୍ଥିତିରେ ସୋନୀଙ୍କ ବାହାଘର ପାଇଁ ପାଳିତ ମା’ବାପା ଚିନ୍ତା କରିଥିଲେ। ସୋନୀ ଏବେ କନ୍ୟା ବେଶରେ ବୋହୂ ହୋଇ ଛତିଶଗଡ ଯିବେ। ଏଥିପାଇଁ ସୋନୀ ଓ ପାଳିତ ମା’ବାପା ବହୁତ ଖୁସି ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ଅଧିକ ପଢିଛନ୍ତି ରାହୁଲ ନା ପ୍ରିୟଙ୍କା: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୧।୧୨: ଗାନ୍ଧୀ ପରିବାର ଭାରତୀୟ ରାଜନୀତିରେ ସବୁଠାରୁ ଚର୍ଚ୍ଚିତ ପରିବାର ମଧ୍ୟରୁ ଗୋଟିଏ। ବର୍ତ୍ତମାନ ଏହି ପରିବାରର ଦୁଇ ପ୍ରମୁଖ ବ୍ୟକ୍ତି, ରାହୁଲ ଗାନ୍ଧୀ ଏବଂ...

ଟିମ ଇଣ୍ଡିଆ ଖେଳାଳିଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ଜାଡେଜାଙ୍କ ସ୍ତ୍ରୀ: କହିଦେଲେ ଏମିତି, କ୍ରିକେଟ ଜଗତରେ ହଇଚଇ

ନୂଆଦିଲ୍ଲୀ,୧୧।୧୨: ଭାରତୀୟ କ୍ରିକେଟ ଦଳର ଅଭିଜ୍ଞ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ଏବଂ ଗୁଜରାଟ ସରକାରଙ୍କ ମନ୍ତ୍ରୀ ରିଭାବା ଜାଡେଜା ପୁଣିଥରେ ତାଙ୍କ ମନ୍ତବ୍ୟ ପାଇଁ...

୨୦୦୦, ୩୦୦୦ ଓ ୫୦୦୦ ନିବେଶ କଲେ କେତେ ମିଳିବ ରିଟର୍ଣ୍ଣ? ଜାଣନ୍ତୁ ଏହି ଖାସ୍ ଯୋଜନାର ଲାଭ…

ପୋଷ୍ଟ ଅଫିସ୍ ଆରଡି ଯୋଜନା ଏକ ସୁରକ୍ଷିତ ଏବଂ ଆକର୍ଷଣୀୟ ନିବେଶ ବିକଳ୍ପ ଯେଉଁଥିରେ ଆପଣ ୬.୭% ସୁଧ ହାରରେ ଅଳ୍ପ ପରିମାଣରେ ନିବେଶ କରି...

ରାଜ୍ୟରେ ହାଡଭଙ୍ଗା ଶୀତ: ୧୦ ଡିଗ୍ରୀ ତଳେ ୧୬ ସହର, ସେମିଳିଗୁଡ଼ାରେ ସର୍ବନିମ୍ନ…

ଭୁବନେଶ୍ୱର,୧୧।୧୨: ଶୀତର ପ୍ରକୋପ ସମଗ୍ର ଓଡ଼ିଶାରେ କାୟା ବିସ୍ତାର କରିଥିବା ବେଳେ ରାଜ୍ୟର ବହୁ ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ ରହିଛି। ବିଗତ ଦୁଇ...

ଅସହ୍ୟ ଶୀତ: ପଡୁଛି ବରଫ..

ଫୁଲବାଣୀ,୧୧।୧୨(ରାକେଶ କୁମାର ରାଉତ): କନ୍ଧମାଳ ଜିଲାରେ ଏବେ ଶୀତର ଲହରୀ ଜାରି ରହିଛି। ପର୍ଯ୍ୟଟକଙ୍କ ଆଗମନ ଧୀରେଧୀରେ ବଢୁଛି। ଗୁରୁବାର ଭୋର ସମୟରେ ଫୁଲବାଣୀରେ ବରଫର...

ଆଦିବାସୀ ମହିଳା ଶ୍ରମିକଙ୍କୁ ବଳାତ୍କାର କଲେ ଗାଁ ସାଥୀ, କାହା ଆଗରେ କହିଲେ ଜୀବନରୁ ମାରିଦେବି,ଏମିତି ଅଭିଯୋଗ ଆଣି ପୀଡ଼ିତା…

ଲାଞ୍ଜିଗଡ଼,୧୧ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଳକ ବିଜେପୁର ଥାନା ଅଞ୍ଚଳର ଜଣେ ଆଦିବାସୀ ମହିଳା (୩୭)ଙ୍କୁ ବଳାତ୍କାର ଅଭିଯୋଗ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ...

ବୈଜ୍ଞାନିକ କୌଶଳ ବ୍ୟବହାର କରି ଶିମିଳିପାଳ ଅଭୟାରଣ୍ୟରୁ କରୁଥିଲେ ଶିକାର: ୫ କୁଖ୍ୟାତ ଶିକାରୀଙ୍କୁ…. 

ବାରିପଦା,୧୧।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରୁ ୫ଜଣ କୁଖ୍ୟାତ ଶିକାରୀ ଧରା ପଡିଛନ୍ତି । ଶିମିଳିପାଳ ବନ୍ୟଜନ୍ତୁ ବୁଦ୍ଧିମତା ନେଟୱର୍କ ପରି...

ଆମେରିକା ପରେ ଏବେ ଏହି ଦେଶ ଭାରତ ଉପରେ ଲଗାଇଲା ୫୦% ଟାରିଫ୍‌, ଜାଣନ୍ତୁ କେବେଠୁ ହେବ ଲାଗୁ…

ନୂଆଦିଲ୍ଲୀ,୧୧।୧୨: ଡିସେମ୍ବର ୧୦ ତାରିଖରେ, ମେକ୍ସିକୋ ସିନେଟ ଏକ ବଡ଼ ବିଲ ପାସ କରିଛି। ଯାହା ଚାଇନା ଭାରତ, ଦକ୍ଷିଣ କୋରିଆ, ଥାଇଲ୍ୟାଣ୍ଡ ଏବଂ ଇଣ୍ଡୋନେସିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri