୫ବର୍ଷ ତଳେ ମହାନଦୀରୁ ଉଦ୍ଧାର ସୋନୀ ବୋହୂ ହୋଇଯିବେ ଛତିଶଗଡ଼

ଝାରସୁଗୁଡ଼ା ଅଫିସ,୧୪ା୪: ଦୀର୍ଘ ୫ବର୍ଷ ତଳେ ମହାନଦୀରୁ ଉଦ୍ଧାର ହୋଇଥିବା ଯୁବତୀ ସୋନୀ ଯାଦବଙ୍କ ଆସନ୍ତା ୨୧ ତାରିଖରେ ସାହାନାଈ ବାଜିବ। ଏଥିପାଇଁ କୁଶମେଲ୍‌ ଗ୍ରାମର ପାଳିତ ମାଆ, ବାପା, ବନ୍ଧୁବାନ୍ଧବ ଓ ଗ୍ରାମବାସୀ ସମସ୍ତେ ଲାଗିପଡିଛନ୍ତି। ଏ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ଛତିଶଗଡ ରାୟଗଡ ଜିଲା ଧରମଗଡ ଗ୍ରାମର ପ୍ରେମ ସିଂହ ଯାଦବଙ୍କ ପୁତ୍ର ପୁରୁଷୋତ୍ତମଙ୍କ ସହିତ ସୋନୀ (ଦୌପତୀ)ଙ୍କ ବୈଦିକ ରୀତିରେ ବିବାହ ହେବାକୁ ଯାଉଛି ା ସୋନୀ ବୋହୂହୋଇ ପୁଣି ଛତିଶଗଡ ଚାଲିଯିବେ।
ସୂଚନା ଅନୁଯାୟୀ ୨୦୧୬ ସେପ୍ଟେମ୍ବର ୧୪ତାରିଖରେ କୁଶମେଲ୍‌ ଗ୍ରାମର ସନ୍ନ୍ୟାସୀ କାଲୋ ନାମକ ମତ୍ସ୍ୟଜୀବୀ ମହାନଦୀକୁ ଡଙ୍ଗା ନେଇ ମାଛ ମାରିବା ପାଇଁ ଯାଇଥିଲେ। ଏହି ସମୟରେ ମହାନଦୀରେ କ’ଣ ଗୋଟେ ଭାସୁଥିବା ଦେଖି ସେଠାରେ ପହଞ୍ଚତ୍ଥିଲେ। ଜଣେ ଯୁବତୀ ମୁମୁର୍ଷୂ ଅବସ୍ଥାରେ ଭାସୁଥିବା ଦେଖି ସେ ତାଙ୍କୁ ଘରକୁ ନେଇଆସିଥିଲେ। ଚିକିତ୍ସା ପରେ ଯୁବତୀ ଜଣଙ୍କ ସୁସ୍ଥ ହୋଇ ସବୁକିଛି କହିଥିଲେ। ମାଆ ବାପାଙ୍କୁ ହରାଇବା ପରେ ଛୋଟବେଳୁ ସୋନୀ ସାରଙ୍ଗଗଡ ଥାନା ଜେବରା ଗ୍ରାମରେ ମାଉସୀ ଘରେ ରହୁଥିଲେ। ସେ ଚନ୍ଦ୍ରାହାସିନୀ ମନ୍ଦିରକୁ ବୁଲିବାକୁ ଆସି ମହାନଦୀରେ ଗୋଡ ଧୋଉଥିବା ବେଳେ ଖସିଯିବାରୁ ବନ୍ୟାଜଳରେ ଭାସିଯାଇଥିଲେ। ୫୦କିଲୋମିଟର ଭାସି ଆସି ଓଡିଶାର କୁଶମେଲ୍‌ ଗ୍ରାମ ନିକଟରେ ଲାଗିଥିଲେ। ତାଙ୍କୁ ମତ୍ସ୍ୟଜୀବୀ ସନ୍ନ୍ୟାସୀ ଉଦ୍ଧାର କରି ଝିଅ ଭାବେ ଘରେ ରଖିଥିଲେ ସେ ନିଜ ଘରକୁ ଯିବା ପାଇଁ ଇଚ୍ଛା ପ୍ରକାଶ କରି ନ ଥିଲେ। ଏଭଳି ସ୍ଥିତିରେ ସୋନୀଙ୍କ ବାହାଘର ପାଇଁ ପାଳିତ ମା’ବାପା ଚିନ୍ତା କରିଥିଲେ। ସୋନୀ ଏବେ କନ୍ୟା ବେଶରେ ବୋହୂ ହୋଇ ଛତିଶଗଡ ଯିବେ। ଏଥିପାଇଁ ସୋନୀ ଓ ପାଳିତ ମା’ବାପା ବହୁତ ଖୁସି ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri