Posted inଖେଳ

‘ଚେସ୍‌ର ମର୍ଯ୍ୟାଦା ବଢ଼ାଇବାରେ ସହାୟକ ହେବ’

ଭୁବନେଶ୍ୱର, ୩୦।୮(କ୍ରୀଡ଼ା ପ୍ରତିନିଧି)- ଜାତୀୟ କ୍ରୀଡ଼ା ଦିବସ ଅବସରରେ ଶନିବାର ଚେସ୍‌ ଗୁରୁ ତଥା ଏସଆର ଚେସ୍‌ ସେଣ୍ଟର ନିର୍ଦ୍ଦେଶକ ସତ୍ୟରଞ୍ଜନ ପଟ୍ଟନାୟକ ଶ୍ରେଷ୍ଠ କୋଚ୍‌ ଭାବେ ବିଜୁପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପାଇଛନ୍ତି। ଏହି ସମ୍ମାନଜନକ ପୁରସ୍କାର ପାଇବାରେ ସେ ପ୍ରଥମ ଚେସ୍‌ କୋଚ୍‌।

ଏହି ଅବସରରେ ତାଙ୍କର ସହ ଏକ ସ୍ବତନ୍ତ୍ର ସାକ୍ଷାତକାର..

ରାଜ୍ୟର ଶ୍ରେଷ୍ଠ କୋଚ୍‌ ପୁରସ୍କାର ପାଇବାପରେ କିପରି ଅନୁଭବ ରହିଛି ?
ଉ: ମୋ ସାଧନାକୁ ସ୍ବୀକୃତି ମିଳିଥିବାରୁ ରାଜ୍ୟ ସରକାରଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରୁଛି। ବିଶେଷ କରି ଏହି ପୁରସ୍କାର ରାଜ୍ୟରେ ଚେସ୍‌ର ମାନ, ସମ୍ମାନ ଓ ମର୍ଯ୍ୟାଦା ବଢ଼ାଇବାରେ ବହୁତ ସହାୟକ ହେବ। ଚେସ୍‌କୁ ଓଡ଼ିଶା ସରକାର ପୁଣିଥରେ ବିଶ୍ୱାସକୁ ନେଇଛନ୍ତି, ରେକୋଗନାଇଜ୍‌ କରିଛନ୍ତି। ଏବେ ପୂରା ଚେସ୍‌ ମହଲରେ ଖୁସିର ଲହରି ଖେଳିଯାଇଛି ଏବଂ ମୁଁ ମଧ୍ୟ ଖୁବ୍‌ ଆନନ୍ଦିତ।

ଆପଣଙ୍କର ନିଷ୍ଠାପର କାର୍ଯ୍ୟକୁ ଏହା ଏକ ସ୍ବୀକୃତି ବୋଲି ଭାବୁଛନ୍ତି କି ?
ଉ: ମୁଁ ୧୯୯୭ରୁ ଦୀର୍ଘ ୨୦ରୁ ୨୫ ବର୍ଷଧରି ମୁଁ ପେସାଦାର ଭାବରେ କୋଚିଂ ଲାଇନ୍‌ରେ ରହିଛି। ସେ ଦିନରୁ ଆରମ୍ଭ ହୋଇଥିବା ସିଦ୍ଧି ଓ ସଧନା ଏବଂ ନିଷ୍ଠାପରଭାବେରେ ପିଲାମାନଙ୍କୁ ଦେଇଥିବା ପ୍ରଶିକ୍ଷଣର ଏହା ହୋଇପାରେ ଏକ ବଡ଼ ସ୍ବୀକୃତି। ମୁଁ ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରଶିକ୍ଷଣ ଦେଇଥିବା ଗ୍ରାଣ୍ଡମାଷ୍ଟର ଦେବାଶିଷ ଦାସ, ସ୍ବୟମ୍ସ ମିଶ୍ର, କିରଣ ମନୀଷା ମହାନ୍ତି, ପଦ୍ମିନୀ ରାଉତ, ଅନ୍ତର୍ଜାତୀୟ ମାଷ୍ଟର ରାକେଶ କୁମାର ଜେନା, ସିଦ୍ଧାନ୍ତ ମହାପାତ୍ର, ବିଶ୍ୱ ଏଜ୍‌ ଗ୍ରୁପ୍‌ ଚାମ୍ପିୟନ ସାଇନା ସାଲୋନିକା, ଜାତୀୟ ଚାମ୍ପିୟନ ରୁଦ୍ରାକ୍ଷ ପରିଡ଼ା, ଆଦ୍ୟାଶା ମହାପାତ୍ରଙ୍କ ସମତେ ଅନେକ ଛାତ୍ରୀଛାତ୍ରଙ୍କ ସହିତ କାମ କରିଛି। ପରିଶ୍ରମର ଫଳ ମିଳିଛି। ଜାତୀୟ କ୍ରୀଡ଼ାଦିବସ କ୍ରୀଡ଼ାବିତ୍‌ଙ୍କ ପାଇଁ ଶ୍ରେଷ୍ଠ ଦିବସ। ତେଣୁ ମୋ ସଫଳତାରେ ମୋ ଛାତ୍ରୀଛାତ୍ରମାନେ ନିଶ୍ଚିତ ଆନନ୍ଦିତ ହୋଇଥିବେ ବୋଲି ଆଶା।

ପ୍ର: ପୁରସ୍କାର ପାଇବାରେ ବିଳମ୍ବ ହୋଇଛି ବୋଲି କେବେ ମନକୁ ଆସିଥିଲା କି ?
ଉ: ମୋତେ ପୁରସ୍କାର ମିଳିବାରେ ବିଳମ୍ବ ହୋଇଛି ବୋଲି କେବେ ଭାବିନାହିଁ। ପରିଶ୍ରମ ଜାରି ରଖିଥିଲି। ସମ୍ଭବତଃ ଏହା ପୂର୍ବ ବର୍ଷ ପର୍ଯ୍ୟନ୍ତ ଯୋଗ୍ୟ ହୋଇ ନ ଥିଲି କିମ୍ବା ମୋଠାରୁ ଅଧିକ ଯୋଗ୍ୟ ବ୍ୟକ୍ତି ଏହି ପୁରସ୍କାର ପାଇଛନ୍ତି। ନିଷ୍ଠାର ସହ କାର୍ଯ୍ୟ କରି ଚାଲିଥିବାରୁ ପରିଶ୍ରମର ମୂଲ୍ୟ ଦିନେ ନା ଦିନେ ମିଳିବ ବୋଲି ଆଶା ଥିଲା।

ପ୍ର: ପ୍ରଥମ ଚେସ୍‌ ପ୍ରଶିକ୍ଷକଭାବେ ଏହି ପୁରସ୍କାର ପାଇଛନ୍ତି, କ’ଣ କହିବେ ?
ଉ: ଚେସ୍‌ ଖେଳାଳି ଭାବରେ ପୂର୍ବରୁ ପଦ୍ମିନୀ ରାଉତ ଓ ଦେବାଶିଷ ଦାସ ଏହି ପୁରସ୍କାର ପାଇଥିଲେ। ପ୍ରଥମ ଚେସ୍‌ କୋଚ୍‌ଭାବେ ବିଜୁପଟ୍ଟନାୟକ ପୁରସ୍କାର ପାଇଥିବାରୁ ଏହି ଅବସରରେ ବନ୍ଧୁ ବିବେକ ତିବରଓ୍ବାଲ, ଶୁଭାଶିଷ ପଟ୍ଟନାୟକ, ବର୍ତ୍ତମାନର ରାଜ୍ୟ ଚେସ୍‌ ସଙ୍ଘ ସଭାପତି ରଞ୍ଜନ ମହାନ୍ତି, ମନୋଜ କୁମାର ପାଣିଗ୍ରାହୀ, ରାଜ୍ୟ ଚେସ୍‌ ସଙ୍ଘ, କଟକ ଜିଲା ଚେସ୍‌ ସଂଘ, ପରିବାରର ସମସ୍ତ ସଦସ୍ୟ, ପରିଜନ, ବନ୍ଧୁବର୍ଗ, ମୋ ଗାଁ ଉତ୍ତମାପୁରର ଗ୍ରାମବାସୀଙ୍କୁ ଧନ୍ୟବାଦ ଜଣାଇବାକୁ ଚାହିଁବି। ୮୪ ବର୍ଷୀୟ ବାପା ଶରତ ଚନ୍ଦ୍ର ପଟ୍ଟନାୟକ ଓ ୮୫ ବର୍ଷୀୟା ମା’ ଅନସୂୟା ପଟ୍ଟନାୟକଙ୍କ ମୁହଁରେ ଏହି ପୁରସ୍କାର ପାଇଁ ହସ ଦେଖିପାରିଥିବାରୁ ମୁଁ ବେଶୀ ଗର୍ବିତ। ଗ୍ରାମାଞ୍ଚଳରେ ଥିବା ଲୁକ୍କାୟିତ ପ୍ରତିଭାଙ୍କୁ ଠାବ କରି ରାଜ୍ୟରୁ କିପରି ଅଧିକରୁ ଅଧିକ ଜାତୀୟ/ଅନ୍ତର୍ଜାତୀୟ ସ୍ତରର ଖେଳାଳି ସୃଷ୍ଟି କରିହେବ ସେଥିପାଇଁ ଏହା ମୋତେ ପ୍ରେରଣା ଦେଇଛି।

ପ୍ର: ଜଣେ ଚେସ୍‌ କୋଚ୍‌ଭାବେ ଏହି ପୁ୍‌ରସ୍କାରକୁ କିପରି ଦେଖୁଛନ୍ତି ?
ଉ: ମୋ ଠାରୁ ଚେସ୍‌ କୋଚ୍‌ଙ୍କ ପାଇଁ ପୁରସ୍କାରର ମୂଳଦଆ ପଡ଼ିଲା ବୋଲି ଅନୁଭବ କରୁଛି। ଜାତୀୟ/ଅନ୍ତର୍ଜାତୀୟ ଖେଳାଳିଙ୍କୁ ଅନ୍‌ଲାଇନ୍‌ରେ କୋଚିଂ ଦେଉଥିବା ସ୍ବୟଂଶୁ ସତ୍ୟପ୍ରଜ୍ଞ, ସ୍ବୟମ୍ସ ମିଶ୍ର, ସିଦ୍ଧାନ୍ତ ମହାପାତ୍ର, ଓଡ଼ିଶାର ଚେସ୍‌ ଗୁରୁ ଶେଖର ସାହୁଙ୍କ ସମେତ ଆହୁରି ଅନେକ ପ୍ରଶିକ୍ଷକ ଏହି ପୁରସ୍କାର ପାଇଁ ଅଧିକ ହକ୍‌ଦାର ହୋଇପାରିବେ ବୋଲି ମୋର ଆଶା ରହିଛି।

ପ୍ର: କୋଚ୍‌ଭାବେ ସ୍ବିକୃତି ମିଳିବାପରେ ଆପଣଙ୍କ ଅନୁଷ୍ଠାନପାଇଁ ଦାୟିତ୍ୱ କେତେ ବଢ଼ିଛି ?
ଉ: ମୁଁ ପୁରସ୍କାର ପାଇଁ ମନୋନୀତ ହେବାପରେ ଛାତ୍ରୀଛାତ୍ର ଏବଂ ଅଭିଭାବକମାନେ ଶୁଭେଚ୍ଛାର ସୁଅ ଛୁଟାଇବା ସହ ଗର୍ବ ଅନୁଭବ କରୁଛନ୍ତି। ଗୁରୁ ଭଲ କାମ ପାଇଁ ପ୍ରଶଂସିତ ହେଲେ ଶିଷ୍ୟମାନେ ପ୍ରେରଣା ପାଇଥାନ୍ତି। ଏହାକୁ ସେମାନେ ବ୍ରତଭାବେ ଗ୍ରହଣ କରିବେ ବୋଲି ମୋର ଆଶା ରହିଛି। ୨୦୦୪ରେ ଆମେ ଯେତେବେଳେ ସୁଖଦ ଅନୁଭୁତି ନେଇ ଏସ୍‌ଆର ଚେସ୍‌ ସେଣ୍ଟର ଆରମ୍ଭ କରିଥିଲୁ ସେତେବେଳେ ରାଜ୍ୟ ଚେସ୍‌ରେ ବିପ୍ଳବ ଆଣିବାକୁ ସଂକଳ୍ପ ନେଇଥିଲୁ। ଏହା ଏବେ ସମ୍ଭାବନା ସୃଷ୍ଟି କରିଛି। ଏହି ସ୍ବିକୃତି ନିଶ୍ଚିତ ରାଜ୍ୟ ଓ ଜାତୀୟ ସ୍ତରରେ ଆମ ଅନୁଷ୍ଠାନର କାର୍ଯ୍ୟକୁ ଦୃଢ଼ୀଭୂତ କରିପାରିବ ବୋଲି ମୋର ଆଶା।


Enter your email to get our daily news in your inbox.

All Right Reserved By Dharitri.Com

ବାଲଡ଼ା ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ: ପ୍ରସଙ୍ଗ ଅନାସ୍ଥା ବୈଠକ କରିବାକୁ ଜିଲାପାଳଙ୍କୁ ଦାବିପତ୍ର

ନନ୍ଦପୁର,୨୭ା୨(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ବାଲଡ଼ା ପଞ୍ଚାୟତ ସରପଞ୍ଚ ବିକ୍ରମ ସୀସାଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ସମ୍ପର୍କିତ ବୈଠକ ଶୀଘ୍ର କରିବାକୁ…

ବାବୁଲ ସୁପ୍ରିୟୋ, ପୂର୍ବ DGP ରାଜୀବ କୁମାର…ରାଜ୍ୟ ସଭା ପାଇଁ ଏହି ୪ ପ୍ରାର୍ଥୀଙ୍କ ଉପରେ ଭରସା କଲେ ମମତା

କୋଲକାତା,୨୭।୨: ପଶ୍ଚିମବଙ୍ଗର ୫ଟି ରାଜ୍ୟ ସଭା ଆସନ ପାଇଁ ଶୁକ୍ରବାର ତୃଣମୂଳ କଂଗ୍ରେସ ନିଜର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଦଳ ଏଥର ପ୍ରଶାସନିକ ଅଭିଜ୍ଞତା, ଆଇନଗତ…

କର୍ଣ୍ଣାଟକରେ ପ୍ରେମୀଯୁଗଳଙ୍କ ମୃତ୍ୟୁ: ମୃତଦେହ ଗାଁକୁ ଆଣିବା ପାଇଁ ପୋଲିସ, ପ୍ରଶାସନ ନିକଟରେ ନିବେଦନ

ଗୁଣପୁର, ୨୭।୨ (ସଂକେତ ପାତ୍ର ): ପ୍ରଥମେ ଭଲ ପାଇଲେ, ପରେ ବାହା ହେଲେ। ବାହାଘର ପରେ କାମ ଅନ୍ବେଷଣରେ କର୍ଣ୍ଣାଟକ ଚାଲିଯାଇଥିଲେ। ସେଠାରେ କୌଣସି କାରଣରୁ…

ପୌର ପରିଷଦରେ ବ୍ୟାପକ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଦାବି ବିଜେଡିର ବିକ୍ଷୋଭ ପ୍ରଦର୍ଶନ, ଦାବିପତ୍ର

ଗୁଣପୁର, ୨୭।୨ (ସଂକତେ ପାତ୍ର/ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବିଜେଡି ପକ୍ଷରୁ ଶୁକ୍ରବାର ବିଭିନ୍ନ ପ୍ରସଙ୍ଗକୁ ନେଇ ଶୋଭାଯାତ୍ରା ଏବଂ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା l…

ମଲା କୁକୁଡ଼ା ମାଂସ ଖାଇ ୪ ମହିଳା ଗୁରୁତର

କଲ୍ୟାଣସିଂହପୁର, ୨୭।୨ (ଦୀପକ କୁମାର ପରିଡା ): ମଲା କୁକୁଡ଼ା ମାଂସ ଖାଇ ଗୋଟିଏ ପରିବାରର ୪ ଜଣ ମହିଳା ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।…

ଟିମ୍‌ ଇଣ୍ଡିଆକୁ ଫେରିବେ ରିଙ୍କୁ ସିଂ, ପିତାଙ୍କୁ ହରାଇଥିବା ସତ୍ତ୍ୱେ ଦେଶ ପାଇଁ ନେଲେ ବଡ଼ ନିଷ୍ପତ୍ତି 

ନୂଆଦିଲ୍ଲୀ,୨୭।୨: ଭାରତୀୟ କ୍ରିକେଟର ଯୁବ ତାରକା ରିଙ୍କୁ ସିଂ ବର୍ତ୍ତମାନ ନିଜ ଜୀବନର ସବୁଠାରୁ କଷ୍ଟକର ସମୟ ଦେଇ ଗତି କରୁଛନ୍ତି। ଟି-୨୦ ବିଶ୍ୱକପ ୨୦୨୬ ଅଭିଯାନ…

ବରଗଡ଼ରେ ଲଜ୍ଜା: ୧୨ ବର୍ଷୀୟ ନାବାଳିକାଙ୍କୁ ବଳାତ୍କାର, ଜଣେ ବ୍ୟକ୍ତିଙ୍କୁ ଅଟକ ରଖି…

ବରଗଡ଼,୨୭।୨(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲା ସଦର ଥାନା ଅଞ୍ଚଳରେ ଜଣେ ନାବାଳିକା(୧୨)ଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ଏ ନେଇ ଶୁକ୍ରବାର ବରଗଡ଼ ସଦର ଥାନାରେ ପୀଡିତାଙ୍କ ପରିବାର…

IPL ୨୦୨୬: ୩୦ ଦିନ ପୂର୍ବରୁ ବଦଳିଲା କାର୍ଯ୍ୟସୂଚୀ, ଏବେ ଏହି ତାରିଖରୁ ଆରମ୍ଭ ହେବ ୧୯ତମ ସିଜନ୍‌

ନୂଆଦିଲ୍ଲୀ,୨୭।୨: ଆଇସିସି ଟି-୨୦ ବିଶ୍ୱକପ୍‌ ୨୦୨୬ର ଉତ୍ସାହ ମଧ୍ୟରେ କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବିଶ୍ୱକପ୍‌ ଶେଷ ହେବାର ମାତ୍ର କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri