Posted inଖେଳ

ଚେସ୍‌ ଚ୍ୟାଲେଞ୍ଜର, ରେକର୍ଡ ବ୍ରେକର

ସମ୍ପ୍ରତି ଚର୍ଚ୍ଚାରେ ରହିଥିବା ଚେସ୍‌ ତାରକା ଆର୍‌. ପ୍ରଜ୍ଞାନନ୍ଦ ହେଉଛନ୍ତି ପ୍ରଚଣ୍ଡ ପ୍ରତିଭାବାନ। ୨୦୦୫ ଅଗଷ୍ଟ ୧୦ରେ ସେ ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା ରମେଶବାବୁ ଟିଏନ୍‌ଏସ୍‌ସି ବ୍ୟାଙ୍କରେ ବ୍ରାଞ୍ଚ୍‌ ମ୍ୟାନେଜର ଭାବେ କାର୍ଯ୍ୟରତ। ମା’ ନାଗାଲକ୍ଷ୍ମୀ ଜଣେ ଗୃହିଣୀ। ପ୍ରଜ୍ଞାନନ୍ଦଙ୍କୁ ଜଣେ ସଫଳ ଚେସ୍‌ ଖେଳାଳି ଭାବେ ଗଢ଼ି ତୋଳିବାରେ ମା’ ନାଗଲକ୍ଷ୍ମୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଅନ୍ତର୍ଜାତୀୟ ମାଷ୍ଟର ଆର. ବୈଶାଳୀ ତାଙ୍କ ଭଉଣୀ। ମାତ୍ର ୧୦ ବର୍ଷ ବୟସରେ ପ୍ରଜ୍ଞାନନ୍ଦ ଅନ୍ତର୍ଜାତୀୟ ମାଷ୍ଟର ଟାଇଟଲ ହାସଲ କରିଥିଲେ। ସେତେବେଳେ ଏହି ଟାଇଟଲ ହାସଲ କରିବାରେ ସେ ସର୍ବକନିଷ୍ଠ ଖେଳାଳି ଥିଲେ। ୧୨ ବର୍ଷ ବୟସରେ ସେ ଗ୍ରାଣ୍ଡମାଷ୍ଟର ହୋଇ ଯାଇଥିଲେ। ସେତେବେଳେ ଏହି ଟାଇଟଲ ହାସଲରେ ସେ ଦ୍ୱିତୀୟ ସର୍ବକନିଷ୍ଠ ଥିଲେ। ୨୦୨୨ ଫେବୃୟାରୀ ୨୨ରେ ମାତ୍ର ୧୬ ବର୍ଷ ବୟସରେ ସେ ସର୍ବକନିଷ୍ଠ ଖେଳାଳିଭାବେ ବିଶ୍ୱ ଚାମ୍ପିୟନ ମାଗ୍ନସ କାର୍ଲସେନଙ୍କୁ ପରାସ୍ତ କରିଥିଲେ। ଏୟାରଥିଙ୍ଗ୍ସ ମାଷ୍ଟର୍ସ ର଼୍ୟାପିଡ୍‌ ଚେସ୍‌ ଟୁର୍ନାମେଣ୍ଟରେ ସେ କାର୍ଲସେନଙ୍କୁ ହରାଇ ଏହି ସଫଳତା ପାଇଥିଲେ। ୨୦୨୨ ଅକ୍ଟୋବର ୧୬ରେ ଅନ୍ୟତମ ଭାରତୀୟ ଚେସ୍‌ ପ୍ରତିଭା ଡି. ଗୁକେଶ ଏହି ରେକର୍ଡ ଭାଙ୍ଗିଥିଲେ।
କ୍ୟାରିୟର
ପ୍ରଜ୍ଞାନନ୍ଦ ୨୦୧୩ରେ ଓ୍ବାଲର୍‌ଡ ୟୁଥ୍‌ ଚେସ୍‌ ଚାମ୍ପିୟନଶିପ୍‌ର ୮ ବର୍ଷରୁ କମ୍‌ ବର୍ଗରେ ଚାମ୍ପିୟନ ହୋଇଥିଲେ। ଏହି ଟୁର୍ନାମେଣ୍ଟରେ ସେ ଫିଡେ ମାଷ୍ଟର ଟାଇଟଲ ମଧ୍ୟ ହାସଲ କରିଥିଲେ। ୨୦୧୫ରେ ସେ ୧୦ ବର୍ଷରୁ କମ୍‌ ବର୍ଗରେ ଓ୍ବାଲର୍‌ଡ ୟୁଥ୍‌ ଚେସ୍‌ ବିଜେତା ହୋଇଥିଲେ। ୨୦୧୬ରେ ସେ ଚେସ୍‌ ଇତିହାସରେ ସର୍ବକନିଷ୍ଠ ଅନ୍ତର୍ଜାତୀୟ ମାଷ୍ଟର ଟାଇଟଲ ହାସଲ କରିଥିଲେ। ତାଙ୍କୁ ସେତେବେଳେ ୧୦ ବର୍ଷ, ୧୦ ମାସ ୧୯ ଦିନ ହୋଇଥିଲା। ୨୦୧୭ ନଭେମ୍ବରରେ ସେ ଓ୍ବାଲର୍‌ଡ ଜୁନିୟର ଚେସ୍‌ ଚାମ୍ପିୟନଶିପ୍‌ରେ ପ୍ରଥମ ଗ୍ରାଣ୍ଡମାଷ୍ଟର (ଜିଏମ୍‌) ନର୍ମ ହାସଲ କରିଥିଲେ। ଏହି ଟୁର୍ନାମେଣ୍ଟରେ ସେ ୮ ପଏଣ୍ଟ ପାଇ ୪ର୍ଥ ସ୍ଥାନରେ ରହିଥିଲେ। ୨୦୧୮ ଏପ୍ରିଲ ୧୭ରେ ଗ୍ରୀସ୍‌ରେ ଅନୁଷ୍ଠିତ ହେରାକ୍ଲିନ୍‌ ଫିସର ମେମୋରିଆଲ ଜିଏମ୍‌ ନର୍ମ ଟୁର୍ନାମେଣ୍ଟରେ ସେ ଦ୍ୱିତୀୟ ନର୍ମ ପାଇଥିଲେ। ୨୦୧୮ ଜୁନ୍‌ ୨୩ରେ ଇଟାଲୀର ଉର୍ଟିଜେଠାରେ ଆୟୋଜିତ ଗ୍ରେଡିନେ ଓପନ ଟୁର୍ନାମେଣ୍ଟରେ ସେ ତୃତୀୟ ତଥା ଅନ୍ତିମ ଗ୍ରାଣ୍ଡମାଷ୍ଟର ନର୍ମ ହାସଲ କରିଥିଲେ। ୧୨ ବର୍ଷ, ୧୦ ମାସ ୧୩ ଦିନର ହୋଇଥିବାବେଳେ ସେ ଗ୍ରାଣ୍ଡମାଷ୍ଟର ଟାଇଟଲଧାରୀ ବନିଥିଲେ। ଗ୍ରାଣ୍ଡମାଷ୍ଟର ଟାଇଟଲ ହାସଲରେ ସେ ସେତେବେଳେ ଦ୍ୱିତୀୟ ସର୍ବକନିଷ୍ଠ ଖେଳାଳି ହୋଇଥିଲେ (ରୁଷିଆର ସର୍ଗି କାର୍ଜାକିନ୍‌ ୧୨ ବର୍ଷ ୭ ମାସରେ ଗ୍ରାଣ୍ଡମାଷ୍ଟର ଟାଇଟଲ ହାସଲ କରି ସେତେବେଳେ ସର୍ବକନିଷ୍ଠ ଖେଳାଳିର ମାନ୍ୟତା ବହନ କରୁଥିଲେ)। ଏବେ ଅଭିମନ୍ୟୁ ମିଶ୍ର, ସର୍ଗି କାର୍ଜାକିନ୍‌, ଡି. ଗୁକେଶ ଓ ଜାକୋଖିର ସିଣ୍ଡାରୋଭଙ୍କ ପରେ ପ୍ରଜ୍ଞାନନ୍ଦ ୫ମ ସର୍ବକନିଷ୍ଠ ଗ୍ରାଣ୍ଡମାଷ୍ଟର ଟାଇଟଲଧାରୀ ଅଛନ୍ତି।
୨୦୧୮ରେ ପ୍ରଜ୍ଞାନନ୍ଦଙ୍କୁ ସ୍ପେନ୍‌ରେ ମାଗିଷ୍ଟ୍ରାଲ ଡି ଲିଅନ ମାଷ୍ଟର୍ସ ଖେଳିବାକୁ ଆମନ୍ତ୍ରଣ କରାଯାଇଥିଲା। ସେଠାରେ ସେ ଫିଲିପିନୋ-ଆମେରିକାନ ଗ୍ରାଣ୍ଡମାଷ୍ଟର ଓ୍ବେସଲି ସୋ’ଙ୍କ ବିପକ୍ଷରେ ୪ ଗେମ୍‌ ବିଶିଷ୍ଟ ର଼୍ୟାପିଡ୍‌ ମ୍ୟାଚ ଖେଳିଥିଲେ। ପ୍ରଥମ ଗେମ୍‌ରେ ସୋ’ଙ୍କୁ ପ୍ରଜ୍ଞାନନ୍ଦ ହରାଇ ଦେଇଥିଲେ। ୩ ଗେମ୍‌ ଶେଷରେ ସ୍କୋର ୧.୫-୧.୫ ରହିଥିଲା। ଶେଷ ଗେମ୍‌କୁ ଜିତି ସୋ’ ମ୍ୟାଚ ଜିତିଥିଲେ। ୨୦୧୮ ଜାନୁୟାରୀରେ ପ୍ରଜ୍ଞାନନ୍ଦ ନର୍ଥ କାରୋଲିନାରେ ଅନୁଷ୍ଠିତ ଚାର୍ଲୋଟେ ଚେସ୍‌ ସେଣ୍ଟର୍ସ ଓ୍ବିଣ୍ଟର ୨୦୧୮ ଜିଏମ୍‌ ନର୍ମ ଆମନ୍ତ୍ରଣୀୟ ଟୁର୍ନାମେଣ୍ଟରେ ଗ୍ରାଣ୍ଡମାଷ୍ଟର ଆଲଡର ଇସ୍କୋବାର ଫୋରେରୋ ଓ ଅନ୍ତର୍ଜାତୀୟ ମାଷ୍ଟର ଡେନିସ ଶିମେଲୋଭଙ୍କ ସହ ମିଳିତଭାବେ ତୃତୀୟ ସ୍ଥାନରେ ରହିଥିଲେ। ୨୦୧୯ ଜୁଲାଇରେ ଡେନ୍‌ମାର୍କରେ ଅନୁଷ୍ଠିତ ଏକ୍ସଟ୍ରାକନ ଚେସ୍‌ ଟୁର୍ନାମେଣ୍ଟରେ ଚାମ୍ପିୟନ ହୋଇଥିଲେ। ୨୦୧୯ ଅକ୍ଟୋବର ୧୨ରେ ସେ ଓ୍ବାଲର୍‌ଡ ୟୁଥ୍‌ ଚାମ୍ପିୟନଶିପ୍‌ର ୧୮ ବର୍ଷରୁ କମ୍‌ ବର୍ଗ ଟାଇଟଲ ଜିତିଥିଲେ। ୨୦୧୯ ଡିସେମ୍ବରରେ ସେ ଦ୍ୱିତୀୟ ସର୍ବକନିଷ୍ଠ ଖେଳାଳିଭାବେ ୨୬୦୦ ରେଟିଂ ସ୍ପର୍ଶ କରିଥିଲେ। ମାତ୍ର ୧୪ ବର୍ଷ, ୩ ମାସ ୨୪ ଦିନର ହୋଇଥିବାବେଳେ ସେ ଏହି ମ୍ୟାଜିକ ସଂଖ୍ୟାକୁ ଛୁଇଁଥିଲେ।
୨୦୨୧ ଚେସ୍‌ ବିଶ୍ୱକପ୍‌ରେ ସେ ୯୦ତମ ସିଡ୍‌ ଖେଳାଳିଭାବେ ଅଂଶଗ୍ରହଣ କରିଥିଲେ। ଦ୍ୱିତୀୟ ରାଉଣ୍ଡରେ ସେ ଗ୍ରାଣ୍ଡମାଷ୍ଟର ଗାବ୍ରିଏଲ ସର୍ଗିସିଆନଙ୍କୁ ୨-୦ରେ ହରାଇଥିଲେ। ଏହାପରେ ୩ୟ ରାଉଣ୍ଡରେ ଜିଏମ୍‌ ମାଇକେଲ କ୍ରାସେଙ୍କୋଙ୍କୁ ର଼୍ୟାପିଡ୍‌ ଟାଇବ୍ରେକ୍‌ରେ ହରାଇ ରାଉଣ୍ଡ-୪କୁ ଉନ୍ନୀତ ହୋଇଥିଲେ। ତେବେ ୪ର୍ଥ ରାଉଣ୍ଡରେ ମାକ୍ସିମେ ଭାଚିଏର-ଲାଗ୍ରାଭେଙ୍କଠାରୁ ହାରି ଏଲିମିନେଟ ହୋଇ ଯାଇଥିଲେ। ୨୦୨୨ରେ ସେ ଟାଟା ଷ୍ଟିଲ୍‌ ଚେସ୍‌ ଟୁର୍ନାମେଣ୍ଟର ମାଷ୍ଟର୍ସ ସେକ୍ସନରେ ଖେଳିଥିଲେ। ସେଥିରେ ସେ ଆନ୍ଦ୍ରେ ଇସିପେଙ୍କୋ, ଭିଦିତ ଗୁଜୁରାଟି ଓ ନିଲ୍ସ ଗ୍ରାଣ୍ଡେଲିଅସଙ୍କ ପରି ନାମୀ ଖେଳାଳିଙ୍କୁ ପରାସ୍ତ କରିଥିଲେ।
୨୦୨୨ ଫେବୃୟାରୀ ୨୦ରେ ସେ ତୃତୀୟ ଭାରତୀୟ ଖେଳାଳିଭାବେ ବିଶ୍ୱ ଚାମ୍ପିୟନ୍‌ ମାଗ୍ନସ କାର୍ଲସେନଙ୍କୁ ଚେସ୍‌ର କୌଣସି ଏକ ଟାଇମ୍‌ ଫର୍ମାଟରେ ପରାସ୍ତ କରିଥିଲେ। ୨୦୨୨ ଚାମ୍ପିୟନ୍ସ ଚେସ୍‌ ଟୁର୍‌ର ଅନ୍‌ଲାଇନ୍‌ ଏୟାରଥିଙ୍ଗ୍ସ ମାଷ୍ଟର୍ସ ର଼୍ୟାପିଡ୍‌ ଟୁର୍ନାମେଣ୍ଟରେ ସେ ମାଗ୍ନସଙ୍କୁ ମାତ୍‌ ଦେଇଥିଲେ। ତାଙ୍କ ପୂର୍ବରୁ ଭାରତର ବିଶ୍ୱନାଥନ ଆନନ୍ଦ ଓ ପି. ହରିକ୍ରିଷ୍ଣା ଏହି ସଫଳତା ପାଇଥିଲେ। ୨୦୨୨ ମେ’ରେ ଚେସାବ୍ଲ ମାଷ୍ଟର୍ସ ଅନ୍‌ଲାଇନ୍‌ ର଼୍ୟାପିଡ୍‌ ଚେସ୍‌ରେ ସେ ପୁଣିଥରେ କାର୍ଲସେନଙ୍କୁ ହରାଇବାର ସୌଭାଗ୍ୟ ପାଇଥିଲେ। ୩ ମାସରେ ସେ ଦ୍ୱିତୀୟ ଥର ପାଇଁ କାର୍ଲସେନଙ୍କୁ ହରାଇଥିଲେ। ୨୦୨୨ ଏଫ୍‌ଟିଏକ୍ସ କ୍ରିପ୍‌ଟୋ କପ୍‌ରେ ପ୍ରଜ୍ଞାନନ୍ଦ ୩ ଥର କାର୍ଲସେନଙ୍କୁ ପରାସ୍ତ କରିଥିଲେ।
୨୦୨୩ ଜାନୁୟାରୀରେ ପ୍ରଜ୍ଞାନନ୍ଦ ଟାଟା ଷ୍ଟିଲ୍‌ ଚେସ୍‌ ମାଷ୍ଟର୍ସ ଖେଳି ୨୮୦୦ ରେଟେଡ ଗ୍ରାଣ୍ଡମାଷ୍ଟର ଚାଇନାର ଡିଙ୍ଗ୍‌ ଲିରେନଙ୍କୁ ପରାସ୍ତ କରିଥିଲେ। ବିଶ୍ୱନାଥନ ଆନନ୍ଦଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ ୨୦୨୩ ଚେସ୍‌ ବିଶ୍ୱକପ୍‌ ଫାଇନାଲରେ କାର୍ଲସେନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ପ୍ରଜ୍ଞାନନ୍ଦ। ୧୮ ବର୍ଷୀୟ ପ୍ରଜ୍ଞାନନ୍ଦ ଭାରତର ସର୍ବକନିଷ୍ଠ ଖେଳାଳିଭାବେ ଚେସ୍‌ ବିଶ୍ୱକପ୍‌ର ଫାଇନାଲରେ ଖେଳୁଛନ୍ତି। ତାଙ୍କ ପ୍ରତିଦ୍ୱନ୍ଦ୍ୱୀ କାର୍ଲସେନ ୨୦୦୪ରେ ଗ୍ରାଣ୍ଡମାଷ୍ଟର ଟାଇଟଲ ହାସଲ କରିଥିଲେ। ଏହାର ୧୬ ମାସପରେ ପ୍ରଜ୍ଞାନନ୍ଦ ଜନ୍ମ ହୋଇଥିଲେ।
-ପ୍ରସ୍ତୁତି: ତପନ ସ୍ବାଇଁ


Enter your email to get our daily news in your inbox.

All Right Reserved By Dharitri.Com

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

ବିହାର ନିର୍ବାଚନ ହାରିବା ପରେ CWCର ପ୍ରଥମ ବୈଠକ, ଦିଲ୍ଲୀରେ ମନ୍ଥନ

ନୂଆଦିଲ୍ଲୀ,୨୭।୧୨: ଶନିବାର (ଡିସେମ୍ବର ୨୭) ଦିଲ୍ଲୀରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) ବୈଠକ କରୁଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri