Posted inଖେଳ

ସିସାବା ଚେନ୍ନାଇନ୍‌ ଏଫ୍‌ସି ମୁଖ୍ୟ କୋଚ୍‌

ଚେନ୍ନାଇ, ୩୧ା୮ (ପି.ଟି.)-ଦୁଇଥର ଆଇଏସ୍‌ଏଲ ଚାମ୍ପିୟନ ଚେନ୍ନାଇନ୍‌ ଏଫ୍‌ସି ୨୦୨୦-୨୧ ସିଜନ ପାଇଁ ଅଭିଜ୍ଞ ସିସାବା ଲାସ୍‌ଜ୍ଲୋଙ୍କୁ ରବିବାର ଏହାର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତି ଦେଇଛି। ଏସିଆର କୌଣସି ଫୁଟ୍‌ବଲ କ୍ଲବର କୋଚ୍‌ ଭାବେ ନିଯୁକ୍ତି ପାଇବା ୫୬ ବର୍ଷୀୟ ଲାସ୍‌ଜ୍ଲୋଙ୍କ ପାଇଁ ଏହା ପ୍ରଥମ। କ୍ଲବ ଓ ଅନ୍ତର୍ଜାତୀୟ ସ୍ତରରେ ହଙ୍ଗେରିଆନ ଲାସ୍‌ଜ୍ଲୋଙ୍କର ଦୁଇ ଦଶନ୍ଧିରୁ ଅଧିକ ଦିନ ଧରି ଅଭିଜ୍ଞତା ରହିଛି। ରୋମାନିଆରେ ଜନ୍ମିତ ଲାସ୍‌ଜ୍ଲୋଙ୍କର ୮ଟି ଦେଶରେ କୋଚିଂ ଅଭିଜ୍ଞତା ରହିଛି। ଉଗାଣ୍ଡା ଓ ଲିଥୁଆନିଆ ଜାତୀୟ ଦଳର କୋଚ୍‌ ଭାବେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି। ଚେନ୍ନାଇନ ଏଫ୍‌ସିରେ ତାଙ୍କୁ ଓଏନ କଏଲ୍‌ଙ୍କ ସ୍ଥାନରେ ନଯୁକ୍ତି ମିଳିଛି। କଏଲ ୨୦୧୯-୨୦ ଆଇଏସ୍‌ଏଲ ସିଜନରେ ଦଳକୁ ଫାଇନାଲରେ ପ୍ରବେଶ କରାଇ ପାରିଥିଲେ। ନିକଟରେ ସେ ଜାମସେଦପୁର ଏଫ୍‌ସି ଦଳରେ ମୁଖ୍ୟ କୋଚ ଭାବେ ଯୋଗ ଦେଇଛନ୍ତି। ଲାସ୍‌ଜ୍ଲୋଙ୍କ ତତ୍ତ୍ୱାବଧାନରେ ଆମ ଦଳ ଅନେକ ସଫଳତା ହାସଲ କରିବ ବୋଲି ଚେନ୍ନାଇନ ଏଫ୍‌ସିର ସହ ମାଲିକ ଭିଟା ଡାନି ଆଶା ପ୍ରକାଶ କରିଛନ୍ତି। ଗତ ଆଇଏସଏଲ ସିଜନର ୧୧ଜଣ ଭାରତୀୟ ଖେଳାଳି ଚେନ୍ନାଇନ ଏଫ୍‌ସିରେ ସେମାନଙ୍କ ସ୍ଥାନୀୟ ବଜାୟ ରଖିଛନ୍ତି। ବ୍ରାଜିଲର ଦୁଇ ଖେଳାଳି ଡିଫେଣ୍ଡର ଏଲି ସାବିଏ ଏବଂ ମିଡ୍‌ଫିଲ୍ଡର ରାଫାଲ କ୍ରିଭେଲାରୋଙ୍କୁ ମଧ୍ୟ ଦଳରେ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟିମ୍‌ ଇଣ୍ଡିଆକୁ ଫେରିବେ ରିଙ୍କୁ ସିଂ, ପିତାଙ୍କୁ ହରାଇଥିବା ସତ୍ତ୍ୱେ ଦେଶ ପାଇଁ ନେଲେ ବଡ଼ ନିଷ୍ପତ୍ତି 

ନୂଆଦିଲ୍ଲୀ,୨୭।୨: ଭାରତୀୟ କ୍ରିକେଟର ଯୁବ ତାରକା ରିଙ୍କୁ ସିଂ ବର୍ତ୍ତମାନ ନିଜ ଜୀବନର ସବୁଠାରୁ କଷ୍ଟକର ସମୟ ଦେଇ ଗତି କରୁଛନ୍ତି। ଟି-୨୦ ବିଶ୍ୱକପ ୨୦୨୬ ଅଭିଯାନ…

IPL ୨୦୨୬: ୩୦ ଦିନ ପୂର୍ବରୁ ବଦଳିଲା କାର୍ଯ୍ୟସୂଚୀ, ଏବେ ଏହି ତାରିଖରୁ ଆରମ୍ଭ ହେବ ୧୯ତମ ସିଜନ୍‌

ନୂଆଦିଲ୍ଲୀ,୨୭।୨: ଆଇସିସି ଟି-୨୦ ବିଶ୍ୱକପ୍‌ ୨୦୨୬ର ଉତ୍ସାହ ମଧ୍ୟରେ କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବିଶ୍ୱକପ୍‌ ଶେଷ ହେବାର ମାତ୍ର କିଛି…

ମହିଳା ଆଥଲେଟ୍‌ଙ୍କ ହେବ ଏସ୍‌ଆରଓ୍ବାଇ ଜେନେ ଟେଷ୍ଟ, ଜାଣନ୍ତୁ…

ନୂଆଦିଲ୍ଲୀ,୨୭ା୨: ଜାତୀୟସ୍ତର ମହିଳା ପ୍ରତିଯୋଗିତାଗୁଡ଼ିକରେ ଯେପରି କେବଳ ବାୟୋଲଜିକାଲ ମହିଳାମାନେ ଅଂଶଗ୍ରହଣ କରିପାରିବେ ତାହାକୁ ନଜରରେ ରଖି ଆଥଲେଟିକ୍‌ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ପକ୍ଷରୁ ଚଳିତବର୍ଷ…

ସ୍ବଦେଶ ଫେରିଗଲେ ନ୍ୟୁଜିଲାଣ୍ଡର ଏହି ପେସ୍‌ ବୋଲର, ଜାଣନ୍ତୁ…

କଲମ୍ବୋ,୨୭ା୨: ନ୍ୟୁଜିଲାଣ୍ଡ ପେସ୍‌ ବୋଲର ମ୍ୟାଟ୍‌ ହେନ୍‌ରୀଙ୍କୁ ପୈତୃକ ଛୁଟି ମିଳିଛି। ତାଙ୍କ ସ୍ତ୍ରୀ ଦ୍ୱିତୀୟ ସନ୍ତାନର ଜଜନୀ ହେବାକୁ ଯାଉଥିବାରୁ ଇଂଲଣ୍ଡ ବିପକ୍ଷ ଟି୨୦ ବିଶ୍ୱକପ୍‌…

ସେମିଫାଇନାଲରେ କେଉଁ ଦଳ ସହିତ ମୁକାବିଲା କରିବ ଭାରତ? ସମ୍ପୂର୍ଣ୍ଣ ସମୀକରଣ ଜାଣନ୍ତୁ…

ନୂଆଦିଲ୍ଲୀ,୨୭।୨: ଭାରତୀୟ ଦଳ ମାର୍ଚ୍ଚ ୧ ତାରିଖରେ ଜିମ୍ବାୱେ ବିପକ୍ଷରେ ଟି-୨୦ ବିଶ୍ୱକପ ୨୦୨୬ ସୁପର ୮ରେ ତାର ଶେଷ ମ୍ୟାଚ ଖେଳିବ। ଯଦି ଭାରତୀୟ ଦଳ…

ବାପାଙ୍କ ମୃତ୍ୟୁ ପରେ ରିଙ୍କୁ ସିଂ ପରବର୍ତ୍ତୀ ମ୍ୟାଚ ଖେଳିବେ ନା ନାହିଁ? BCCI ଦେଲା ବଡ଼ ସୂଚନା

ନୂଆଦିଲ୍ଲୀ,୨୭।୨: ଟିମ ଇଣ୍ଡିଆର ଷ୍ଟାର ଖେଳାଳି ରିଙ୍କୁ ସିଂଙ୍କ ପିତା ଖାନଚାନ୍ଦ ସିଂଙ୍କ ପରଲୋକ ହୋଇଯାଇଛି। ସେ ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ।…

ଜିମ୍ବାଓ୍ବେ ବିପକ୍ଷର ବିଜୟ ପଡିଲା ଫିକା? ଟିମ ଇଣ୍ଡିଆର ଏହି ଖେଳାଳିଙ୍କୁ ମିଳିଲା ବଡ଼ ଚେତାବନୀ

ନୂଆଦିଲ୍ଲୀ,୨୭।୨: ICC T20 ବିଶ୍ୱକପ ୨୦୨୬ର ସୁପର ୮ ମ୍ୟାଚରେ ଭାରତ ଜିମ୍ବାୱେକୁ ୭୨ ରନରେ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିବାର ଆଶାକୁ ପୁନର୍ଜୀବିତ କରିଛି। ଏହି…

ଜିମ୍ବାୱେ ବିପକ୍ଷରେ ଟିମ୍‌ ଇଣ୍ଡିଆର ବିଶ୍ୱ ରେକର୍ଡ, ଜାଣନ୍ତୁ କ’ଣ

ନୂଆଦିଲ୍ଲୀ,୨୭।୨: ଜିମ୍ବାୱେ ବିପକ୍ଷ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଏକ ଚମତ୍କାର ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଟିମ୍‌ ଇଣ୍ଡିଆ ICC T20 ବିଶ୍ୱକପ 2026ର ଦ୍ୱିତୀୟ ସୁପର-୮ମ୍ୟାଚରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri