Posted inଖେଳ

ଚାଷୀଙ୍କ କାର୍ଯ୍ୟକୁ ଆହୁରି ସହଜ କରିବେ ଧୋନୀ

ଚେନ୍ନାଇ,୬।୬:ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଡ୍ରୋନ କମ୍ପାନୀ ଗରୁଡର ଅଂଶଧନ କିଣିଛନ୍ତି। ଏହି କମ୍ପାନୀ ଡ୍ରୋନ ତିଆରି କରେ ଏବଂ ଦେଶରେ କୃଷି ସମ୍ବନ୍ଧୀୟ ପ୍ରଣାଳୀରେ ଉନ୍ନତି ଆଣେ। ଗରୁଡ କମ୍ପାନୀ ଡ୍ରୋନ ମାଧ୍ୟମରେ ଚାଷୀଙ୍କ କାର୍ଯ୍ୟକୁ ସହଜ କରିବ। ଏହି କମ୍ପାନୀର ଡ୍ରୋନ ସହଜରେ ଏବଂ କମ ସମୟ ମଧ୍ୟରେ ଫସଲରେ କୀଟନାଶକ, ଜଳ ଏବଂ ସାର ପ୍ରୟୋଗ କରିବାରେ ସକ୍ଷମ ହେବ। ଏହିପରି ଭାବରେ ଧୋନୀ ଏବେ ଦେଶର ଚାଷୀଙ୍କ କାର୍ଯ୍ୟକୁ ସହଜ କରିବାକୁ ଯାଉଛନ୍ତି।
ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଧୋନୀ ଗରୁଡ ଏୟାର ସ୍ପେସ ସହିତ ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ଚେନ୍ନାଇରେ ପ୍ରତିଷ୍ଠିତ ଏହି କମ୍ପାନୀ ଚାଷୀଙ୍କ ସୁବିଧା ପାଇଁ ଡ୍ରୋନ ଉତ୍ପାଦନ କରେ। ଗରୁଡ ଏୟାରସ୍ପେସ ପ୍ରତିଷ୍ଠାତା ତଥା ସିଇଓ ଅଗ୍ନିଶ୍ୱର ଜୟପ୍ରକାଶ କହିଛନ୍ତି। ସେ କହିଛନ୍ତି, ଧୋନୀ ଏହି ଷ୍ଟାର୍ଟଅପ ସହିତ ଜଡିତ ହେବା ଆସୋସିଏସନ ପାଇଁ ଗର୍ବର ବିଷୟ। ମୁଁ ଧୋନୀଙ୍କ ସର୍ବଦା ଜଣେ ବଡ଼ ପ୍ରଶଂସକ ଥିଲି। ତାଙ୍କୁ ଗରୁଡ ଏୟାରସ୍ପେସ ପରିବାରର ଏକ ଅଂଶ ଭାବରେ ଗ୍ରହଣ କରିବା ଏକ ସ୍ବପ୍ନ ଭଳି।
ତେବେ ଧୋନୀ ଏହି କମ୍ପାନୀରେ କେତେ ବିନିଯୋଗ କରିଛନ୍ତି, ତାହା ପ୍ରକାଶ କରାଯାଇ ନାହିଁ। ଏହାପୂର୍ବରୁ ଧୋନୀ ପୋଷାକ, ମଦ ଏବଂ କୃଷି ସମ୍ବନ୍ଧୀୟ କମ୍ପାନୀଗୁଡିକରେ ବିନିଯୋଗ କରିଛନ୍ତି।
ଗରୁଡ ଏୟାରସ୍ପେସ ୨୬ଟି ସହରରେ ୩୦୦ ଡ୍ରୋନ ଏବଂ ୫୦୦ ପାଇଲଟ ସହିତ ଏହାର ସୁବିଧା ଯୋଗାଉଛି। ନିକଟରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କମ୍ପାନୀର ଉତ୍ପାଦନ ୟୁନିଟ ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାମରେ ଆସୁନି ଆଧାର କାର୍ଡ, ନିୟମଗିରିରେ ବଢୁଛି ଡଙ୍ଗରିଆଙ୍କ ଅସନ୍ତୋଷ

କଲ୍ୟାଣସିଂହପୁର,୨୯ା୮(ଦୀପକ କୁମାର ପରିଡ଼ା): ସରକାରୀ ସୁବିଧା ସୁଯୋଗ ଯୋଗାଇବା ପାଇଁ ପ୍ରଶାସନ ପକ୍ଷରୁ କରାଯାଇଥିବା ଆଧାର ଶିବିର ଏବେ ନିୟମଗିରିର ଡଙ୍ଗରିଆ କନ୍ଧମାନଙ୍କ ପାଇଁ ନୂଆ ସମସ୍ୟା…

କୋହଲିଙ୍କଠାରୁ ଶ୍ରେଷ୍ଠ ବୁମ୍‌ରା: କହୁ କହୁ ଏମିତି କହିଦେଲେ ଅଶ୍ୱିନ

ନୂଆଦିଲ୍ଲୀ,୨୯।୮: ପୂର୍ବତନ ଭାରତୀୟ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନ ମନ୍ତବ୍ୟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ତାଙ୍କୁ ସମସ୍ତ ଫର୍ମାଟରେ ସର୍ବଶ୍ରେଷ୍ଠ ଭାରତୀୟ ଖେଳାଳିଙ୍କୁ ଚୟନ କରିବାକୁ…

ଆର୍‌ଟିଓ ଅଫିସରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା ସବୁ

ଗଜପତି,୨୯ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡିସ୍ଥିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ଅଗ୍ନିକାଣ୍ଡ ଘଟିଛି। ହୁତୁହୁତୁ ହୋଇ ଜଳିଯାଇଛି କମ୍ପ୍ୟୁଟର ପ୍ରକୋଷ୍ଠ। ଅଗ୍ନିକାଣ୍ଡର କାରଣ ଏବେବି ଅସ୍ପଷ୍ଟ…

ଆନ୍ଧ୍ରରେ ଅଟୋ ଓଲଟି ଓଡ଼ିଆ ଶ୍ରମିକଙ୍କ ଜୀବନ ଗଲା

ରାଇକିଆ,୨୯ା୮(ପ୍ରଦୀପ କୁମାର ବେହେରା): ଦାଦନ ଖଟିବାକୁ ଯାଇ ପୁଣି ଜଣେ କନ୍ଧମାଳ ଶ୍ରମିକ ପ୍ରାଣ ହରାଇଛନ୍ତି। ଆନ୍ଧ୍ରପ୍ରଦେଶର ଅଙ୍ଗୁଲୁ ଜିଲା ଅନ୍ତର୍ଗତ ମେଜରମେଣ୍ଟାଠାରେ ଚଳିତ ମାସ ୨୪…

ଆଜି ରାତି ୯:୩୮ ରେ ଚନ୍ଦ୍ର ନିଜର ସ୍ଥାନ ପରିବର୍ତ୍ତନ କରିବେ! ଗୋଟିଏ ରାଶିର ଫିଟିଯିବ ଭାଗ୍ୟ…

ମେଷ : ଆଜି ଆକସ୍ମିକ ଧନ ଲାଭ ଯୋଗ ରହିଛି । ସାହାଯ୍ୟ ପାଇଁ ଆପଣଙ୍କ ପରିବାର ଓ ସମ୍ପର୍କୀୟ ମାନେ ଉପସ୍ଥିତ ହେବା ଯୋଗୁଁ ଆନନ୍ଦିତ…

କ୍ୟାପଟେନ୍ସି ଯିବା ପରେ ପ୍ରଥମଥର ବଡ଼ ରାଜ୍‌ ଖୋଲିଲେ ସୂର୍ଯ୍ୟକୁମାର, କହିଲେ- ୩ ଦିନ ପୂର୍ବରୁ…

ନୂଆଦିଲ୍ଲୀ,୨୯।୮: ଭାରତୀୟ ଟି-୨୦ ଦଳର କ୍ୟାପ୍ଟେନ୍ସି ହରାଇବା ଏବଂ ଏହା ପରେ ଦଳରୁ ବାଦ ପଡ଼ିବା ନେଇ ପ୍ରଥମଥର ପାଇଁ ଖୋଲାଖୋଲି ମୁହଁ ଖୋଲିଛନ୍ତି ସୂର୍ଯ୍ୟକୁମାର ଯାଦବ।…

୧ ସେପ୍ଟେମ୍ୱରରୁ ମହଙ୍ଗା ହେବ ଅନଲାଇନ ସପିଂ! ପାର୍ସଲ ପ୍ରତି ଏତେ ବଢିଯିବ ଡେଲିଭରୀ ଚାର୍ଜ

ନୂଆଦିଲ୍ଲୀ,୨୯।୮: ଯଦି ଆପଣ ବି ପାର୍ୱଣ ଋତୁରେ ଅନଲାଇନ ସପିଂ (Online Shopping) କରିବାକୁ ପ୍ରସ୍ତୁତି କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଜରୁରୀ ଖବର। ସେପ୍ଟେମ୍ୱର…

FD ରେ ଟଙ୍କା ରଖୁଛନ୍ତି କି? ସେପ୍ଟେମ୍ୱର ୧ରୁ ବଦଳିବ…

ନୂଆଦିଲ୍ଲୀ,୨୯।୮: ଯଦି ଆପଣ ନିଜର କଷ୍ଟଉପାର୍ଜିତ ଟଙ୍କାକୁ ବ୍ୟାଙ୍କରେ ଫିକ୍ସଡ ଡିପୋଜିଟ (Bank FD) ରେ ନିବେଶ କରିବାକୁ ଭାବୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri