Posted inଖେଳ

ପ୍ଲେ- ଅଫ୍‌ ଆଶା ଉଜ୍ଜୀବିତ ଲକ୍ଷ୍ୟରେ ଚେନ୍ନାଇ

ଶାରଜା,୨୩।୧୦ (ପି.ଟି.): ପ୍ଲେ- ଅଫ୍‌ ପାଇଁ ସଂଘର୍ଷ କରୁଥିବା ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ଶକ୍ତିଶାଳୀ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୪୧ତମ ମ୍ୟାଚ୍‌ରେ ଶୁକ୍ରବାର ଚେନ୍ନାଇ ଓ ମୁମ୍ବାଇ ପରସ୍ପରକୁ ଭେଟିବେ। ସ୍ଥାନୀୟ ଶାରଜା କ୍ରିକେଟ ଷ୍ଟାଡିୟମରେ ଖେଳାଯିବାକୁ ଥିବା ମ୍ୟାଚ୍‌ ଚେନ୍ନାଇ ପାଇଁ ଅପେକ୍ଷାକୃତ ଅଧିକ ଗୁରୁତ୍ୱ ବହନ କରୁଛି। ଚେନ୍ନାଇ ଏପର୍ଯ୍ୟନ୍ତ ୧୦ଟି ମ୍ୟାଚ୍‌ ଖେଳି ୩ ବିଜୟ, ୭ ପରାଜୟ ସହ ୬ ପଏଣ୍ଟ ପାଇ ତାଲିକାର ସର୍ବନିମ୍ନ ସ୍ଥାନରେ ରହିଛି। ବାକି ୪ଟି ମ୍ୟାଚ୍‌ରେ ବିଜୟୀ ହେଲେ ଚେନ୍ନାଇ ତଥାପି ୧୪ ପଏଣ୍ଟ ହାସଲ କରିବ ଓ ପ୍ଲେ- ଅଫ୍‌ ଖେଳିବାର ବାହାରୁ ଏକ ସୁଯୋଗ ମିଳିବ। ରାଜସ୍ଥାନ ରୟାଲ୍ସଠାରୁ ହାରିବା ପରେ ଚେନ୍ନାଇର ପ୍ଲେ- ଅଫ୍‌ ଆଶା ଏବେ ସୂତା ଖିଅରେ ଝୁଲୁଛି। ଚେନ୍ନାଇ ୨୦୧୮ରେ ଟାଇଟଲ ହାସଲ କରିଥିଲା। ସେହିପରି ୨୦୧୯ରେ ଫାଇନାଲରେ ପ୍ରବେଶ କରିଥିଲା। ଏଥର କିନ୍ତୁ କଥା ଅଲଗା ହୋଇଛି।
ଏଥର ଟୁର୍ନାମେଣ୍ଟର ଉଦ୍‌ଘାଟନୀ ମ୍ୟାଚ୍‌ରେ ମୁମ୍ବାଇକୁ ହରାଇ ଚେନ୍ନାଇ ବିଜୟରୁ ଅଭିଯାନ ଆରମ୍ଭ କରିଥିଲା। ଇତିମଧ୍ୟରେ କଥା ସମ୍ପୂର୍ଣ୍ଣ ଭାବେ ଓଲଟି ଯାଇଛି। ଅଲରାଉଣ୍ଡର ଡ୍ବେନ ବ୍ରାଭୋ ଆହତ ହୋଇ ଟୁର୍ନାମେଣ୍ଟରୁ ବାଦ୍‌ ପଡିବା ପରେ ଚେନ୍ନାଇର ସମସ୍ୟା ଦ୍ୱିଗୁଣିତ ହୋଇଛି। ଦଳରେ ଏଥର ଅନ୍ୟ ଖେଳାଳିଙ୍କୁ ସୁଯୋଗ ଦିଆଯିବ ବୋଲି ଅଧିନାୟକ ଧୋନୀ ସୂଚନା ଦେଇଛନ୍ତି। ଧୋନୀ ନିଜର ଶ୍ରେଷ୍ଠ ଫର୍ମରେ ନାହାନ୍ତି। ଯଦିଓ ଫାଫ୍‌ ଡୁପ୍ଲେସି ଭଲ ପ୍ରଦର୍ଶନ କରିଛନ୍ତି। ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିବା କେଦାରା ଯାଦବଙ୍କ ବଦଳରେ ଏନ୍‌. ଜଗଦୀଶାନ କିମ୍ବା ଋତୁରାଜ ଗାଏକ୍ୱାଡଙ୍କୁ ଖେଳାଯାଇପାରେ।
ଅନ୍ୟପଟେ କିଙ୍ଗ୍ସ ଏକାଦଶ ପଞ୍ଜାବଠାରୁ ପରାସ୍ତ ହେବା ପୂର୍ବରୁ ମୁମ୍ବାଇ କ୍ରମାଗତ ୫ଟି ବିଜୟ ହାସଲ କରିଥିଲା। ଡବଲ ସୁପର ଓଭରରେ ପଞ୍ଜାବ ଏହି ମ୍ୟାଚ୍‌ରେ ବିଜୟୀ ହୋଇଥିଲା। ୪ଥର ଆଇପିଏଲ୍‌ ଟାଇଟଲ ହାସଲ କରିଥିବା ମୁମ୍ବାଇ ଜବରଦସ୍ତ ଫର୍ମରେ ରହିଛି। ବୋଲିଂରେ ମୁମ୍ବାଇର ବିବିଧତା ଆତ୍ମବିଶ୍ୱାସ ହରାଇଥିବା ଚେନ୍ନାଇ ବ୍ୟାଟ୍ସମ୍ୟାନଙ୍କୁ ସମସ୍ୟାରେ ପକାଇବ। ଶାରଜା ଗ୍ରାଉଣ୍ଡରେ ବୋଲରମାନେ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥାନ୍ତି। ତେବେ ଇତିମଧ୍ୟରେ ଉଇକେଟ ମନ୍ଥର ହୋଇଛି। ତେଣୁ ବ୍ୟାଟ୍ସମ୍ୟାନମାନେ ଛକା ଚୌକା ବର୍ଷା କରିବାରେ ସମସ୍ୟାରେ ପଡିବେ। ମୁମ୍ବାଇର କ୍ୱିଣ୍ଟନ ଡିକକ୍‌ ଜବରଦସ୍ତ ଫର୍ମରେ ରହିଛନ୍ତି। ସେହିପରି ଅଧିନାୟକ ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ ଓ ଇଶାନ କିଶନ ମଧ୍ୟ ଭଲ ପ୍ରଦର୍ଶନ କରୁଛନ୍ତି। ପାଓ୍ବାରା ହିଟର କିରନ ପୋଲାର୍ଡ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମେତ କ୍ରୁନାଲ ପାଣ୍ଡ୍ୟା ମଧ୍ୟ ଭଲ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ମୁମ୍ବାଇର ବୋଲିଂ ମଧ୍ୟ ଭଲ ରହିଛି। ନାଥନ କୁଲ୍ଟର- ନାଇଲ ମହଙ୍ଗା ସାବ୍ୟସ୍ତ ହୋଇଥିବାରୁ ତାଙ୍କ ସ୍ଥାନରେ ଜେମ୍ସ ପାଟିସନଙ୍କୁ ଖେଳାଇବାର ଆବଶ୍ୟକତା ରହିଛି। ଚେନ୍ନାଇ ପାଇଁ ମୁମ୍ବାଇ ଏହି ମ୍ୟାଚ୍‌ରେ କଡ଼ା ଚ୍ୟାଲେଞ୍ଜ ସୃଷ୍ଟି କରିବ। ବିଜୟୀ ହେଲେ ମୁମ୍ବାଇ ପ୍ଲେ- ଅଫ୍‌ର ନିକଟତର ହେବ। ଅନ୍ୟପଟେ ଚେନ୍ନାଇ ପ୍ଲେ- ଅଫ୍‌ ଦୌଡ଼ରୁ ବାଦ୍‌ ପଡି ନ ଥିଲେ ମଧ୍ୟ ବିଜୟ ଦଳ ପାଇଁ ଆଶା ସୃଷ୍ଟି କରିବ। ଆଇପିଏଲ୍‌ ଇତିହାସରେ ଚେନ୍ନାଇ ପୂର୍ବରୁ ଏପରି ଖରାପ୍‌ ପ୍ରଦର୍ଶନ କରି ନ ଥିଲା। ତେଣୁ ପରାସ୍ତ ହେଲେ ଚେନ୍ନାଇ ପାଇଁ ଏହି ମ୍ୟାଚ୍‌ ଦୁଃସ୍ବପ୍ନ ସାବ୍ୟସ୍ତ ହେବ।
ଚେନ୍ନାଇ ସୁପର କିଙ୍ଗ୍ସ ଦଳ: ମହେନ୍ଦ୍ର ସିଂ ଧୋନୀ (ଅଧିନାୟକ), ମୁରଲୀ ବିଜୟ, ଅମ୍ବାତି ରାୟୁଡୁ, ଫାଫ୍‌ ଡୁପ୍ଲେସି, ଶେନ୍‌ ଓ୍ବାଟସନ, କେଦାର ଯାଦବ, ରବୀନ୍ଦ୍ର ଜାଡେଜା, ଲୁନ୍‌ଗି ଏନ୍‌ଗିଡି, ଦୀପକ ଚହର, ପୀୟୂଷ ଚାଓ୍ବାଲା, ଇମ୍ରାନ ତାହିର, ମିଚେଲ ସାଣ୍ଟନର, ଜୋଶ ହାଜେଲଉଡ୍‌, ଶାର୍ଦ୍ଦୁଳ ଠାକୁର, ସାମ କୁରାନ, ଏନ୍‌. ଜଗଦୀଶାନ, କେ.ଏମ୍‌. ସୈଫ୍‌, ମୋନୁ କୁମାର, ଆର. ସାଇ କିଶୋର, ଋତୁରାଜ ଗାଏକ୍ୱାଡ ଓ କର୍ନ ଶର୍ମା।
ମୁମ୍ବାଇ ଇଣ୍ଡିଆନ୍ସ ଦଳ: ରୋହିତ ଶର୍ମା (ଅଧିନାୟକ), ଆଦିତ୍ୟ ତାରେ, ଅନ୍‌ମୋଲପ୍ରୀତ ସିଂ, ଅନୁକୂଳ ରଏ, କ୍ରିସ୍‌ ଲିନ୍‌, ଧବଲ କୁଲକର୍ଣ୍ଣୀ, ଦିଗ୍‌ବିଜୟ ଦେଶମୁଖ, ହାର୍ଦ୍ଦିକ ପାଣ୍ଡ୍ୟା, ଇଶାନ କିଶନ, ଜେମ୍ସ ପାଟିନସନ, ଯଶପ୍ରୀତ ବୁମ୍‌ରା, ଜୟନ୍ତ ଯାଦବ, କିରନ ପୋଲାର୍ଡ, କ୍ରୁନାଲ ପାଣ୍ଡ୍ୟା, ମିଚେଲ ମ୍ୟାକକ୍ଲିନଘନ, ମୋହସିନ ଖାନ୍‌, ନାଥନ କୁଲ୍ଟର- ନାଇଲ, ପ୍ରିନ୍ସ ବଲଓ୍ବନ୍‌ ରାଏ, କ୍ୱିଣ୍ଟନ ଡିକକ୍‌, ରାହୁଲ ଚହର, ସୌରଭ ତିଓ୍ବାରୀ, ଶେରଫାଇନ ରଦରଫୋର୍ଡ, ସୂର୍ଯ୍ୟକୁମାର ଯାଦବ ଓ ଟ୍ରେଣ୍ଟ ବୋଲ୍ଟ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାରବାଟୀ ଦିନିକିଆ ଆଉ ୨୧ ଦିନ ବରୁଣ-ଉମେଶଙ୍କ ସ୍ମରଣୀୟ ଭାଗୀଦାରି

କଟକ ଅଫିସ,୦୧।୧୧- ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ ୯ ଉଇକେଟ ହରାଇ ୨୧୧ରନ କରିଥିଲା। ବିଜୟଲକ୍ଷ୍ୟକୁ ପିଛା କରୁଥିବା ଭାରତ ୪୭ତମ ଓଭର ପ୍ରଥମ ବଲ୍‌ରେ...

ଟେନଶନରୁ ବର୍ତ୍ତିବା ପାଇଁ ବାଥରୁମ୍‌ରେ ଲୁଚିଥିଲେ ଖେଳାଳି

ଲଣ୍ଡନ,୨୯।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲର ଅନ୍ତିମ ତଥା ନର୍ଣ୍ଣାୟକ ଦିନ ଭାରତୀୟ ଦଳର ବୋଲିଂ ଦେଖି ଭୟବିତ ହୋଇପଡ଼ିଥିଲେ ଫାଇନାଲର ଶ୍ରେଷ୍ଠ ଖେଳାଳି...

ଟି୨୦ ର଼୍ୟାଙ୍କିଙ୍ଗ୍‌: ଆଜମ୍‌ଙ୍କୁ ହଟାଇଲେ ମଲନ

ଦୁବାଇ, ୧୦।୯(ପି.ଟି.)- ପାକିସ୍ତାନର ବାବର ଆଜମଙ୍କୁ ହଟାଇ ଆଇସିସି ଟି୨୦ ବ୍ୟାଟ୍ସମ୍ୟାନ ର଼୍ୟାଙ୍କିଙ୍ଗ୍‌ରେ ଶୀର୍ଷସ୍ଥାନ ଅଧିକାର କରିଛନ୍ତି ଇଂଲଣ୍ଡର ଦାଓ୍ବିଦ ମଲନ। ଅଷ୍ଟ୍ରେଲିଆ ବିପକ୍ଷ ସଦ୍ୟ...

ନଂ ୪ ଉପରେ ଫୋକସ ଭାରତ- ନ୍ୟୁଜିଲାଣ୍ଡ ବିଶ୍ୱକପ୍‌ ଓ୍ବାର୍ମଅପ୍‌

ଲଣ୍ଡନ,୨୪।୫(ପି.ଟି.)- ଆଉ ମାତ୍ର ୭ ଦିନ ପରେ ଇଂଲଣ୍ଡରେ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ଦିନିକିଆ ବିଶ୍ୱକପ୍‌ ଆରମ୍ଭ ହେବାକୁ ଯାଉଛି। ଟୁର୍ନାମେଣ୍ଟର ଅନ୍ୟତମ ଫେଭରାଇଟ୍‌...

ଧୋନୀଙ୍କ ପାଇଁ ପାଇଜାମା ମଧ୍ୟ ବିକି ଦେବେ ଶାହରୁଖ ଖାନ୍‌

ମହେନ୍ଦ୍ର ସିଂ ଧୋନୀଙ୍କୁ ଭାରତୀୟ କ୍ରିକେଟର ସବୁଠୁ ବଡ଼ ଖେଳାଳି କୁହାଯାଇ ନ ପାରେ। ମାତ୍ର ଅଧିନାୟକଙ୍କ କ୍ଷେତ୍ରରେ ସେ ଶ୍ରେଷ୍ଠ। ତାଙ୍କୁ ଆଇପିଏଲରେ କିଣିବା...

ସଚିନଙ୍କ ଟ୍ରାଉଜର୍‌ ପିନ୍ଧି ପଡିଆକୁ ଖେଳିବାକୁ ଓହ୍ଲାଇଥିଲେ ଏହି ମହାନ କ୍ରିକେଟର୍‌: ଆଉ ତା’ପରେ..

ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ହେମାଙ୍ଗ ବାଦନି ଭାରତୀୟ ଦଳର ସଦସ୍ୟ ଥିବା ସମୟର ଏକ କୌତୁହଳ ବିଷୟ ଉପରୁ ପର୍ଦ୍ଦାଫାଶ କରିଥିଲେ। ଯେ କହିଥିଲେ ଯେ...

ପେଣ୍ଟ ବଲ ଖେଳିଲା ଭାରତୀୟ ଦଳ

ନୂଆଦିଲ୍ଲୀ,୧।୬-ଆସନ୍ତ ୫ ତାରିଖରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ତା’ର ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ଭେଟିବ। ମ୍ୟାଚ୍‌ ପୂର୍ବରୁ ଅଭ୍ୟାସ କରିବା ପରିବର୍ତ୍ତେ...

ଭାରତୀୟ ଟିମ୍‌ରୁ ବାହାର ହେଲେ କୁଲଦୀପ, ଜବାବରେ କୋହଲି କହିଲେ ଏଭଳି

ନୂଆଦିଲ୍ଲୀ,୨୫।୨: ଭାରତ-ଇଂଲଣ୍ଡ ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଜାରି ରହିଛି ତୃତୀୟ ଟେଷ୍ଟ ମ୍ୟାଚ୍‌। ଏଥିପାଇଁ ଘୋଷିତ ଭାରତୀୟ ଟିମ୍‌ରେ କୁଲଦୀପ ଯାଦବଙ୍କୁ ସାମିଲ...

Advertisement
Archives

Model This Week