Posted inଖେଳ

ପ୍ଲେ- ଅଫ୍‌ ଆଶା ଉଜ୍ଜୀବିତ ଲକ୍ଷ୍ୟରେ ଚେନ୍ନାଇ

ଶାରଜା,୨୩।୧୦ (ପି.ଟି.): ପ୍ଲେ- ଅଫ୍‌ ପାଇଁ ସଂଘର୍ଷ କରୁଥିବା ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ଶକ୍ତିଶାଳୀ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୪୧ତମ ମ୍ୟାଚ୍‌ରେ ଶୁକ୍ରବାର ଚେନ୍ନାଇ ଓ ମୁମ୍ବାଇ ପରସ୍ପରକୁ ଭେଟିବେ। ସ୍ଥାନୀୟ ଶାରଜା କ୍ରିକେଟ ଷ୍ଟାଡିୟମରେ ଖେଳାଯିବାକୁ ଥିବା ମ୍ୟାଚ୍‌ ଚେନ୍ନାଇ ପାଇଁ ଅପେକ୍ଷାକୃତ ଅଧିକ ଗୁରୁତ୍ୱ ବହନ କରୁଛି। ଚେନ୍ନାଇ ଏପର୍ଯ୍ୟନ୍ତ ୧୦ଟି ମ୍ୟାଚ୍‌ ଖେଳି ୩ ବିଜୟ, ୭ ପରାଜୟ ସହ ୬ ପଏଣ୍ଟ ପାଇ ତାଲିକାର ସର୍ବନିମ୍ନ ସ୍ଥାନରେ ରହିଛି। ବାକି ୪ଟି ମ୍ୟାଚ୍‌ରେ ବିଜୟୀ ହେଲେ ଚେନ୍ନାଇ ତଥାପି ୧୪ ପଏଣ୍ଟ ହାସଲ କରିବ ଓ ପ୍ଲେ- ଅଫ୍‌ ଖେଳିବାର ବାହାରୁ ଏକ ସୁଯୋଗ ମିଳିବ। ରାଜସ୍ଥାନ ରୟାଲ୍ସଠାରୁ ହାରିବା ପରେ ଚେନ୍ନାଇର ପ୍ଲେ- ଅଫ୍‌ ଆଶା ଏବେ ସୂତା ଖିଅରେ ଝୁଲୁଛି। ଚେନ୍ନାଇ ୨୦୧୮ରେ ଟାଇଟଲ ହାସଲ କରିଥିଲା। ସେହିପରି ୨୦୧୯ରେ ଫାଇନାଲରେ ପ୍ରବେଶ କରିଥିଲା। ଏଥର କିନ୍ତୁ କଥା ଅଲଗା ହୋଇଛି।
ଏଥର ଟୁର୍ନାମେଣ୍ଟର ଉଦ୍‌ଘାଟନୀ ମ୍ୟାଚ୍‌ରେ ମୁମ୍ବାଇକୁ ହରାଇ ଚେନ୍ନାଇ ବିଜୟରୁ ଅଭିଯାନ ଆରମ୍ଭ କରିଥିଲା। ଇତିମଧ୍ୟରେ କଥା ସମ୍ପୂର୍ଣ୍ଣ ଭାବେ ଓଲଟି ଯାଇଛି। ଅଲରାଉଣ୍ଡର ଡ୍ବେନ ବ୍ରାଭୋ ଆହତ ହୋଇ ଟୁର୍ନାମେଣ୍ଟରୁ ବାଦ୍‌ ପଡିବା ପରେ ଚେନ୍ନାଇର ସମସ୍ୟା ଦ୍ୱିଗୁଣିତ ହୋଇଛି। ଦଳରେ ଏଥର ଅନ୍ୟ ଖେଳାଳିଙ୍କୁ ସୁଯୋଗ ଦିଆଯିବ ବୋଲି ଅଧିନାୟକ ଧୋନୀ ସୂଚନା ଦେଇଛନ୍ତି। ଧୋନୀ ନିଜର ଶ୍ରେଷ୍ଠ ଫର୍ମରେ ନାହାନ୍ତି। ଯଦିଓ ଫାଫ୍‌ ଡୁପ୍ଲେସି ଭଲ ପ୍ରଦର୍ଶନ କରିଛନ୍ତି। ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିବା କେଦାରା ଯାଦବଙ୍କ ବଦଳରେ ଏନ୍‌. ଜଗଦୀଶାନ କିମ୍ବା ଋତୁରାଜ ଗାଏକ୍ୱାଡଙ୍କୁ ଖେଳାଯାଇପାରେ।
ଅନ୍ୟପଟେ କିଙ୍ଗ୍ସ ଏକାଦଶ ପଞ୍ଜାବଠାରୁ ପରାସ୍ତ ହେବା ପୂର୍ବରୁ ମୁମ୍ବାଇ କ୍ରମାଗତ ୫ଟି ବିଜୟ ହାସଲ କରିଥିଲା। ଡବଲ ସୁପର ଓଭରରେ ପଞ୍ଜାବ ଏହି ମ୍ୟାଚ୍‌ରେ ବିଜୟୀ ହୋଇଥିଲା। ୪ଥର ଆଇପିଏଲ୍‌ ଟାଇଟଲ ହାସଲ କରିଥିବା ମୁମ୍ବାଇ ଜବରଦସ୍ତ ଫର୍ମରେ ରହିଛି। ବୋଲିଂରେ ମୁମ୍ବାଇର ବିବିଧତା ଆତ୍ମବିଶ୍ୱାସ ହରାଇଥିବା ଚେନ୍ନାଇ ବ୍ୟାଟ୍ସମ୍ୟାନଙ୍କୁ ସମସ୍ୟାରେ ପକାଇବ। ଶାରଜା ଗ୍ରାଉଣ୍ଡରେ ବୋଲରମାନେ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥାନ୍ତି। ତେବେ ଇତିମଧ୍ୟରେ ଉଇକେଟ ମନ୍ଥର ହୋଇଛି। ତେଣୁ ବ୍ୟାଟ୍ସମ୍ୟାନମାନେ ଛକା ଚୌକା ବର୍ଷା କରିବାରେ ସମସ୍ୟାରେ ପଡିବେ। ମୁମ୍ବାଇର କ୍ୱିଣ୍ଟନ ଡିକକ୍‌ ଜବରଦସ୍ତ ଫର୍ମରେ ରହିଛନ୍ତି। ସେହିପରି ଅଧିନାୟକ ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ ଓ ଇଶାନ କିଶନ ମଧ୍ୟ ଭଲ ପ୍ରଦର୍ଶନ କରୁଛନ୍ତି। ପାଓ୍ବାରା ହିଟର କିରନ ପୋଲାର୍ଡ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମେତ କ୍ରୁନାଲ ପାଣ୍ଡ୍ୟା ମଧ୍ୟ ଭଲ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ମୁମ୍ବାଇର ବୋଲିଂ ମଧ୍ୟ ଭଲ ରହିଛି। ନାଥନ କୁଲ୍ଟର- ନାଇଲ ମହଙ୍ଗା ସାବ୍ୟସ୍ତ ହୋଇଥିବାରୁ ତାଙ୍କ ସ୍ଥାନରେ ଜେମ୍ସ ପାଟିସନଙ୍କୁ ଖେଳାଇବାର ଆବଶ୍ୟକତା ରହିଛି। ଚେନ୍ନାଇ ପାଇଁ ମୁମ୍ବାଇ ଏହି ମ୍ୟାଚ୍‌ରେ କଡ଼ା ଚ୍ୟାଲେଞ୍ଜ ସୃଷ୍ଟି କରିବ। ବିଜୟୀ ହେଲେ ମୁମ୍ବାଇ ପ୍ଲେ- ଅଫ୍‌ର ନିକଟତର ହେବ। ଅନ୍ୟପଟେ ଚେନ୍ନାଇ ପ୍ଲେ- ଅଫ୍‌ ଦୌଡ଼ରୁ ବାଦ୍‌ ପଡି ନ ଥିଲେ ମଧ୍ୟ ବିଜୟ ଦଳ ପାଇଁ ଆଶା ସୃଷ୍ଟି କରିବ। ଆଇପିଏଲ୍‌ ଇତିହାସରେ ଚେନ୍ନାଇ ପୂର୍ବରୁ ଏପରି ଖରାପ୍‌ ପ୍ରଦର୍ଶନ କରି ନ ଥିଲା। ତେଣୁ ପରାସ୍ତ ହେଲେ ଚେନ୍ନାଇ ପାଇଁ ଏହି ମ୍ୟାଚ୍‌ ଦୁଃସ୍ବପ୍ନ ସାବ୍ୟସ୍ତ ହେବ।
ଚେନ୍ନାଇ ସୁପର କିଙ୍ଗ୍ସ ଦଳ: ମହେନ୍ଦ୍ର ସିଂ ଧୋନୀ (ଅଧିନାୟକ), ମୁରଲୀ ବିଜୟ, ଅମ୍ବାତି ରାୟୁଡୁ, ଫାଫ୍‌ ଡୁପ୍ଲେସି, ଶେନ୍‌ ଓ୍ବାଟସନ, କେଦାର ଯାଦବ, ରବୀନ୍ଦ୍ର ଜାଡେଜା, ଲୁନ୍‌ଗି ଏନ୍‌ଗିଡି, ଦୀପକ ଚହର, ପୀୟୂଷ ଚାଓ୍ବାଲା, ଇମ୍ରାନ ତାହିର, ମିଚେଲ ସାଣ୍ଟନର, ଜୋଶ ହାଜେଲଉଡ୍‌, ଶାର୍ଦ୍ଦୁଳ ଠାକୁର, ସାମ କୁରାନ, ଏନ୍‌. ଜଗଦୀଶାନ, କେ.ଏମ୍‌. ସୈଫ୍‌, ମୋନୁ କୁମାର, ଆର. ସାଇ କିଶୋର, ଋତୁରାଜ ଗାଏକ୍ୱାଡ ଓ କର୍ନ ଶର୍ମା।
ମୁମ୍ବାଇ ଇଣ୍ଡିଆନ୍ସ ଦଳ: ରୋହିତ ଶର୍ମା (ଅଧିନାୟକ), ଆଦିତ୍ୟ ତାରେ, ଅନ୍‌ମୋଲପ୍ରୀତ ସିଂ, ଅନୁକୂଳ ରଏ, କ୍ରିସ୍‌ ଲିନ୍‌, ଧବଲ କୁଲକର୍ଣ୍ଣୀ, ଦିଗ୍‌ବିଜୟ ଦେଶମୁଖ, ହାର୍ଦ୍ଦିକ ପାଣ୍ଡ୍ୟା, ଇଶାନ କିଶନ, ଜେମ୍ସ ପାଟିନସନ, ଯଶପ୍ରୀତ ବୁମ୍‌ରା, ଜୟନ୍ତ ଯାଦବ, କିରନ ପୋଲାର୍ଡ, କ୍ରୁନାଲ ପାଣ୍ଡ୍ୟା, ମିଚେଲ ମ୍ୟାକକ୍ଲିନଘନ, ମୋହସିନ ଖାନ୍‌, ନାଥନ କୁଲ୍ଟର- ନାଇଲ, ପ୍ରିନ୍ସ ବଲଓ୍ବନ୍‌ ରାଏ, କ୍ୱିଣ୍ଟନ ଡିକକ୍‌, ରାହୁଲ ଚହର, ସୌରଭ ତିଓ୍ବାରୀ, ଶେରଫାଇନ ରଦରଫୋର୍ଡ, ସୂର୍ଯ୍ୟକୁମାର ଯାଦବ ଓ ଟ୍ରେଣ୍ଟ ବୋଲ୍ଟ।


Enter your email to get our daily news in your inbox.

All Right Reserved By Dharitri.Com

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri