ଭାକ୍ସିନ ସଚେତନତା ପାଇଁ କଳାକାରଙ୍କ ନିଆରା ପ୍ରୟାସ

ଚେନ୍ନାଇ,୫।୭: କରୋନା ଭାଇରସ୍‌ର ଦ୍ୱିତୀୟ ଲହର ସାରା ଦେଶରେ ଆତଙ୍କ ଖେଳାଇଥିବା ବେଳେ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣକୁ ଆସିଛି। ଦୈନିକ ସଂକ୍ରମଣ ହାର ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ କମିବାରେ ଲାଗିଛି। କରୋନା ଲଢ଼େଇରେ ଡାକ୍ତରମାନେ ଭଗବାନ ସାଜି ଅହରୋହ ରୋଗୀଙ୍କ ସେବା କରୁଛନ୍ତି। ସେହିପରି ଏହି ସ୍ଥିତିରେ ଲୋକଙ୍କ ସହାୟତା ପାଇଁ ଅନେକ ସେଲିବ୍ରିଟି ଓ ସ୍ବେଚ୍ଛାସେବୀ ସଂଗଠନ ମଧ୍ୟ କରୋନା ଯୋଦ୍ଧା ଭାବେ ଆଗକୁ ଆସିଛନ୍ତି। ବର୍ତ୍ତମାନ ଦେଶରେ କରୋନାକୁ ହରାଇବା ପାଇଁ ସରକାର ଟିକାକରଣ ଅଭିଯାନ ଚଳାଇଛନ୍ତି। ଇତିମଧ୍ୟରେ ଚେନ୍ନାଇର ଜଣେ କଳାକାର ଲୋକଙ୍କୁ ଟିକାକରଣ ପ୍ରତି ସଚେତନ ଓ ଏହାର ସକରାତ୍ମକ ପ୍ରଭାବ ବିଷୟରେ ଜଣାଇବା ପାଇଁ ନିୟାରା ପ୍ରୟାସ ଆପଣାଇଛନ୍ତି। ଲୋକଙ୍କୁ ଟିକାକରଣ କରାଇବାକୁ ପ୍ରୋତ୍ସାହିତ କରିବା ଓ ଏହାର ମହତ୍ୱ ବିଷୟରେ ଜଣାଇବା ପାଇଁ ଏକ ଅଟୋରେ କୋଭିଡ-୧୯ର ଟିକାର ଡିଜାଇନ କରିଛନ୍ତି। ଆଉ ଏହି ଅଟୋର ନାଁ ରଖାଯାଇଛି ‘ଭାକ୍ସିନ ଅଟୋ’।

ଏହି ଅଟୋକୁ ବ୍ଲୁ ରଙ୍ଗରେ ରଙ୍ଗାଯାଇଥିବା ବେଳେ ଏଥିରେ ଭିନ୍ନ ପ୍ରକାରର ସିରିଞ୍ଜ୍‌ ଓ ଭାକ୍ସିନ ବୋତଲ ନିର୍ମାଣ କରାଯାଇଥିବା ଦେଖିବାକୁ ମିଳିଛି। ଏହି ଆର୍ଟ ମଡେଲକୁ ଅନାବଶ୍ୟକ ପାଇପ୍‌, ପୁରୁଣା ପ୍ଲାଷ୍ଟିକ୍‌ ବୋତଲ ଓ ଅନାବଶ୍ୟକ ପ୍ଲାଏଉଡ୍‌ରେ ନିର୍ମାଣ କରାଯାଇଛି। ଏହି ଅଟୋକୁ ମଡେଲ ଆର୍ଟ ଫର୍ମ ଓ ଆର୍ଟ କିଙ୍ଗଡମ୍‌ର ପରିଚାଳକ ବି. ଗୌତମ ଡିଜାଇନ୍‌ କରିଥିବା ଜଣାପଡ଼ିଛି। ଦୁଇ ମାସ ପୂର୍ବରୁ ପ୍ରଥମ ଥର ଚେନ୍ନାଇର ନଗର ନିଗମଙ୍କ ସମ୍ମୁଖରେ ଗୌତମ ଏହି ଅଟୋର ଡିଜାଇନ୍‌କୁ ଉପସ୍ଥାପନ କରିଥିଲେ। ଏହାପରେ ଏହି ଅଟୋକୁ ତିଆରି କରିବା ପାଇଁ ତାଙ୍କୁ ପ୍ରାୟ ୧୦ଦିନର ସମୟ ଲାଗିଥିଲା। ଟିକାକରଣ ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରିବା ଲାଗି ଏହି ଅଟୋକୁ ୧୫ଟି ଜୋନ୍‌ରେ ବ୍ୟବହାର କରାଯିବ। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଅଟୋକୁ ସକରାତ୍ମକ ପ୍ରତିକ୍ରିୟା ମିଳିଛି ବୋଲି ଗୌତମ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri