Categories: ଖେଳ

କୋଚ୍‌ ଟୁଚେଲଙ୍କ କାର୍ଯ୍ୟକାଳ ବଢ଼ାଇଲା ଚେଲସି

ଲଣ୍ଡନ,୫।୬: ଚାମ୍ପିୟନ୍ସ ଲିଗ୍‌ ଟାଇଟଲ ହାସଲ କରିବା ପରେ ଚେଲସି କୋଚ୍‌ ଥୋମାସ ଟୁଚେଲଙ୍କୁ ପୁରସ୍କୃତ କରିଛି। ଚେଲ୍‌ସି ଶୁକ୍ରବାର ଟୁଚେଲଙ୍କ କାର୍ଯ୍ୟକାଳ ୨୦୨୪କୁ ବୃଦ୍ଧି କରିଛି। ଜର୍ମାନୀର ଟୁଚେଲ ଗତ ଜାନୁୟାରୀରେ ଦଳରେ ଯୋଗ ଦେଇଥିଲେ। ତାଙ୍କ ତତ୍ତ୍ୱାବଧାନରେ ଚେଲସି ଦମ୍‌ଦାର ପ୍ରଦର୍ଶନ କରିଥିଲା ଓ ପଏଣ୍ଟ ତାଲିକାର ଚତୁର୍ଥ ସ୍ଥାନକୁ ଉଠିଥିଲା। ଗତ ସପ୍ତାହରେ ଚେଲସି ପୋର୍ଟୋରେ ଫାଇନାଲରେ ମାଞ୍ଚେଷ୍ଟର ସିଟିକୁ ହରାଇ ଚାମ୍ପିୟନ୍ସ ଲିଗ୍‌ ଟାଇଟଲ ଜିତିଥିଲା। ୪୭ ବର୍ଷୀୟ ଟୁଚେଲଙ୍କୁ ୧୮ ମାସ ପାଇଁ ଦାୟିତ୍ୱ ଦିଆଯାଇଥିଲା। ତେବେ ଚାମ୍ପିୟନ୍ସ ଲିଗ୍‌ ବିଜୟ ପରେ ତାଙ୍କ ଚୁକ୍ତିକୁ ବୃଦ୍ଧି କରାଯାଇଛି। ତାଙ୍କ ତତ୍ତ୍ୱାବଧାନରେ ଚେଲସି ୩୦ଟି ମ୍ୟାଚ୍‌ ଖେଳିଛି ଓ ସେଥିମଧ୍ୟରୁ ମାତ୍ର ୫ଟି ମ୍ୟାଚ୍‌ରେ ପରାସ୍ତ ହୋଇଛି। କାର୍ଯ୍ୟକାଳ ବୃଦ୍ଧି ହୋଇଥିବାରୁ ଟୁଚେଲ ଖୁସି ଜାହିର କରିଛନ୍ତି।

Share