ମୋଡ଼ ବଦଳାଇଲେ ରୋଷେୟାଙ୍କ ବାପା

ଝାରସୁଗୁଡ଼ା ଅଫିସ,୨୨ା୪:ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ରୋଷେୟା ଲଳିତ କୁମାର ସାହୁ(୨୨)ଙ୍କ ମୃତ୍ୟୁକୁ ନେଇ ଏବେ ସବୁଠି ଚର୍ଚ୍ଚା। ତାଙ୍କୁ ହତ୍ୟା କରାଯାଇଥିବା ଭାଜପା ଅଭିଯୋଗ କରି ଆନ୍ଦୋଳନକୁ ଓହ୍ଲାଇଛି। ଏଭଳିସ୍ଥଳେ ଲଳିତଙ୍କ ବାପା ବେଲାର୍ସନ ସାହୁ ଓ ବଡ଼ଭାଇ ବିରଞ୍ଚତ୍ ସାହୁ ଗୁରୁବାର ଘଟଣାରେ ନୂଆମୋଡ଼ ଆଣିଛନ୍ତି। ଲଳିତ ଆତ୍ମହତ୍ୟା କରିଥିବା ସେମାନେ ଦର୍ଶାଇବା ସହ ତାଙ୍କ ମୃତ୍ୟୁକୁ ନେଇ ଭାଜପା ରାଜନୀତି କରୁଛି ବୋଲି ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ମନ୍ତ୍ରୀ ଦାସ ଘଟଣାକୁ ଚାପିଦେବା ପାଇଁ ଉଦ୍ୟମ ଚଳାଇଥିବା ଭାଜପା ଅଭିଯୋଗ କରି ସିବିଆଇ ତଦନ୍ତ ଦାବି କରିଛି।

ଲଳିତଙ୍କ ମୃତ୍ୟୁର ୫ଦିନ ପରେ ଗୁରୁବାର ତାଙ୍କ ବାପା ବେର୍ଲାସନ ସାହୁ ଏବଂ ବଡ଼ଭାଇ ବିରଞ୍ଚତ୍ ସାହୁ ଝାରସୁଗୁଡ଼ା ଟାଉନ ଥାନାରେ ପହଞ୍ଚତ୍ ଲିଖିତ ଅଭିଯୋଗ କରିଛନ୍ତି। ସେମାନେ ଅଭିଯୋଗରେ ଦର୍ଶାଇଛନ୍ତି, ଲଳିତ କର୍ମସଂସ୍ଥାନ ନ ପାଇ ବେକାର ହୋଇ ଘରେ ରହିଥିଲେ। ଚାକିରି ଅନ୍ବେଷଣରେ ଆସି ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଘରେ ରୋଷେୟା ଭାବେ କାମ କରୁଥିଲେ। ସେ କୌଣସି କାରଣରୁ ମାନସିକ ଚାପରେ ରହୁଥିବାବେଳେ ଗତ ରବିବାର ରାତିରେ ଆତ୍ମହତ୍ୟା କରିଥିଲେ। ଖବରପାଇ ବଡ଼ପୁଅ ବିରଞ୍ଚତ୍ ଝାରସୁଗୁଡାରେ ପହଞ୍ଚତ୍ ଭାଇଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପୋଲିସ ଓ ଜିଲା ପ୍ରଶାସନକୁ ଅନୁରୋଧ କରିଥିଲେ। ନିୟମ ଅନୁଯାୟୀ ମୃତଦେହ ବ୍ୟବଚ୍ଛେଦ ହେବା ପରେ ସତ୍କାର ପାଇଁ ନିଜ ଗ୍ରାମ ଢେଙ୍କାନାଳ ଜିଲା ନୂଆପଡ଼ା ନିଆଯାଇଥିଲା। ସେଠାରେ ଆତ୍ମୀୟଙ୍କ ଗହଣରେ ସତ୍କାର କରାଯାଇଥିଲା। ଭାଜପା ନେତୃବୃନ୍ଦ ରାଜନୈତିକ ଫାଇଦା ଉଠାଇବା ପାଇଁ ଏହାକୁ ହତ୍ୟାକାଣ୍ଡର ରୂପ ଦେଉଛନ୍ତି। ଏଥିରେ ଆମ ପରିବାର ଲୋକେ ମାନସିକ ଚାପରେ ରହୁଛନ୍ତି। ଭାଜପା ନେତାମାନେ ଅଯଥାରେ ସ୍ବାସ୍ଥ୍ୟମନ୍ତ୍ରୀ ଦାସଙ୍କ ବିରୋଧରେ ଅଭିଯୋଗ ଆଣି ବଦନାମ କରୁଛନ୍ତି। ଭାଜପା ନେତୃବୃନ୍ଦ ଯଦି ଏଭଳି ଚାପ ସୃଷ୍ଟି କରିବେ ଆଗାମୀ ଦିନରେ ପରିବାରର କେହି ପୁଣି ଆମତ୍ହତ୍ୟା କଲେ ସେମାନେ ଦାୟୀ ରହିବେ ବୋଲି ଉଲ୍ଲେଖ କରିଛନ୍ତି। ଏ ନେଇ ଝାରସୁଗୁଡ଼ା ଟାଉନ ଥାନାରେ ଏକ ଷ୍ଟେଶନ ଡାଏରି ହୋଇଛି।
ଅନ୍ୟପକ୍ଷରେ ଝାରସୁଗୁଡ଼ା ଜିଲା ଭାଜପା ତରଫରୁ ଅଭିଯୋଗ କରାଯାଇଛି ଯେ ପୋଲିସ ଲଳିତଙ୍କ ମୃତ୍ୟୁର ତଦନ୍ତ ଠିକ୍‌ରେ କରୁନାହିଁ। ଘଟଣାକୁ ଚାପି ଦିଆଯିବାକୁ ଉଦ୍ୟମ ଚାଲିଛି। ତେଣୁ ସିବିଆଇ ତଦନ୍ତ କରାଯାଉ। ଏନେଇ ଭାଜପା ପକ୍ଷରୁ ଗୁରୁବାର ଏସ୍‌ପି ଅଫିସ ଘେରାଉ କରାଯିବା ସହ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦିଆଯାଇଥିଲା। ପରେ ଏସ୍‌ପିଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଏସ୍‌ପି କେଶବ ଚନ୍ଦ୍ର ବେହେରାଙ୍କୁ ୫ଦଫାର ଦାବିପତ୍ର ପ୍ରଦାନ କରାଯାଇଥିଲା। ତାହାର ନକଲ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, କେନ୍ଦ୍ର ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ, ପୋଲିସ୍‌ ଡିଜି ଓ ବରଗଡ଼ ଏମ୍‌ପି ପ୍ରମୁଖଙ୍କୁ ପ୍ରଦାନ କରାଯାଇଛି। ଦାବିପତ୍ରରେ ଦର୍ଶାଯାଇଛି, ପୋଲିସ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ, ଏଥିରେ ସମ୍ପୃକ୍ତ ଥିବା ସ୍ବାସ୍ଥ୍ୟମନ୍ତ୍ରୀ ଓ ଅନ୍ୟମାନଙ୍କ ନାମରେ ଆଇପିସି ଦଫା ୩୦୨, ୩୦୬, ୨୦୧, ୩୪ ଅନୁଯାୟୀ ମାମଲା ରୁଜୁ କରାଯାଉ, ମନ୍ତ୍ରୀଙ୍କ ବାସଭବନରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରାଯାଉ, ରାତିରେ ରୋଷେୟାଙ୍କ ମୃତଦେହ ବ୍ୟବଚ୍ଛେଦ କରିଥିବା ପୋଲିସ ଅଧିକାରୀ ଓ ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବା ସହ ସେମାନଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଉ, ମନ୍ତ୍ରୀ ଦାସଙ୍କ ଚାପ ପଡ଼ୁଥିବାରୁ ତଦନ୍ତ ଭାର ସିବିଆଇକୁ ଦିଆଯାଉ। ରୋଷେୟାଙ୍କୁ ନ୍ୟାୟ ନ ମିଳିଲେ ଆନ୍ଦୋଳନ ଜୋର୍‌ଦାର ହେବ ବୋଲି ଦଳ ଚେତାବନୀ ଦେଇଛି ା ଏସ୍‌ପି ଅଫିସ୍‌ ଘେରାଉରେ ସତ୍ୟନାରାୟଣ ବହିଦାର, ଦୀନେଶ ଜୈନ, ତ୍ରିନାଥ ଗୁଆଲ, ମହେନ୍ଦ୍ର କେଡିଆ, ନରେଶ ନାୟକ, ପ୍ରମୋଦ ସେନାପତି, ଡିଲେଶ୍ୱର ରାଓ, ଲଳିତ ମଗର, ଗୋପାଳ ପଟେଲ, ବିକାଶ ଗୁରୁଙ୍ଗ୍‌, ରାଜେଶ ଦାସ, ସତୀଶ ନଲା, ମମତା ସାହୁ, ଯମୁନା ସୁନାନୀ, ରେଣି ତିଓ୍ବାରୀ,ପୋଲା ଶ୍ରୀଦେବୀବେବି ଲାକ୍ରା ପ୍ରମୁଖ ଶତାଧିକ ଭାଜପା ନେତୃବୃନ୍ଦ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଟି ଚାଳକଙ୍କୁ ଚାପିଦେଲା ମୋରମ ବୋଝେଇ ହାଇଓ୍ବା, ଲୋକେ ଚକାତଳୁ ମୃତଦେହ କାଢ଼ି…

ପୁରୁଷୋତ୍ତମପୁର,୧ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ଭାଟକୁମରଡ଼ା କଲେଜ ନିକଟରେ ଏକ ହାଇଓ୍ବା ଦ୍ରୁତଗତିରେ ଆସି ସ୍କୁଟିକୁ ଧକ୍କାଦେଇଥିଲା। ଫଳରେ…

ଭାରତ-ଜାପାନ ମଧ୍ୟରେ ବଡ଼ ଡିଲ୍, ପ୍ରତିରକ୍ଷା ଓ AI କ୍ଷେତ୍ରକୁ ନେଇ ଏହି ଘୋଷଣା….

ନୂଆଦିଲ୍ଲୀ,୨।୭: ପ୍ରତିରକ୍ଷା, ଶକ୍ତି ଏବଂ କୃତ୍ରିମ ବୁଦ୍ଧିମତ୍ତା (AI) ସମେତ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ଭାରତ ଏବଂ ଜାପାନ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର…

କଂଗ୍ରେସ ସହ ବିଲୟ ହେବ କି NCP-SP: ଶରଦ ପାଓ୍ବାର ଦେଲେ ବଡ଼ ବୟାନ

ପୁଣେ,୨।୭: ମହାରାଷ୍ଟ୍ର ରାଜନୀତି ସମ୍ପର୍କରେ ଏକ ବଡ଼ ଖବର ଆସିଛି। ଶରଦ ପାୱାର କଂଗ୍ରେସ ସହିତ NCP-SP ର ମିଶ୍ରଣ ସମ୍ପର୍କରେ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି।…

ମା-ମାମୁ ମୋବାଇଲ ଛଡ଼ାଇ ନେବାରୁ ବିଷ ପିଇଦେଲେ ନାବାଳିକା

ଉଦଳା,୧ା୭(ସନ୍ତୋଷ କୁମାର ବାଛିନି): ମୋବାଇଲ ଛଡ଼ାଇ ନେଇ ଭାଙ୍ଗି ଦେଲେ ବୋଲି ବିଷ ପିଇଦେଇଛନ୍ତି ଜଣେ ନାବାଳିକା। ଏଭଳି ଘଟଣା ଘଟିଛି ରାଜ ବରହମପୁର ଥାନା ଗଗପାଳ…

ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣରେ ଅନିୟମିତତା ଅଭିଯୋଗ, ବିଧାୟକଙ୍କ ଅନୁରୋଧ ପରେ ଭିଜିଲାନ୍ସ ତଦନ୍ତ ଆରମ୍ଭ

କଟକ ସଦର,୨।୭(ସୁଶାନ୍ତ କୁମାର ଜେନା): ୪୨ ମୌଜା ଅନ୍ତର୍ଗତ ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଷ୍ଟାଫ କ୍ୱାର୍ଟର ନିର୍ମାଣରେ ବ୍ୟାପକ ଅନିୟମିତା ନେଇ ଅଭିଯୋଗ ହୋଇ ଆସୁଥିଲା ।…

ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା, ଏସବୁ ସ୍ଥାନରେ ଅଧିକ

ଭୁବନେଶ୍ୱର,୧ା୭: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ବିଶେଷକରି ୫ଟି ସ୍ଥାନରେ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧୦୦ ମି.ମି ବର୍ଷା ରେକର୍ଡ କରାଯାଇଥିବା ଭୁବନେଶ୍ୱରସ୍ଥିତ…

କଲେଜ ଯାଇଥିଲେ ଡାକ୍ତରୀ ଛାତ୍ରୀ, ଛାତରୁ ଡେଇଁ ଆତ୍ମହତ୍ୟା କଲେ ମା’! କାରଣ ଜାଣିଲେ…

ବଲାଙ୍ଗୀର,୨।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତୁଳସୀ ନଗର ପଡାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏକ ଭଡା ଘରେ ରହୁଥିବା ଜଣେ ମହିଳା…

ଆଦାନୀ ସହ ବଡ଼ ଚୁକ୍ତି ସ୍ବାକ୍ଷର କଲେ ଓଡ଼ିଶା ସରକାର: ସୃଷ୍ଟି ହେବ ୫୩,୫୦୦ ନୂଆ ନିଯୁକ୍ତି

ଭୁବନେଶ୍ୱର,୨।୭: ଆଦାନୀ ଏଣ୍ଟରପ୍ରାଇଜେସ ଲିମିଟେଡ ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ବଡ଼ ଚୁକ୍ତି ସ୍ବାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଲୋକସେବା ଭବନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri