ମୋଡ଼ ବଦଳାଇଲେ ରୋଷେୟାଙ୍କ ବାପା

ଝାରସୁଗୁଡ଼ା ଅଫିସ,୨୨ା୪:ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ରୋଷେୟା ଲଳିତ କୁମାର ସାହୁ(୨୨)ଙ୍କ ମୃତ୍ୟୁକୁ ନେଇ ଏବେ ସବୁଠି ଚର୍ଚ୍ଚା। ତାଙ୍କୁ ହତ୍ୟା କରାଯାଇଥିବା ଭାଜପା ଅଭିଯୋଗ କରି ଆନ୍ଦୋଳନକୁ ଓହ୍ଲାଇଛି। ଏଭଳିସ୍ଥଳେ ଲଳିତଙ୍କ ବାପା ବେଲାର୍ସନ ସାହୁ ଓ ବଡ଼ଭାଇ ବିରଞ୍ଚତ୍ ସାହୁ ଗୁରୁବାର ଘଟଣାରେ ନୂଆମୋଡ଼ ଆଣିଛନ୍ତି। ଲଳିତ ଆତ୍ମହତ୍ୟା କରିଥିବା ସେମାନେ ଦର୍ଶାଇବା ସହ ତାଙ୍କ ମୃତ୍ୟୁକୁ ନେଇ ଭାଜପା ରାଜନୀତି କରୁଛି ବୋଲି ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ମନ୍ତ୍ରୀ ଦାସ ଘଟଣାକୁ ଚାପିଦେବା ପାଇଁ ଉଦ୍ୟମ ଚଳାଇଥିବା ଭାଜପା ଅଭିଯୋଗ କରି ସିବିଆଇ ତଦନ୍ତ ଦାବି କରିଛି।

ଲଳିତଙ୍କ ମୃତ୍ୟୁର ୫ଦିନ ପରେ ଗୁରୁବାର ତାଙ୍କ ବାପା ବେର୍ଲାସନ ସାହୁ ଏବଂ ବଡ଼ଭାଇ ବିରଞ୍ଚତ୍ ସାହୁ ଝାରସୁଗୁଡ଼ା ଟାଉନ ଥାନାରେ ପହଞ୍ଚତ୍ ଲିଖିତ ଅଭିଯୋଗ କରିଛନ୍ତି। ସେମାନେ ଅଭିଯୋଗରେ ଦର୍ଶାଇଛନ୍ତି, ଲଳିତ କର୍ମସଂସ୍ଥାନ ନ ପାଇ ବେକାର ହୋଇ ଘରେ ରହିଥିଲେ। ଚାକିରି ଅନ୍ବେଷଣରେ ଆସି ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଘରେ ରୋଷେୟା ଭାବେ କାମ କରୁଥିଲେ। ସେ କୌଣସି କାରଣରୁ ମାନସିକ ଚାପରେ ରହୁଥିବାବେଳେ ଗତ ରବିବାର ରାତିରେ ଆତ୍ମହତ୍ୟା କରିଥିଲେ। ଖବରପାଇ ବଡ଼ପୁଅ ବିରଞ୍ଚତ୍ ଝାରସୁଗୁଡାରେ ପହଞ୍ଚତ୍ ଭାଇଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପୋଲିସ ଓ ଜିଲା ପ୍ରଶାସନକୁ ଅନୁରୋଧ କରିଥିଲେ। ନିୟମ ଅନୁଯାୟୀ ମୃତଦେହ ବ୍ୟବଚ୍ଛେଦ ହେବା ପରେ ସତ୍କାର ପାଇଁ ନିଜ ଗ୍ରାମ ଢେଙ୍କାନାଳ ଜିଲା ନୂଆପଡ଼ା ନିଆଯାଇଥିଲା। ସେଠାରେ ଆତ୍ମୀୟଙ୍କ ଗହଣରେ ସତ୍କାର କରାଯାଇଥିଲା। ଭାଜପା ନେତୃବୃନ୍ଦ ରାଜନୈତିକ ଫାଇଦା ଉଠାଇବା ପାଇଁ ଏହାକୁ ହତ୍ୟାକାଣ୍ଡର ରୂପ ଦେଉଛନ୍ତି। ଏଥିରେ ଆମ ପରିବାର ଲୋକେ ମାନସିକ ଚାପରେ ରହୁଛନ୍ତି। ଭାଜପା ନେତାମାନେ ଅଯଥାରେ ସ୍ବାସ୍ଥ୍ୟମନ୍ତ୍ରୀ ଦାସଙ୍କ ବିରୋଧରେ ଅଭିଯୋଗ ଆଣି ବଦନାମ କରୁଛନ୍ତି। ଭାଜପା ନେତୃବୃନ୍ଦ ଯଦି ଏଭଳି ଚାପ ସୃଷ୍ଟି କରିବେ ଆଗାମୀ ଦିନରେ ପରିବାରର କେହି ପୁଣି ଆମତ୍ହତ୍ୟା କଲେ ସେମାନେ ଦାୟୀ ରହିବେ ବୋଲି ଉଲ୍ଲେଖ କରିଛନ୍ତି। ଏ ନେଇ ଝାରସୁଗୁଡ଼ା ଟାଉନ ଥାନାରେ ଏକ ଷ୍ଟେଶନ ଡାଏରି ହୋଇଛି।
ଅନ୍ୟପକ୍ଷରେ ଝାରସୁଗୁଡ଼ା ଜିଲା ଭାଜପା ତରଫରୁ ଅଭିଯୋଗ କରାଯାଇଛି ଯେ ପୋଲିସ ଲଳିତଙ୍କ ମୃତ୍ୟୁର ତଦନ୍ତ ଠିକ୍‌ରେ କରୁନାହିଁ। ଘଟଣାକୁ ଚାପି ଦିଆଯିବାକୁ ଉଦ୍ୟମ ଚାଲିଛି। ତେଣୁ ସିବିଆଇ ତଦନ୍ତ କରାଯାଉ। ଏନେଇ ଭାଜପା ପକ୍ଷରୁ ଗୁରୁବାର ଏସ୍‌ପି ଅଫିସ ଘେରାଉ କରାଯିବା ସହ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦିଆଯାଇଥିଲା। ପରେ ଏସ୍‌ପିଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଏସ୍‌ପି କେଶବ ଚନ୍ଦ୍ର ବେହେରାଙ୍କୁ ୫ଦଫାର ଦାବିପତ୍ର ପ୍ରଦାନ କରାଯାଇଥିଲା। ତାହାର ନକଲ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, କେନ୍ଦ୍ର ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ, ପୋଲିସ୍‌ ଡିଜି ଓ ବରଗଡ଼ ଏମ୍‌ପି ପ୍ରମୁଖଙ୍କୁ ପ୍ରଦାନ କରାଯାଇଛି। ଦାବିପତ୍ରରେ ଦର୍ଶାଯାଇଛି, ପୋଲିସ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ, ଏଥିରେ ସମ୍ପୃକ୍ତ ଥିବା ସ୍ବାସ୍ଥ୍ୟମନ୍ତ୍ରୀ ଓ ଅନ୍ୟମାନଙ୍କ ନାମରେ ଆଇପିସି ଦଫା ୩୦୨, ୩୦୬, ୨୦୧, ୩୪ ଅନୁଯାୟୀ ମାମଲା ରୁଜୁ କରାଯାଉ, ମନ୍ତ୍ରୀଙ୍କ ବାସଭବନରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରାଯାଉ, ରାତିରେ ରୋଷେୟାଙ୍କ ମୃତଦେହ ବ୍ୟବଚ୍ଛେଦ କରିଥିବା ପୋଲିସ ଅଧିକାରୀ ଓ ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବା ସହ ସେମାନଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଉ, ମନ୍ତ୍ରୀ ଦାସଙ୍କ ଚାପ ପଡ଼ୁଥିବାରୁ ତଦନ୍ତ ଭାର ସିବିଆଇକୁ ଦିଆଯାଉ। ରୋଷେୟାଙ୍କୁ ନ୍ୟାୟ ନ ମିଳିଲେ ଆନ୍ଦୋଳନ ଜୋର୍‌ଦାର ହେବ ବୋଲି ଦଳ ଚେତାବନୀ ଦେଇଛି ା ଏସ୍‌ପି ଅଫିସ୍‌ ଘେରାଉରେ ସତ୍ୟନାରାୟଣ ବହିଦାର, ଦୀନେଶ ଜୈନ, ତ୍ରିନାଥ ଗୁଆଲ, ମହେନ୍ଦ୍ର କେଡିଆ, ନରେଶ ନାୟକ, ପ୍ରମୋଦ ସେନାପତି, ଡିଲେଶ୍ୱର ରାଓ, ଲଳିତ ମଗର, ଗୋପାଳ ପଟେଲ, ବିକାଶ ଗୁରୁଙ୍ଗ୍‌, ରାଜେଶ ଦାସ, ସତୀଶ ନଲା, ମମତା ସାହୁ, ଯମୁନା ସୁନାନୀ, ରେଣି ତିଓ୍ବାରୀ,ପୋଲା ଶ୍ରୀଦେବୀବେବି ଲାକ୍ରା ପ୍ରମୁଖ ଶତାଧିକ ଭାଜପା ନେତୃବୃନ୍ଦ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?