ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ, ସାଙ୍ଗଙ୍କୁ ପଚରାଉଚରା

ଭୁବନେଶ୍ୱର,(ବ୍ୟୁରୋ)୨୭ା୮: ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶୈଳଶ୍ରୀବିହାରସ୍ଥିତ ଇନ୍‌ଫୋସିଟି ଗ୍ରୀନ୍‌ ଆପାର୍ଟମେଣ୍ଟରେ ରହୁଥିବା ସଫ୍ଟୱେର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ(୨୬)ଙ୍କ ଆତ୍ମହତ୍ୟା ଘଟଣାର ରହସ୍ୟ ଫିଟାଇ ପାରୁନାହିଁ ପୋଲିସ। ଘଟଣାକୁ ୯ ଦିନ ବିତିଯାଇଥିବାବେଳେ ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି। ଶ୍ୱେତାଙ୍କ ପରିବାର ଲୋକ ଗୁରୁବାର ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କୁ ଭେଟି ନ୍ୟାୟ ଦାବି କରିଥିଲେ। ଏଥିସହ ତଦନ୍ତରେ ସହଯୋଗ କରିବା ପାଇଁ ଶ୍ୱେତାଙ୍କ ୪ ଘନିଷ୍ଠ ସାଙ୍ଗଙ୍କ ପରିଚୟ ଓ ଫୋନ୍‌ ନମ୍ବର ଦେଇଥିଲେ। ତେଣୁ ପୋଲିସ ଉକ୍ତ ସାଙ୍ଗମାନଙ୍କୁ ପଚରାଉଚରା ଆରମ୍ଭ କରିଛି। ପୁରୁଷବନ୍ଧୁ ସୌମ୍ୟଜିତ୍‌ ମହାପାତ୍ର ଶ୍ୱେତାଙ୍କୁ ବ୍ଲାକ୍‌ମେଲ କରିଥିବାର ପ୍ରମାଣ ଯୋଗାଡ଼ କରିବାକୁ ଚେଷ୍ଟା ଚଳାଇଛି। ସେହିଭଳି ଟଙ୍କା ନେଣଦେଣ ନେଇ ପ୍ରମାଣ ପାଇବାକୁ ପୋଲିସ ଶ୍ୱେତାଙ୍କ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଯାଞ୍ଚ କରୁଛି। ଏସବୁରୁ ମାମଲା ଓ ଅଭିଯୋଗ ସଂକ୍ରାନ୍ତ ପ୍ରମାଣ ପାଇବାକୁ ପୋଲିସ ଆଶା ରଖିଛି। ଅନ୍ୟପଟେ ପୁରୁଷ ବନ୍ଧୁ ସୌମ୍ୟଜିତ୍‌ଙ୍କୁ ଦାୟୀ କରାଯାଉଥିଲେ ମଧ୍ୟ ତାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଉନାହିଁ। ତେଣୁ ତାଙ୍କର ଏଥିରେ କିଛି ଭୁଲ ରହିଥିବା ସନ୍ଦେହ କରାଯାଉଛି। ପୋଲିସ ଏ ଦିଗରେ ଠିକ୍‌ ତଦନ୍ତ କରି ନ୍ୟାୟ ପ୍ରଦାନ କରିବାକୁ ଶ୍ୱେତାଙ୍କ ପରିବାର ଲୋକେ ଦାବି କରିଛନ୍ତି।
ଅନ୍ୟପକ୍ଷରେ ମୃତ୍ୟୁ ପୂର୍ବରୁ ସୌମ୍ୟଜିତ୍‌ଙ୍କ ମା’ଙ୍କୁ ଶ୍ୱେତା ହ୍ବାଟ୍ସଆପ୍‌ରେ ପଠାଇଥିବା ମେସେଜ୍‌ର ଏକ ସ୍କ୍ରିନ୍‌ଶଟ୍‌ ଗୁରୁବାର ଭାଇରାଲ ହୋଇଥିଲା। ସେହିପରି ଶୁକ୍ରବାର ମଧ୍ୟ ଆଉକିଛି ହ୍ବାଟ୍ସଆପ୍‌ ଚାଟ୍‌ର ସ୍କ୍ରିନ୍‌ଶଟ୍‌ ଭାଇରାଲ ହେଉଛି। ସୌମ୍ୟଜିତ୍‌ ନେଇଥିବା ଟଙ୍କା ଫେରାଇ ଦିଅନ୍ତୁ ବୋଲି ଶ୍ୱେତା ଦାବି କରୁଥିବା ଦେଖାଯାଇଛି। ଏଥିସହ ସୌମ୍ୟଜିତ୍‌ଙ୍କ ମା’ ଜାତକ ଆଳ ଦେଖାଇ ବିବାହ ପାଇଁ ରାଜି ହେଉ ନ ଥିଲେ ବୋଲି ଉକ୍ତ ହ୍ବାଟ୍ସଆପ୍‌ ଚାଟ୍‌ରୁ ଜଣାପଡ଼ୁଛି। ହ୍ବାଟ୍ସଆପ୍‌ ଚାଟ୍‌ରେ ସୌମ୍ୟଜିତ୍‌ଙ୍କ ମା’ଙ୍କୁ ଶ୍ୱେତା ଲେଖିଛନ୍ତି, ଆପଣଙ୍କ ପୁଅ ମୋବାଇଲ ପାଇଁ ମୋଠୁ ୧୨ହଜାର ନେଇଥିଲେ। ଚାକିରି ଛାଡ଼ିଲା ପରେ ରେଣ୍ଟ ଓ ଇଲେକ୍ଟ୍ରିସିଟି ବିଲ୍‌ ନ ଦେଇ ମୋ ରୁମ୍‌ରେ ପଡ଼ିକି ଥିଲେ। ସେ ଏବେ କାହିଁ ଡ୍ରାମା କରୁଛନ୍ତି କି ମୋତେ ବହୁତ କିଛି ଦେଇଥିଲେ। ଯଦି ଦେଉଥିଲ ତାହାଲେ ଆର୍‌ଡି ଏଫ୍‌ଡି କେମିତି ବନାଉଥିଲେ। ସେ ମୋତେ କହୁଛନ୍ତି କି, ତୁ ଯେଉଁ ଜୋତା ଓ ଟି-ଶାର୍ଟ ଦେଇଥିଲୁ ନେଇଯା। ମୁଁ ନେଇ କ’ଣ କରିବି। ମୋତେ ସେଇ ପଇସା ଦେଇଦିଅନ୍ତୁ। ହଷ୍ଟେଲ ଯିବା ଆଗରୁ ବହୁତ କିଛି ମୋ ପଇସାରେ ନେଇକି ଯାଇଛି ଓ ହଷ୍ଟେଲ ଯିବା ପରେ ବି ନେଇଛି। ସେ ମୋତେ ଏବେ କହୁଛି ତା’ପାଖରେ ୨୦ ହଜାର ଅଛି, ତା’ଠୁ ଅଧିକ ଦେଇପାରିବିନି। ତ ଆପଣ ଦେଇ ଦିଅନ୍ତୁ। ଆପଣ ବି ଝିଅ ହିସାବରେ ଅନ୍ୟ ଝିଅ ସହ ଜାତକ ଗେମ୍‌ ଖେଳିବା ବନ୍ଦ କରନ୍ତୁ। ଆଉ ଆପଣଙ୍କ ପୁଅକୁ କହିବେ, ପଇସା ସେଟ୍‌ଲ କରୁ। ଆଉ କେତେ ଝିଅଙ୍କ ଲାଇଫ୍‌ ସାଙ୍ଗରେ ଖେଳିବ ସୌମ୍ୟଜିତ୍‌? ସୌମ୍ୟଜିତ୍‌ଙ୍କ ମା’ଙ୍କୁ ଶ୍ୱେତା ଏପରି ଅନେକ ମେସେଜ୍‌ ଦେଇଛନ୍ତି। ତେଣୁ ସୌମ୍ୟଜିତ୍‌ ସମ୍ପର୍କ କାଟିବା ପରେ ଟଙ୍କା ନେଣଦେଣକୁ ନେଇ ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା ବୋଲି ଏଥିରୁ ସ୍ପଷ୍ଟ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri