ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ, ସାଙ୍ଗଙ୍କୁ ପଚରାଉଚରା

ଭୁବନେଶ୍ୱର,(ବ୍ୟୁରୋ)୨୭ା୮: ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶୈଳଶ୍ରୀବିହାରସ୍ଥିତ ଇନ୍‌ଫୋସିଟି ଗ୍ରୀନ୍‌ ଆପାର୍ଟମେଣ୍ଟରେ ରହୁଥିବା ସଫ୍ଟୱେର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ(୨୬)ଙ୍କ ଆତ୍ମହତ୍ୟା ଘଟଣାର ରହସ୍ୟ ଫିଟାଇ ପାରୁନାହିଁ ପୋଲିସ। ଘଟଣାକୁ ୯ ଦିନ ବିତିଯାଇଥିବାବେଳେ ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି। ଶ୍ୱେତାଙ୍କ ପରିବାର ଲୋକ ଗୁରୁବାର ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କୁ ଭେଟି ନ୍ୟାୟ ଦାବି କରିଥିଲେ। ଏଥିସହ ତଦନ୍ତରେ ସହଯୋଗ କରିବା ପାଇଁ ଶ୍ୱେତାଙ୍କ ୪ ଘନିଷ୍ଠ ସାଙ୍ଗଙ୍କ ପରିଚୟ ଓ ଫୋନ୍‌ ନମ୍ବର ଦେଇଥିଲେ। ତେଣୁ ପୋଲିସ ଉକ୍ତ ସାଙ୍ଗମାନଙ୍କୁ ପଚରାଉଚରା ଆରମ୍ଭ କରିଛି। ପୁରୁଷବନ୍ଧୁ ସୌମ୍ୟଜିତ୍‌ ମହାପାତ୍ର ଶ୍ୱେତାଙ୍କୁ ବ୍ଲାକ୍‌ମେଲ କରିଥିବାର ପ୍ରମାଣ ଯୋଗାଡ଼ କରିବାକୁ ଚେଷ୍ଟା ଚଳାଇଛି। ସେହିଭଳି ଟଙ୍କା ନେଣଦେଣ ନେଇ ପ୍ରମାଣ ପାଇବାକୁ ପୋଲିସ ଶ୍ୱେତାଙ୍କ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଯାଞ୍ଚ କରୁଛି। ଏସବୁରୁ ମାମଲା ଓ ଅଭିଯୋଗ ସଂକ୍ରାନ୍ତ ପ୍ରମାଣ ପାଇବାକୁ ପୋଲିସ ଆଶା ରଖିଛି। ଅନ୍ୟପଟେ ପୁରୁଷ ବନ୍ଧୁ ସୌମ୍ୟଜିତ୍‌ଙ୍କୁ ଦାୟୀ କରାଯାଉଥିଲେ ମଧ୍ୟ ତାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଉନାହିଁ। ତେଣୁ ତାଙ୍କର ଏଥିରେ କିଛି ଭୁଲ ରହିଥିବା ସନ୍ଦେହ କରାଯାଉଛି। ପୋଲିସ ଏ ଦିଗରେ ଠିକ୍‌ ତଦନ୍ତ କରି ନ୍ୟାୟ ପ୍ରଦାନ କରିବାକୁ ଶ୍ୱେତାଙ୍କ ପରିବାର ଲୋକେ ଦାବି କରିଛନ୍ତି।
ଅନ୍ୟପକ୍ଷରେ ମୃତ୍ୟୁ ପୂର୍ବରୁ ସୌମ୍ୟଜିତ୍‌ଙ୍କ ମା’ଙ୍କୁ ଶ୍ୱେତା ହ୍ବାଟ୍ସଆପ୍‌ରେ ପଠାଇଥିବା ମେସେଜ୍‌ର ଏକ ସ୍କ୍ରିନ୍‌ଶଟ୍‌ ଗୁରୁବାର ଭାଇରାଲ ହୋଇଥିଲା। ସେହିପରି ଶୁକ୍ରବାର ମଧ୍ୟ ଆଉକିଛି ହ୍ବାଟ୍ସଆପ୍‌ ଚାଟ୍‌ର ସ୍କ୍ରିନ୍‌ଶଟ୍‌ ଭାଇରାଲ ହେଉଛି। ସୌମ୍ୟଜିତ୍‌ ନେଇଥିବା ଟଙ୍କା ଫେରାଇ ଦିଅନ୍ତୁ ବୋଲି ଶ୍ୱେତା ଦାବି କରୁଥିବା ଦେଖାଯାଇଛି। ଏଥିସହ ସୌମ୍ୟଜିତ୍‌ଙ୍କ ମା’ ଜାତକ ଆଳ ଦେଖାଇ ବିବାହ ପାଇଁ ରାଜି ହେଉ ନ ଥିଲେ ବୋଲି ଉକ୍ତ ହ୍ବାଟ୍ସଆପ୍‌ ଚାଟ୍‌ରୁ ଜଣାପଡ଼ୁଛି। ହ୍ବାଟ୍ସଆପ୍‌ ଚାଟ୍‌ରେ ସୌମ୍ୟଜିତ୍‌ଙ୍କ ମା’ଙ୍କୁ ଶ୍ୱେତା ଲେଖିଛନ୍ତି, ଆପଣଙ୍କ ପୁଅ ମୋବାଇଲ ପାଇଁ ମୋଠୁ ୧୨ହଜାର ନେଇଥିଲେ। ଚାକିରି ଛାଡ଼ିଲା ପରେ ରେଣ୍ଟ ଓ ଇଲେକ୍ଟ୍ରିସିଟି ବିଲ୍‌ ନ ଦେଇ ମୋ ରୁମ୍‌ରେ ପଡ଼ିକି ଥିଲେ। ସେ ଏବେ କାହିଁ ଡ୍ରାମା କରୁଛନ୍ତି କି ମୋତେ ବହୁତ କିଛି ଦେଇଥିଲେ। ଯଦି ଦେଉଥିଲ ତାହାଲେ ଆର୍‌ଡି ଏଫ୍‌ଡି କେମିତି ବନାଉଥିଲେ। ସେ ମୋତେ କହୁଛନ୍ତି କି, ତୁ ଯେଉଁ ଜୋତା ଓ ଟି-ଶାର୍ଟ ଦେଇଥିଲୁ ନେଇଯା। ମୁଁ ନେଇ କ’ଣ କରିବି। ମୋତେ ସେଇ ପଇସା ଦେଇଦିଅନ୍ତୁ। ହଷ୍ଟେଲ ଯିବା ଆଗରୁ ବହୁତ କିଛି ମୋ ପଇସାରେ ନେଇକି ଯାଇଛି ଓ ହଷ୍ଟେଲ ଯିବା ପରେ ବି ନେଇଛି। ସେ ମୋତେ ଏବେ କହୁଛି ତା’ପାଖରେ ୨୦ ହଜାର ଅଛି, ତା’ଠୁ ଅଧିକ ଦେଇପାରିବିନି। ତ ଆପଣ ଦେଇ ଦିଅନ୍ତୁ। ଆପଣ ବି ଝିଅ ହିସାବରେ ଅନ୍ୟ ଝିଅ ସହ ଜାତକ ଗେମ୍‌ ଖେଳିବା ବନ୍ଦ କରନ୍ତୁ। ଆଉ ଆପଣଙ୍କ ପୁଅକୁ କହିବେ, ପଇସା ସେଟ୍‌ଲ କରୁ। ଆଉ କେତେ ଝିଅଙ୍କ ଲାଇଫ୍‌ ସାଙ୍ଗରେ ଖେଳିବ ସୌମ୍ୟଜିତ୍‌? ସୌମ୍ୟଜିତ୍‌ଙ୍କ ମା’ଙ୍କୁ ଶ୍ୱେତା ଏପରି ଅନେକ ମେସେଜ୍‌ ଦେଇଛନ୍ତି। ତେଣୁ ସୌମ୍ୟଜିତ୍‌ ସମ୍ପର୍କ କାଟିବା ପରେ ଟଙ୍କା ନେଣଦେଣକୁ ନେଇ ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା ବୋଲି ଏଥିରୁ ସ୍ପଷ୍ଟ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଖୋଲିଲା ଶିଖରଚଣ୍ଡୀ

ଭୁବନେଶ୍ୱର,୨୯ା୧୨: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିଲା ଶିଖରଚଣ୍ଡୀ ପୀଠ। ପାହାଡ଼ରୁ ଦନ୍ତା ବିଦା ହେବା ପରେ ଖୋଲିଛି ଶିଖରଚଣ୍ଡୀ ପୀଠ। ମା’ଙ୍କ ଦର୍ଶନ ସହ...

ପର କରିଦେଲେ ପୁଅ: ଅର୍ଦ୍ଧନିର୍ମିତ ଘରେ ଦୟନୀୟ ଜୀବନ କାଟୁଛନ୍ତି ବୃଦ୍ଧ ଦମ୍ପତି

ଲୋଇସିଂହା,୨୯ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ହୀରାପୁର ପଞ୍ଚାୟତ ଅଧୀନ ପନେସରା ଗ୍ରାମର ବୃଦ୍ଧ ଦମ୍ପତି ବିଜୁଳି ନାଏକ(୬୫), ସ୍ବାମୀ ସୁରଭି ନାଏକ(୭୦) ବେସାହାରା ହୋଇ...

ଟାଟା-ଏର୍ନାକୁଲମ୍‌ ଏକ୍ସପ୍ରେସ୍‌ରେ ହଠାତ୍‌ ଲାଗିଲା ନିଆଁ: ଜଳିଗଲା ୨ ବଗି

ଅମରାବତୀ,୨୯ା୧୨: ସୋମବାର ଆନ୍ଧ୍ରପ୍ରଦେଶର ୟେଲାମାଞ୍ଚିଲିରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ଟାଟା-ଏର୍ନାକୁଲମ ଏକ୍ସପ୍ରେସ୍‌ର B1 ଏବଂ M2 ବଗିରେ ହଠାତ୍‌ ନିଆଁ ଲାଗିଗଲା। ଅଗ୍ନିକାଣ୍ଡ...

ହନିମୁନ୍‌ ଅଧାରୁ ଫେରି ଆତ୍ମହତ୍ୟା କଲେ ନବଦମ୍ପତି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ବେଙ୍ଗାଲୁରୁ,୨୯ା୧୨:ବେଙ୍ଗାଲୁରୁର ଏକ ନବଦମ୍ପତି ପରସ୍ପରଠାରୁ ୧,୦୦୦ କି.ମି. ଦୂରରେ ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା(୩୬) ବେଙ୍ଗାଲୁରୁରେ ଗାନ୍‌ଭିଙ୍କୁ ବିବାହ କରିଥିଲେ। ଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri