ବିଦେଶରେ ଚାକିରି ନାଁରେ ଠକେଇ; ଭୁବନେଶ୍ୱରରୁ ଅଭିଯୁକ୍ତଙ୍କୁ ଉଠାଇ ନେଲା ବ୍ରହ୍ମପୁର ପୋଲିସ

ବ୍ରହ୍ମପୁର ଅଫିସ,୪ା୪: ବିଦେଶରେ ଚାକିରି ଦେବା ନାଁରେ ଟଙ୍କା ଠକେଇ ନେଇ ବ୍ରହ୍ମପୁରର ଜଣେ ଯୁବକ ଅଭିଯୋଗ କରିଥିଲେ। ଏଭଳି ଏକ ଅଭିଯୋଗର ତଦନ୍ତ କରି ବ୍ରହ୍ମପୁର ବଡ଼ବଜାର ଥାନା ପୋଲିସ ଭୁବନେଶ୍ୱର ନୟାପଲ୍ଲୀରୁ ଏହି ଠକ ର଼୍ୟାକେଟ୍‌ ମୁଖ୍ୟ ସଞ୍ଜୟ କୁମାର ଜେନା (୪୧)ଙ୍କୁ ଶନିବାର ଗିରଫ କରିଛି। ତାଙ୍କ ନିକଟରୁ ଏକ ଲାପଟପ୍‌, ମୋବାଇଲ୍‌ ଫୋନ, ୫ ପାସ୍‌ପୋର୍ଟ, ୧୩ ବ୍ୟାଙ୍କ ଚେକ୍‌ବୁକ୍‌, ୧୩ ପାସ୍‌ବୁକ୍‌, ବିଭିନ୍ନ ଜାତୀୟ ତଥା ଅନ୍ତର୍ଜାତୀୟ କମ୍ପାନୀର ଲେଟର୍‌ ପ୍ୟାଡ୍‌ ଏବଂ ବହୁ କାଗଜପତ୍ର ଜବତ କରାଯାଇଛି।

ପ୍ରକାଶ ଯେ, ବ୍ରହ୍ମପୁର ସହରର ଜଣେ ଯୁବକ ଏକ ନିର୍ଦ୍ଦିଷ୍ଟ ୱେବ୍‌ସାଇଟରେ ବିଦେଶରେ ଚାକିରି ଅଫର୍‌ ପାଇଥିଲେ। ଏହାପରେ ସେ ସମ୍ପୃକ୍ତ ୱେବ୍‌ସାଇଟରେ ଦିଆଯାଇଥିବା ମୋବାଇଲ୍‌ ନମ୍ବରରେ ଯୋଗାଯୋଗ କରି ଆବେଦନ କରିଥିଲେ। ତାଙ୍କୁ ମାଳଦୀପରେ ଚାକିରି ମିଳିବ ବୋଲି କୁହାଯାଇଥିଲା। ଭିଜା, ପାସ୍‌ପୋର୍ଟ ସହିତ ଅନ୍ୟାନ୍ୟ କାଗଜପତ୍ର ପାଇଁ ତାଙ୍କୁ ଟଙ୍କା ମଗାଯାଇଥିଲା। ଫଳରେ ଯୁବକ ଜଣକ ଦୁଇଟି ପର୍ଯ୍ୟାୟରେ ପ୍ରାୟ ୧ଲକ୍ଷ ୨୫ ହଜାର ଟଙ୍କା ଅନ୍‌ଲାଇନରେ ଜମା କରିଥିଲେ। କିଛି ମାସ ପରେ ତାଙ୍କ ନିକଟକୁ ନିଯୁକ୍ତିପତ୍ର, ଭିଜା, ପାସ୍‌ପୋର୍ଟ ଆସିଥିଲା। କିନ୍ତୁ ଯାଞ୍ଚ ପରେ ତାହା ନକଲି ବୋଲି ଜଣାପଡ଼ିଥିଲା। ସେ ନେଇ ଯୁବକ ଜଣକ କମ୍ପାନୀ ମୁଖ୍ୟ ସଞ୍ଜୟଙ୍କ ସହିତ ଯୋଗାଯୋଗ କରିଥିଲେ। ହେଲେ ସେ ଚାକିରି ପାଇ ନ ଥିଲେ କି ଟଙ୍କା ଫେରିପାଇ ନ ଥିଲେ। ଓଲଟା ତାଙ୍କୁ ନାନା ଧମକ ମିଳିଥିଲା। ଏଣୁ ସେ ଗତ ୩୧ ତାରିଖରେ ବଡ଼ବଜାର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନମ୍ବର ୭୩/୨୧ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ବଡ଼ବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତିଙ୍କ ନେତୃତ୍ୱରେ ଏକ ଟିମ୍‌ ଘଟଣାର ତଦନ୍ତ କରି ଭୁବନେଶ୍ୱରରୁ ମୁଖ୍ୟ ଅଭିଯୁକ୍ତ ସଞ୍ଜୟଙ୍କୁ ଗିରଫ କରି ବ୍ରହ୍ମପୁର ଆଣିଛି। ସେ ଗଞ୍ଜାମ ଜିଲାର ୩ଜଣ ଯୁବକଙ୍କଠାରୁ ଟଙ୍କା ଠକେଇ କରିଥିବା ଜଣାପଡ଼ିଛି। ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଆନ୍ଧ୍ରର ୧୯ଜଣ ଯୁବକଙ୍କଠାରୁ ପ୍ରାୟ ସାଢେ ୮ଲକ୍ଷ ଟଙ୍କା ଠକେଇ କରିଥିବା ବର୍ତ୍ତମାନର ତଦନ୍ତରେ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?