ଦେବଗଡ,୪।୯(ଶଶାଙ୍କ ଶେଖର ଝାଙ୍କର): ନାବାଳିକା ପ୍ରେମିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ ପରେ ୨ ମାସର ଗର୍ଭବତୀ ଥିବାବେଳେ ତାଙ୍କୁ ପ୍ରତାରଣା କରାଯାଇଥିବା ଅଭିଯୋଗ ହୋଇଛି । ପୀଡିିତାଙ୍କ ଅଭିଯୋଗ ଆଧାରରେ ଦେବଗଡ ଥାନା ନୀଳବର୍ଣ୍ଣୀ ସାହିର ମାନସ ସୋଲେ ନାମକ ପ୍ରେମିକଙ୍କୁ ଗିରଫ କରି ପୋଲିସ ବୁଧବାର ସଂଧ୍ୟାରେ କୋର୍ଟଚାଲାଣ କରିଛି । ମାତ୍ର ଜାମିନ ନାମାଞ୍ଜୁର ହେବାରୁ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଦେବଗଡ ଥାନା ପୋଲିସ ଠାରୁ ସୂଚନା ମିଳିଛି ।
ଅଭିଯୋଗ ଅନୁଯାୟୀ ପିଡିତାଙ୍କୁ ପ୍ରାୟ ୧୭ ବର୍ଷ ହେଉଥିବା ବେଳେ ମାନସଙ୍କ ସହିତ ପ୍ରେମ ସମ୍ପର୍କ ସ୍ଥାପନ ହୋଇଥିଲା । ପରେ ନାବାଳିକା ପ୍ରେମିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ମାନସ ଶାରୀରିକ ସମ୍ପର୍କ ରଖି ଆସୁଥିଲା । ଏହାରି ଭିତରେ ପଡିତା ୨ ମାସର ଗର୍ଭବତୀ ଥିବା ବେଳେ ମାନସ ତାଙ୍କୁ ବିବାହ କରିବା ପାଇଁ ରୋକଠୋକ ମନା କରି ଦେଇଥିଲା । ଏନେଇ ପିଡିତା ଦେବଗଡ ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିବା ବେଳେ ପକ୍ସୋ ସମେତ ବିଭିନ୍ନ ଦଫାରେ ପୋଲିସ ଏକ ମାମଲା ରୁଜୁ କରି ମାନସଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।


