ଶସ୍ତାରେ ବୋଲେରୋ ଦେବାକୁ କହି ଠକିନେଲେ ୬ ଲକ୍ଷ ୩୫ ହଜାର ଟଙ୍କା

କୋରାପୁଟ,୨୦।୨(ଅମିତାଭ ବେହେରା): ଶସ୍ତାରେ ବୋଲେରୋ ପିକଅପ୍‌ ଭ୍ୟାନ ଦେବାକୁ କହି ଅନ୍‌ଲାଇନ ଜରିଆରେ ୬ଲକ୍ଷ ୩୫ ହଜାର ଟଙ୍କା ଠକେଇ ଘଟଣାରେ ଗୁରବାର କୋରାପୁଟ ସାଇବର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ ଅଭିଯୁକ୍ତଙ୍କଠାରୁ ୨ଲକ୍ଷ ଟଙ୍କା ସହ ୭ଟି କ୍ରେଡିଟ ଏବଂ ଡେବିଟ କାର୍ଡ ଓ ଗୋଟିଏ ମୋବଇଲ ଜବତ କରାଯାଇଥିବା କୋରାପୁଟ ସାଇବର ଥାନା ଅଧିକାରୀ ଭବାନୀ ପ୍ରଧାନ ସୂଚନା ଦେଇଛନ୍ତି।

ଗିରଫ ଅଭିଯୁକ୍ତ ହେଲେ ପ୍ରଦୋଷ ପାତ୍ର(୩୫)। ତାଙ୍କ ଘର କଟକ ଜିଲା ବଡମ୍ବା ଅଞ୍ଚଳରେ। ମିଳିଥିବା ସୂଚନା ମୁତାବକ, ଗତବର୍ଷ କୋରାପୁଟ ସଦର ଥାନା ଅନ୍ତର୍ଗତ କୋଲାବନଗର ଅଞ୍ଚଳର ଏସ୍‌ ଜୟସେନ ନାମକ ଜଣେ ବ୍ୟକ୍ତି ଠକେଇର ଶିକାର ହୋଇଥିବା ନେଇ କୋରାପୁଟ ସାଇବର ଥାନାରେ ଅଭିଯୋଗ କରିଥିଲେ। ଏନେଇ କୋରାପୁଟ ସାଇବର ଥାନାରେ ଏକ ମାମାଲା(ନଂ.୧୫/୨୦୨୪) ରୁଜୁ କରାଯାଇଥିଲା। ଘଟଣାର ତଦନ୍ତ ଭାର ଏସ୍‌ଆଇ କ୍ରୀଷ୍ଣ କୁମାରୀ ପ୍ରଧାନଙ୍କୁ ଦିଆଯାଇଥିଲା।

ଅଭିଯୋଗ ମୁତାବକ, ଜୟପୁର ଅଞ୍ଚଳରେ ରହୁଥିବା ପ୍ରଦୋଷଙ୍କ ସହ ଏସ୍‌ ଜୟସେନଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ ହୋଇଥିଲା। ଜୟସେନ ବ୍ୟବସାୟୀକ ଉଦ୍ଦେଶ୍ୟରେ ଏକ ବୋଲେରୋ ପିକଅପ୍‌ର ଅବଶ୍ୟକ ଥିବା ନେଇ ପ୍ରଦୋଷଙ୍କୁ କହିଥିଲେ। ପ୍ରଦୋଷ ଶସ୍ତାରେ ବୋଲେରୋ ପିକଅପ୍‌ ଦେବାକୁ କହିଥିଲେ। ଏନେଇ ପ୍ରଥମେ ଜୟସେନଙ୍କଠାରୁ ଅନ୍‌ଲାଇନ ଜରିଆରେ ୨ଲକ୍ଷ ୫୦ ହଜାର ଟଙ୍କା ନେଇଥିଲେ। ପରେ ୩ ଲକ୍ଷ ୮୦ ହଜାର ଟଙ୍କା ଏବଂ ଶେଷରେ ଗତ ୨୦୨୪ ସେପ୍ଟେମ୍ବର ୧୧ରେ କାଗଜପତ୍ର ବାବଦରେ ୫ ହଜାର ଏହିପରି ୩ଟି ପର୍ଯ୍ୟାୟରେ ମୋଟ ୬ ଲକ୍ଷ ୩୫ ହଜାର ଦେଇଥିଲେ।

୩ ଦିନ ମଧ୍ୟରେ ଗାଡି ଘରେ ପହଞ୍ଚି ଯିବ ବୋଲି ପ୍ରଦୋଷ ତାଙ୍କୁ କହିଥିବା ଜୟସେନ ଏହି ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। ହେଲେ ୩ ଦିନ ପରେ ଜୟସେନ ଗାଡ଼ି ନେଇ ପ୍ରଦୋଶଙ୍କୁ ଫୋନ କରିଥିଲେ। ହେଲେ ସେ ଫୋନ ଉଠାଇ ନ ଥିଲେ। ଏପରି ବାରମ୍ବାର ଫୋନ କରି ହତାଶ ହେବା ପରେ ଜୟସେନ କୋରାପୁଟ ସାଇବର ଥାନାରେ ଏତଲା ଦେଇଥିଲେ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଗୁରବାର କୋରାପୁଟ ସାଇବର ପୋଲିସ କଟକ ଜଗତପୁର ଅଞ୍ଚଳରୁ ଗିରଫ କରିବାରେ ସଫଳ ହୋଇଥିବା ସାଇବର ଥାନା ପୋଲିସ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଛାଡ଼ିଥିଲେ ଶତାଧିକ ଛାତ୍ର: ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବନ ପରେ ଏବେ କମିଶନଙ୍କ ନିକଟରେ ରିପୋର୍ଟ ଦାଖଲ ନିର୍ଦ୍ଦେଶ

ଝରିଗାଁ,୧୧ା୯ (କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ ସାନଟେମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଭିତ୍ତିଭୂମିର ଅଭାବ ଓ ନିମ୍ନମାନର ଖାଦ୍ୟ ଯୋଗୁ…

ଟାଙ୍ଗିଆ ଚୋଟରେ ବାପା ମୃତ, ପୁଅ ଗୁରୁତର

ଖଜୁରୀପଡ଼ା,୧୧।୯(ବିଦୁର ବେହେରା): ଜମିଜମା ବିବାଦକୁ କେନ୍ଦ୍ର କରି ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ସୁଡ୍ରୁକୁମ୍ପା ପଞ୍ଚାୟତ ସର୍କେସରୁ ଗ୍ରାମରେ ଶୁକ୍ରବାର ଏକ ହତ୍ୟାକାଣ୍ଡ ଘଟିଛି। ଟାଙ୍ଗିଆ ଆକ୍ରମଣରେ ବାପାଙ୍କ…

ପ୍ରଥମ ଟି-୨୦ ବଡ଼ ଓଲଟପାଲଟ! ସାମସନ OUT, ବୈଭବ IN: ଭାରତର ପ୍ଲେଇଂ ୧୧କୁ ନେଇ ହଇଚଇ

ନୂଆଦିଲ୍ଲୀ,୧୧।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ସେପ୍ଟେମ୍ବର ୧୩ ତାରିଖ ରବିବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚରେ ଟିମ…

ପାର୍ବଣ ଋତୁରେ ସାବଧାନ! ଗୋଟିଏ ଭୁଲ୍‌ କ୍ଲିକ୍‌ ଖାଲି କରିଦେବ ପୂରା ଆକାଉଣ୍ଟ

ଖୋର୍ଦ୍ଧା,୧୧ା୯(ପ୍ରଭାତ ପାଣିଗ୍ରାହୀ): ଡିଜିଟାଲ ଯୁଗରେ ବଢ଼ୁଥିବା ସାଇବର ଠକେଇକୁ ରୋକିବା ପାଇଁ ଖୋର୍ଦ୍ଧା ପୋଲିସ ଏବଂ ଏସ୍‌ପି ପରମାର ସ୍ମିତ ପୁରୁଷୋତ୍ତମ ଦାସ ଜନସାଧାରଣଙ୍କୁ ସଚେତନ କରିଛନ୍ତି।…

ବ୍ରିଜ ଉପରେ କାର ରଖି ନଦୀକୁ ଡେଇଁଲେ ଯୁବକ, ଖୋଜାଖୋଜି ଜାରି

ରାଉରକେଲା,୧୧।୯: ସୁନ୍ଦରଗଡ଼ ଜିଲା ବ୍ରାହ୍ମଣୀ ତରଙ୍ଗ ନୂଆବ୍ରାହ୍ମଣୀ ବ୍ରିଜରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ବ୍ରିଜ ଉପରେ କାର ରଖି ଜଣେ ଯୁବକ ନଦୀକୁ ଡେଇଁ…

ଗଣେଶ ପୂଜାଠାରୁ ୫ ରାଶିର ଆରମ୍ଭ ହେବ ଗୋଲଡେନ୍‌ ସମୟ, ଏହି ୭ ରାଶି ପାଇଁ ଖରାପ! ଜାଣନ୍ତୁ ସାପ୍ତାହିକ ରାଶିଫଳ

ଆରମ୍ଭ ହେବାକୁ ଯାଉଛି ନୂଆ ସପ୍ତାହ। ଆସନ୍ତା ୧୪ରୁ ୨୦ ସେପ୍ଟେମ୍ବର ୨୦୨୬ ମଧ୍ୟରେ ଗ୍ରହ-ନକ୍ଷତ୍ରଙ୍କ ସ୍ଥିତିର ପ୍ରଭାବ ୧୨ଟି ରାଶି ଉପରେ ପଡ଼ିପାରେ। ସପ୍ତାହର ଆରମ୍ଭରେ…

ଫିଟିଲା ‘ଡାର୍କ ଏନର୍ଜି’ର ଗୁମର! ଚମକାଇଲା ବୈଜ୍ଞାନିକଙ୍କ ତଥ୍ୟ; ବିଶ୍ୱରେ ଚହଳ!

ନୂଆଦିଲ୍ଲୀ,୧୧।୯: ବ୍ରହ୍ମାଣ୍ଡର କ୍ରମାଗତ ଦ୍ରୁତ ପ୍ରସାରଣର କାରଣ ବୋଲି ଧରାଯାଉଥିବା ‘ଡାର୍କ ଏନର୍ଜି’ (Dark Energy) ଏବେ ପ୍ରଶ୍ନବାଚୀ ଘେରରେ। ଏକ ନୂତନ ଗବେଷଣାରେ ୧,୭୦୦ରୁ ଅଧିକ…

ରାଷ୍ଟ୍ରପତି ପଦକ ପାଇବେ ଏହି ଫାଣ୍ଡି ଅଧିକାରୀ, କର୍ତ୍ତବ୍ୟନିଷ୍ଠା ପାଇଁ ସୃଷ୍ଟି କରିଛନ୍ତି ସ୍ବତନ୍ତ୍ର ପରିଚୟ…

ଦିଗପହଣ୍ଡି,୧୧ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ନୂଆପଡ଼ା ଫାଣ୍ଡି ଅଧିକାରୀ ଏସ୍‌.ଆଇ ଅତିଥି ଚରଣ ନାୟକ ତାଙ୍କର ଉଲ୍ଲେଖନୀୟ ପୋଲିସ ସେବାର ସ୍ବୀକୃତି…

Advertisement

ଧରିତ୍ରୀ କାର୍ଟୁନ

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Trending
ଛୁଟି ଦିନ
ପିଲାଙ୍କ ଧରିତ୍ରୀ
Model This Week

ପିଲାଙ୍କ ଧରିତ୍ରୀ

Why Dharitri