ଜ୍ୱରରେ ପୀଡ଼ିତ ଚତୁର୍ଦ୍ଧାବିଗ୍ରହ: ଶ୍ରୀମନ୍ଦିରରେ ପଟିଦିଅଁଙ୍କ ପୂଜା ଆରମ୍ଭ

ପୁରୀ,୧୩ା୬(ଅଜିତ୍‌ କୁମାର ମହାନ୍ତି): ପବିତ୍ର ସ୍ନାନପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଜ୍ୱରରେ ପୀଡ଼ିତ ହୋଇ ଅଣସର ଘରେ ବିଶ୍ରାମ ନେଉଛନ୍ତି ଚତୁର୍ଦ୍ଧାବିଗ୍ରହ। ଗୁରୁବାରଠାରୁ ମହାପ୍ରଭୁଙ୍କ ୧୪ ଦିନିଆ ଅଣସର ଗୁପ୍ତନୀତି ଆରମ୍ଭ ହୋଇଛି। ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସେବକ ଦଇତାପତିମାନେ ଅନ୍ଧାରି କୋଠରି ଭିତରେ ଶ୍ରୀବିଗ୍ରହମାନଙ୍କ ଗୁପ୍ତସେବା ଆରମ୍ଭ କରିଛନ୍ତି। ଅପରପକ୍ଷରେ ଶ୍ରୀମନ୍ଦିରରେ ଦଶାବତାର ଠାକୁରଙ୍କ ସହ ପଟିଦିଅଁଙ୍କ ପୂଜା ଆରମ୍ଭ ହୋଇଛି।
ଶ୍ରୀବିଗ୍ରହମାନେ ବୁଧବାର ୧୦୮ ଗରା ଜଳରେ ସ୍ନାନ କରି ଭକ୍ତଙ୍କୁ ହାତୀବେଶରେ ଦର୍ଶନ ଦେଇଥିଲେ। ଏହା ପରେ ରାତି ୧୧ଟାରେ ହାତୀବେଶ ମଇଲମ ହୋଇ ୧୧ଟା ୪୦ରେ ପୁଷ୍କାଞ୍ଜଳି ଓ ଡୋରଲାଗି ହୋଇଥିଲା। ୧୧ଟା ୫୦ରେ ପହଣ୍ଡି ଆରମ୍ଭ ହୋଇଥିଲା। ଠାକୁରମାନେ ଗୋଟି ପହଣ୍ଡିରେ ଅଣସର ପିଣ୍ଡିକୁ ବିଜେ କରିଥିଲେ। ପ୍ରଥମେ ମଦନମୋହନ ଓ ରାମକୃଷ୍ଣଙ୍କ ପହଣ୍ଡି ହୋଇଥିଲା। ପରେ କ୍ରମ ଅନୁସାରେ ଶ୍ରୀସୁଦର୍ଶନ, ବଡ଼ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଗୋଟି ପହଣ୍ଡିରେ ବିଜେ କରିଥିଲେ। ରାତି ପ୍ରାୟ ୪ଟା ୩୫ରେ ପହଣ୍ଡି ସରିବା ପରେ ଶ୍ରୀମନ୍ଦିରକୁ ଶୋଧ କରାଯାଇଥିଲା।

ଗୁରୁବାର ଭୋର ୫ଟା ୧୦ରେ ରାହୁରେଖା ମଇଲମ ପରେ କୋଠସୁଅଁାସିଆମାନେ ଦଶ ଅବତାର ତାଟି ବାନ୍ଧିବା ପାଇଁ ପ୍ରବେଶ କରିଥିଲେ। ଅପରପକ୍ଷରେ ଶ୍ରୀମନ୍ଦିରରୁ ଘଣ୍ଟ, ଓଲାର, ବୈଜୟନ୍ତୀ ବାଜା, କାହାଳୀ ସହ ଲେଙ୍କା ସେବକ ପଟିଦିଅଁ ଆଣିବା ପାଇଁ ଚିତ୍ରକାର ସେବକଙ୍କ ଘରକୁ ଯାଇଥିଲେ। ସକାଳ ୬ଟାରେ ଶ୍ରୀମନ୍ଦିରକୁ ପଟିଦିଅଁ ବିଜେ କରିଥିଲେ। କୋଠ ସୁଅଁାସିଆମାନେ ତାଟି ବାନ୍ଧି ପୂର୍ବାହ୍ନ ୧୦ଟାରେ ବାହାରିଥିଲେ। ପଟି ଠାକୁରଙ୍କ ରୁନ୍ଧା କାର୍ଯ୍ୟ ୧୦ଟା ୨୫ରେ ଶେଷ ହୋଇଥିଲା। ଅନନ୍ତ ନାରାୟଣ ରୂପରେ ଶ୍ରୀଜଗନ୍ନାଥ, ଅନନ୍ତ ବାସୁଦେବ ରୂପରେ ଶ୍ରୀବଳଭଦ୍ର ଏବଂ ମା’ ଭୁବନେଶ୍ୱରୀ ରୂପରେ ଦେବୀ ସୁଭଦ୍ରା ପଟିଦିଅଁ ଭାବେ ଅଣସର ସମୟରେ ପୂଜା ପାଇବେ। ଦଶ ଅବତାର ବିଜେ ପରେ ମହାସ୍ନାନ ନୀତି ବଢ଼ିଥିଲା। ପରେ ମଙ୍ଗଳ ଆଳତି, ମଇଲମ, ଅବକାଶ ହୋଇ ଅନ୍ୟାନ୍ୟ ନୀତି ହୋଇଥିଲା।

ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରରେ ପଟିଦିଅଁଙ୍କୁ ଦର୍ଶନ କରିଥିଲେ। ସିଂହଦ୍ୱାର ଗୁମୁଟରେ ଥିବା ପତିତପାବନ ଅନନ୍ତ ନାରାୟଣ ଭାବେ ପଟିରେ ସ୍ଥାନିତ ହୋଇଛନ୍ତି। ପଟିଦିଅଁଙ୍କ ନିକଟରେ ମହାପ୍ରସାଦ ଲାଗିହୋଇଛି। ଦଇତାପତିମାନେ ଜ୍ୱରାକ୍ରାନ୍ତ ଦରୁଦିଅଁଙ୍କ ଗୁପ୍ତ ଉପଚାର ସହ ସେବା କରୁଛନ୍ତି।

ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇବାରୁ ଭକ୍ତ ଓ ସେବାୟତ ବଞ୍ଚିତ ହୋଇଛନ୍ତି। କେବଳ ପଟିଦିଅଁଙ୍କୁ ଦର୍ଶନ କରି ସେମାନେ ଆତ୍ମତୃପ୍ତି ଲାଭ କରୁଛନ୍ତି। ଅଣସର ସମୟରେ ଦାରୁଦିଅଁଙ୍କୁ ପଣା ଓ ଚକଟା ଭୋଗ ଲାଗି କରାଯାଉଥିବା ବେଳେ ପଟିଦିଅଁଙ୍କୁ ଅନ୍ନ ମହାପ୍ରସାଦ ଭୋଗ କରାଯାଉଛି। ଅଣସର ପିଣ୍ଡିରେ ଗୋଟିଏ ଦୀପକୁ ଛାଡ଼ିଦେଲେ ଘନ ଅନ୍ଧକାର ମଧ୍ୟରେ ମହାପ୍ରଭୁଙ୍କ ଗୁପ୍ତ ନୀତି ଚାଲିଛି। ସେହିପରି ସମ୍ପ୍ରତି ଶବ୍ଦସୃଷ୍ଟି ମନା ଯୋଗୁ ଜଗମୋହନରୁ ଅଣସର ଘର ପର୍ଯ୍ୟନ୍ତ ନିଷିିଦ୍ଧାଞ୍ଚଳ ପାଲଟିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri