ଏପ୍ରିଲରେ କାର୍ଯ୍ୟକ୍ଷମ ହେବ ଛତ୍ରବଜାର ଅର୍ବାନ୍‌ ହାଟ

କଟକ ଅଫିସ,୨୨ା୨: ରାଣୀହାଟ ନିକଟରୁ ଗୋଶାଳା ପର୍ଯ୍ୟନ୍ତ ରାସ୍ତାର ସୌନ୍ଦର୍ଯ୍ୟକରଣ କରାଯିବ। ସେହିପରି ଛତ୍ରବଜାରସ୍ଥିତ ନିର୍ମାଣାଧୀନ ଅର୍ବାନ ହାଟ ନିକଟରେ ଏକ ମାଛ ମାର୍କେଟ ହେବ। ତାଳଦଣ୍ଡା କେନାଲରେ ବର୍ଜ୍ୟବସ୍ତୁ ପକାଉଥିବା ଲୋକଙ୍କୁ ସିସିଟିଭି କ୍ୟାମେରା ଜଗିବ। କଟକ ମହାନଗର ନିଗମ(ସିଏମ୍‌ସି) କମିଶନର ନିଖିଲ ପୱନ କଲ୍ୟାଣ ମଙ୍ଗଳବାର ଉକ୍ତ ସ୍ଥାନଗୁଡିକ ପରିଦର୍ଶନ କରି ଏଭଳି ନିଷ୍ପତ୍ତି ନେଇଛନ୍ତି। କମିଶନର ସହରରେ ଚାଲୁ ରହିଥିବା ଏକାଧିକ ପ୍ରକଳ୍ପ ବୁଲି ଅନୁଧ୍ୟାନ କରିବା ସହ ଠିକ୍‌ ସମୟରେ କାର୍ଯ୍ୟ ଶେଷ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଶେଷକରି ରାଣୀହାଟ ନିକଟସ୍ଥ ତାଳଦଣ୍ଡା କେନାଲରେ ବର୍ଜ୍ୟବସ୍ତୁ ନ ପକାଇବା ପାଇଁ ସେ ସ୍ଥାନୀୟ ବାସିନ୍ଦା ଓ ବ୍ୟବସାୟୀମାନଙ୍କୁ ପରାମର୍ଶ ଦେଇଛନ୍ତି। ସେହିପରି ଜନ ସଚେତନତା ସୃଷ୍ଟି କରିବା ପାଇଁ ସେ ସିଏମ୍‌ସି ଅଧିକାରୀଙ୍କୁ ଆଦେଶ ଦେବା ସହ ସେଠାରେ ସିସିଟିଭି କ୍ୟାମେରା ଲଗାଇବା, ବର୍ଜ୍ୟବସ୍ତୁ ପକାଇବା ପାଇଁ ଏକାଧିକ ଡଷ୍ଟବିନ ସ୍ଥାପନ କରିବା ନିମେନ୍ତ ନିର୍ଦ୍ଦେଶ ଦେଇଛନ୍ତି ା
ରାଣୀହାଟ ନିକଟରୁ ଗୋଶାଳା ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ସୌନ୍ଦର୍ଯ୍ୟକରଣ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ସିଏମ୍‌ସି ଇଞ୍ଜିନିୟରିଂ ବିଭାଗକୁ କମିଶନର ପରାମର୍ଶ ଦେଇଥିଲେ। ଏହାପରେ ଛତ୍ରବଜାରଠାରେ ନିର୍ମାଣାଧୀନ ଅର୍ବାନ ହାଟ ପରିଦର୍ଶନ କରିଥିଲେ। ଏପ୍ରିଲ ପୂର୍ବରୁ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ପାଇଁ ସେ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏତଦ୍‌ବ୍ୟତୀତ ସେଠାରେ ଏକ ମାଛ ମାର୍କେଟ ସ୍ଥାପନ ପାଇଁ ତୁରନ୍ତ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଏହାପରେ କଲ୍ୟାଣସ୍ଥିତ ମାତୃଭବନ ନିକଟରେ ଚାଲିଥିବା ଜାଇକା କାମ ତଦାରଖ କରି ବର୍ଷାଦିନ ପୂର୍ବରୁ ପମ୍ପିଂ ଷ୍ଟେଶନ କାର୍ଯ୍ୟକ୍ଷମ ଓ ଠିକ୍‌ ପରିଚାଳନା କରିବାକୁ ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କୁ କହିଥିଲେ। ଏଥିସହ ନୂଆବଜାରସ୍ଥିତ ଗାନ୍ଧିଛକ କେନାଲ ପାଖରେ ଥିବା ନୀଳକଣ୍ଠେଶ୍ୱର ପୋଖରୀର ପଙ୍କ ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ। ସେହିପରି ଓଏମ୍‌ପିସ୍ଥିତ ଓଏସ୍‌ଏପି ନିକଟରେ ହେବାକୁ ଥିବା ମାର୍କେଟ କମ୍ପ୍ଲେକ୍ସର ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବା ଲାଗି ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏତଦ୍‌ବ୍ୟତୀତ ନିର୍ମାଣାଧୀନ ଡିଏଭି ସ୍କୁଲ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ସେ ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେବଳ ଭାରତ ନୁହେଁ, ୧୧ ଦେଶରେ ବି ଲାଗିବ UPI ଚାର୍ଜ: ଅର୍ଥ ମନ୍ତ୍ରଣାଳୟରୁ ଆସିଲା ବଡ଼ ଖବର!

ନୂଆଦିଲ୍ଲୀ,୨୫।୯: ଭାରତରେ UPI ପେମେଣ୍ଟ ଉପରେ ପ୍ରସ୍ତାବିତ ନୂଆ Merchant Discount Rate (MDR)କୁ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। ୧୫ ଅକ୍ଟୋବର ୨୦୨୬ରୁ ଲାଗୁ…

ଛଡାକିଆରେ ରାସ୍ତା ଉପରେ ବିରାଟ ଗଛ: ଦାରିଙ୍ଗବାଡ଼ି-ମୋହନା ରାସ୍ତା ଠପ୍‌

ଦାରିଙ୍ଗବାଡ଼ି, ୨୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦାସିଙ୍ଗବାଡ଼ି ପଞ୍ଚାୟତ ଅନ୍ତର୍ଗତ ଛଡାକିଆ ନିକଟରେ ରାସ୍ତା ଉପରେ ଏକ ବିରାଟକାୟ ଗଛ ଉପୁଡ଼ି ପଡ଼ିବାରୁ…

କୋମଲ ରାଣୀଙ୍କ ସହ ଲାଲବାଗଚା ଦର୍ଶନ: ମୁହଁ ଖୋଲିଲେ ଗୋବିନ୍ଦା, ମୋ ଛବି ଖରାପ…

ମୁମ୍ବାଇ,୨୫।୯: ୯୦ ଦଶକର ଲୋକପ୍ରିୟ ଅଭିନେତା ଗୋବିନ୍ଦା ପୁଣିଥରେ ବଲିଉଡ୍‌ରେ କମବ୍ୟାକ୍‌ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏହାରି ଭିତରେ ତାଙ୍କ ଆଗାମୀ ଫିଲ୍ମ ‘ରୂପା’ର କୋ-ଷ୍ଟାର…

ଲଗାଣ ବର୍ଷାରେ ବେହାଲ ଦାରିଙ୍ଗବାଡ଼ି: ଏବେ ବି ସିଲ ଗାଜଲବାଡ଼ି ଘାଟି ରାସ୍ତା, ଯାତାୟାତ ଠପ୍‌

ଦାରିଙ୍ଗବାଡ଼ି,୨୫।୯(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଲଘୁଚାପଜନିତ ଲଗାଣ ବର୍ଷା ଜାରି ରହିଛି। ଲଗାତାର ବର୍ଷା ଯୋଗୁ ଦାରିଙ୍ଗବାଡ଼ି ସମେତ ଆଖପାଖ ଅଞ୍ଚଳର ଜନଜୀବନ ବେହାଲ ହୋଇପଡ଼ିଛି।…

ଇତିହାସ ରଚିବେ ରୋ-କୋ: ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍‌ରେ କରିପାରନ୍ତି ଏହି କମାଲ୍‌

ନୂଆଦିଲ୍ଲୀ,୨୫।୯: ଶୁବମନ ଗିଲଙ୍କ ନେତୃତ୍ୱରେ ୱେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ପ୍ରସ୍ତୁତ ଭାରତୀୟ କ୍ରିକେଟ ଟିମ। ଏହି ସିରିଜ୍‌ର ପ୍ରଥମ ମ୍ୟାଚ…

ଜର୍ନାଲିଷ୍ଟ ରବି ନାୟାରଙ୍କୁ ଜାମିନ

ଅହମ୍ମଦାବାଦ,୨୫।୯: ଗୁଜରାଟର ଗାନ୍ଧୀନଗରସ୍ଥିତ ଏକ ସେସନ୍ସ କୋର୍ଟ ଗୁରୁବାର ଜର୍ନାଲିଷ୍ଟ ରବି ନାୟାରଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଆଦାନୀ ଏଣ୍ଟରପ୍ରାଇଜେସ ଦ୍ୱାରା ଦାଖଲ ଏକ ଆପରାଧିକ…

ବିପଦପୂର୍ଣ୍ଣ ରାସ୍ତାରେ ଯାତାୟାତ: ମରାମତି ଦାବି କଲେ ଅଞ୍ଚଳବାସୀ

କର୍ଲାମୁଣ୍ଡା, ୨୫।୯ (ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରରୁ ରିଞ୍ଜାକୁ ଯାଇଥିବା ଆର୍ଡି ରାସ୍ତାର ସରବାହାଲ ଜୋର ବ୍ରିଜ ନିକଟରେ ରାସ୍ତାର ଅବସ୍ଥା ଏବେ…

ଭାରତଠାରୁ କିଛି ଶିଖ! ପାକିସ୍ତାନ ଖେଳାଳିଙ୍କୁ ଉପଦେଶ ଦେଲେ କୋଚ

ନୂଆଦିଲ୍ଲୀ,୨୫।୯: ପାକିସ୍ତାନ କ୍ରିକେଟ ଟିମ୍‌ର ଖରାପ ପ୍ରଦର୍ଶନକୁ ନେଇ ଚର୍ଚ୍ଚା ମଧ୍ୟରେ ଏବେ ଦଳର ହେଡ କୋଚ ମାଇକ ହେସନ ଭାରତକୁ ନେଇ ଦେଇଛନ୍ତି ବଡ଼ ବୟାନ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?