ପ୍ରଥମ ବିବାହ ବିଷୟରେ ଲୁଚାଇଥିଲେ ଚାରୁ! ଏବେ ପଠାଇଲେ ଲିଗାଲ ନୋଟିସ୍‌

ବମ୍ବେ: ମାତ୍ର ତିନି ବର୍ଷର ବୈବାହିକ ସମ୍ପର୍କ। ବାଟ ଅଲଗା କରିବାକୁ ମନସ୍ଥ କରିସାରିଲେଣି ଦୁହେଁ। ଆମେ କହୁଛୁ ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନଙ୍କ ଭାଇ ରାଜୀବ ଏବଂ ତାଙ୍କ ଅଭିନେତ୍ରୀ ସ୍ତ୍ରୀ ଚାରୁ ଅସୋପାଙ୍କ ବିଷୟରେ। ଟେଲିଜଗତର ଚର୍ଚ୍ଚିତ ଯୋଡ଼ି ମାନଙ୍କ ମଧ୍ୟରୁ ଅନ୍ୟତମ ଏହି ଯୋଡ଼ି ହଠାତ ଛାଡ଼ପତ୍ର ନେଉଥିବା ଖବର ସାମ୍ନାକୁ ଆସିଛି। ଏପରିକି ଚାରୁ ରାଜୀବଙ୍କୁ ଲିଗାଲ୍‌ ନୋଟିସ୍‌ ପଠାଇଛନ୍ତି। ଜୁନ ୭ରେ କରାଯାଇଥିବା ଏହି ନୋଟିସ୍‌ରେ ଅଲଗା ହେବା ବିଷୟରେ ଉଲ୍ଲେଖ ରହିଥିବା ଜଣାପଡ଼ିଛି।

ସମ୍ପର୍କରେ କିଛି ନ ଥିବାରୁ ଅଲଗା ହୋଇଯିବା ଠିକ୍‌। କାରଣ ସେ ଚାହାନ୍ତି ନାହିଁ ତାଙ୍କ ଝିଅ ଏପରି ପରିସ୍ଥିତିରେ ବଡ଼ ହେଉ ବୋଲି ଚାରୁ କହୁଛନ୍ତି। ଅପରପକ୍ଷେ ରାଜୀବ ଚାରୁଙ୍କ ଉପରେ ଭିନ୍ନ ଅଭିଯୋଗ ଆଣିଛନ୍ତି। ସେ ପୂର୍ବରୁ ବିବାହିତ ଥିଲେ ହେଁ ସେ ବିଷୟରେ ରାଜୀବ ଜାଣି ନ ଥିଲେ। କାରଣ ଅଭିନେତ୍ରୀ ନିଜର ପ୍ରଥମ ବିବାହ କଥା ତାଙ୍କୁ କହି ନ ଥିଲେ। ରାଜସ୍ଥାନରେ ଥିବା ତାଙ୍କ ପରିବାରକୁ ଛାଡ଼ି ଦେଲେ ଏକଥା କେହି ବି ଜାଣି ନ ଥିଲେ। ଯେତେବେଳେ ସେ ତାହା ଜାଣିଲେ ଚକିତ ହେଲେ ବୋଲି ରାଜୀବ କହିଛନ୍ତି। ଏନେଇ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି ଚାରୁ।

୨୦୦୭ରେ ତାଙ୍କର ପ୍ରଥମ ବିବାହ ହୋଇଥିଲା। ସେତେବେଳେ ତାଙ୍କୁ ମାତ୍ର ୧୮ ବର୍ଷ ହୋଇଥିଲା। ୨୦୧୬ ନଭେମ୍ବରରେ ସେ ପ୍ରଥମ ସ୍ବାମୀଙ୍କଠାରୁ ଅଲଗା ହୋଇଥିଲେ। ରାଜୀବ ଏ ବିଷୟରେ ଜାଣିଥିବା ବେଳେ ଅତୀତକୁ ଭୁଲି ଆଗକୁ ବଢ଼ିବା ଏବଂ ବମ୍ବେରେ ନିଜ ବଳରେ କ୍ୟାରିୟର କରିଥିବାକୁ ନେଇ ପ୍ରଶଂସା କରୁଥିବା ଚାରୁ କହିଛନ୍ତି।

କିଏ ସତ କହୁଛି କିଏ ମିଛ ତାହା ଜଣାପଡ଼ି ନ ଥିଲେ ହେଁ ଉଭୟଙ୍କ ପ୍ରଶଂସକ ଏହି ଖବର ଶୁଣି ଦୁଃଖ ପ୍ରକାଶ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ୨୪ ଘଣ୍ଟା ପ୍ରବଳ ଗରମ-ଗୁଳୁଗୁଳି, ୪ଦିନ ଯାଏ କାଳବୈଶାଖୀ

ଭୁବନେଶ୍ୱର,୫।୪(ବନ୍ଦନା ସେଠୀ): ଗତ କିଛିଦିନ ହେବ ପ୍ରବଳ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଉଛି ଜନଜୀବନ। ଦିନବେଳା ଅଗ୍ନିବର୍ଷା ହେଉଥିବାବେଳେ ସନ୍ଧ୍ୟା ହେଲେ କାଳବୈଶାଖୀ ଚିନ୍ତା ବଢ଼ାଉଛି।…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

ଇରାନ ପରେ ଇସ୍ତ୍ରାଏଲ ଉପରେ ଆକ୍ରମଣ କଲେ ହୁଥି ବିଦ୍ରୋହୀ, ସାମରିକ ଘାଟି ଉପରେ କ୍ଲଷ୍ଟର….

ତେହେରାନ,୫।୪: ଇରାନ ବ୍ୟତୀତ, ୟେମେନର ହୁତି ବିଦ୍ରୋହୀମାନେ ଏବେ ଇସ୍ରାଏଲ ଉପରେ ଏକ ବଡ଼ ଆକ୍ରମଣ ଆରମ୍ଭ କରିଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ହୁଥି ବିଦ୍ରୋହୀମାନେ…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ଅଧିକ ୫ କେଜି ଚାଉଳ ପାଇବେ ହିତାଧିକାରୀ

ଭୁବନେଶ୍ୱର,୫।୪(ସୁନିତ୍‌ ମିଶ୍ର): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍‌ଏଫଏସ୍‌ଏସ୍‌)ର ହିତାଧିକାରୀ ଏଣିକି ଅଧିକ ୫ କେଜି ଲେଖାଏ ଚାଉଳ…

ଜିରାନଦୀରେ ମିଶୁଛି ସହରର ନର୍ଦ୍ଦମା ପାଣି, ରୋଗରେ ହନ୍ତସନ୍ତ ଲୋକେ

ବରଗଡ଼,୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଜୀବନ ରେଖା କୁହାଯାଉଥିବା ଜୀରାନଦୀ ଜଳ ପ୍ରଦୂଷିତ ହେଉଛି । କେବଳ ସେତିକି ନୁହେଁ, ଜବରଦଖଲ ଯୋଗୁ ଦିନକୁ ଦିନ ନଦୀ ସଙ୍କୁଚିତ…

ଧାନ କିଣି ନେଲେ ହେଲେ ଦେଲେନି ଟଙ୍କା: ମାଗିବାରୁ ଦେଉଥିଲେ ହତ୍ୟା ଧମକ, ଏବେ…

ରିଆମାଳ,୫।୪(ବଦ୍ରୀ ନାରାୟଣ ଅଗ୍ରୱାଲ): ରିଆମାଳ ଥାନାଞ୍ଚଳର ବିଭିନ୍ନ ଗ୍ରାମର ଗରିବ ଚାଷୀଙ୍କ ନିକଟରୁ ପ୍ରାୟ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri