ଦିଲ୍ଲୀରୁ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଗିରଫ

ଭୁବନେଶ୍ୱର,୩।୮ (ବ୍ୟୁରୋ): ଭାରତ ସମେତ ବିଭିନ୍ନ ଦେଶରେ କ୍ରେଡିଟ୍‌ ଗୋଲ୍ଡ ଲୋନ୍‌ ଆପ୍‌ ସମେତ ଅନ୍ୟାନ୍ୟ ଲୋନ ଆପ୍‌ରେ ହୋଇଥିବା ବଡ଼ଧରଣର ଠକେଇ ଓ ନିର୍ଯାତନା ମାମଲାର ତଦନ୍ତକୁ ଜୋର୍‌ଦାର କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)। ଫେରାର ଥିବା ମାଷ୍ଟରମାଇଣ୍ଡ ୩ ଚାଇନା ନାଗରିକଙ୍କ ସହଯୋଗୀ ଥିବା ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ଙ୍କୁ ଇଓଡବ୍ଲ୍ୟୁ ଦିଲ୍ଲୀରୁ ଗିରଫ କରିଛି। ସେ ହେଲେ ଗୁଡ଼ଗାଓଁ ୱେଷ୍ଟ୍‌ ଥାନା ଅନ୍ତର୍ଗତ ପଶ୍ଚିମ ବିହାର ଅଞ୍ଚଳର ନୀରଭ ଗୁପ୍ତା ଓରଫ ରମଣ। ତାଙ୍କଠାରୁ ଲାପଟପ୍‌, ମୋବାଇଲ, ସେଲ କମ୍ପାନୀ ସମ୍ବନ୍ଧୀୟ ଦସ୍ତାବିଜ୍‌ ଜବତ ହୋଇଛି। ଗତ ଶନିବାର ନୀରଭଙ୍କୁ ଗିରଫ କରାଯିବା ପରେ ନୂଆଦିଲ୍ଲୀ ତିସ୍‌-ହଜାରି କୋର୍ଟରେ ହାଜର କରାଯାଇଥିଲା। ସେଠାରୁ ଇଓଡବ୍ଲ୍ୟୁ ତାଙ୍କୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଆଣି ମଙ୍ଗଳବାର ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟକୁ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହି ମାମଲାରେ ମାଷ୍ଟରମାଇଣ୍ଡ୍‌ କୁହାଯାଉଥିବା ୩ ଚାଇନା ନାଗରିକ ସେନ୍‌ ଝେନ୍‌ହୁଆ ଓରଫ ଟୋନି, କୁଆନ୍‌ ହୋଙ୍ଗ୍‌ୱେ ଓରଫ ପୌଲ ଓ ୟାଙ୍ଗ୍‌ ହେୟିଙ୍ଗ୍‌ ଓରଫ ଡୋରିସ୍‌ଙ୍କୁ ଧରିବାକୁ ଲୁକ୍‌ ଆଉଟ୍‌ ସର୍କୁଲାର ଜାରି ହୋଇଛି। ଏହାପୂର୍ବରୁ ଅନ୍ୟତମ ସହଯୋଗୀ ତଥା ଭାରତୀୟ ମୁଖ୍ୟ ନୀତିନ ମଲ୍ଲିକ ଗିରଫ ହୋଇ ଜେଲରେ ଅଛନ୍ତି।
ଇଓଡବ୍ଲ୍ୟୁ ଏସ୍‌ପି ଦିଲୀପ ତ୍ରିପାଠୀ କହିଛନ୍ତି, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ନୀରଭ ଠକେଇ ପାଇଁ ସେଲ୍‌ କମ୍ପାନୀ ଖୋଲିବା ଦାୟିତ୍ୱରେ ଥିଲେ। ସେ କ୍ରାମଲିଙ୍ଗ୍‌ଟୋନ୍‌ ଟେକ୍ନୋଲୋଜି ପ୍ରାଇଭେଟ୍‌ ଲିମିଟେଡ୍‌, ଟୋଡଲର୍‌ ଟେକ୍ନୋଲୋଜି ପ୍ରାଇଭେଟ୍‌ ଲିମିଟେଡ୍‌, ଟ୍ୟାକ୍ସ ଡୋଲର ଟେକ୍ନୋଲୋଜି ପ୍ରାଇଭେଟ୍‌ ଲିମିଟେଡ୍‌, କେନାଇଟ୍‌ ଏଞ୍ଜେଲ୍‌ ଟେକ୍ନୋଲୋଜି ପ୍ରାଇଭେଟ୍‌ ଲିମିଟେଡ୍‌ ଓ ରୋଜ୍‌ ଇସ୍‌ଲାଣ୍ଡ୍‌ ଟେକ୍ନୋଲୋଜି ପ୍ରାଇଭେଟ୍‌ ଲିମିଟେଡ୍‌ ସମେତ ୫ଟି ସେଲ କମ୍ପାନୀ ଖୋଲିଛନ୍ତି। ଏଥିସହ ରୋହିତ୍‌ ସ୍ମାର୍ଟ ସଫ୍ଟ, ଜଗଦ୍ଦୀଶ ସ୍ମାର୍ଟ ସଫ୍ଟ ଓ କମଲ୍‌ସିଂ ସମେତ ୩ଟି (ଓପିସିଏସ୍‌) ୱାନ୍‌ ପର୍ସନ୍‌ କମ୍ପାନୀ ଖୋଲିଛନ୍ତି। ଏଥିସହ ଭାରତୀୟ ମୁଖ୍ୟ ନିତୀନଙ୍କ ସହଯୋଗରେ ମାଷ୍ଟରମାଇଣ୍ଡ୍‌ ଥିବା ଚାଇନା ନାଗରିକଙ୍କୁ ଉକ୍ତ ସେଲ୍‌ କମ୍ପାନୀ ବିକ୍ରି କରୁଥିଲେ। ପ୍ରତି କମ୍ପାନୀ ପିଛା ସେ ୩୦ ଲକ୍ଷ ଟଙ୍କା ନେଉଥିଲେ। ସେହିଭଳି କମ୍‌ ଦରମାରେ ଉକ୍ତ ସେଲ କମ୍ପାନୀର ନିର୍ଦ୍ଦେଶକ ଯୋଗାଡ଼ କରୁଥିଲେ। ନୀରଭଙ୍କ ସହଯୋଗରେ ମାଷ୍ଟରମାଇଣ୍ଡ୍‌ ଚାଇନା ନାଗରିକମାନେ ଠକେଇ ଟଙ୍କା ନେଣଦେଣ କରୁଥିଲେ। ଏଥିପାଇଁ ସେ ସେମାନଙ୍କ ମଧ୍ୟରେ ନିୟମିତ ଯୋଗାଯୋଗ ରହୁଥିଲେ। ଅଲିପେ କ୍ୟୁଆର୍‌ କୋଡ୍‌ ମାଧ୍ୟମରେ ମଧ୍ୟ ସେ ଟଙ୍କା ନେଉଥିଲେ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ଭୁବନେଶ୍ୱରର ଶକ୍ତିପ୍ରସାଦ ଦାସ ‘କ୍ରେଡିଟ୍‌ ଗୋଲ୍ଡ’ ଆପ୍‌କୁ ଡାଉନ୍‌ଲୋଡ୍‌ କରିବା ପରେ ତାଙ୍କ ପାଖକୁ ୯ ହଜାର ଟଙ୍କାର ଲୋନ୍‌ ଆସିଥିଲା। ହ୍ବାଟ୍ସଆପ୍‌ ଦ୍ୱାରା କଲ୍‌ କରାଯାଇ ୧୫ ହଜାର ୬୨୭ ଟଙ୍କା ଲୋନ୍‌ ଭରିବାକୁ କୁହାଯିବା ପରେ ସେ ରାଜି ନ ହେବାରୁ ତାଙ୍କୁ ବିଭିନ୍ନ ନମ୍ବରରେ କଲ୍‌ କରାଯାଇ ଗାଳିଗୁଲଜ ସହ ଅଶ୍ଳୀଳ ଫଟୋ ପଠାଯାଇ ମାନସିକ ନିର୍ଯାତନା ଦିଆଯାଇଥିଲା। ଅଭିଯୋଗ ପରେ ଇଓଡବ୍ଲ୍ୟୁ ଜୁଲାଇ ୨ରେ ଏକ ମାମଲା (ନଂ.୧୩/୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri