ବଦଳିବ ଜନଜାତି ସଂଗ୍ରହାଳୟ କଳେବର

ଢେଙ୍କାନାଳ ଅଫିସ, ୧୨।୩ ଢେଙ୍କାନାଳରେ ଥିବା ଜିଲାର ଏକମାତ୍ର ଜନଜାତି ସଂଗ୍ରହାଳୟର କଳେବର ବଦଳିବ। ପର୍ଯ୍ୟଟକ, ଛାତ୍ରୀଛାତ୍ରଙ୍କୁ ଆକର୍ଷିତ କରିବା ଲାଗି ଏଠାରେ ଆବଶ୍ୟକ ଭିତ୍ତିଭୂମିର ବିକାଶ କରାଯିବ। ଏଥିଲାଗି ଜିଲା ପ୍ରଶାସନ ପକ୍ଷରୁ ନୀଳନକ୍ସା ପ୍ରସ୍ତୁତ କରାଯାଇଥିବାବେଳେ ନିକଟରେ ଜିଲାପାଳ ସରୋଜ କୁମାର ସେଠୀ ଏହାର ସମୀକ୍ଷା କରିଛନ୍ତି।
ଢେଙ୍କାନାଳ ବଳରାମ ମନ୍ଦିର ନିକଟରେ ଥିବା ଜନଜାତି ସଂଗ୍ରହାଳୟ ଆଦିମ ଜନଜାତିଙ୍କ କାହାଣୀ ବଖାଣୁଛି। ଏଠାରେ ପ୍ରଦର୍ଶିତ ହେଉଛି ଜିଲାର ବିଭିନ୍ନ ଆଦିବାସୀ ସମ୍ପ୍ରଦାୟ ବ୍ୟବହାର କରୁଥିବା ବାଦ୍ୟଯନ୍ତ୍ର, ପାରମ୍ପରିକ ଅସ୍ତ୍ରଶସ୍ତ୍ର, ବେଶ ପୋଷାକ, ବାଉଁଶ ତିଆରି ମାଛଧରା ଉପକରଣ, ମାଟିପାତ୍ର ସମେତ ସେମାନେ ଦୈନନ୍ଦିନ ବ୍ୟବହାର କରୁଥିବା ଉପକରଣ। ଏଥିସହ ମୁଣ୍ଡାଘର, ସାନ୍ତାଳୀ ଘର, ଜୁଆଙ୍ଗ ଘରର ନମୁନା ମଧ୍ୟ ରହିଛି। ବନବାସୀଙ୍କ ଜନଜୀବନର ଗହନ କଥା ଜାଣିବା ଲାଗି ବିଭିନ୍ନ ସମୟରେ ଏଠାକୁ ଆସିଥାଆନ୍ତି ପର୍ଯ୍ୟଟକ, ଗବେଷକ ଏବଂ ଛାତ୍ରୀଛାତ୍ର। ତେଣୁ ଏହାକୁ ଜନଜାତି ଶିକ୍ଷା ସାଧନ କେନ୍ଦ୍ର ବୋଲି କୁହାଯାଉଛି। ଶିକ୍ଷା ବିଭାଗ ପରିଚାଳନାରେ ଥିବା ଏହି ସଂଗ୍ରହାଳୟକୁ ନୂଆ ରୂପ ଦେବାକୁ ବିଭିନ୍ନ ସମୟରେ ଦାବି ହୋଇ ଆସୁଥିଲା। ବିଳମ୍ବରେ ହେଲେ ବି ଏଥିପ୍ରତି ପ୍ରଶାସନ ଆଗ୍ରହ ଦେଖାଇଛି। ଏହାକୁ ଆକର୍ଷଣୀୟ କରିବା ଲାଗି ଆବଶ୍ୟକ ପଦକ୍ଷେପ ନିଆଯିବ। ଫଳରେ ଢେଙ୍କାନାଳ ଜିଲାରେ କେଉଁ ଆବହମାନ କାଳରୁ ରହି ଆସୁଥିବା ଜନଜାତି ବର୍ଗଙ୍କ ଜୀବନ ଜୀବିକା ସମ୍ପର୍କରେ ଏବେକାର ପିଢ଼ି ଜ୍ଞାନ ଆହରଣ କରିପାରିବେ।
ଚଳିତ ସପ୍ତାହରେ ଜିଲାପାଳ ସେଠୀ ସଂଗ୍ରହାଳୟ ପରିଦର୍ଶନ କରିବା ସହ ଏହାର ବିକାଶ ପାଇଁ କିପରି ଭିତ୍ତିଭୂମି ପ୍ରସ୍ତୁତ ହେବ ସେ ସମ୍ପର୍କରେ ସମୀକ୍ଷା କରିଥିଲେ। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ମୁଖ୍ୟ କାର୍ଯ୍ୟନିର୍ବାହୀ ତନ୍ମୟ କୁମାର ଦରୱାନ, ଜିଲା ସମନ୍ବୟ ଓ ପରିସଂଖ୍ୟାନ ବିଭାଗ ଉପନିର୍ଦ୍ଦେଶକ ସରୋଜ କୁମାର ସେଠୀ, ଜିଲା ଶିକ୍ଷା ଅଧିକାରୀ ନିବେଦିତା ପାଣି ପ୍ରମୁଖ ଉପସ୍ଥିତ ଥିଲେ। ଖୁବ୍‌ଶୀଘ୍ର ଜନଜାତି ସଂଗ୍ରହାଳୟକୁ ନୂଆ ରୂପ ଦିଆଯିବ। ଫଳରେ ଏଠାକୁ ଅଧିକ ପର୍ଯ୍ୟଟକ ଆସିବା ଲାଗି ଆଗ୍ରହୀ ହେବେ ବୋଲି ଜିଲା ଶିକ୍ଷାଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri