ସୁଖର ସନ୍ଧାନରେ ବଦଳୁଥିବା ଚରିତ୍ର

ମୀରା ବେଉରା

 

ଥରେ ସ୍ବାମିଜୀ ନଦୀରେ ସ୍ନାନ ସାରି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ବିଷାକ୍ତ କୀଟଟିଏ ତାଙ୍କ ପାପୁଲିକୁ କାମୁଡ଼ିଥାଏ। ଏତେ ମାତ୍ରାରେ କାମୁଡ଼ିଥିଲା ଯେ ପାପୁଲିର ପାଣି ପୂରାପୂରି ରକ୍ତାକ୍ତ ହୋଇଯାଇଥାଏ। ତଥାପି ସ୍ବାମିଜୀ ପୋକଟାକୁ ପାଣିରେ ନ ପକାଇ ହାତରେ ସେମିତି ଧରିଥା’ନ୍ତି। ପାଖରେ ଥିବା ଶିଷ୍ୟମାନେ ଚିତ୍କାର କରି ପୋକଟାକୁ ପାଣି ମଧ୍ୟକୁ ଫୋପାଡ଼ି ଦେବା ଉଦ୍ଦେଶ୍ୟରେ କହି ଉଠିଲେ ଯେ, ‘ସ୍ବାମିଜୀ! ପୋକଟି ଆପଣଙ୍କ ହାତକୁ ଏଭଳି କାମୁଡ଼ି ରକ୍ତ ସରସର କଲାଣି ଅଥଚ ଆପଣ ସେ ପୋକଟିକୁ ପାଣିକୁ ନ ଫୋପାଡ଼ି ହାତ ପାପୁଲିରେ ଧରିଛନ୍ତି? ସ୍ବାମିଜୀ ହସି ହସି ଉତ୍ତର ଦେଲେ ”ଯଦି କ୍ଷୁଦ୍ର ପୋକଟାଏ ତା’ର ସ୍ବଭାବକୁ ତଥା ଧର୍ମକୁ ଛାଡ଼ିପାରୁନି, ମୁଁ ପୁଣି ସାଧୁ ହୋଇ କିଭଳି ମୋର ସ୍ବଭାବକୁ ତ୍ୟାଗ କରିପାରିିବି?“ ସେଦିନ ସ୍ବାମିଜୀ ନିଜ ଧର୍ମ ରକ୍ଷାକରି ସେହି ପୋକଟିକୁ ବଞ୍ଚାଇ ପ୍ରକୃତ ଆନନ୍ଦ ଅନୁଭବ କରିଥିଲେ। ଅନ୍ୟକୁ ସୁଖ ଦେଇ ତାଙ୍କର ଧର୍ମ ପାଳନ କରିଥିଲେ।
ସେଦିନ ସ୍ବାମିଜୀ ସ୍ପଷ୍ଟ କରିଦେଇଥିଲେ ଯେ ମୋ’ ପାଖରେ ଯାହା ଧର୍ମ ଅଛି, ସ୍ବଭାବ ଅଛି ତାକୁ ଭଲ ପାଇବାଠାରୁ ବରଂ ଅନ୍ୟମାନଙ୍କ ପାଖରେ ଥିବା ସ୍ବଭାବ ବା ଧର୍ମ ଅଛି, ତାକୁ ଭଲ ପାଇ ସମ୍ମାନ ଦେବା ଉଚିତ। ପ୍ରକୃତରେ ଅନ୍ୟକୁ ଖୁସି କରିବାର ସାମର୍ଥ୍ୟ ହେଉଛି ସଫଳତାର ମୂଲ୍ୟବାନ ସମ୍ପତ୍ତି। ଆମ୍ଭମାନଙ୍କୁ ଅମାପ ସମ୍ପତ୍ତି ଯେଉଁ ସୁଖ ସମୃଦ୍ଧି ଦେଇ ନ ପାରିବ ତାହା ଅନ୍ୟକୁ ସାହାଯ୍ୟ କରିବା ଦ୍ୱାରା ସେ ଆନନ୍ଦ ଆମେ ପ୍ରାପ୍ତ ହୋଇପାରିବା। ସ୍ବାମିଜୀଙ୍କ ପରି ଆନନ୍ଦଦାୟକ ବ୍ୟକ୍ତିତ୍ୱ ଦ୍ୱାରା ଆମେ ଖୁବ୍‌ ପ୍ରଭାବିତ ହୋଇଥାଉ। ବନ୍ଧୁଗଣ! ସତରେ ଅନ୍ୟକୁ ଆନନ୍ଦ ଦେବା ଏକ ଦିବ୍ୟ ତଥା ଅମୂଲ୍ୟଗୁଣ।
ଲର୍ଡ ଚେଷ୍ଟର ଫିଲ୍ଡ କୁହନ୍ତି, ‘ଅନ୍ୟକୁ ଖୁସି କରିବା ଏକ ଉପହାର ଏବଂ ଏହା ଏକ ବିରାଟ ସାମାଜିକ ଗୁଣ।’ ଡକ୍ଟର ଚାର୍ଲସ ଆକେଡ୍‌ ମଧ୍ୟ କହିଛନ୍ତିି, ଯଦି ତୁମେ ଧନୀ ନୁହଁ, ତେବେ ଅନ୍ୟର ସମ୍ପତ୍ତି ଦେଖି ଆନନ୍ଦିତ ହୁଅ, ଯଦି ତୁମର ପ୍ରତିଭା ନାହିଁ, ଦେଖିବ ଯେ ଅତି ଆଶ୍ଚର୍ଯ୍ୟ ଜନକ ଭାବରେ ତୁମେ ଅନ୍ୟର ପ୍ରତିଭା ଦେଖି ଖୁସି ହେବ।
ଆୟର୍ଲାଣ୍ଡସ୍‌ର ପ୍ରସିଦ୍ଧ କବି ଗୋଲ୍‌ଡ ସ୍ମିଥ୍‌ ତାଙ୍କ ବହି ‘ପୃଥିବୀର ନାଗରିକ’ରେ ଲେଖିଛନ୍ତି ଯେ ଚାଇନା ଦେଶର ଜଣେ ରାଜ କର୍ମଚାରୀ ହୀରା ଅଳଙ୍କାରରେ ସଜ୍ଜିତ ହୋଇ ଗୋଟେ ଜନଗହଳି ସ୍ଥାନରେ ପହଞ୍ଚତ୍ଲେ। ଗହଳି ଭିତରୁ ତାଙ୍କର ଚକ୍‌ଚକ୍‌ କରୁଥିବା ହୀରାର ଭୂଷଣ ଦେଖି ଜଣେ ତାଙ୍କୁ ଖୁବ୍‌ ପ୍ରଶଂସା କଲେ। ସେହି ସମୟରେ ମାଗାସିନ ନାମକ ଜଣେ ରାଜକର୍ମଚାରୀ ଆଶ୍ଚର୍ଯ୍ୟ ହୋଇ ପଚାରିଲେ , ‘ମୁଁ ତୁମକୁ ମୋ ହୀରା ଅଳଙ୍କାରରୁ ଗୋଟିଏ ବି ଦେଇନାହିଁ, ଅଥଚ ତୁମେ ଏତେ ଖୁସି ହୋଇ ମୋତେ ପ୍ରଶଂସା କରୁଛ କାହିଁକି?’ ଲୋକଟି ଉତ୍ତରରେ କହିଲା, ”ତୁମେ ଯେ ମୋତେ ତୁମର ସେହି ଅଳଙ୍କାର ଓ ତୁମର ତଜ୍ଜନିତ ସୁନ୍ଦର ରୂପକୁ ମୋତେ ଦେଖିବାକୁ ସୁଯୋଗ ଦେଇଛ, ଏହା କ’ଣ ମୋ ପାଇଁ କମ୍‌ କି? ଅଳଙ୍କାର ତୁମର। ତାହା ମୋର ନୁହେଁ, ମାତ୍ର ତୁମର ସେହି ଅଳଙ୍କାର ଭୂଷିତ ଚେହେରାକୁ ଦେଖି ମୁଁ ଯେଉଁ ଆନନ୍ଦ ଅନୁଭବ କରୁଛି, ତାହା ଅବର୍ଣ୍ଣନୀୟ। ତୁମ ଓ ମୋ ଭିତରେ ପାର୍ଥକ୍ୟ ହେଲା ଯେ ତୁମେ ଖୁସି ନାହଁ, ମାତ୍ର ମୁଁ ଖୁସି ଅଛି। ତୁମର ଐଶ୍ୱର୍ଯ୍ୟ ଦେଖାଇବାରେ ଅହମିକା ଅଛି, ମୋର ଅନ୍ୟର ଐଶ୍ୱର୍ଯ୍ୟ ଦେଖି ଆନନ୍ଦ ପ୍ରାପ୍ତିର ମନ ଅଛି।“
ସେହିପରି ଆମେରିକାର ପ୍ରସିଦ୍ଧ କବି ଓ ସାହିତି୍ୟକ ୱାଶିଂଟନ ଉଇଭିଙ୍ଗ୍‌ ଫ୍ରାନ୍ସର ଜଣେ ଦୁର୍ଗପତିଙ୍କ କଥା ଲେଖିଛନ୍ତି। ଦୁର୍ଗପତିଙ୍କ ବିରାଟ ପ୍ରାସାଦ ଯେତେବେଳେ ନଷ୍ଟ ହୋଇଥିଲା ସେତେବେଳେ ସେ ଦୁଃଖ ପ୍ରକାଶ କରି ନ ଥିଲେ। ବରଂ କହିଥିଲେ ‘ଇସେନବର୍ଗ ପରି ଆଶ୍ରୟ ସ୍ଥଳ ତ ଅଛି, ସେଣ୍ଟ କ୍ଲାଉଡ୍‌ ଚର୍ଚ୍ଚ ତ ଅଛି।’ ଆହୁରି କହିଥିଲେ ଯେ, ସେ ଯେତେବେଳେ ସୁନ୍ଦର ବଗିଚା ଦେଇ ଯାଆନ୍ତି ବଗିଚା ମାଲିକଙ୍କୁ ପ୍ରଶଂସା କରି ଖୁସିରେ ଫାଟିପଡ଼ନ୍ତି। ସେ ଯୁକ୍ତି ବାଢ଼ନ୍ତି ଯେ ବଗିଚା ଯଦି ଧନୀଙ୍କର ତା’ର ସୌନ୍ଦର୍ଯ୍ୟ ଆମର କାହିଁକି ନ ହେବ? ବୃକ୍ଷଲତାର ସୌନ୍ଦର୍ଯ୍ୟ, ସବୁଜ ଘାସ, ଗଛରେ ଫୁଟୁଥିବା ଫୁଲ- ଏସବୁକୁ ସେ ନିଜର ବୋଲି ଭାବନ୍ତି। ପ୍ରକୃତରେ ସବୁ ସ୍ଥଳରୁ ଆନନ୍ଦ ପାଇବାର କ୍ଷମତା ହେଉଛି ସର୍ବଶକ୍ତିମାନ ଈଶ୍ୱରଙ୍କ ଦାନ। ଏହା ଆମ କ୍ଷୁଦ୍ର ଜୀବନକୁ ବିଶାଳ କରେ, ଅଭିଜ୍ଞତାକୁ ବଢ଼ାଏ। ଚରିତ୍ରର ସର୍ବାଙ୍ଗୀନ ଉନ୍ନତି ସାଧନ କରେ।
ଏହି ପ୍ରସଙ୍ଗ ଏଠାରେ ଉପସ୍ଥାପିତ କରିବାର ଉଦ୍ଦେଶ୍ୟ ହେଉଛି, ସମାଜରେ ଏଭଳି ଅନେକ କ୍ଷମତାଶାଳୀ ଲୋକ ଅଛନ୍ତି, ଯେଉଁମାନେ କ୍ଷମତା ବଳରେ ଏତେ ସ୍ବାର୍ଥପର, କୃପଣ, ଅସହିଷ୍ଣୁ, ଧର୍ମାନ୍ଧ, ସନ୍ଦେହୀ ହୋଇପଡ଼ିଛନ୍ତି ଯେ ସେମାନେ କେବେହେଲେ ହୃଦୟ ଖୋଲି କାହା ସହିତ କଥାବାର୍ତ୍ତା କରିପାରନ୍ତି ନାହିଁ କି ଅନ୍ୟକୁ ଭଲ ପାଇ ପାରନ୍ତି ନାହିଁ। ତାଙ୍କ ଚତୁଃପାର୍ଶ୍ୱରେ ଥିବା ପ୍ରାକୃତିକ ସାୈନ୍ଦର୍ଯ୍ୟକୁ ଉପଲବ୍ଧି କରିପାରନ୍ତି ନାହିଁ। ସେଥିପାଇଁ ତ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଆବ୍ରାହମ ଲିଙ୍କନ କହିଥିଲେ, କ୍ଷମତା ବଳରେ ଅନ୍ୟକୁ ଶାସନ କରି ଅନ୍ୟକୁ ଅପମାନିତ କରି କେହି କେବେ ଆନନ୍ଦପ୍ରାପ୍ତ କରିପାରିବେ ନାହିଁ। ଅନ୍ୟକୁ ଆନନ୍ଦ ଦେଲେ ହିଁ ଆମକୁ ଆନନ୍ଦ ମିଳିବ। ଆନ୍ତରିକତାର ସହ ନିଜର ଧର୍ମ ଓ କର୍ତ୍ତବ୍ୟ ସଂପାଦନ କରିବା ବ୍ୟକ୍ତି ସୁଖର ସନ୍ଧାନ କରେ ନାହିଁ, ବରଂ ସୁଖ ଓ ସମୃଦ୍ଧି ତା’ ପଛରେ ଧାଉଁଥାଏ। କିନ୍ତୁ ଯେଉଁମାନେ ଅନ୍ୟ ପ୍ରତି ଈର୍ଷାପରାୟଣ ହୋଇ ହିଂସାର ଆଚରଣ କରନ୍ତି, ସେଭଳି ଚରିତ୍ରମାନେ ସବୁବେଳେ ନିରସ ଓ ଶୁଷ୍କ ଜୀବନଧାରଣ କରିଥା’ନ୍ତି। ନିଃସ୍ବାର୍ଥପର ଏବଂ ବିଶାଳ ହୃଦୟ ହେଲେ ହେଁ ପ୍ରକୃତ ସୁଖକୁ ଓ ସୌନ୍ଦର୍ଯ୍ୟକୁ ଅନୁଭବ କରିପାରିବା। ଯଦିଓ ଆମେ ସହରର ସୁନ୍ଦର ପାର୍କ, ଗ୍ୟାଲେରିର ଚିତ୍ର, ବଡ଼ ବଡ଼ ପ୍ରାସାଦ, ସୁନ୍ଦର ପର୍ବତ, ବହି ଯାଉଥିବା ନଦୀ, ଫୁଲ-ଫଳ ଭରା ବୃକ୍ଷର ମାଲିକ ନୁହେଁ, ତଥାପି ଏସବୁ ଦେଖି ଆମେ ଖୁସି ଓ ଆନନ୍ଦ ହେବା ଆବଶ୍ୟକ। ଯିଏ ଅନ୍ୟର ସୌନ୍ଦର୍ଯ୍ୟରେ ବା ଅନ୍ୟର ଖୁସିରେ ଆନନ୍ଦପ୍ରାପ୍ତ ହୁଏ; ତାହା ହିଁ ପ୍ରକୃତ ଖୁସି ପାଇବାର ରହସ୍ୟ।
ରଘୁନାଥ ଜୀଉ ମହାବିଦ୍ୟାଳୟ, ଦେଉଳସାହି, କଟକ
ମୋ: ୭୮୪୬୯୨୧୪୦୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri