ଜନସଂଖ୍ୟାରେ ପରିବର୍ତ୍ତନ

ଜନ୍ମ ହାର ହ୍ରାସ ଏବଂ ଲାଇଫ ଏକ୍ସପେକ୍ଟାନ୍ସି ବା ସମ୍ଭବ୍ୟ ଆୟୂଷ ବୃଦ୍ଧିର ପ୍ରଭାବ ଜର୍ମାନୀ, ଇଟାଲୀ ଏବଂ ଜାପାନ ଭଳି ବିକଶିତ ଅର୍ଥ ବ୍ୟବସ୍ଥାରେ ବଢୁଥିବା ଦେଖାଯାଉଛି। ଶ୍ରମ ବଜାର ଭାଗୀଦାରି ସୀମିତ ହେବା ସହ ଶ୍ରମିକ ଅଭାବ ଅଧିକ ଜଟିଳ ହୋଇଛି ଏବଂ ପରିବାରଗୁଡ଼ିକ ବୟସ୍କ ଲୋକଙ୍କର ସେବା ପାଇଁ ସଂଘର୍ଷ କରୁଛନ୍ତି। କେତେକ ଅଞ୍ଚଳରେ ଛାତ୍ର ସଂଖ୍ୟା ହ୍ରାସ ଯୋଗୁ ସ୍କୁଲ ବନ୍ଦ କରିବାକୁ ପଡ଼ିଛି। ଦକ୍ଷିଣ କୋରିଆ ଏହାର ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ। ୨୦୨୩ରେ ଦେଶର ମୋଟ ଫର୍ଟିଲିଟି ରେଟ୍‌ ( ପ୍ରଜନନ ହାର ବା ଜଣେ ମହିଳାଙ୍କ ଜୀବନର ପ୍ରଜନନକ୍ଷମ ବୟସ ମଧ୍ୟରେ ଜନ୍ମ ହେଉଥିବା ହାରାହାରି ସନ୍ତାନ ସଂଖ୍ୟା) ଅଧିକ ହ୍ରାସ ପାଇ ୦.୭ ରହିଥିଲା। ଜନ୍ମହାର ହ୍ରାସ ଯୋଗୁ ବୟସ୍କଙ୍କ ସଂଖ୍ୟା ବୃଦ୍ଧି କେବଳ ବିକଶିତ ଅର୍ଥ ବ୍ୟବସ୍ଥାଗୁଡ଼ିକରେ ସୀମିତ ରହି ନାହିଁ। ଗୋଟିଏ କିମ୍ବା ଦୁଇଟି ପିଢି ମଧ୍ୟରେ, ଅନେକ ବିକାଶଶୀଳ ଅର୍ଥ ବ୍ୟବସ୍ଥା ମଧ୍ୟ ସମାନ ପ୍ରକାର ସମସ୍ୟା ସମ୍ମୁଖୀନ ହେବାର ସମ୍ଭାବନା ରହିଛି।
ମ୍ୟାକିନ୍‌ସେ ଗ୍ଲୋବାଲ ଇନଷ୍ଟିଚ୍ୟୁଟ୍‌ (ଏମ୍‌ଜିଆଇ)ର ସଦ୍ୟ ପ୍ରକାଶିତ ରିପୋର୍ଟରେ ଆମେ ଏହି ଜନସାଂଖିକ ପରିବର୍ତ୍ତନକୁ ତିନିଟି ପୃଥକ ଓ୍ବେ୍ବଭ ବା ଲହରରେ ବିଭକ୍ତ କରିଛୁ। ପ୍ରଥମ ଲହରଟି ବିକଶିତ ଦେଶଗୁଡ଼ିକ ସମେତ ପୂର୍ବ ୟୁରୋପ ଓ ଚାଇନାକୁ ମାଡ଼ିଗଲାଣି, ଯେଉଁଠି ଓ୍ବାକିଂ ଏଜ ପପୁଲେସନ (୧୫ରୁ ୬୪ ବର୍ଷ ମଧ୍ୟରେ କାମ କରିବାକୁ ସକ୍ଷମ ବ୍ୟକ୍ତିଙ୍କ ସଂଖ୍ୟା) ୨୦୧୦ ସୁଦ୍ଧା ବୃଦ୍ଧି ପାଇଥିଲା ଓ ପରେ ତାହା ଧୀରେ ଧୀରେ କମିବାରେ ଲାଗିଛି। ଫଳରେ ଏହିସବୁ ଅର୍ଥ ବ୍ୟବସ୍ଥାରେ ମୁଣ୍ଡପିଛା ଜିଡିପି ଅଭିବୃଦ୍ଧି ମନ୍ଥର ହେବା ସହ ୨୦୫୦ ସୁଦ୍ଧା ବାର୍ଷିକ ହାରାହାରି ୦.୪ ପ୍ରତିଶତ ପଏଣ୍ଟ ହେବ ବୋଲି ଆକଳନ କରାଯାଇଛି କିମ୍ବା କେତେକ ଦେଶରେ ଏହା ୦.୮ ପ୍ରତିଶତ ହୋଇପାରେ। ଏବେ ପେନ୍‌ସନଭୋଗୀଙ୍କ ପାଇଁ ପାଣ୍ଠି ଯୋଗାଡ଼ରେ ୩୦ ପ୍ରତିଶତ ଶ୍ରମ ଆୟ ଉପଯୋଗ ହେଉଥିବାବେଳେ ଏହି ସଂଖ୍ୟା ମଧ୍ୟ ୨୦୫୦ ସୁଦ୍ଧା ପାଖାପାଖି ୫୦ ପ୍ରତିଶତ ବୃଦ୍ଧି ପାଇପାରେ। ଦ୍ୱିତୀୟ ଜନସାଂଖିକ ଲହର ଆଗାମୀ ଦଶନ୍ଧିରେ ବିକାଶଶୀଳ ଦେଶଗୁଡ଼ରେ ନକାରାତ୍ମକ ପ୍ରଭାବ ପକାଇବ। ସବ-ସହାରାନ ଆଫ୍ରିକା (ସାହାରା ମରୁଭୂମିର ଦକ୍ଷିଣରେ ଥିବା ଆଫ୍ରିକା ମହାଦେଶର ଦେଶଗୁଡ଼ିକ) ବ୍ୟତୀତ ସବୁଠି କାମ କରିବାରେ ସକ୍ଷମ ଲୋକଙ୍କ ସଂଖ୍ୟା ଶୀର୍ଷରେ ପହଞ୍ଚିବାରୁ ଏଭଳି ଘଟିବ ।
୨୦୫୦ ସୁଦ୍ଧା ତୃତୀୟ ଲହର ଆସିଲେ ସବ୍‌-ସହାରାନ ଆଫ୍ରିକାରେ ଏହା ଶୀର୍ଷରେ ପହଞ୍ଚିବ। ତେବେ ସବ୍‌-ସହାରାନ ଆଫ୍ରିକା ବାହାରେ ୮୯ଟି ବିକାଶଶୀଳ ଦେଶ ମଧ୍ୟରୁ ପାଖାପାଖି ଅଧାରେ ପ୍ରଜନନ ହାର କମିଯାଇଛି। ଫଳରେ ୬୫ ବର୍ଷ କିମ୍ବା ଏହାଠାରୁ ଅଧିକ ବୟସ୍କଙ୍କ ତୁଳନାରେ ଏବେ କାର୍ଯ୍ୟକ୍ଷମ ବ୍ୟକ୍ତିଙ୍କ ଅନୁପାତ ହ୍ରସ ପାଉଛି। ବିକାଶ ପଥେରେ ଥିବା ଅର୍ଥ ବ୍ୟବସ୍ଥା ଭବେ ଚାଇନାରେ ଏବେ ଅବସରପ୍ରାପ୍ତ ଲୋକଙ୍କ ତୁଳନାରେ ୪.୮ ପ୍ରତିଶତ କାର୍ଯ୍ୟକ୍ଷମ ଲୋକ ଅଛନ୍ତି। ଏହା ଆମେରିକାର ଅନୁପାତଠାରୁ ଦୂରରେ ନାହିଁ। ୨୦୫୦ ସୁଦ୍ଧା, ଚାଇନାରେ ପେନସନର ଓ କାର୍ଯ୍ୟକ୍ଷମ ବୟସର ବ୍ୟକ୍ତିଙ୍କ ଅନୁପାତ ୧.୯କୁ ଖସି ଫ୍ରାନ୍ସ ( ୨.୦) ଏବଂ ଆମେରିକା (୨.୬) ତଳେ ରହିବ ବୋଲି ଆକଳନ କରାଯାଇଛି।
ଜନସାଂଖିକ ପରିବର୍ତ୍ତନ ଅନ୍ୟସବୁ ବିକାଶଶୀଳ ଅର୍ଥ ବ୍ୟବସ୍ଥାରେ ମନ୍ଥର ଗତିରେ ହେଉଥିବା ଦେଖାଯାଉଛି। କିନ୍ତୁ ଥାଇଲାଣ୍ଡର ଶ୍ରମିକ ଓ ପେନସନଭୋଗୀଙ୍କ ଅନୁପାତ ପାଞ୍ଚ ବର୍ଷ ମଧ୍ୟରେ ୩.୯କୁ ଖସିବ ବୋଲି ଆକଳନ କରାଯାଇଛି। ବ୍ରାଜିଲ ଏହି ସ୍ତରକୁ ୧୬ ବର୍ଷରେ ଏବଂ ଭାରତ ୩୩ ବର୍ଷରେ ଛୁଇଁବ। ତେବେ ଏହି ତିନୋଟି କ୍ଷେତ୍ରରେ ମୁଣ୍ଡପିଛା ଜିଡିପି ଉଚ୍ଚ ଆୟ ବର୍ଗର ଦେଶଗୁଡ଼ିକ ତୁଳନାରେ ବହୁତ କମ୍‌ ରହିଛି। ଏହିିସବୁ ପରିବର୍ତ୍ତନ ବିକାଶୀଳଦେଶ ସାମ୍ନାରେ ବଡ଼ ଆହ୍ବାନ ଭାେ ବଉଭା ହୋଇଛି। ସେମାନେ ବୃଦ୍ଧର ଦେଶ ହେବା ପୂର୍ବରୁ ଧନୀ ହେବା ଦରକାର। ବିଗତ ୨୫ ବର୍ଷ ମଧ୍ୟରେ ଅନୁକୂଳ ଜନସାଂଖିକ ଧାରା ଯୋଗୁ ଭାରତରେ ମୁଣ୍ଡପିଛ୍‌ା ଜିଡିପି ବାର୍ଷିକ ହାରାହାରି ୦.୭ ପ୍ରତିଶତ ପଏଣ୍ଟ ଏବଂ ଲାଟିନ ଆମେରିକାରେ ୦.୫ ପ୍ରତିଶତ ବୃଦ୍ଧି ଘଟିଛି। କିନ୍ତୁ ଡେମୋଗ୍ରାଫିକ ଡିଭିଡେଣ୍ଡ ଆସନ୍ତା ୨୫ ବର୍ଷ ମଧ୍ୟରେ ବାର୍ଷିକ ଜିଡିପି ଅଭିବୃଦ୍ଧିରୁ ୦.୨ ପ୍ରତିଶତ ପଏଣ୍ଟ କମିବ ଏବଂ ଲାଟିନ ଆମେରିକାରେ ଏହା ଶୂନ୍ୟ ହୋଇଯିବ ବୋଲି ଆକଳନ କରାଯାଇଛି। ଏଣୁ ବିକାଶାଳ ଦେଶଗୁଡ଼ିକ କ’ଣ କରିପାରିବେ? ଯେଉଁମାନେ ସୁଧାରିବା ପାଇଁ ପଦକ୍ଷେପ ନେଉଛନ୍ତି ସେମାନେ ଉତ୍ପଦେନ ବୃଦ୍ଧି କରିବା ଦରକାର। ଏମାନଙ୍କର ଉତ୍ପାଦକତା ଧନୀ ଦେଶଗୁଡ଼ିକଠାରୁ ବହୁ ପଛରେ ରହିଛି। ଧନୀ ଦେଶଗୁଡ଼ିକରେ ଏହା ଘଣ୍ଟାକୁ ୬୦ ଆମେରିକୀୟ ଡଲାର ଥିବାବେଳେ ସବ-ସାହାରାନ ଆଫ୍ରିକାକୁ ବାଦଦେଲେ ଅନ୍ୟ ବିକାଶଶୀଳ ଦେଶରେ ଘଣ୍ଟାକୁ ଏହା ହାରାହାରି ୧୩ କିମ୍ବା ୧୮ ଡଲାର ଅଛି।
ବିକାଶଶୀଳ ଅର୍ଥ ବ୍ୟବସ୍ଥାଗୁଡ଼ିକ ନିବେଶ କରି ଉତ୍ପାଦକତା ବୃଦ୍ଧି କରିପାରିବେ। ଅଧିକ ଉତ୍ପଦକତା ଅଧିକ ନିବେଶକୁ ମଧ୍ୟ ଆକର୍ଷିତ କରିବ। ଏହା ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ କ୍ରୟ କ୍ଷମତା ବଢାଇବ। କମ୍ପାନୀଗୁଡ଼ିକୁ ଉତ୍ପାଦନ ବୃଦ୍ଧି କରିବାକୁ ସକ୍ଷମ କରାଇବ। ଉତ୍ପାଦନଭିତ୍ତିକ ଲାଭ ବ୍ୟତୀତ ବିକାଶଶୀଳ ଦେଶଗୁଡ଼ିକ ଜନସାଂଖିକ ପରିବର୍ତ୍ତନର ପ୍ରଭାବକୁ ହ୍ରାସ କରିବା ପାଇଁ ବିଶେଷକରି ମହିଳା ଶ୍ରମଶକ୍ତି ଭାଗୀଦାରିକୁ ବଢାଇବାକୁ ହେବ। ମଧ୍ୟମ ଆୟ ବର୍ଗର ବିକାଶଶୀଳ ଅର୍ଥ ବ୍ୟବସ୍ଥାରେ ୨୦-୪୯ ବୟସ୍କ ମହିଳାଙ୍କ ଶ୍ରମଶକ୍ତି ଭାଗୀଦାରି ହାର ପାଖପାଖି ୬୦ ପ୍ରତିଶତରେ ସ୍ଥିର ରହିଛି, କିନ୍ତୁ ସବୁ ଉନ୍ନତ ଅର୍ଥ ବ୍ୟବସ୍ଥାରେ ଏହା ୮୦ ପ୍ରତିଶତ ।
ଜନସଂଖ୍ୟାରେ ହେଉଥିବା ପରିବର୍ତ୍ତନ ଉଚିତ ମାର୍ଗରେ ସଞ୍ଚାଳିତ କରିବା ପାଇଁ ବିକାଶଶୀଳ ଦେଶର ସରକାର ଏବଂ ବ୍ୟବସାୟିକ ସଂସ୍ଥାଗୁଡ଼ିକ ବିକଶିତ ଦେଶଗୁଡ଼ିକର ରଣନୀତି ଏବଂ ଅଭିଜ୍ଞତାରୁ ଶିକ୍ଷା ନେବା ଦରକାର। ଦୁଇଟି ଶିକ୍ଷା ଉଲ୍ଲେଖନୀୟ। ପ୍ରଥମଟି ହେଉଛି, ବିକାଶଶୀଳ ଦେଶସବୁ ନିଶ୍ଚିତ ହେବାକୁ ପଡ଼ିବ ଯେ, ସେମାନଙ୍କ ଯୁବପିଢି ବୈଶ୍ୱିକ ସ୍ତରରେ ପ୍ରତିଯୋଗିତା କରିବା ସ୍ଥିତିରେ ଅଛନ୍ତି। ଏହା ସହ ସେମାନଙ୍କୁ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିିବାକୁ ହେବ। ମାନବ ପୁଞ୍ଜି ଓ କୌଶଳ ବିକାଶରେ ନିବେଶ ବୃଦ୍ଧିର ଆବଶ୍ୟକତା ରହିଛି। ଏ କ୍ଷେତ୍ରରେ ପ୍ରାଇଭେଟ ସେକ୍ଟରଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇ ପାରିବେ। ଅତ୍ୟଧୁନିକ କମ୍ପାନୀ ପ୍ରତିଷ୍ଠା କରିବା ଲାଗି ସେମାନଙ୍କ ପାଖରେ ସୁଯୋଗ ଅଛି। ଏମଜିଆଇ ଗବେଷଣାରୁ ଜଣାପଡ଼ିଛି ଯେ,ଏଥିପାଇଁ ବୃହତ ପ୍ରତିଦ୍ୱନ୍ଦ୍ୱୀ ଫାର୍ମଗୁଡ଼ିକୁର ଭୂମିକା ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଏଭଳି ଏକ ବିଜନେସ ସୃଷ୍ଟି କରିବା ପାଇଁ ସହଯୋଗୀ ପରିବେଶ ଦରକାର। ଏହା ସହ ଦଢ଼ ବ୍ୟବସ୍ଥା ଓ ଭରସା ଯୋଗ୍ୟ ଭୌତିକ ତଥା ଡିଜିଟାଲ ଭିତ୍ତିଭୂମି ମଧ୍ୟ ଲୋଡ଼ା। ଶକ୍ତିଶାଳୀ ମେଧାର ସୁରକ୍ଷା ହେବା ସହିତ ନିବେଶ ଓ ଭାଗୀଦାରି ଉବଲବ୍ଧ ହେବା ଆବଶ୍ୟକ।
ବିକାଶଶୀଳ ଦେଶଗୁଡ଼ିକ ପାଇଁ ଦ୍ୱିତୀୟ ଶିକ୍ଷା ହେଉଛି, ସେମାନଙ୍କୁ ଏକ ପ୍ରଭାବୀ ଓ ସ୍ଥାୟୀ ସାମାଜିକ ସହଯୋଗୀ ବ୍ୟବସ୍ଥା ବିକାଶ କରିବାକୁ ପଡ଼ିବ। ଅନେକ ବିକାଶଶୀଳ ଅର୍ଥ ବ୍ୟବସ୍ଥାରେ ବୟସ୍କ ଲୋକଙ୍କୁ ସହଯୋଗ କରିବାର ବ୍ୟବସ୍ଥା ଏଯାବତ ଅନଓୌପଚାରିକ ଓ ପାରିବାର ଆଧାରିତ ହୋଇ ରହିଛି। ଏହିସବୁ ଦେଶର ବୟସ୍କ ଜନସଂଖ୍ୟାରେ ବରିଷ୍ଠ ନାଗରିକଙ୍କ ଅଂଶ ବୃଦ୍ଧି ପାଉଥିବାରୁ ଏଭଳି ପରମ୍ପରିକ ବ୍ୟବସ୍ଥା ଚାପରେ ରହିବ। ବିକଶିତ ଦେଶସବୁ ବରିଷ୍ଠ ନାଗରିକଙ୍କ ସେବାର ମୂଲ୍ୟକୁ ନେଇ ବଢୁଥିବା ସରକାରୀ ଋଣରୁ ମୁକୁଳିବାକୁ ଚେଷ୍ଟା କରୁଛନ୍ତି। ବିତ୍ତୀୟ ସେବାର ସମାନ ସୁଯୋଗ ଏବଂ ଘରୋଇ ସଞ୍ଜୟ ତଥା ଧନ ବୃଦ୍ଧି ପାଇଁ ପଦକ୍ଷେପରେ ଉନ୍ନତି ଅଣାଯାଇପାରିଲେ ବିକାଶଶୀଳ ମାର୍କେଟ ବୟସ୍କ ନାଗରିକଙ୍କୁ ସହଯୋଗ କରିବା ପାଇଁ ବ୍ୟବସ୍ଥା ସୃଷ୍ଟି କରିପାରିବ। ସ୍ବାସ୍ଥ୍ୟ ଏବଂ ଯୁବପିଢ଼ି ଓ ମଧ୍ୟବ ବୟସ୍କ ନାଗରିକଙ୍କ ଉପରେ ନିବେଶ କରି ଏହା କରିପାରିବେ। ତେବେ ଏହା ନିଶ୍ଚିତ କରିବାକୁ ହେବ ଯେ, କର୍ମଚାରୀମାନେ ସକ୍ରିୟ ଓ ଅଧିକ ଉତ୍ପାଦନକ୍ଷମ ହୋଇଥିବେ। ନୀତିନିର୍ଦ୍ଧାରକମାନେ ନିୟମିତ କାର୍ଯ୍ୟକୁ ଉତ୍ସାହିତ କରିବାକୁ ପଡ଼ିବ । ଅଧିକରୁ ଅଧିକ ନାଗରିକ ସ୍ବାସ୍ଥ୍ୟକର ଖାଦ୍ୟ ଏବଂ ଉଚ୍ଚମାନର ସ୍ବାସ୍ଥ୍ର ସେବା କିଭଳି ପାଇପାରିବେ ତାହା ମଧ୍ୟ ନିଶ୍ଚିତ କରିବାକୁ ହେବ। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ନୀତି ନିର୍ଦ୍ଧରକମାନେ ଏହା ମଧ୍ୟ ମନେ ରଖିବା ଉଚିତ ଯେ, ଜନସଂଖ୍ୟାରେ ହେଉଥିବା ପରିବର୍ତ୍ତନ ସୁନାମୀ ଭଳି କ୍ଷତି କରେ ନାହିଁ ; ଏହା ଧୀରେ ଧୀରେ ହୋଇଥାଏ , ଠିକ୍‌ ଜୁଆର ଭଳି। ଏହାର ପୂର୍ବାନୁମାନ କରି ପାରିଲେ ଲାଭ ମିଳିବ। କ୍ଷତିର ପରିଣାମ ଅଣାୟତ୍ତ ହେବା ପୂର୍ବରୁ ତ୍‌ଏହାର ମନ୍ଥର ଗତିକୁ ରୋକାଯାଇପାରିବ । ବିକାଶ୍ଶୀଳ ଅର୍ଥ ବ୍ୟବସ୍ଥାଗୁଡ଼ିକ ପାଖରେ ଏବେ ମଧ୍ୟ ସମୟ ରହିଛି, କିନ୍ତୁ ସେମାନେ ଏବେ ସମସ୍ୟାରେ ରହିଛନ୍ତି।

ଅନୁ ମାଡଗାଭକର

ପାର୍ଟନର, ମ୍ୟାକିନସେ ଗ୍ଲୋବାଲ ଇନଷ୍ଟିଚ୍ୟୁଟ (ନ୍ୟୁୟର୍କ)

ମାର୍କ କାନାଲ ନୋଗୁଏର

ସିନିୟର ଫେଲୋ,ମ୍ୟାକିନସେ
ଗ୍ଲୋବାଲ ଇନଷ୍ଟିଚ୍ୟୁଟ (ବାର୍ସେଲୋନା)


Enter your email to get our daily news in your inbox.

All Right Reserved By Dharitri.Com

ବୈଜ୍ଞାନିକ ଦୃଷ୍ଟିକୋଣ

ବିଜ୍ଞାନ ଯୁଗର ବୈଜ୍ଞାନିକମାନଙ୍କୁ ଦେଖିଲେ ଆମେ ବିଜ୍ଞାନଠାରୁ ଅନେକ ଦୂରରେ ରହିଲା ପରି ମନେହୁଏ। ଆମେ ଭାବୁ, ବିଜ୍ଞାନ କେବଳ ବୈଜ୍ଞାନିକର ସମ୍ପତ୍ତି। କାହିଁକି ନା ବିଜ୍ଞାନ…

ମାତୃଭାଷା ଓ ସାମଗ୍ରିକ ପ୍ରଗତି

ଜଗତୀକରଣ, ପ୍ରଯୁକ୍ତି ବିପ୍ଳବ ଓ ଆର୍ଥିକ ପ୍ରତିସ୍ପର୍ଦ୍ଧାର ଏହି ଯୁଗରେ ଭାଷା ପ୍ରଶ୍ନ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଉଠିଛି। ସରକାରଙ୍କ ଶିକ୍ଷାନୀତି, ଶିକ୍ଷିତ ଅଭିଭାବକଙ୍କ ଏଥିପ୍ରତି ଅନାଶକ୍ତି,…

ଡିଜିପି ନିଯୁକ୍ତିରେ ବିଳମ୍ବ

ସୁପ୍ରିମକୋର୍ଟ ‘କାର୍ଯ୍ୟକାରୀ ଡିଜିପି’ ସଂସ୍କୃତିକୁ ଏକ ଗୁରୁତର ସାଙ୍ଗଠନିକ ତ୍ରୁଟି ଭାବରେ ସୂଚିତ କରିବା ପରେ ବି ପଞ୍ଜାବ ଏବେ ନିୟମିତ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ନିଯୁକ୍ତ…

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri