ଓଏନ୍‌ଜିସିରେ ପରିବର୍ତ୍ତନ

Dillip Cherian

ରାଷ୍ଟ୍ରାୟତ୍ତ ଉଦ୍ୟୋଗ ତୈଳ ଓ ପ୍ରାକୃତିକ ବାଷ୍ପ ନିଗମ (ଓଏନ୍‌ଜିସି)ରେ ଏବେ ପରିବର୍ତ୍ତନ ହାଓ୍ବା ବହୁଛି। ଗତ ମାସ ପ୍ରାରମ୍ଭରେ ସରକାର ଅରୁଣ କୁମାର ସିଂଙ୍କୁ ଓଏନ୍‌ଜିସିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଥିଲେ। ସିଂ ଏହା ପୂର୍ବରୁ ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍‌(ବିପିସିଏଲ୍‌)ର ମୁଖ୍ୟ ଥିଲେ। ଏହା ପ୍ରଥମ ଘଟଣା, ଯେଉଁଥିରେ ଜଣେ ୬୦ ବର୍ଷୀୟ ଅବସରପ୍ରାପ୍ତ ଅଧିକାରୀଙ୍କୁ ଉକତ୍ୃଷ୍ଟ ରାଷ୍ଟ୍ରାୟତ୍ତ କମ୍ପାନୀର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ଏହି ନିଯୁକ୍ତି ସରକାରଙ୍କୁ ବ୍ୟାପକ ପୁନର୍ଗଠନ କରିବା, ତୈଳ ଓ ପ୍ରାକୃତିକ ବାଷ୍ପ ଉପରେ ଧ୍ୟାନ ଦେଇ ନିଷ୍ପତ୍ତି ନେବା ସହ ଅକ୍ଷୟ ଶକ୍ତି ଭଳି ନୂଆ ବିଜ୍‌ନେସ ସନ୍ଧାନ କରିବା ସକାଶେ ପ୍ରେରିତ କରିଛି। ଓଏନ୍‌ଜିସି ଦୁଇଟି ନିର୍ଦ୍ଦେଶକ ପଦକୁ ଏକାଠି କରି ଷ୍ଟ୍ରାଟେଜିି ଆଣ୍ଡ୍‌ କର୍ପୋରେଟ ଆଫେୟାର୍ସ ପାଇଁ ନୂଆ ନିର୍ଦ୍ଦେଶକ ପଦବୀ ଗଠନ କରୁଥିବା ସୂତ୍ରରୁ ଜଣାପଡ଼ିଛି। ପୁନଶ୍ଚ ଅନ୍‌ଶୋର ଓ ଅଫ୍‌ଶୋର ନିର୍ଦ୍ଦେଶକଙ୍କୁ ମିଶାଇ ଏକ ଉପତ୍ାଦ ନିର୍ଦ୍ଦେଶକ( ପ୍ରଡକ୍‌ସନ ଡାଇରେକ୍ଟର) ସୃଷ୍ଟି କରାଯାଇଛି ଏବଂ ଉକ୍ତ ପଦବୀ ମାର୍ଚ୍ଚ ୧, ୨୦୨୩ରୁ କାର୍ଯ୍ୟକାରୀ ହେବ। ଏବକାର ଅଫ୍‌ଶୋର ନିର୍ଦ୍ଦେଶକ ପଙ୍କଜ କୁମାର ନିଯୁକ୍ତ ହେବେ ବୋଲି ଜଣାପଡ଼ିଛି। ପରିଚାଳନାଗତ ସହଯୋଗ ବା ସମନ୍ବୟ ବୃଦ୍ଧିକରିବା ସହ ତୈଳ ଓ ପ୍ରାକୃତିକ ବାଷ୍ପ ଉପତ୍ାଦନ ଉପରେ ଗୁରୁତ୍ୱ ଦେବା ପାଇଁ ଏହିସବୁ ପୁନର୍ଗଠନ କରାଯାଇଛି। ନୂତନ କର୍ପୋରେଟ ଆଫେୟାର୍ସ ଡାଇରେକ୍ଟର ଅକ୍ଷୟ ଶକ୍ତି ପରିଯୋଜନା, ତୈଳ ବିଶୋଧନ ଓ ପେଟ୍ରୋକେମିକାଲ ଏବଂ ଲିକ୍ୱିଫାଇଡ ନ୍ୟାଚୁରାଲ ଗ୍ୟାସ୍‌ (ଏଲ୍‌ଏନ୍‌ଜି) ଆଦି କାର୍ଯ୍ୟକଳାପ ଉପରେ ଗୁରୁତ୍ୱ ଦେବେ। ଏହାସହ ଉତ୍ତମ ମୂଲ୍ୟରେ ତୈଳ ଓ ପ୍ରାକୃତିକ ଗ୍ୟାସ୍‌ର ମାର୍କେଟିଂ ପ୍ରତି ମଧ୍ୟ ନଜର ରଖିବେ। ଏସବୁ କାର୍ଯ୍ୟ ବ୍ୟତୀତ ନୂଆ ନିର୍ଦ୍ଦେଶକ ସୂଚନା ପ୍ରଯୁକ୍ତି, ଯୋଗାଯୋଗ ସେବା, ସୁରକ୍ଷା, ସ୍ବାସ୍ଥ୍ୟ, ପରିବେଶ ଏବଂ ବିଜ୍‌ନେସ୍‌ ବିକାଶ ପାଇଁ ଉତ୍ତରଦାୟୀ ରହିବେ।
ଭବିଷ୍ୟତ ଚିନ୍ତା
୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଚଳିତ ବର୍ଷ ହେବାକୁ ଥିବା ୯ଟି ରାଜ୍ୟର ବିଧାନସଭା ନିର୍ବାଚନକୁ ଲକ୍ଷ୍ୟ କରି ଶାସନ ଓ ବିକାଶ ପ୍ରସଙ୍ଗଗୁଡ଼ିକରେ କେନ୍ଦ୍ର ଗୁରୁତ୍ୱ ଦେବା ପାଇଁ ଅଧିକ ଚେଷ୍ଟା କରୁଛି। ଏଥିପାଇଁ ସରକାରଙ୍କ ପ୍ରଦର୍ଶନ ଉପରେ ବହୁତ କିଛି ନିର୍ଭର କରେ, ଯାହା ଏଯାବତ ଏତେ ଭଲ ରହିନାହିଁ। ଏକାବେଳକେ ହଠାତ ଆଖିଦୃଶିଆ ନୀତିଗତ ଯୋଜନାଗୁଡ଼ିକ ଲାଗୁ କରାଯାଇଥିଲେ ବି ସେଗୁଡ଼ିକ ମନ୍ଥର ହୋଇପଡ଼ିଛି: ଯାହାକୁ ଗତିଶୀଳ କରିବାକୁ ହେବ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ସପ୍ତାହରେ ଅନୁଷ୍ଠିତ ମୁଖ୍ୟ ଶାସନ ସଚିବଙ୍କ ଦ୍ୱିତୀୟ ସମ୍ମିଳନୀରେ ଏହା ଉପରେ ଜୋର୍‌ ଦେଇଥିଲେ। ରାଜ୍ୟଗୁଡ଼ିକର ଭାଗୀଦାରିରେ ଦ୍ରୁତ ଓ ସ୍ଥାୟୀ ଆର୍ଥିକ ଅଭିବୃଦ୍ଧି ହାସଲ କରିବା ଏହି ସମ୍ମିଳନୀର ଲକ୍ଷ୍ୟ ଥିଲା। ମୋଦି ଏହି ସମ୍ମିଳନୀରେ ଦୁଇ ଦିନ ଯୋଗ ଦେବା ସହ ଏହାର ଅଧ୍ୟକ୍ଷତା କରିଥିତ୍ଲେ। ସେ କେନ୍ଦ୍ରୀୟ ମନ୍ତ୍ରଣାଳୟଗୁଡ଼ିକରୁ ପ୍ରତିନିଧିତ୍ୱ କରୁଥିବା ପ୍ରାୟ ୨୦୦ ଶୀର୍ଷ ସ୍ତରର ବାବୁ, ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଥିବା ମୁଖ୍ୟ ଶାସନସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। କିନ୍ତୁ ପୂର୍ବ ଭଳି ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା ନ କରି ମୋଦି ଏମାନଙ୍କ ସହିତ କରିବା କେତେଜଣ ପର୍ଯ୍ୟବେକ୍ଷକଙ୍କୁୁ ଆଶ୍ଚର୍ଯ୍ୟ କରିଛି। ସମ୍ମିଳନୀର ବିଷୟବସ୍ତୁଗୁଡ଼ିକ ମଧ୍ୟରେ ରହିଥିଲା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଭିତ୍ତିଭୂମି ଓ ନିବେଶ, ମହିଳା ସଶକ୍ତୀକରଣ, ସ୍ବାସ୍ଥ୍ୟ ଓ ପୋଷକ ଏବଂ ଦକ୍ଷତା ବିକାଶ। ସେଠାରେ ଭାରତର ଭୂରାଜନୈତିକ ଆହ୍ବାନ, ଜି୨୦ ରାଜ୍ୟଗୁଡ଼ିକର ଭୂମିକା ଏବଂ ବିକାଶଶୀଳ ନୂଆ ପ୍ରଯୁକ୍ତି ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା।
ଏନ୍‌ଡିଟିଭିରେ ପୂର୍ବତନ ବାବୁ
ଅବସର ନେବାକୁ ଥିବା ଅନେକ ବାବୁ ପ୍ରଶାସନରେ ପୁନଃ ନିଯୁକ୍ତି ଆଶା କରନ୍ତି କିମ୍ବା ଅନ୍ୟ କେଉଁଠାରେ ବିଶେଷକରି ପ୍ରାଇଭେଟ ସେକ୍ଟରରେ ତାହା ଚାହଁିଥାଆନ୍ତି। ବହୁ ସମୟରେ ବି ତାହା ସେମାନେ ପାଇବାରେ ସକ୍ଷମ ହୁଅନ୍ତି। ନିକଟରେ ଆଦାନୀ ଗ୍ରୁପର କର୍ପୋରେଟ ବ୍ରାଣ୍ଡ୍‌ କଷ୍ଟୋଡିଆନର ଗ୍ରୁପ୍‌ ମୁଖ୍ୟ ଭାବେ କାର୍ଯ୍ୟରତ ତଥା ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ପୂର୍ବତନ ପ୍ରମୁଖ ସଚିବ ଅମନ କୁମାର ସିଂ ଏବଂ ଛତିଶଗଡ଼ର ପୂର୍ବତନ ମୁଖ୍ୟ ଶାସନ ସଚିବ ସୁନୀଲ କୁମାରଙ୍କୁ ଏନ୍‌ଡିଟିଭିର ନନ୍‌-ଏକ୍‌ଜିକ୍ୟୁଟିଭ୍‌ ଇଣ୍ଡିପେଣ୍ଡେଣ୍ଟ ଡାଇରେକ୍ଟର ଭାବେ ନିଯୁକ୍ତ କରାଯାଇଛି। ଉଭୟ ବାବୁ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କ ସରକାରରେ ଖୁବ୍‌ କ୍ଷମତାଶାଳୀ ଥିଲେ। ପୂର୍ବତନ ଆଇଆର୍‌ଏସ୍‌ ଅଧିକାରୀ ସିଂ ଅର୍ଥ ଓ ଯୋଜନା କ୍ଷେତ୍ରରେ ଜଣେ ବିଶେଷଜ୍ଞ ଭାବେ ଜଣାଶୁଣା ଏବଂ କୁମାର ମଧ୍ୟ ପ୍ରଶାସନର ନେତୃତ୍ୱ ନେଇଥିଲେ। ସେମାନଙ୍କର ଯଥେଷ୍ଟ ଅଭିଜ୍ଞତା ଅଛି। ସରକାରଙ୍କ ପ୍ରଚଳିତ ଅସଂଖ୍ୟ ନୀତି ନିୟମଗୁଡ଼ିକ ମଧ୍ୟରେ କିିଭଳି କାର୍ଯ୍ୟ ସଞ୍ଚାଳନ କରିବାକୁ ହୁଏ ତାହା ସେମାନେ ଭଲ ଭାବେ ଜାଣନ୍ତି। ଶକ୍ତିଶାଳୀ ଆଦାନୀ ଗ୍ରୁପ୍‌ର ମାଲିକ ହେଉଛନ୍ତି ଭାରତର ବିଶେଷ ଧନୀ ଗୌତମ ଆଦାନୀ । ନିକଟରେ ପ୍ରମୁଖ ଟେଲିଭିଜନ ସଂସ୍ଥା ଏନ୍‌ଡିଟିଭିକୁ ଅଧିଗ୍ରହଣ କରିବା ପରେ ମିଡିଆ ସେକ୍ଟରରେ ସେ ନୂଆ କାମ ଆରମ୍ଭ କରିଛନ୍ତି। ତେବେ ମିଡିଆ ବିଶେଷଜ୍ଞ ଭାବେ ନୁହେଁ, ବରଂ ଆଦାନୀଙ୍କୁ ତାଙ୍କ ବିଜ୍‌ନେସର ଅନ୍ୟ କ୍ଷେତ୍ରରେ ପରାମର୍ଶ ଦେବାକୁ ଉଭୟ ବାବୁ ଏନ୍‌ଡିଟିଭି ବୋର୍ଡରେ ଅବସ୍ଥାପିତ ହୋଇଛନ୍ତି ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri