Posted inଫୁରସତ

ଗଣେଶ ପୂଜାରେ ‘ଚନ୍ଦ୍ରମୁଖୀ-୨’

ମୁମ୍ବାଇ: କଙ୍ଗନା ରାଣାଓ୍ବତ ଓ ରାଘବ ଲରେନ୍ସଙ୍କ ଫିଲ୍ମ ଚନ୍ଦ୍ରମୁଖୀ-୨ ଗଣେଶ ପୂଜାରେ ମୁକ୍ତିଲାଭ କରିବ। ଏହି ହରର୍‌ କମେଡି ଫିଲ୍ମର ନିର୍ଦ୍ଦେଶନା ଓ କାହାଣୀ ଲେଖିଛନ୍ତି ବି. ବାସୁ। ଲାଇକା ପ୍ରଡକ୍ସନ ପକ୍ଷରୁ ବହୁ ଭାଷାରେ ନିର୍ମାଣ କରାଯାଇଥିବା ଏହି ଫିଲ୍ମର ପୋଷ୍ଟର ଅନ୍‌ଲାଇନ୍‌ରେ ଶେୟାର କରାଯାଇଛି। ତେବେ ସୋସିଆଲ ମିଡିଆରେ ଶେୟାର ହୋଇଥିବା ଫିଲ୍ମର ପୋଷ୍ଟରରେ କଙ୍ଗନାଙ୍କୁ ଦେଖିବାକୁ ମିଳୁନାହିଁ। ଅନ୍ୟପକ୍ଷେ ରାଘବ ଲରେନ୍ସ ଫିଲ୍ମର ମୁଖ୍ୟ ଭୂମିକାରେ ନଜର ଆସିବେ। ସେପ୍ଟେମ୍ବର ୧୯ରେ ଚନ୍ଦ୍ରମୁଖୀ-୨ ତାମିଲ, ତେଲୁଗୁ, ହିନ୍ଦୀ, ମାଲାୟାଲମ ଏବଂ କନ୍ନଡ଼ ଭାଷାରେ ରିଲିଜ୍‌ ହେବ। ଗତ ମାର୍ଚ୍ଚରେ ଫିଲ୍ମର ଶୁଟିଂ ଶେଷ ହୋଇଥିଲା। କଙ୍ଗନା, ରାଘବଙ୍କ ଛଡ଼ା ଫିଲ୍ମରେ ରାଧିକା ସରଥକୁମାର, ଭାଦିବେଲୁ, ଲକ୍ଷ୍ମୀ ମେନନ, ମହିମାନାମ୍ବିଆର ପ୍ରମୁଖ କଳାକାର ଅଭିନୟ କରିଛନ୍ତି। ଏହି ଅବସରରେ କଙ୍ଗନା ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଘ ଛାଲ ଜବତ, ଧରାପଡ଼ିଲେ ଦୁଇ ଅଭିଯୁକ୍ତ

ପାତ୍ରପୁର,୭।୬(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡ଼ା ଥାନା ପୋଲିସ ଶନିବାର ୨ଟି କଲରାପତିରିଆ ବାଘ ଛାଲ ଜବତ କରିଛି। ଏପରିକି ପୋଲିସ ବନ୍ଧୁକ ବ୍ୟାଗ, ଧାରୁଆ…

୧୨ ଜିଏମ୍‌ଏପିଭି ବିଦ୍ୟାଳୟ ନୂତନ ଭବନର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ, ଦଶମ ଶ୍ରେଣୀ ଛାତ୍ରୀଙ୍କ ସହ କଲେ ଆଲୋଚନା

କୋରାପୁଟ,୭ା୬(ଅମିତାଭ ବେହେରା): କୋରାପୁଟ ଜିଲାର ୧୨ ଚୟନିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ(ଜିଏମଏପିଭି)ର ନୂତନ ଭବନ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭର୍ଚୁଆଲ…

ସ୍ବାସ୍ଥ୍ୟକେନ୍ଦ୍ର କୋଠା ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ

ଛତ୍ରପୁର,୭ା୬(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧୀନ ସୁନ୍ଦରପୁର ଗ୍ରାମରେ ନିର୍ମିତ ନୂତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର କୋଠା ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ବିଧାୟକ କୃଷ୍ଣଚନ୍ଦ୍ର ନାୟକ…

ଶୌଚ ହେବାକୁ ଆସି ଥୁବା-ହଞ୍ଜର ନାଳରେ ବୁଡିଗଲେ ମହିଳା, ଚାଲିଗଲା ଜୀବନ

ନନ୍ଦପୁର/ପାଡୁଆ,୭।୬(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଥୁବା-ହଞ୍ଜର୍ ନାଳରୁ ରବିବାର ଅପରାହ୍ନରେ ଜଣେ ମହିଳାଙ୍କ ମୃତଦେହ ନନ୍ଦପୁର ଅଗ୍ନିଶମ ବାହିନୀ ଓ ନନ୍ଦପୁର…

ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ପରେ ପ୍ରତାରଣା, ବଳାତ୍କାର ମାମଲାରେ….

ଦିଗପହଣ୍ଡି,୭ା୬(ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧିନସ୍ଥ ଏକ ଗାଁ ରେ ଜଣେ ଯୁବତୀଙ୍କୁ ବିବାହପ୍ରତିଶ୍ରୁତି ଦେଇ ଜଣେ ଯୁବକ ଏକାଧିକ ଥର ଶାରିରୀକ…

୭ବର୍ଷ ପରେ ଏକାଠି ହେଲେ ଦୁଇ ତାରକା

ମୁମ୍ବାଇ,୭।୬: ପୁଣି ଚର୍ଚ୍ଚାରେ ବଲିଉଡର ‘ଧକ-ଧକ ଗାର୍ଲ’ ମାଧୁରୀ ଦୀକ୍ଷିତ। ମାଧୁରୀ ଦୀକ୍ଷିତଙ୍କ ଫିଲ୍ମ ‘ମା-ବେହନ’ OTTରେ ରିଲିଜ ହୋଇଛି। ରିଲିଜ ଉପଲକ୍ଷେ ଶନିବାର ରାତିରେ ଏକ…

ଛୁଆ ରହିଥିବା ବେଳେ ଶିଶୁ ୱାର୍ଡରେ ହଠାତ୍ ଲାଗିଗଲା ନିଆଁ, ତାପରେ ଯାହା ଘଟିଲା….

ଛତ୍ରପୁର,୭ା୬(ଦିଲ୍ଲୀପ ସାମଲ): ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟରେ ଅଗ୍ନିକାଣ୍ଡ ହୋଇଛି । ଚିକିତ୍ସାଳୟର ଶିଶୁ ୱାର୍ଡରେ ନିଆଁ ଲାଗିଥିବା ବେଳେ କାହାର କିଛି କ୍ଷତି ହୋଇନଥିବା ସୂଚନା…

ଅଶୁଭ! କଟକ ଚଣ୍ଡୀ ମନ୍ଦିର ଉପରେ ବଜ୍ରପାତ, ଚୂଡ଼ାରୁ ଖସିଲା…..

କଟକ,୭ା୬(ପ୍ରଭୁକଲ୍ୟାଣ ପାଲ୍): କଟକରେ ତାଣ୍ଡବ ରଚିଲା କାଳ ବୈଶାଖୀ । କଟକର ଅଧିଷ୍ଠାତ୍ରୀ ଦେବୀ କଟକ ଚଣ୍ଡୀ ମନ୍ଦିର ଦଧିନଉତି ଉପରେ ଘଡ଼ଘଡ଼ି ପଡିଥିବା ସୂଚନା ରହିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri